iPhone ରେ ଅନ୍ୟ ମ୍ୟୂଜିକ୍ ସେବାଗୁଡ଼ିକରୁ Apple Music କୁ ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ କରନ୍ତୁ

ଯଦି ଆପଣ Apple Music କୁ ସବ୍‌ସ୍କ୍ରାଇବ୍ କରନ୍ତି, ତେବେ ଆପଣ ସେଭ୍ କରିଥିବା ମ୍ୟୂଜିକ୍ ଏବଂ ଆପଣ ତୃତୀୟ-ପକ୍ଷ ମ୍ୟୂଜିକ୍ ସେବାରେ ତିଆରି କରିଥିବା ପ୍ଲେଲିଷ୍ଟ୍‌କୁ ଆପଣଙ୍କ Apple Music ଲାଇବ୍ରେରିରେ ଯୋଡ଼ିପାରିବେ।

ଧ‍୍ୟାନ ଦିଅନ୍ତୁ: “Apple Music କୁ ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ କରିବା” ତୃତୀୟ ପକ୍ଷ ଦ୍ୱାରା ପ୍ରଦାନ କରାଯାଏ। Apple Music ଏବଂ ତୃତୀୟ-ପକ୍ଷ ମ୍ୟୂଜିକ୍ ସେବାରୁ ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ କରିବା ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ। Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା ଦେଖନ୍ତୁ।

ଆପଣ ଆରମ୍ଭ କରିବା ପୂର୍ବରୁ

ନିମ୍ନଲିଖିତ କାର୍ଯ୍ଯ କରିବା ନିଶ୍ଚିତ କରନ୍ତୁ:

  • ଆପଣ iOS 18.4 କିମ୍ବା ପରବର୍ତ୍ତୀ ଭର୍ଶନ୍ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ Apple ଆକାଉଣ୍ଟ୍ ରେ ସାଇନ୍ ଇନ୍ କରିଛନ୍ତି।

  • ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ କରିବା ପାଇଁ ସେଟିଂସ୍‌ରେ ସିଙ୍କ୍ ଲାଇବ୍ରେରି ଚାଲୁ କରାଯାଇଛି। ସେଟିଂସ୍  > ଆପ୍ > ମ୍ୟୂଜିକ୍‌କୁ ଯାଆନ୍ତୁ, ତା’ପରେ “ଲାଇବ୍ରେରି ସିଙ୍କ୍ କରନ୍ତୁ” ଚାଲୁ କରନ୍ତୁ ଯଦି ଏହା ପୂର୍ବରୁ ଅନ୍ ହୋଇନଥାଏ।

ତୃତୀୟ-ପକ୍ଷ ମ୍ୟୂଜିକ୍ ସେବାରୁ ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ କରନ୍ତୁ

  1. ଆପଣଙ୍କ iPhone ରେ ମ୍ୟୂଜିକ୍ ଆପ୍  କୁ ଯାଆନ୍ତୁ।

  2. ଶୀର୍ଷ-ଡାହାଣ କୋଣରେ ଥିବା ଆପଣଙ୍କ ପ୍ରୋଫାଇଲ୍‌ରେ ଟାପ୍ କରନ୍ତୁ।

  3. “ଅନ୍ୟ ସେବାରୁ ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣ ଏହି ବିକଳ୍ପ ଦେଖୁନାହାନ୍ତି, ତେବେ ଆପଣଙ୍କୁ ନିଜ Apple ଆକାଉଣ୍ଟ୍ ରେ ସାଇନ୍ ଇନ୍ କରିବା ଆବଶ‍୍ୟକ।

