ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସାହାଯ୍ଯରେ Apple Watch ବ୍ଯବହାର କରନ୍ତୁ

iPhone ସହିତ Apple Watch ପେୟର୍ କରନ୍ତୁ

ଆପଣଙ୍କ iPhone ରେ, Apple Watch ଆପ୍ ରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Apple Watch ୟୁଜର୍ ଗାଇଡ୍‌ରେ ସେଟ୍ ଅପ୍ କରନ୍ତୁ ଏବଂ iPhone ସହିତ ଆପଣଙ୍କର Apple Watch କୁ ପେୟର୍ କରନ୍ତୁ ଦେଖନ୍ତୁ। (Apple Watch ଅଲଗା ବିକ୍ରି ହେଉଛି।)

Apple Watch ସାହାଯ୍ଯରେ iPhone ଅନ୍‌ଲକ୍ କରନ୍ତୁ

ଆପଣ ଫେସ୍ ମାସ୍କ୍ ଲଗାଇଥିବା ସମୟରେ (watchOS 7.4 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ୍ଯକ) ଯଦି ନିଜର Apple Watch (ସିରୀଜ୍ 3 ଏବଂ ପରବର୍ତ୍ତୀ ଭର୍ଶନ୍) ପିନ୍ଧିଥାନ୍ତି, ତେବେ ଆପଣ ଏହାକୁ ବ୍ଯବହାର କରି ଆପଣଙ୍କର iPhone (Face ID ଥିବା ମଡେଲ୍) ସୁରକ୍ଷିତ ଭାବରେ ଅନ୍‌ଲକ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: iPhone 12 କିମ୍ବା ପରବର୍ତ୍ତୀ ମଡେଲ୍‌ରେ, ଆପଣ ମୁହଁରେ ମାସ୍କ ପିନ୍ଧିଥିବା ସମୟରେ iPhone ଅନ୍‌ଲକ୍ କରିବା ପାଇଁ Apple Watch ବ୍ୟବହାର କରିବା ଆବଶ୍ୟକତା ନାହିଁ। “ଫେସ୍ ମାସ୍କ୍ ପିନ୍ଧିବା ସମୟରେ Face ID ବ୍ୟବହାର କରନ୍ତୁ” ଦେଖନ୍ତୁ।

ଆପଣଙ୍କ iPhone କୁ ଅନ୍‌ଲକ୍ କରିବା ପାଇଁ Apple Watch କୁ ଅନୁମତି ଦେବା ପାଇଁ ନିମ୍ନଲିଖିତ କାର୍ଯ୍ଯ କରନ୍ତୁ:

  1. ସେଟିଂସ୍ > Face ID ଏବଂ ପାସ୍‌କୋଡ୍‌କୁ ଯାଆନ୍ତୁ।

  2. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ Apple Watch ଚାଲୁ କରନ୍ତୁ (ନିମ୍ନରେ Apple Watch ସାହାଯ୍ଯରେ ଅନ୍‌ଲକ୍ କରନ୍ତୁ)।

    ଯଦି ଆପଣଙ୍କ ପାଖରେ ଗୋଟିଏରୁ ଅଧିକ ଘଣ୍ଟା ଅଛି, ପ୍ରତ୍ଯେକ ପାଇଁ ସେଟିଂ ଚାଲୁ କରନ୍ତୁ।

ଆପଣ Apple Watch ଏବଂ ଫେସ୍ ମାସ୍କ୍ ଲଗାଇଥିବା ସମୟରେ iPhone କୁ ଅନ୍‌ଲକ୍ କରିବାକୁ, iPhone ଉପରକୁ ଉଠାନ୍ତୁ କିମ୍ବା ଏହାକୁ ସକ୍ରିୟ କରିବା ପାଇଁ ଏହାର ସ୍କ୍ରୀନ୍ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ iPhone ଉପରେ ନଜର ପକାନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ iPhone ଅନ୍‌ଲକ୍ କରିବାକୁ, ଆପଣଙ୍କ Apple Watch ରେ ଏକ ପାସ୍‌କୋଡ୍ ରହିବା ଉଚିତ, ଏହା ଅନ୍‌ଲକ୍ ଅବସ୍ଥାରେ ଆପଣଙ୍କ ହାତରେ ରହିବା ସହିତ ଆପଣଙ୍କ iPhone ପାଖରେ ରହିବା ଉଚିତ।

