ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରୁ Apple TV 4K କିମ୍ବା ସ୍ମାର୍ଟ୍ TV ରେ ୱାୟର୍‌ଲେସ୍ ଭାବରେ ଭିଡିଓ ଏବଂ ଫଟୋ ଷ୍ଟ୍ରୀମ୍ କରନ୍ତୁ

ଆପଣଙ୍କ iPhone ରୁ ଭିଡିଓ ଏବଂ ଫଟୋ ଦେଖିବା ପାଇଁ ଆପଣ ନିଜର Apple TV 4K କିମ୍ବା AirPlay 2-ସକ୍ଷମ ଥିବା ସ୍ମାର୍ଟ୍ TV ଉପଯୋଗ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ iPhone ରୁ Apple TV 4K କିମ୍ବା ଏକ ସ୍ମାର୍ଟ TV ରେ ଭିଡିଓ କିମ୍ବା ଫଟୋ ଷ୍ଟ୍ରୀମ୍ କରିବା ପାଇଁ, ଉଭୟ ଡିଭାଇସ୍ ସମାନ Wi-Fi ନେଟ୍‌ୱର୍କ୍ ରେ ରହିବା ଆବଶ୍ଯକ।

Apple TV 4K କିମ୍ବା AirPlay 2-ସକ୍ଷମ ଥିବା ସ୍ମାର୍ଟ୍ TV ରେ ଭିଡିଓ ଚଲାନ୍ତୁ

  1. Apple TV ଆପ୍ କିମ୍ବା ଆପଣଙ୍କ iPhone ରେ ଥିବା ଅନ୍ଯ ସମର୍ଥିତ ଭିଡିଓ ଆପ୍‌ରେ ଭିଡିଓ ଚଲାଇବା ସମୟରେ କଣ୍ଟ୍ରୋଲ୍ ଦେଖାଇବା ପାଇଁ ସ୍କ୍ରୀନ୍ ଟାପ୍ କରନ୍ତୁ।

  2. “AirPlay” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ Apple TV 4K କିମ୍ବା AirPlay 2 ସକ୍ଷମ ଥିବା ସ୍ମାର୍ଟ୍ TV କୁ ପ୍ଲେବ୍ଯାକ୍ ଗନ୍ତବ୍ଯ ଭାବରେ ବାଛନ୍ତୁ।

    ଯଦି TV ସ୍କ୍ରୀନ୍‌ରେ ଏକ AirPlay ପାସ୍‌କୋଡ୍ ଦେଖାଯାଏ, ତେବେ ଆପଣଙ୍କ iPhone ରେ ପାସ୍‌କୋଡ୍ ଲେଖନ୍ତୁ।

    iPhone ସ୍କ୍ରୀନ୍‌ରେ ଏକ ମୂଭି ଚାଲୁଅଛି। ସ୍କ୍ରୀନ୍ ମଝିରେ ପ୍ଲେବ୍ଯାକ୍ କଣ୍ଟ୍ରୋଲ୍ ଅଛି। ଉପର ବାମ ପାର୍ଶ୍ବ ନିକଟରେ AirPlay ବଟନ୍ ଅଛି।

ପ୍ଲେବ୍ଯାକ୍ ଗନ୍ତବ୍ଯ ପରିବର୍ତ୍ତନ କରିବା ପାଇଁ ଆପଣଙ୍କ iPhone ସ୍କ୍ରୀନ୍‌ରେ ଏକ ଭିନ୍ନ AirPlay ବିକଳ୍ପ ବାଛନ୍ତୁ।

Apple TV 4K କିମ୍ବା AirPlay 2-ସକ୍ଷମ ଥିବା ସ୍ମାର୍ଟ୍ TV ରେ ଫଟୋ ଦେଖାନ୍ତୁ

  1. ଆପଣଙ୍କ iPhone ରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଗୋଟିଏ ଫଟୋ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍ଟାପ୍ କରନ୍ତୁ।

  3. ଉପରକୁ ସ୍ୱାଇପ୍ କରନ୍ତୁ, “AirPlay” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ Apple TV 4K କିମ୍ବା AirPlay 2-ସକ୍ଷମ ସ୍ମାର୍ଟ TV କୁ ପ୍ଲେବ୍ଯାକ୍ ଗନ୍ତବ୍ଯ ଭାବରେ ବାଛନ୍ତୁ।