  4. ଏକ ମ୍ୟୂଜିକ୍ ସେବା ଚୟନ କରନ୍ତୁ, ତା’ପରେ ସେବାକୁ ସାଇନ୍ ଇନ୍ କରନ୍ତୁ।

  5. ଆପଣ ଯାହା ଟ୍ରାନ୍ସ୍‌ଫର୍ କରିବାକୁ ଚାହୁଁଛନ୍ତି (ସମସ୍ତ କିମ୍ବା ଚୟନିତ ଆଇଟମ୍) ତାହା ଚୟନ କରନ୍ତୁ, ତା’ପରେ “ଲାଇବ୍ରେରିରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ତୃତୀୟ-ପକ୍ଷ ମ୍ୟୂଜିକ୍ ସେବା ଉପରେ ନିର୍ଭର କରି, ଆପଣ ସମସ୍ତ ମ୍ୟୂଜିକ୍ କିମ୍ବା କେବଳ ନିର୍ଦ୍ଦିଷ୍ଟ ଆଇଟମ୍ (ଉଦାହରଣ ସ୍ୱରୂପ, କେବଳ ଆପଣ ତିଆରି କରିଥିବା ପ୍ଲେଲିଷ୍ଟ୍) ଟ୍ରାନ୍ସ୍‌ଫର୍ କରିବାକୁ ସମର୍ଥ ହୋଇପାରନ୍ତି।

  6. ଟ୍ରାନ୍ସ୍‌ଫର୍ ସମାପ୍ତ ହେବା ପରେ, ସ୍କ୍ରୀନ୍‌ର ଶୀର୍ଷରେ ନିମ୍ନଲିଖିତ ମେସେଜ୍ ମଧ‍୍ୟରୁ ଗୋଟିଏ ଦେଖାଯାଏ:

    • ଟ୍ରାନ୍ସ୍‌ଫର୍ ସମ୍ପୂର୍ଣ୍ଣ ହୋଇଛି: ଟ୍ରାନ୍ସ୍‌ଫର୍ ସଫଳତାର ସହିତ ସମାପ୍ତ ହୋଇଛି ଏବଂ ଆପଣଙ୍କ ଲାଇବ୍ରେରିରେ ଯୋଡ଼ାଯାଇଥିବା ମ୍ୟୂଜିକ୍‌ର ସାରାଂଶ ଆପଣ ଦେଖନ୍ତି। “ଠିକ୍ ଅଛି”ରେ ଟାପ୍ କରନ୍ତୁ।

    • କିଛି ମ୍ୟୂଜିକ୍‌ର ସମୀକ୍ଷା ଆବଶ୍ୟକ: ଟ୍ରାନ୍ସ୍‌ଫର୍ ସମାପ୍ତ ହୋଇଛି, କିନ୍ତୁ କିଛି ମ୍ୟୂଜିକ୍ ଟ୍ରାନ୍ସ୍‌ଫର୍ ହୋଇନାହିଁ। ଯଦି ଉପଲବ୍ଧ ଥାଏ, ତେବେ ଆପଣ ବୈକଳ୍ପିକ ଭର୍ଶନ୍ ସମୀକ୍ଷା କରିପାରିବେ ଏବଂ ଚୟନ କରିପାରିବେ (ଉଦାହରଣ ସ୍ୱରୂପ, ତୃତୀୟ ପକ୍ଷ ମ୍ୟୂଜିକ୍ ସେବାରୁ ଏକ ଗୀତର ଲାଇଭ୍ ଭର୍ଶନ୍ Apple Music କାଟାଲଗ୍‌ରେ ମିଳିନଥିଲା, କିନ୍ତୁ ଏକ ଡିଲକ୍ସ୍ ଭର୍ଶନ୍ ମିଳିଥିଲା)। “ଟ୍ରାନ୍ସ୍‌ଫର୍ ସମୀକ୍ଷା କରନ୍ତୁ” ଦେଖନ୍ତୁ।

ଟ୍ରାନ୍ସ୍‌ଫର୍ ସମୀକ୍ଷା କରନ୍ତୁ

ଟ୍ରାନ୍ସ୍‌ଫର୍ ସମୟରେ, ତୃତୀୟ-ପକ୍ଷ ମ୍ୟୂଜିକ୍ ସେବାରୁ ମ୍ୟୂଜିକ୍ Apple Music କାଟାଲଗ୍‌ରେ ଉପଲବ୍ଧ ସମାନ ମ୍ୟୂଜିକ୍ ସହିତ ମେଳ ହୁଏ। (ଅନ୍ୟ ମ୍ୟୂଜିକ୍ ସେବାରୁ କିଛି କଢ଼ାଯାଇନାହିଁ।)

