ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ Mail ରେ ଇନ୍‌କମିଂ ଇମେଲ୍‌କୁ ସ୍ୱୟଂଚାଳିତ ଭାବରେ ବର୍ଗୀକୃତ କରନ୍ତୁ

Mail ଆପ୍ ସ୍ୱୟଂଚାଳିତ ଭାବରେ ଆପଣଙ୍କ ଇମେଲ୍ ମେସେଜ୍‌କୁ ବର୍ଗରେ କ୍ରମବଦ୍ଧ କରିଥାଏ, ଯାହା ଆପଣଙ୍କୁ ଶୀଘ୍ର ମେସେଜ୍ ଖୋଜିବାରେ ଏବଂ ପରିଚାଳନା କରିବାରେ ସହାୟତା କରିଥାଏ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ)।

  •  ପ୍ରାଥମିକ: ପର୍ସନଲ୍ ମେସେଜ୍ ଏବଂ ସମୟ-ସମ୍ବେଦନଶୀଳ ସୂଚନା ଖୋଜନ୍ତୁ।

  •  ନେଣଦେଣ: ଆପଣଙ୍କ ନିଶ୍ଚିତୀକରଣ, ରସିଦ ଏବଂ ଶିପିଂ ନୋଟିସ୍‌ଗୁଡ଼ିକର ଟ୍ରାକ୍ ରଖନ୍ତୁ।

  •  ଅପ୍‌ଡେଟ୍: ଖବର, ନ୍ୟୁଜ୍‌ଲେଟର୍ ଏବଂ ସାମାଜିକ ଅପ୍‌ଡେଟ୍‌ଗୁଡ଼ିକ ଦେଖନ୍ତୁ।

  •  ପ୍ରମୋଶନ୍: ଆପଣଙ୍କ କୁପନ୍ ଏବଂ ସେଲ୍ସ୍ ଇମେଲ୍ ବ୍ରାଉଜ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଏକ ନେଣଦେଣ, ଅପ୍‌ଡେଟ୍ କିମ୍ବା ପ୍ରମୋଶନ୍ ମେସେଜ୍‌ରେ ସମୟ-ସମ୍ବେଦନଶୀଳ ସୂଚନା ଥିଲେ, ଏହା “ପ୍ରାଥମିକ ମେସେଜ୍ ଲିଷ୍ଟ୍”ରେ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ନେଣଦେଣ, ଅପ୍‌ଡେଟ୍ କିମ୍ବା ପ୍ରମୋଶନ୍ ପଠାଉଥିବା ପ୍ରେରକଙ୍କ ଠାରୁ ସମସ୍ତ ମେସେଜ୍ ଦେଖନ୍ତୁ

ଆପଣ ଏକ ନେଣଦେଣ, ଅପ୍‌ଡେଟ୍ କିମ୍ବା ପ୍ରମୋଶନ୍ ମେସେଜ୍‌ରେ ଟାପ୍ କଲେ, ସେହି ପ୍ରେରକଙ୍କ ମେସେଜ୍‌ର ଏକ ଡାଇଜେଷ୍ଟ୍ ଭ୍ଯୂ ଖୋଲିଥାଏ। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ନେଣଦେଣ ମେସେଜ୍ ଖୋଲନ୍ତି, ତେବ ଆପଣ ଉପରକୁ କିମ୍ବା ତଳକୁ ସ୍କ୍ରୋଲ୍ କଲେ ସେହି ପ୍ରେରକଙ୍କ ଅନ୍ୟ ସମସ୍ତ ନେଣଦେଣ ମେସେଜ୍ ଦେଖାଯିବ।

ଧ‍୍ୟାନ ଦିଅନ୍ତୁ: ଆପଣ ଡାଇଜେଷ୍ଟ୍ ଭ୍ଯୂ ଖୋଲିବା ସମୟରେ ଜଣେ ପ୍ରେରକଙ୍କ ସମସ୍ତ ମେସେଜ୍ ଉପରେ କାର୍ଯ୍ଯାନୁଷ୍ଠାନ କରିପାରିବେ।

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ଏକ ନେଣଦେଣ , ଅପ୍‌ଡେଟ୍ କିମ୍ବା ପ୍ରୋମୋଶନ୍ ମେସେଜ୍ ଉପରେ ଟାପ୍ କରନ୍ତୁ।

    ଗୋଟଏ ବର୍ଗରେ ସମାନ ପ୍ରେରକଙ୍କ ଠାରୁ ଆସିଥିବା ସମସ୍ତ ମେସେଜ୍ ଏକ ଲିଷ୍ଟ୍‌ରେ ଦେଖାଯିବ।

  3. ଜଣେ ପ୍ରେରକଙ୍କ ଠାରୁ ଆପଣଙ୍କ ସମସ୍ତ ମେସେଜ୍ ଦେଖିବା ପାଇଁ, ପ୍ରେରକଙ୍କ ମେସେଜ୍ ଲିଷ୍ଟ୍‌ର ଶୀର୍ଷରେ ଥିବା “ଆକ୍ସନ୍ ମେନ୍ଯୂ” ବଟନ୍ ଉପରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ମେସେଜ୍ ଦେଖାନ୍ତୁ” ବାଛନ୍ତୁ।

