iPhone ରେ ଫୋନ୍ କଲ୍ ସମୟରେ ସ୍କ୍ରୀନ୍ ଶେୟର୍ କରନ୍ତୁ

iPhone ରେ ଥିବା ଫୋନ୍ ଆପ୍ ବ୍ଯବହାର କରିବା ସମୟରେ, ଆପଣ ନିଜ ସ୍କ୍ରୀନ୍ ଶେୟର୍ କରିପାରିବେ କିମ୍ବା ଅନ୍ଯ କାହାର ସ୍କ୍ରୀନ୍ ଦେଖିବାକୁ କହିପାରିବେ। ସମର୍ଥିତ ଆପ୍‌ରେ, ଆପଣ ରିଅଲ୍ ଟାଇମ୍‌ରେ ଏକ ଶୋ’ର ନବୀନତମ ଏପିସୋଡ୍ ଦେଖିବା କିମ୍ବା ବନ୍ଧୁମାନଙ୍କ ସହିତ ଏକ ନୂତନ ଗୀତ ଶୁଣିବା ପାଇଁ ମଧ‍୍ୟ SharePlay ବ୍ୟବହାର କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ ଏବଂ ଅନ୍ଯ ଅଂଶଗ୍ରହଣକାରୀଙ୍କୁ iOS 26 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ୍ଯକ। SharePlay ବିଭିନ୍ନ ଦେଶ କିମ୍ବା ଅଞ୍ଚଳରେ କିଛି ମୂଭି, TV ଶୋ' କିମ୍ବା ଲାଇଭ୍ ସ୍ପୋର୍ଟ୍ସ୍ ଇଭେଣ୍ଟ୍ ଶେୟର୍ କରିବାକୁ ସମର୍ଥନ କରିନପାରେ।

ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ କିମ୍ବା ଅନ୍ୟ ଜଣଙ୍କ ସ୍କ୍ରୀନ୍ ଦେଖନ୍ତୁ

ଆପଣ ଫୋନ୍ କଲ୍ ସମୟରେ ଆପ୍, ୱେବ୍‌ପୃଷ୍ଠା ଇତ୍ଯାଦିକୁ ଏକ କଲ୍‌ରେ ଆଣିବା ପାଇଁ ନିଜ ସ୍କ୍ରୀନ୍ ଶେୟର୍ କରିପାରିବେ। ଆପଣ ଅନ୍ୟ କାହାର ସ୍କ୍ରୀନ୍ ଦେଖିବାକୁ ମଧ୍ୟ କହିପାରିବେ କିମ୍ବା ଦୂରରୁ ଏହାକୁ ନିୟନ୍ତ୍ରଣ ମଧ୍ୟ କରିପାରିବେ।

  1. ଆପଣଙ୍କ iPhone ରେ ଫୋନ୍ ଆପ୍ କୁ ଯାଆନ୍ତୁ।

  2. କେବଳ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଲ୍ ସମୟରେ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ “ସ୍କ୍ରୀନ୍ ଶେୟରିଂ”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ: “ମୋ ସ୍କ୍ରୀନ୍ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ। ଅଧିକ ଜାଣିବା ପାଇଁ, ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ ଦେଖନ୍ତୁ।

    • ଅନ୍ଯ ବ୍ଯକ୍ତିଙ୍କ ସ୍କ୍ରୀନ୍ ଦେଖନ୍ତୁ: “ସ୍କ୍ରୀନ୍ ଶେୟର୍ କରିବାକୁ ପଚାରନ୍ତୁ”ରେ ଟାପ୍ କରନ୍ତୁ। କୌଣସି ବ୍ଯକ୍ତିଙ୍କ ସ୍କ୍ରୀନ୍‌କୁ ଦୂରରୁ କିପରି ନିୟନ୍ତ୍ରଣ କରିବେ ସେ ବିଷୟରେ ଅଧିକ ଜାଣିବା ପାଇଁ, ରିମୋଟ୍ କଣ୍ଟ୍ରୋଲ୍ ପାଇଁ ଅନୁରୋଧ କରନ୍ତୁ ଦେଖନ୍ତୁ।

    ସ୍କ୍ରୀନ୍ ଶେୟରିଂ ଆରମ୍ଭ ହେବା ପୂର୍ବରୁ ସ୍କ୍ରୀନ୍‌ରେ 3 ରୁ 1 ପର୍ଯ୍ୟନ୍ତ ଏକ କାଉଣ୍ଟ୍‌ଡାଉନ୍ ଦେଖାଯାଏ।

ଟିପ୍‌: ୱାନ୍-ଟୁ-ୱାନ୍ ଫୋନ୍ କଲ୍ ସମୟରେ, iPhone ବ୍ୟବହାର କରୁଥିବା ଜଣେ ଅଂଶଗ୍ରହଣକାରୀ, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଆପଣଙ୍କ ଧ‍୍ୟାନ ଆକର୍ଷଣ କରିବାକୁ ଆପଣଙ୍କ ସ୍କ୍ରୀନ୍‌ରେ ଟାପ୍, ଡ୍ର କରିପାରିବେ କିମ୍ବା ଲେଖିପାରିବେ। ବୃତ୍ତ, ଡ୍ରଇଂ କିମ୍ବା ଲେଖିବା କିଛି ସେକେଣ୍ଡ୍ ପରେ ଅଦୃଶ୍ଯ ହୋଇଯାଏ।

