ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମ୍ଯୁଜିକ୍ ଆପ୍‌ରେ ରେଡିଓ ଷ୍ଟେଶନ୍ ଶୁଣନ୍ତୁ

Apple Music ରେ ଛଅଟି ବିଶ୍ୱସ୍ତରୀୟ ରେଡିଓ ଷ୍ଟେଶନ୍ (Apple Music 1, Apple Music ହିଟ୍ସ୍, Apple Music କଣ୍ଟ୍ରି, Apple Music କ୍ଲବ୍, Apple Música Uno, ଏବଂ Apple Music ଚିଲ୍) ସହିତ ବିଭିନ୍ନ ଶୈଳୀ ଉପରେ ଆଧାରିତ ଷ୍ଟେଶନ୍‌ଗୁଡ଼ିକର ଏକ ସଂଗ୍ରହ ରହିଛି। ଏହି ଷ୍ଟେଶନ୍‌ଗୁଡ଼ିକ ନୂଆ ମ୍ଯୁଜିକ୍ ଏକ୍ସପ୍ଲୋର୍ ଏବଂ ଉପଭୋଗ କରିବା କିମ୍ବା ଆପଣଙ୍କ ଫେଭରିଟ୍ ଶୁଣିବା ପାଇଁ ଏକ ଉତ୍ତମ ଉପାୟ ପ୍ରଦାନ କରନ୍ତି।

ଆପଣଙ୍କ ଦ୍ବାରା ବଛାଯାଇଥିବା କଳାକାର, ଗୀତ କିମ୍ବା ଶୈଳୀ ଆଧାରରେ ଆପଣ ନିଜର କଷ୍ଟମ୍ ଷ୍ଟେଶନ୍ ମଧ‍୍ୟ ତିଆରି କରିପାରିବେ।

ରେଡିଓ ବ୍ୟତୀତ, ଆପଣ Apple Music TV, ଲୋକପ୍ରିୟ ନୂଆ ମ୍ୟୁଜିକ୍ ଭିଡିଓର ଏକ ମାଗଣା 24 ଘଣ୍ଟିଆ ଲାଇଭ୍ ଷ୍ଟ୍ରୀମ୍ ଯେଉଁଥିରେ ବିଶେଷ ପ୍ରିମିୟର୍, ମ୍ୟୁଜିକ୍ ଭିଡିଓ ବ୍ଲକ୍, ଲାଇଭ୍ ଶୋ’ ଏବଂ ଇଭେଣ୍ଟ୍, ଚାର୍ଟ୍ କାଉଣ୍ଟ୍‌ଡାଉନ୍ ଇତ୍ଯାଦି ଅନ୍ତର୍ଭୁକ୍ତ, ଚଲାଇ ପାରିବେ।

Apple Music ରେଡିଓ ଚଲାନ୍ତୁ

ଲାଇଭ୍ Apple Music ରେଡିଓ ଷ୍ଟେଶନ୍ ଏବଂ Apple Music TV ଚଲାଇବା ପାଇଁ ଆପଣ ନିଜ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଥିବା ଆବଶ୍ଯକ କିନ୍ତୁ ଆପଣ Apple Music କୁ ସବ୍‌ସ୍କ୍ରାଇବ୍ କରିବାର ଆବଶ୍ଯକତା ନାହିଁ

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ରେଡିଓରେ ଟାପ୍ କରନ୍ତୁ, ତା’ପରେ ସମ୍ପ୍ରତି ଚାଲୁଥିବା Apple Music ରେଡିଓ ଷ୍ଟେଶନ୍ ମଧ‍୍ୟରୁ ଗୋଟିଏରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯେହେତୁ Apple Music ରେଡିଓ ଷ୍ଟେଶନ୍ ଏକ ଲାଇଭ୍ ରେଡିଓ ଅଟେ, ଆପଣ ଗୀତଗୁଡ଼ିକୁ ରିୱାଇଣ୍ଡ୍ କିମ୍ବା ବଦ୍ ଦେଇପାରିବେ ନାହିଁ।

ଶୈଳୀ ଅନୁଯାୟୀ ଏକ ରେଡିଓ ଷ୍ଟେଶନ୍ ବାଛନ୍ତୁ

କ୍ଯୁରେଟ୍ କରାଯାଇଥିବା ରେଡିଓ ଷ୍ଟେଶନ୍, ଯେପରିକି ଶୈଳୀ ଅନୁଯାୟୀ ଷ୍ଟେଶନ୍ ଚଲାଇବା ପାଇଁ ଆପଣଙ୍କୁ Apple Music ସବ୍‌ସ୍କ୍ରାଇବ୍ କରିବା ଆବଶ୍ଯକ ।