Apple Fitness+ ସାହାଯ୍ଯରେ ଓ୍ବର୍କ୍‌ଆଉଟ୍ କରନ୍ତୁ

Apple Watch ସହିତ ବ୍ୟବହୃତ ହେଉଥିବା Apple Fitness+ ହେଉଛି ଏକ ସବ୍‌ସ୍କ୍ରିପ୍ସନ୍ ସେବା ଯାହା ସାହାଯ‍୍ୟରେ ଆପଣ ବିଶେଷଜ୍ଞ ପ୍ରଶିକ୍ଷକଙ୍କ ନେତୃତ୍ୱରେ କରାଯାଉଥିବା ୱର୍କ୍‌ଆଉଟ୍‌ର ଏକ ଲିଷ୍ଟରୁ ବାଛିପାରିବେ। ଆପଣ ନିଜ iPhone ରେ ଏକ ୱର୍କ୍‌ଆଉଟ୍ ଅନୁସରଣ କରୁଥିବା ସମୟରେ, ଇନ୍-ସେଶନ୍ ମେଟ୍ରିକ୍ସ୍ ଯେପରିକି ହୃତ୍‌ସ୍ପନ୍ଦନ ହାର ଏବଂ ବ‍୍ୟୟ କରିଥିବା କ୍ଯାଲୋରି (ଯାହା ଆପଣଙ୍କ ୱାଚ୍ ଦ୍ବାରା କ୍ଯାପ୍‌ଚର୍ ହୋଇଥାଏ) ଆପଣଙ୍କ ସ୍କ୍ରୀନ୍‌ରେ ଦେଖାଯିବ। (watchOS 7.2 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ୍ଯକ; Apple Fitness+ ଉପଲବ୍ଧତା ଦେଶ କିମ୍ବା ଅଞ୍ଚଳ ଅନୁସାରେ ଭିନ୍ନ ହୋଇଥାଏ।)

Apple Fitness+ ୟୁଜର୍ ଗାଇଡ୍‌ରେ ଗୋଟିଏ ନଜରରେ Apple Fitness+ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ପାଖରେ Apple Watch ନଥିଲେ ମଧ‍୍ୟ, iPhone ରେ ଫିଟ୍‌ନେସ୍ ସାହାଯ‍୍ୟରେ ଆପଣ ନିଜର ଆକ୍ଟିଭ୍ କ୍ଯାଲୋରି ଏବଂ ଷ୍ଟେପ୍ ଦେଖିପାରିବେ, ଏକ ମୂଭ୍ ଗୋଲ୍ ସେଟ୍ କରିପାରିବେ, ଆପଣଙ୍କ ଅଗ୍ରଗତି ଟ୍ରାକ୍ କରିପାରିବେ ଏବଂ ସମୟ ସହିତ ଆପଣଙ୍କ ମୂଭ୍‌ମେଣ୍ଟ୍ ଟ୍ରେଣ୍ଡ୍ ଦେଖିପାରିବେ। ଆପଣଙ୍କ ଦୈନନ୍ଦିନ କାର୍ଯ୍ଯକଳାପ ଟ୍ରାକ୍ କରନ୍ତୁ ଏବଂ ଫିଟ୍‌ନେସ୍‌ରେ ଆପଣଙ୍କ ମୂଭ୍ ଗୋଲ୍ ପରିବର୍ତ୍ତନ କରନ୍ତୁଦେଖନ୍ତୁ।

Apple Watch ରୁ ସ୍ୱାସ୍ଥ୍ଯ ଏବଂ ଫିଟ୍‌ନେସ୍ ଡେଟା ସଂଗ୍ରହ କରନ୍ତୁ

Apple Watch ଆପଣଙ୍କ ସ୍ୱାସ୍ଥ୍ଯ ଏବଂ ଫିଟ୍‌ନେସ୍ ସମ୍ବନ୍ଧୀୟ ଡେଟା iPhone କୁ ପଠାଇବ, ଯାହା ଆପଣ ସ୍ୱାସ୍ଥ୍ଯ ଆପ୍‌ରେଦେଖିପାରିବେ। Apple Watch ଆପଣଙ୍କର iPhone କୁ ଉଚ୍ଚ ହୃତ୍‌ସ୍ପନ୍ଦନ ହାର, ନିମ୍ନ ହୃତ୍‌ସ୍ପନ୍ଦନ ହାର, ଉଚ୍ଚ ପାରିପାର୍ଶ୍ବିକ ଶବ୍ଦ ଇତ୍ଯାଦି ବିଷୟରେ ମଧ୍ଯ ନୋଟିଫିକେଶନ୍ ପଠାଇପାରିବ।

Apple Watch ୟୁଜର୍ ଗାଇଡ୍‌ରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ଟ୍ରାକ୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.