ଆପଣଙ୍କ ସ୍କ୍ରୀନ୍ ଶେୟର୍ କରିବା ବନ୍ଦ କରିବା ପାଇଁ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ଶେୟରିଂ ପାଖରେ ଥିବା “ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ। କଲ୍ ଶେଷ କରିବା ଦ୍ୱାରା “ସ୍କ୍ରୀନ୍ ଶେୟରିଂ” ମଧ୍ୟ ଶେଷ ହୁଏ।

କଣ୍ଟେଣ୍ଟ୍‌କୁ ଏକାଠି ଉପଭୋଗ କରିବା ପାଇଁ SharePlay ବ୍ୟବହାର କରନ୍ତୁ

ଫୋନ୍ ଆପ୍‌ରେ SharePlay ସାହାଯ‍୍ୟରେ, ଆପଣ କଲ୍‌ରେ ଏକାଠି ଥିବା ସମୟରେ ବନ୍ଧୁ ଏବଂ ପରିବାର ସହିତ ସମନ୍ବୟ ରକ୍ଷା କରି TV ଶୋ', ମୂଭି ଏବଂ ମ୍ଯୂଜିକ୍‌ ଷ୍ଟ୍ରୀମ୍ କରିପାରିବେ। ଶେୟର୍ କରାଯାଇଥିବା ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ସମସ୍ତଙ୍କ ସମଧ୍ଯରେ ସମନ୍ଵୟ ରଖିଥାଏ।

  1. ଆପଣଙ୍କ iPhone ରେ ଫୋନ୍ ଆପ୍ କୁ ଯାଆନ୍ତୁ।

  2. ଏକ କଲ୍ ସମୟରେ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ SharePlay ରେ ଟାପ୍ କରନ୍ତୁ।

  3. ସମର୍ଥିତ ଆପ୍ (ଯେପରିକି Apple Music କିମ୍ବା Apple TV) ରେ ଟାପ୍ କରନ୍ତୁ, ତା'ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ଶୋ’, ମୂଭି, ଗୀତ କିମ୍ବା ଅନ୍ୟାନ୍ୟ ବିଷୟବସ୍ତୁ ଖୋଜନ୍ତୁ।

  4. SharePlay ର ବ୍ୟବହାର ଆରମ୍ଭ କରିବା ପାଇଁ “ଆରମ୍ଭ କରନ୍ତୁ” କିମ୍ବା “ଚଲାନ୍ତୁ”ରେ ଟାପ୍ କରନ୍ତୁ।

    ଯେଉଁମାନଙ୍କ ପାଖରେ ବିଷୟବସ୍ତୁର ଆକ୍ସେସ୍ ଅଛି ସେମାନଙ୍କ ପାଇଁ ବିଷୟବସ୍ତୁ ସମାନ ସମୟରେ ଚାଲିବା ଆରମ୍ଭ ହେବ।

    ଧ‍୍ୟାନ ଦିଅନ୍ତୁ: ଯଦି ଶେୟର୍ କରାଯାଇଥିବା ବିଷୟବସ୍ତୁ ପାଇଁ ସବ୍‌ସ୍କ୍ରିପ୍‌ଶନ୍‌ର ଆବଶ୍ୟକତା ଥାଏ, ତେବେ ଯେଉଁମାନଙ୍କ ପାଖରେ ଆକ୍ସେସ୍ ନାହିଁ ସେମାନଙ୍କୁ ସେବା ସବ୍‌ସ୍କ୍ରାଇବ୍ କରିବାକୁ, ଏକ ଟ୍ରାଞ୍ଜେକ୍ସନ୍ କରିବାକୁ କିମ୍ବା ଉପଲବ୍ଧ ଥିଲେ ଏକ ଫ୍ରି ଟ୍ରାଯ଼ଲ୍ ପାଇଁ ସାଇନ୍ ଅପ୍ କରିବାକୁ କହିପାରେ।

  5. ବିଷୟବସ୍ତୁ ଶେୟର୍ କରିବା ବନ୍ଦ କରିବାକୁ, କଲ୍ ସ୍କ୍ରୀନ୍‌କୁ ଯାଆନ୍ତୁ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ SharePlay ପାଖରେ ଥିବା “ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

    ଆପଣ କଲ୍ ଶେଷ କଲେ ମ୍ଯୂଜିକ୍ କିମ୍ବା ଭିଡିଓ ମଧ୍ଯ ବନ୍ଦ ହୋଇଯାଏ।

ବାର୍ତ୍ତାଳାପରେ ଥିବା ପ୍ରତ୍ଯେକ ବ୍ୟକ୍ତି ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ବ୍ଯବହାର କରି ସମସ୍ତଙ୍କ ପାଇଁ ପ୍ଲେ, ପଜ୍, ରିୱାଇଣ୍ଡ୍ କିମ୍ବା ଫାଷ୍ଟ-ଫର୍‌ୱର୍ଡ୍ କରିପାରିବେ କିନ୍ତୁ କ୍ଲୋଜ୍-କ୍ଯାପ୍‌ଶନିଂ ଏବଂ ଭଲ୍ଯୁମ୍ ପରି ସେଟିଂସ୍ ପ୍ରତ୍ଯେକ ବ୍ୟକ୍ତିଙ୍କ ଦ୍ବାରା ପୃଥକ୍ ଭାବରେ ନିୟନ୍ତ୍ରଣ କରାଯାଏ।

ଟିପ୍‌: ଭିଡିଓ ଚାଲିବା ଆରମ୍ଭ ହେବା ପରେ, ଆପଣ ଏହାକୁ Apple TV 4K ରେ ଷ୍ଟ୍ରୀମ୍ କରିପାରିବେ। ଆପଣ SharePlay ରେ ଯାହା ଦେଖୁଛନ୍ତି ତାହା Apple TV 4K କୁ ପଠାନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.