  1. ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍‌ ଆପ୍ କୁ ଯାଆନ୍ତୁ।

  2. ରେଡିଓରେ ଟାପ୍ କରନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା'ପରେ ଶୈଳୀ ଅନୁଯାୟୀ ଷ୍ଟେଶନ୍ ତଳେ ଲିଷ୍ଟ୍ ହୋଇଥିବା ଏକ ଶୈଳୀରେ ଟାପ୍ କରନ୍ତୁ।

  3. ଏକ ଫୀଚର୍ ହୋଇଥିବା ଷ୍ଟେଶନ୍‌ରେ ଟାପ୍ କରନ୍ତୁ।

ଏକ ଷ୍ଟେଶନ୍ ତିଆରି କରନ୍ତୁ

ଆପଣ ଏକ ନିର୍ଦ୍ଦିଷ୍ଟ କଳାକାର କିମ୍ବା ଗୀତ ଆଧାରରେ ଏକ ରେଡିଓ ଷ୍ଟେଶନ୍ ତିଆରି କରିପାରିବେ। ଯଦି ଆପଣଙ୍କୁ ସେହି କଳାକାର କିମ୍ବା ଗୀତ ପସନ୍ଦ ଆସେ, ତେବେ ଷ୍ଟେଶନ୍‌ରେ ଚଲୁଥିବା ମ୍ଯୁଜିକ୍ ଆପଣଙ୍କୁ ବହୁତ ପସନ୍ଦ ଆସିପାରେ।

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ଏକ କଳାକାର କିମ୍ବା ଗୀତକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. “ଷ୍ଟେଶନ୍ ତିଆରି କରନ୍ତୁ”ରେ ଟାପ୍ କରନ୍ତୁ।

”ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ ଏକ ଷ୍ଟେଶନ୍ ତିଆରି କରିବା ପାଇଁ “ଅଧିକ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ “ଷ୍ଟେଶନ୍ ତିଆରି କରନ୍ତୁ”ରେ ଟାପ୍ କରନ୍ତୁ।

ପ୍ରସାରଣ ରେଡିଓ ଷ୍ଟେଶନ୍ ଚଲାନ୍ତୁ

  1. ଆପଣଙ୍କ iPhone ରେ ଥିବା ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଷ୍ଟେସନ ଖୋଜନ୍ତୁ: “ସର୍ଚ୍ଚ୍ କରନ୍ତୁ”ରେ ଟାପ୍ କରନ୍ତୁ, ସର୍ଚ୍ଚ୍ ଫିଲ୍ଡ୍‌ରେ ଷ୍ଟେଶନ୍ ଲେଖନ୍ତୁ, ତା’ପରେ ଷ୍ଟେଶନ୍ ଚଲାଇବା ପାଇଁ ଫଳାଫଳରେ ଟାପ୍ କରନ୍ତୁ।

      ଆପଣ ନାମ, କଲ୍ ଚିହ୍ନ, ଫ୍ରୀକ୍ୱେନ୍ସି ଏବଂ ଉପନାମ ଅନୁଯାୟୀ ଷ୍ଟେଶନ୍ ସର୍ଚ୍ଚ୍ କରିପାରିବେ।

    • ରେଡିଓ ଟାବ୍‌ରେ ଏକ ଷ୍ଟେଶନ୍ ବାଛନ୍ତୁ: ରେଡିଓରେ ଟାପ୍ କରନ୍ତୁ, ଉପରକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ସ୍ଥାନୀୟ ପ୍ରସାରଣକାରୀ” କିମ୍ବା “ଆନ୍ତର୍ଜାତୀୟ ପ୍ରସାରଣକାରୀ” ଶୀର୍ଷକର ତଳେ ଏକ ଷ୍ଟେଶନ୍ ବାଛନ୍ତୁ।

ଧ‍୍ୟାନ ଦିଅନ୍ତୁ: ବ୍ରଡକାଷ୍ଟ୍ ରେଡିଓ ଚଲାଇବା ପାଇଁ ଆପଣଙ୍କୁ Apple Music ସବ୍‌ସ୍କ୍ରିପ୍ସନ୍‌ର ଆବଶ୍ଯକତା ନାହିଁ। ରେଡିଓ ପ୍ରସାରଣ ଏବଂ ସମସ୍ତ ଷ୍ଟେଶନ୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.