ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ର ମ୍ଯାପ୍ ଆପ୍‌ରେ ଆପଣଙ୍କ ଆଗମନର ଆନୁମାନିକ ସମୟ ଶେୟର୍ କରନ୍ତୁ

ଆପଣ କେତେବେଳେ ପହଞ୍ଚିବାର ସମ୍ଭାବନା ଅଛି ତାହା ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଜଣାଇବା ପାଇଁ ଡ୍ରାଇଭିଂ, ସାଇକେଲ୍ ଚଲାଇବା ଏବଂ ଚାଲିବା ଦିଗନିର୍ଦ୍ଦେଶ ଅନୁସରଣ କରିବା ସମୟରେ ଆପଣ ନିଜ ଆନୁମାନିକ ଆଗମନ ସମୟ (ETA) ଶେୟର୍ କରିପାରିବେ। ଆଧିକ ବିଳମ୍ବ ହେଲେ, ଆପଣଙ୍କ ETA ସ୍ୱୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଥାଏ, ତେଣୁ ଆପଣଙ୍କୁ ରାସ୍ତାରେ ଫଲୋ-ଅପ୍ ମେସେଜ୍ ପଠାଇବାକୁ ପଡିବ ନାହିଁ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଫୀଚର୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। iOS ଓ iPadOS ଫୀଚର୍ ଉପଲବ୍ଧତା ଓ୍ବେବ୍‌ସାଇଟ୍ ଦେଖନ୍ତୁ।

ଆପଣଙ୍କ ଆନୁମାନିକ ଆଗମନ ସମୟ (ETA) ଶେୟର୍ କରନ୍ତୁ

Siri: Siri କୁ ପଚାରନ୍ତୁ କିଛି ଏହିପରି, ”Share my ETA.” Siri କିପରି ବ୍ୟବହାର କରିବେ ତାହା ଜାଣନ୍ତୁ

କିମ୍ବା Siri ବ୍ୟବହାର ନ କରି:

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ଆପଣ ଯେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ସେହି ସ୍ଥାନ ପାଇଁ ସର୍ଚ୍ଚ୍ କରନ୍ତୁ, ତା’ପରେ “ଯାଆନ୍ତୁ”ରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ର ନିମ୍ନରେ ଥିବା ରୁଟ୍ କାର୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ETA ଉପରେ ଟାପ୍ କରନ୍ତୁ।

    ଯଦି ଆପଣ ETA ଶେୟର୍ କରିବା ଦେଖୁନାହାନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣ ଏହାକୁ ସେଟିଂସ୍  > ଆପ୍ > ମ୍ଯାପ୍‌ରେ ଚାଲୁ କରିଛନ୍ତି।

  4. ଏକ କିମ୍ବା ଅଧିକ ପରାମର୍ଶିତ କଣ୍ଟାକ୍ଟ୍ ଚୟନ କରନ୍ତୁ କିମ୍ବା କଣ୍ଟାକ୍ଟ୍ ଖୋଜିବା ପାଇଁ “କଣ୍ଟାକ୍ଟ୍ ଖୋଲନ୍ତୁ”ରେ ଟାପ୍ କରନ୍ତୁ।

  5. ଅଧିକ କଣ୍ଟାକ୍ଟ୍ ସହ ଆପଣଙ୍କ ETA ଶେୟର୍ କରିବା ପାଇଁ, ସ୍କ୍ରୀନ୍‌ର ନିମ୍ନରେ “ଏହି ବ୍ଯକ୍ତିଙ୍କୁ ଶେୟର୍ କରାଯାଉଛି”ରେ ଟାପ୍ କରନ୍ତୁ, ତା’ ପରେ “କଣ୍ଟାକ୍ଟ୍ ଖୋଲନ୍ତୁ”ରେ ଟାପ୍ କରନ୍ତୁ।

ଅନ୍ଯମାନଙ୍କ ସହିତ ଆପଣଙ୍କର ETA ଶେୟର୍ କରିବା ପାଇଁ ଆପଣ ମେସେଜ୍, ଖୋଜାଖୋଜି ଏବଂ କଣ୍ଟାକ୍ଟ୍ ଆପ୍ ମଧ୍ଯ ବ୍ଯବହାର କରିପାରିବେ। ମେସେଜ୍‌ରେ ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ, ଖୋଜାଖୋଜିରେ ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ କିମ୍ବା କଣ୍ଟାକ୍ଟ୍ ଏଡିଟ୍ କରନ୍ତୁଦେଖନ୍ତୁ।

ଆପଣଙ୍କ ETA ଶେୟର୍ କରିବା ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. ଚାଲୁଥିବା ଏକ ଯାତ୍ରା ପାଇଁ ରୂଟ୍ କାର୍ଡ୍ ଖୋଲନ୍ତୁ।

  3. ସ୍କ୍ରୀନ୍‌ର ନିମ୍ନରେ “ଏହି ବ୍ଯକ୍ତିଙ୍କୁ ଶେୟର୍ କରାଯାଉଛି”ରେ ଟାପ୍ କରନ୍ତୁ, ତା’ପରେ ପ୍ରତ୍ଯେକ କଣ୍ଟାକ୍ଟ୍ ନାମ ତଳେ “ETA ଶେୟର୍ କରିବା ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