କେତେକ ସମୟରେ ତୃତୀୟ-ପକ୍ଷ ମ୍ୟୂଜିକ୍ ସେବାରୁ ଆସିଥିବା ଗୀତ, ମ୍ୟୂଜିକ୍ ଭିଡିଓ କିମ୍ବା ଆଲ୍‌ବମ୍ ପାଇଁ Apple Music କାଟାଲଗ୍‌ରେ କୌଣସି ମ୍ୟାଚ୍ ମିଳିନଥାଏ। ମ୍ୟାଚ୍‌ଗୁଡ଼ିକ ସମୀକ୍ଷା କରିବା ସମୟରେ, ଆପଣ ପ୍ରଦାନ କରାଯାଇଥିବା ବିକଳ୍ପଗୁଡ଼ିକରୁ ବାଛିପାରିବେ କିମ୍ବା ପରାମର୍ଶଗୁଡ଼ିକୁ ଅଣଦେଖା କରିପାରିବେ।

  1. ଆପଣଙ୍କ iPhone ରେ, ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ମ୍ୟୂଜିକ୍ ଆପ୍ କୁ ଯାଆନ୍ତୁ, ତା’ପରେ ଲାଇବ୍ରେରି ଟାବ୍‌ର ଶୀର୍ଷରେ, “କିଛି ମ୍ୟୂଜିକ୍‌ର ସମୀକ୍ଷା କରିବା ଆବଶ୍ୟକ” ମେସେଜ୍‌ରେ “ବର୍ତ୍ତମାନ ସମୀକ୍ଷା କରନ୍ତୁ”ରେ ଟାପ୍ କରନ୍ତୁ।

    • ସେଟିଂସ୍  > ଆପ୍ > ମ୍ୟୂଜିକ୍‌କୁ ଯାଆନ୍ତୁ, ତା’ପରେ “ସାମ୍ପ୍ରତିକ ଟ୍ରାନ୍ସ୍‌ଫର୍ ସମୀକ୍ଷା କରନ୍ତୁ”ରେ ଟାପ୍ କରନ୍ତୁ।

  2. “ବୈକଳ୍ପିକ ସମୀକ୍ଷା କରନ୍ତୁ” ସ୍କ୍ରୀନ୍‌ରେ, ସମୀକ୍ଷା ଆବଶ୍ୟକ ହେଉଥିବା ପ୍ରତ୍ୟେକ ଆଇଟମ୍ ପାଇଁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଏକ ବୈକଳ୍ପିକ ଭର୍ଶନ୍ ବାଛନ୍ତୁ: ତୃତୀୟ-ପକ୍ଷ ମ୍ୟୂଜିକ୍ ସେବାରୁ ଅରିଜିନଲ୍ ଗୀତ ସହିତ ସମ୍ଭାବ୍ୟ ମେଳ ଭାବରେ ଦେଖାଯାଉଥିବା ଆଇଟମ୍‌ଗୁଡ଼ିକ ମଧ‍୍ୟରୁ ଗୋଟିଏ ଚୟନ କରନ୍ତୁ। ଗୀତ ପ୍ରୀଭ୍ଯୂ କରିବା ପାଇଁ, ଆଲ୍‌ବମ୍ କଭର୍‌ରେ ଥିବା “ଚଲାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    • ଆଇଟମ୍‌କୁ ଟ୍ରାନ୍ସ୍‌ଫର୍ କରନ୍ତୁ ନାହିଁ: ଯଦି ଆପଣ ନିଜ Apple Music ଲାଇବ୍ରେରିରେ ଏକ ବୈକଳ୍ପିକ ଭର୍ଶନ୍ ଟ୍ରାନ୍ସ୍‌ଫର୍ କରିବାକୁ ଚାହୁଁନାହାନ୍ତି, ତେବେ “ଅଣଦେଖା କରନ୍ତୁ [ଆଇଟମ୍]”ରେ ଟାପ୍ କରନ୍ତୁ। ଆପଣ ଟ୍ରାନ୍ସ୍‌ଫର୍ ସମାପ୍ତ କରିବା ଏବଂ ଏକ ନୂଆ ଟ୍ରାନ୍ସ୍‌ଫର୍ ଆରମ୍ଭ କରିବା ପାଇଁ “ସବୁ ଅଣଦେଖା କରନ୍ତୁ”ରେ ମଧ‍୍ୟ ଟାପ୍ କରିପାରିବେ।