ଧ‍୍ୟାନ ଦିଅନ୍ତୁ: ପ୍ରାଥମିକ ମେସେଜ୍‌ଗୁଡ଼ିକୁ ପ୍ରେରକଙ୍କ ଦ୍ବାରା ଗ୍ରୂପ୍ କରାଯାଇନାହିଁ।

ସ୍କ୍ରୋଲ୍ କରିବା ସମୟରେ କେବଳ ଗୋଟିଏ ନେଣଦେଣ, ଅପ୍‌ଡେଟ୍ କିମ୍ବା ପ୍ରମୋଶନ୍ ମେସେଜ୍ ଦେଖିବା ପାଇଁ ଆପଣଙ୍କ ଇନ୍‌ବକ୍ସ୍‌କୁ ଫେରନ୍ତୁ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ପ୍ରେରକଙ୍କ ଅନୁଯାୟୀ ଗ୍ରୂପ୍ କରନ୍ତୁ"କୁ ଅଚୟନ କରନ୍ତୁ।

ଜଣେ ପ୍ରେରକଙ୍କ ବର୍ଗ ବଦଳାନ୍ତୁ

ଆପଣ ଜଣେ ପ୍ରେରକଙ୍କ ମେସେଜ୍‌ଗୁଡ଼ିକୁ ମାନୁଅଲ୍ ଭବରେ ନିଜ ପସନ୍ଦର ବର୍ଗରେ ଶ୍ରେଣୀଭୁକ୍ତ କରିପାରିବେ।

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ପ୍ରେରକଙ୍କଠାରୁ ପ୍ରାଥମିକ ମେସେଜ୍‌କୁ ପୁଣି ବର୍ଗୀକୃତ କରନ୍ତୁ: ଏକ ମୂଳ ମେସେଜ୍‌ରେ ଟାପ୍ କରନ୍ତୁ, “ଅଧିକ ଆକ୍ସନ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ "ପ୍ରେରକଙ୍କ ବର୍ଗ ବାଛନ୍ତୁ" ଚୟନ କରନ୍ତୁ।

    • ପ୍ରେରକଙ୍କ ଠାରୁ ଆସୁଥିବା ନେଣଦେଣ, ଅପ୍‌ଡେଟ୍ କିମ୍ବା ପ୍ରମୋଶନ୍ ମେସେଜ୍‌ଗୁଡ଼ିକୁ ପୁଣି ଶ୍ରେଣୀଭୁକ୍ତ କରନ୍ତୁ: ଏକ ନେଣଦେଣ , ଅପ୍‌ଡେଟ୍ କିମ୍ବା ପ୍ରମୋଶନ୍ ମେସେଜ୍‌ରେ ଟାପ୍ କରନ୍ତୁ। ମେସେଜ୍ ଲିଷ୍ଟ୍‌ର ଶୀର୍ଷରେ ଥିବା “ଅଧିକ” ବଟନ୍ ଉପରେ ଟାପ୍ କରନ୍ତୁ, ତା’ପରେ "ପ୍ରେରକଙ୍କୁ ଶ୍ରେଣୀଭୁକ୍ତ କରନ୍ତୁ" ଚୟନ କରନ୍ତୁ।

  3. ଏକ ବର୍ଗ ବାଛନ୍ତୁ, ତା’ପରେ “ଜାରି ରଖନ୍ତୁ”ରେ ଟାପ୍ କରନ୍ତୁ।

    ପ୍ରେରକଙ୍କ ଠାରୁ ସମସ୍ତ ସାମ୍ପ୍ରତିକ ଏବଂ ଭବିଷ୍ୟତର ମେସେଜ୍‌ଗୁଡ଼ିକ ଆପଣ ବାଛିଥିବା ବର୍ଗରେ ଦେଖାଯିବ।

ବର୍ଗ ବନ୍ଦ କରନ୍ତୁ

ଟିପ୍‌: ଆପଣ ଏକ ଇନ୍‌ବକ୍ସ୍‌ରେ ଥିବା ସମସ୍ତ ଇମେଲ୍‌କୁ ଦେଖିପାରିବେ। ସମସ୍ତ Mail ଖୋଲିବାକୁ ଇନ୍‌ବକ୍ସ୍‌ର ଶୀର୍ଷରେ ଥିବା ବର୍ଗଗୁଡ଼ିକ ଉପରେ ବାମକୁ ସ୍ୱାଇପ୍ କରନ୍ତୁ।

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ଏକ ଇନ୍‌ବକ୍ସ୍‌ରେ, ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଲିଷ୍ଟ୍ ଭ୍ୟୂ” ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.