    ଯଦି TV ସ୍କ୍ରୀନ୍‌ରେ ଏକ AirPlay ପାସ୍‌କୋଡ୍ ଦେଖାଯାଏ, ତେବେ ଆପଣଙ୍କ iPhone ରେ ପାସ୍‌କୋଡ୍ ଲେଖନ୍ତୁ।

ଫଟୋ ଷ୍ଟ୍ରୀମିଂ ବନ୍ଦ କରିବାକୁ, iPhone ସ୍କ୍ରୀନ୍‌ର ଉପର ପାର୍ଶ୍ବରେ“AirPlay” ବଟନ୍ରେ ଟାପ୍ କରନ୍ତୁ, ତା’ପରେ “AirPlay ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

“ସ୍ୱୟଂଚାଳିତ AirPlay ଷ୍ଟ୍ରିମିଂ” ଚାଲୁ କିମ୍ବା ବନ୍ଦ କରନ୍ତୁ

ଆପଣ AirPlay ସହିତ ନିୟମିତ ଭାବରେ ଉପଯୋଗ କରୁଥିବା ଆପ୍‌ରୁ ବିଷୟବସ୍ତୁ ଚଲାଇବା ସମୟରେ ଆପଣ ନିଜ iPhone କୁ ବାରମ୍ବାର ବ‍୍ୟବହୃତ ହେଉଥିବା Apple TV 4K କିମ୍ବା ସ୍ମାର୍ଟ୍ TV କୁ ଡିସ୍କଭର୍ ଏବଂ ସ୍ବୟଂଚାଳିତ ଭାବରେ ସଂଯୋଗ କରିବାକୁ ଅନୁମତି ଦେଇପାରିବେ।

ସେଟିଂସ୍> ସାଧାରଣ > AirPlay & କଣ୍ଟିନ୍ଯୁଇଟିକୁ ଯାଆନ୍ତୁ, ତା’ପରେ “ଅଟୋମେଟିକ୍”, “କଦାପି ନୁହେଁ”, କିମ୍ବା “ପଚାରନ୍ତୁ”କୁ ବାଛନ୍ତୁ।

Apple TV 4K କିମ୍ବା ଏକ ସ୍ମାର୍ଟ୍ TV ରେ ଆପଣଙ୍କ iPhone କୁ ମିରର୍ କରନ୍ତୁ

ଆପଣଙ୍କ iPhone ରେ ଯାହା ଦେଖାଯାଏ ତାହା ଆପଣ Apple TV 4K କିମ୍ବା ଏକ ସ୍ମାର୍ଟ୍ TV ରେ ଦେଖାଇପାରିବେ।

  1. ଆପଣଙ୍କ iPhone ରେ କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. ସ୍କ୍ରୀନ୍ ମିରର୍ କରିବା ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ Apple TV 4K କିମ୍ବା AirPlay 2-ସକ୍ଷମ ଥିବା ସ୍ମାର୍ଟ୍ TV କୁ ପ୍ଲେବ୍ଯାକ୍ ଗନ୍ତବ୍ଯ ଭାବରେ ବାଛନ୍ତୁ।

    ଯଦି TV ସ୍କ୍ରୀନ୍‌ରେ ଏକ AirPlay ପାସ୍‌କୋଡ୍ ଦେଖାଯାଏ, ତେବେ ଆପଣଙ୍କ iPhone ରେ ପାସ୍‌କୋଡ୍ ଲେଖନ୍ତୁ।

iPhone କୁ ଫେରିବାକୁ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ସ୍କ୍ରୀନ୍ ମିରର୍ କରିବା ବଟନ୍ରେ ଟାପ୍ କରନ୍ତୁ, ତା’ପରେ”ମିରର୍ କରିବା ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: AirPlay 2-ସକ୍ଷମ ସ୍ମାର୍ଟ୍ TV ର ଏକ ଲିଷ୍ଟ୍ ପାଇଁ ହୋମ୍ ଆକ୍ସେସରି ୱେବ୍‌ସାଇଟ୍ଦେଖନ୍ତୁ।

Apple TV 4K ର ବ‍୍ୟବହାର ବିଷୟରେ ଅଧିକ ଜାଣିବା ପାଇଁ Apple TV 4K ୟୁଜର୍ ଗାଇଡ୍ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.