ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଭିଡିଓର ଅବଧି ଟ୍ରିମ୍ କରନ୍ତୁ, ସ୍ପୀଡ୍ ଆଡ୍‌ଜଷ୍ଟ୍ କରନ୍ତୁ ଏବଂ ଅଡିଓ ଏଡିଟ୍ କରନ୍ତୁ

ଫଟୋ ଆପ୍‌ରେ, ଆପଣ ନିଜ iPhone ରେ ରେକର୍ଡ୍ କରିଥିବା ଏକ ଭିଡିଓକୁ ଟ୍ରିମ୍ କରି ଏହାର ଆରମ୍ଭ ଏବଂ ବନ୍ଦ ସ୍ଥାନ ପରିବର୍ତ୍ତନ କରିପାରିବେ। ଆପଣ ପ୍ଲେବ୍ୟାକ୍ ସ୍ପୀଡ୍ ମଧ୍ୟ ଆଡ୍‌ଜଷ୍ଟ୍ କରିପାରିବେ ଏବଂ ସ୍ଲୋ-ମୋ ମୋଡ୍‌ରେ ରେକର୍ଡ୍ କରିବା ସମୟରେ ସ୍ଲୋ ମୋଶନ୍‌ରେ ଦେଖାଯାଉଥିବା ଭିଡିଓର ଅଂଶକୁ ବଦଳାଇ ପାରିବେ।

ଆପଣ ସ୍ପେଶିୟଲ୍ ଅଡିଓ ସହିତ ଏକ ଭିଡିଓ ରେକର୍ଡ୍ କରିବା ସମୟରେ, ଫଟୋ ଆପ୍‌ରେ ସାଉଣ୍ଡ୍ ଏଡିଟ୍ କରିବା ପାଇଁ ଅଡିଓ ମିକ୍ସ୍ ବ୍ଯବହାର କରିପାରିବେ (ସମର୍ଥିତ ମଡେଲ୍ ରେ ଉପଲବ୍ଧ)।

ଗୋଟିଏ ଭିଡିଓ ଟ୍ରିମ୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଭିଡିଓ ଖୋଲନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. ଆରମ୍ଭ ଏବଂ ବନ୍ଦ ସମୟ ଆଡ୍‌ଜଷ୍ଟ୍ କରିବା ପାଇଁ ଫ୍ରେମ୍ ଭ୍ଯୂଅର୍‌ର ଯେକୌଣସି ପାର୍ଶ୍ୱକୁ ଭିଡିଓ ତଳେ ଡ୍ରାଗ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣରେ ଟାପ୍ କରନ୍ତୁ।

  4. କେବଳ ଟ୍ରିମ୍ କରାଯାଇଥିବା ଭିଡିଓ ସେଭ୍ କରିବା ପାଇଁ “ଭିଡିଓ ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ, କିମ୍ବା ଭିଡିଓର ଉଭୟ ଭର୍ଶନ୍ ସେଭ୍ କରିବା ପାଇଁ ନୂଆ କ୍ଲିପ୍ ଭାବରେ ଭିଡିଓ ସେଭ୍ କରନ୍ତୁ।

    ଫଟୋ ଆପ୍‌ରେ ଏଡିଟ୍ ସ୍କ୍ରୀନ୍ ଏବଂ ମଝିରେ ଏକ ଭିଡିଓ ଚାଲୁଛି। ଭିଡିଓ ତଳେ ଥିବା ଫ୍ରେମ୍‌ ଭ୍ଯୂଅର୍‌ରେ, ଟ୍ରିମ୍‌ କରାଯାଇଥିବା ଭିଡିଓରେ ସାମିଲ୍‌ କରିବାକୁ ଥିବା ଫ୍ରେମ୍‌ ଚୟନ କରାଯାଇଛି ଏବଂ ସେଗୁଡ଼ିକ ହଳଦିଆ ରଙ୍ଗରେ ଆଉଟ୍‌ଲାଇନ୍‌ କରାଯାଇଛି। ସ୍କ୍ରୀନ୍‌ର ତଳେ ଭିଡିଓ, ଅଡିଓ ମିକ୍ସ୍‌, ଆଡ୍‌ଜଷ୍ଟ୍, ଫିଲ୍ଟର୍ ଏବଂ କ୍ରପ୍ ବଟନ୍ ଅଛି; ଭିଡିଓ ବଟନ୍ ଚୟନିତ ହୋଇଛି।

ଆପଣ ସେଭ୍‌ କରିବା ପରେ ଏଡିଟ୍‌କୁ ପୂର୍ବ ଭଳି କରିବା ପାଇଁ ଭିଡିଓ ଖୋଲନ୍ତୁ, “ଏଡିଟ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ରିଭର୍ଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଏକ ନୂଆ କ୍ଲୀପ୍ ଭାବରେ ସେଭ୍ ହୋଇଥିବା ଏକ ଭିଡିଓକୁ ମୂଳକୁ ରିଭର୍ଟ୍ କରାଯାଇପାରିବ ନାହିଁ।

ଭିଡିଓ ପ୍ଲେବ୍ଯାକ୍ ସ୍ପିଡ୍ ଏଡିଟ୍ କରନ୍ତୁ

ଏକ ନାଟକୀୟ ଇଫେକ୍ଟ୍ ପାଇଁ ଆପଣ ଉଚ୍ଚ ଫ୍ରେମ୍ ହାରରେ କ୍ଯାପ୍ଟର୍ ହୋଇଥିବା ଭିଡିଓକୁ ସ୍ଲୋ କରିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଭିଡିଓ ଖୋଲନ୍ତୁ, ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଭିଡିଓରେ ଟାପ୍‌ କରନ୍ତୁ।