      ଯେଉଁ ମ୍ୟୂଜିକ୍ ପାଇଁ କୌଣସି ବୈକଳ୍ପିକ ପରାମର୍ଶ ନାହିଁ ତାହା “ବୈକଳ୍ପିକ ସ୍କୀନ୍ ସମୀକ୍ଷା କରନ୍ତୁ” ନିମ୍ନରେ ଉପଲବ୍ଧ ନଥିବା ବିଭାଗରେ ଲିଷ୍ଟ୍ କରାଯାଇଛି।

  3. ପ୍ରତ୍ୟେକ ଆଇଟମ୍ ପାଇଁ ଆପଣ ସମସ୍ତ ବିକଳ୍ପ ସମୀକ୍ଷା କରିବା ପର୍ଯ୍ୟନ୍ତ ପଦକ୍ଷେପ 2 କୁ ଦୋହରାନ୍ତୁ, ତା’ପରେ “ଲାଇବ୍ରେରିରେ [ଆଇଟମ୍] ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଗୋଟିଏ ସେଶନ୍‌ରେ ଆପଣଙ୍କ ବୈକଳ୍ପିକ ମ୍ୟାଚ୍‌ଗୁଡ଼ିକର ସମୀକ୍ଷା ଶେଷ କରିପାରୁନାହାନ୍ତି, ତେବେ ଆପଣ ଏପର୍ଯ୍ୟନ୍ତ ଚୟନ କରିଥିବା ମ୍ୟାଚ୍‌ଗୁଡ଼ିକୁ ସ୍ୱୀକାର କରିବା ପାଇଁ ଯେକୌଣସି ସମୟରେ “ଲାଇବ୍ରେରିରେ [ଆଇଟମ୍] ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ। ଆପଣ ପ୍ରାରମ୍ଭିକ ଟ୍ରାନ୍ସ୍‌ଫର୍‌କୁ ଫେରିପାରିବେ ଏବଂ 30 ଦିନ ମଧ‍୍ୟରେ ଏହାକୁ ସମ୍ପୂର୍ଣ୍ଣ କରିପାରିବେ, କିନ୍ତୁ ଆପଣ ଏକ ନୂଆ ଟ୍ରାନ୍ସ୍‌ଫର୍ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ସେହି ଟ୍ରାନ୍ସ୍‌ଫର୍‌ରେ ସମସ୍ତ ବିକଳ୍ପର ସମୀକ୍ଷା କରିବା ଆବଶ‍୍ୟକ। ଯଦି ଆପଣ ମ‍୍ୟୂଜିକ୍ ସେଟିଂସ୍‌ରେ “ସାମ୍ପ୍ରତିକ ଟ୍ରାନ୍ସ୍‌ଫର୍ ସମୀକ୍ଷା କରନ୍ତୁ” ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ପାଖରେ ମ‍୍ୟୂଜିକ୍ ଅଛି ଯାହାକୁ ପୂର୍ବ ଟ୍ରାନ୍ସ୍‌ଫର୍‌ରୁ ସମୀକ୍ଷା କରିବା ଆବଶ‍୍ୟକ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.