ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone କୁ ଫୋର୍ସ୍ ରୀଷ୍ଟାର୍ଟ୍ କରନ୍ତୁ

ଯଦି iPhone କାର୍ଯ୍ଯ କରୁନାହିଁ ଏବଂ ଆପଣ ଏହାକୁ ଚାଲୁ କିମ୍ବା ବନ୍ଦ କରିପାରୁ ନାହାନ୍ତି, ତେବେ ଏହାକୁ ବାଧ୍ଯ କରି ରୀଷ୍ଟାର୍ଟ୍ କରନ୍ତୁ।

  1. ଭଲ୍ଯୁମ୍ ଅପ୍ ବଟନ୍‌କୁ ଦବାଇ ଶୀଘ୍ର ରିଲୀଜ୍ କରନ୍ତୁ।

  2. ଭଲ୍ଯୁମ୍ ଡାଉନ୍ ବଟନ୍‌କୁ ଦବାଇ ଶୀଘ୍ର ରିଲୀଜ୍ କରନ୍ତୁ।

  3. ସାଇଡ୍ ବଟନ୍‌କୁ ଦବାଇ ହୋଲ୍ଡ୍ କରନ୍ତୁ।

  4. Apple ଲୋଗୋ ଦେଖାଗଲେ, ସାଇଡ୍ ବଟନ୍‌କୁ ରିଲୀଜ୍ କରନ୍ତୁ।

ଦୁଇଟି iPhone ମଡେଲ୍‌ର ଏକ ଦୃଷ୍ଟାନ୍ତ ଯାହାର ସ୍କ୍ରୀନ୍ ଉପର ଆଡ଼କୁ, ଗୋଟିଏରେ ହୋମ୍ ବଟନ୍ ଅଛି ଏବଂ ଅନ୍ଯଟିରେ ହୋମ୍ ବଟନ୍ ନାହିଁ। ପ୍ରତ୍ୟେକ ମଡେଲ୍‌ର ଭଲ୍ୟୁମ୍ ବଟନ୍ iPhone ର ବାମ ପାର୍ଶ୍ୱରେ ଏବଂ ସାଇଡ୍ ବଟନ୍ ଡାହାଣ ପାର୍ଶ୍ୱରେ ଅଛି।

ଯଦି ଆପଣ ଏହି ଷ୍ଟେପ୍‌ଗୁଡ଼ିକୁ ଚେଷ୍ଟା କରି ଦେଖିସାରିବା ପରେ iPhone ରୀଷ୍ଟାର୍ଟ୍ ହୁଏ ନାହିଁ, ତେବେ Apple ସହାୟତା ଆର୍ଟିକଲ୍ ଯଦି ଆପଣଙ୍କ iPhone ଚାଲୁ ହେଉ ନାହିଁ କିମ୍ବା ଫ୍ରିଜ୍ ହୋଇଯାଇଛି ଦେଖନ୍ତୁ। କିମ୍ବା ଯଦି ଆପଣଙ୍କ iPhone ରୀଷ୍ଟାର୍ଟ୍ କରିବା ପରେ ଆଶାନୁରୂପ ଭାବରେ କାର୍ଯ୍ଯ କରୁନାହିଁ, ତେବେ iPhone ସହାୟତା ଓ୍ବେବ୍‌ସାଇଟ୍ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.