  3. “ପ୍ଲେବ୍ଯାକ୍‌ ସ୍ପୀଡ୍‌” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ପ୍ଲେବ୍ୟାକ୍ ସ୍ପୀଡ୍‌ରେ ଟାପ୍‌ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଉପଲବ୍ଧ ପ୍ଲେବ୍ୟାକ୍ ବିକଳ୍ପ ଆପଣ କ୍ୟାପ୍ଚର୍ କରିଥିବା ଭିଡିଓର ଫର୍ମାଟ୍ ଉପରେ ନିର୍ଭର କରେ। ଆପଣ କ୍ୟାପ୍ଚର୍ କରିଥିବା ଫର୍ମାଟ୍ ଯେତେ ବଡ଼ ହେବ, ସେତେ ଅଧିକ ବିକଳ୍ପ ଉପଲବ୍ଧ ହେବ।

ସ୍ଲୋ-ମୋ ମୋଡ୍‌ରେ ଏକ ଭିଡିଓ ଶଟ୍‌ର ସ୍ଲୋ-ମୋଶନ୍ ବିଭାଗ ଏଡିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସ୍ଲୋ-ମୋ ମୋଡ୍‌ରେ ଏକ ଭିଡିଓ ସଟ୍ ଖୋଲନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. ସ୍ଲୋ ମୋଶନ୍‌ରେ ଭିଡିଓ କେଉଁଠାରେ ଚାଲିଛି ସେଟ୍ କରିବାକୁ ଫ୍ରେମ୍ ଭ୍ୟୁୟର୍ ତଳେ ଥିବା କଳା ଭର୍ଟିକାଲ୍ ବାର୍ ଡ୍ରାଗ୍ କରନ୍ତୁ।

ଅଡିଓ ମିକ୍ସ୍ ସହିତ ସାଉଣ୍ଡ୍ ଏଡିଟ୍ କରନ୍ତୁ

ଆପଣ iPhone 16 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ ଏକ ଭିଡିଓ ରେକର୍ଡ୍ କରିବା ସମୟରେ ତିନୋଟି ରେକର୍ଡିଂ ବିକଳ୍ପ ମଧ୍ୟରୁ ବାଛିପାରିବେ: ସ୍ପେଶିୟଲ୍ ଅଡିଓ, ଷ୍ଟୁଡିଓ ଓ ମନୋ। ଯେତେବେଳେ ଆପଣ ସ୍ପେଶିୟଲ୍ ଅଡିଓ ସହିତ ରେକର୍ଡ୍ କରିବେ, ଆପଣଙ୍କ ଭିଡିଓରେ ସାଉଣ୍ଡ୍‌କୁ କଷ୍ଟମାଇଜ୍ କରିବା ପାଇଁ ଆପଣ ଅଡିଓ ମିକ୍ସ୍ ବ୍ଯବହାର କରିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଭିଡିଓ ଖୋଲନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. ଅଡିଓ ମିକ୍ସ୍‌ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ ବାଛନ୍ତୁ:

    • ଷ୍ଟାଣ୍ଡାର୍ଡ୍: ଆପଣ ରେକର୍ଡ୍ କରିଥିବା ଅରିଜିନଲ୍ ଅଡିଓ ଚଲାନ୍ତୁ।

    • ଇନ୍-ଫ୍ରେମ୍: ଭିଡିଓ ଫ୍ରେମ୍‌ରେ ଦେଖାଯାଉନଥିବା ସୋର୍ସ୍‌ରୁ ସାଉଣ୍ଡ୍ ଏବଂ ଭଏସ୍ କମ୍ କରନ୍ତୁ।

    • ଷ୍ଟୁଡିଓ: ଆପଣ ଏକ ପ୍ରଫେଶନଲ୍ ଷ୍ଟୁଡିଓରେ ରେକର୍ଡିଂ କରୁଥିବା ଭଳି ଅଧିକ ସାଉଣ୍ଡ୍ କରିବା ପାଇଁ ବ୍ଯାକ୍‌ଗ୍ରାଉଣ୍ଡ୍ ସାଉଣ୍ଡ୍ ଏବଂ ରିଭର୍ବ୍ କମ୍ କରନ୍ତୁ।

    • ସିନେମାଟିକ୍: ସମସ୍ତ ଭଏସ୍‌କୁ ଫ୍ରଣ୍ଟ୍-ଫେସିଂ ଟ୍ରାକ୍‌ରେ ରଖନ୍ତୁ ଏବଂ ଚାରିପାଖରେ ପାରିପାର୍ଶ୍ବିକ ନଏଜ୍ ରଖନ୍ତୁ, ଯେପରି ଏହା ସିନେମାରେ ଥିବା ଅଡିଓ।

  4. ଇଫେକ୍ଟ୍ ଏବଂ ବ୍ଯାକ୍‌ଗ୍ରାଉଣ୍ଡ୍ ନଏଜ୍ ସ୍ତରକୁ ବଢ଼ାଇବା କିମ୍ବା ହ୍ରାସ କରିବା ପାଇଁ ମିକ୍ସ୍ ବିକଳ୍ପ ତଳେ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

  5. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.