ଏକ ପିନ୍ ସହିତ ଆପଣଙ୍କ ETA କୁ ସ୍ବୟଂଚାଳିତ ଭାବରେ ଶେୟର୍ କରନ୍ତୁ

ଆପଣ ନିଜ ସ୍ଥାନରେ ଏକ ପିନ୍ ହୋଇଥିବା ସ୍ଥାନ ସହ ଏକ କଣ୍ଟାକ୍ଟ୍ ଯୋଡ଼ିଲେ, ଆପଣ ସେହି ଲୋକେଶନ୍‌କୁ ଟର୍ନ୍-ବାଇ-ଟର୍ନ୍ ନାଭିଗେଶନ୍ ଆରମ୍ଭ କଲେ ସେହି କଣ୍ଟାକ୍ଟ୍ ଜଣକ ସ୍ୱୟଂଚାଳିତ ଭାବରେ ଆପଣଙ୍କ ETA ପ୍ରାପ୍ତ କରିବେ।

  1. ଆପଣଙ୍କ iPhone ରେ ମ‍୍ୟାପ୍ ଆପ୍ କୁ ଯାଆନ୍ତୁ।

  2. “ସ୍ଥାନ”ରେ ଟାପ୍ କରନ୍ତୁ, ତା’ପରେ “ପିନ୍ ହୋଇଛି”ରେ ଟାପ୍ କରନ୍ତୁ। “ଆପଣଙ୍କ ସ୍ଥାନରେ ଏକ ପିନ୍ ଯୋଡ଼ନ୍ତୁ” ଦେଖନ୍ତୁ।

  3. “ସୂଚନା” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ବ୍ଯକ୍ତି ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. ଏକ କଣ୍ଟାକ୍ଟ୍ ସର୍ଚ୍ଚ୍ କରନ୍ତୁ, ତାଙ୍କୁ ଯୋଡ଼ିବାକୁ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

  5. ପିନ୍ ହୋଇଥିବା ଲୋକେଶନ୍‌ରେ ଆରମ୍ଭ କରିବା ପାଇଁ “ଯାଆନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ପହଞ୍ଚିବା ପର୍ଯ୍ଯନ୍ତ ଆପଣଙ୍କ ଲୋକେଶନ୍, ମାର୍ଗ ଏବଂ ETA ଦେଖିବାକୁ ମିଳିବ।

ETA ଶେୟର୍ କରିବା ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ମ‍୍ୟାପ୍‌ରେ ଟାପ୍ କରନ୍ତୁ।

  3. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ETA ଶେୟର୍ କରନ୍ତୁ” ବନ୍ଦ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଷ୍ଟାଣ୍ଡାର୍ଡ୍ ନେଟ୍‌ୱର୍କ୍ ପ୍ରଦାନକାରୀ ଡେଟା ଏବଂ ଟେକ୍ସ୍‌ଟ୍ ରେଟ୍ ଲାଗୁ ହୋଇପାରେ।

iOS 13.1, iPadOS 13.1 କିମ୍ବା ପରବର୍ତ୍ତୀ ଭର୍ଶନ୍ ବ୍ଯବହାର କରୁଥିବା ଲୋକମାନେ ଆପଣଙ୍କ ETA ସହିତ ଏକ ମ୍ଯାପ୍‌ର ସୂଚନା ପ୍ରାପ୍ତ କରନ୍ତି ଏବଂ ସେମାନେ ମ୍ଯାପ୍‌ରେ ଆପଣଙ୍କ ପ୍ରଗତିକୁ ଟ୍ରାକ୍ କରିପାରିବେ। ପୂର୍ବ ଭର୍ଶନ୍ ବ୍ଯବହାର କରୁଥିବା ଲୋକମାନେ iMessage ମାଧ୍ଯମରେ ନୋଟିଫିକେଶନ୍ ପ୍ରାପ୍ତ କରନ୍ତି। ଅନ୍ୟ ମୋବାଇଲ୍ ଡିଭାଇସ୍ ବ୍ୟବହାର କରୁଥିବା ଲୋକମାନେ ଏକ SMS ମେସେଜ୍ ପ୍ରାପ୍ତ କରନ୍ତି।

ଆପଣ ଖୋଜୁଥିବା ବ୍ୟକ୍ତିଙ୍କ ଆଖପାଖରେ ଥିଲେ ଏବଂ ଆପଣ ଦୁଇଜଣଙ୍କ ପାଖରେ ଏକ ସମର୍ଥିତ ମଡେଲ୍ ଥିଲେ, ଆପଣ ତାଙ୍କ ଲୋକେଶନ୍‌ର ସଠିକ୍ ଦିଗ ନିର୍ଦ୍ଦେଶ ପ୍ରାପ୍ତ କରିବା ପାଇଁ ଖୋଜାଖୋଜି ଆପ୍ ବ୍ୟବହାର କରିପାରିବେ। ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ “ପ୍ରିସିସନ୍ ଫାଇଣ୍ଡିଂ” ବ୍ଯବହାର କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.