ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଅଡିଓ ସେଟିଂସ୍ ଆଡ୍‌ଜଷ୍ଟ୍ କରନ୍ତୁ

ଆପଣ ମୋନୋ ଅଡିଓ ବ୍ୟବହାର କରିପାରିବେ, ବାମ-ଡାହାଣ ଷ୍ଟେରିଓ ବାଲାନ୍ସ୍ ଆଡ୍‌ଜଷ୍ଟ୍ କରିପାରିବେ ଏବଂ ସମର୍ଥିତ ହେଡ୍‌ଫୋନ୍ ସହିତ ସଫ୍ଟ୍ ସାଉଣ୍ଡ୍ ବୃଦ୍ଧି କରିବା ସହିତ ଆପଣଙ୍କ ଶ୍ରବଣ ଆବଶ୍ୟକତାକୁ ସର୍ବୋତ୍ତମ ରୂପେ ଖାପ ଖୁଆଇବା ପାଇଁ ନିର୍ଦ୍ଦିଷ୍ଟ ଫ୍ରୀକ୍ବେନ୍ସି ଆଡ୍‌ଜଷ୍ଟ୍ କରିପାରିବେ।

ଅଡିଓକୁ ବାଲାନ୍ସ୍ କରନ୍ତୁ

  1. ସେଟିଂସ୍  > ଆକ୍ସେସିବିଲିଟି > ଅଡିଓ ଓ ଭିଜୁଅଲ୍‌କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍ କରନ୍ତୁ:

    • ମୋନୋ ଅଡିଓ: ବାମ ଏବଂ ଡାହାଣ ସ୍ପୀକର୍‌କୁ ସମାନ ବିଷୟବସ୍ତୁ ଚଳାଇବା ପାଇଁ ମୋନୋ ଅଡିଓ ଚଲାନ୍ତୁ।

    • ଷ୍ଟେରିଓ ଅଡିଓ ବାଲାନ୍ସ୍: ବାଲାନ୍ସ୍ ସ୍ଲାଇଡର୍‌କୁ ବାମ କିମ୍ବା ଡାହାଣକୁ ଡ୍ରାଗ୍ କରନ୍ତୁ।

ଫୋନ୍ ନଏଜ୍ କ୍ଯାନ୍ସ୍‌ଲେଶନ୍ ବ୍ୟବହାର କରନ୍ତୁ

ଫୋନ୍ ନଏଜ୍ କ୍ଯାନ୍ସ୍‌ଲେଶନ୍ ପରିବେଷ୍ଟିତ ବ୍ଯାକ୍‌ଗ୍ରାଉଣ୍ଡ୍ ନଏଜ୍ ହ୍ରାସ କରିବା ପାଇଁ ବାୟୁ ଚାପ ବ୍ୟବହାର କରେ। ଏହାର ଅର୍ଥ ହେଉଛି ଯେ ଆପଣ ନିର୍ଦ୍ଦିଷ୍ଟ କୋଳାହଳପୂର୍ଣ୍ଣ ପରିବେଶରେ ଆପଣଙ୍କ କାନ ପାଖରେ ରିସୀଭର୍ ରଖିଥିବା ବେଳେ ଭଲ ଶୁଣିବେ। iPhone 12 ଏବଂ ତା’ଠାରୁ ପୂର୍ବବର୍ତ୍ତୀ ଭର୍ଶନ୍‌ରେ ଡିଫଲ୍ଟ୍ ଭାବରେ ଫୋନ୍ ନଏଜ୍ କ୍ୟାନ୍ସ୍‌ଲେଶନ୍ ଉପଲବ୍ଧ ହେବା ସହ ଚାଲୁ ଅଛି ଏବଂ ଆପଣଙ୍କ ଆରାମ ପାଇଁ ଏହାକୁ ବନ୍ଦ କରାଯାଇପାରିବ।

  1. ସେଟିଂସ୍  > ଆକ୍ସେସିବିଲିଟି > ଅଡିଓ ଓ ଭିଜୁଅଲ୍‌କୁ ଯାଆନ୍ତୁ।

  2. ଫୋନ୍ ନଏଜ୍ କ୍ୟାନ୍ସ୍‌ଲେଶନ୍ ବନ୍ଦ କିମ୍ବା ଚାଲୁ କରନ୍ତୁ।

ନିର୍ଦ୍ଦିଷ୍ଟ ଫ୍ରୀକ୍ବେନ୍ସି ଏବଂ ସଫ୍ଟ୍ ସାଉଣ୍ଡ୍ ଆଡ୍‌ଜଷ୍ଟ୍ କରନ୍ତୁ

ସମର୍ଥିତ Apple ଏବଂ Beats ହେଡ୍‌ଫୋନ୍ ପାଇଁ ହେଡ୍‌ଫୋନ୍ ଆକୋମୋଡେଶନ୍ ସହିତ ଆପଣ କିଛି ସାଉଣ୍ଡ୍‌କୁ ଆପଣଙ୍କ ଶ୍ରବଣ ଶକ୍ତି ଅନୁସାରେ ଆଡ୍‌ଜଷ୍ଟ୍ କରିପାରିବେ। ସଫ୍ଟ୍ ସାଉଣ୍ଡ୍‌କୁ ଜୋର୍‌ରେ ବଜାନ୍ତୁ ଏବଂ କିଛି ଫ୍ରିକ୍ୱେନ୍ସିକୁ ବୁଷ୍ଟ୍ କରନ୍ତୁ ଯାହାଦ୍ୱାରା ଫୋନ୍ କଲ୍ ଏବଂ ମିଡିଆ ସାଉଣ୍ଡ୍ ଅଧିକ କ୍ରିସ୍ପର୍ ଏବଂ ସ୍ପଷ୍ଟ ହେବ।

  1. ନିଶ୍ଚିତ କରନ୍ତୁ ଯେ ଆପଣ ଏକ ଶାନ୍ତ ପରିବେଶରେ ଅଛନ୍ତି ଏବଂ ଆପଣ ନିଜ AirPods କିମ୍ୱା ଅନ୍ୟ ସମର୍ଥିତ Bluetooth® ହେଡଫୋନ୍ ଯୋଡ଼ିଛନ୍ତି।

  2. ସେଟିଂସ୍  > ଆକ୍ସେସିବିଲିଟି > ଅଡିଓ ଏବଂ ଭିଜୁଅଲ୍ > ହେଡ୍‌ଫୋନ୍ ଆକୋମୋଡେଶନ୍‌କୁ ଯାଆନ୍ତୁ, ତା’ପରେ ହେଡ୍‌ଫୋନ୍ ଆକୋମୋଡେଶନ୍ ଚାଲୁ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍ କରନ୍ତୁ:

    • ଫ୍ରୀକ୍ବେନ୍ସି: ଟ୍ୟୂନ୍ ଅଡିଓ ତଳେ, ଭିନ୍ନ ଭିନ୍ନ ଫ୍ରୀକ୍ବେନ୍ସି ବୁଷ୍ଟ୍ କରିବା ପାଇଁ ଏକ ବିକଳ୍ପ ବାଛନ୍ତୁ।

    • ସଫ୍ଟ ସାଉଣ୍ଡ୍: ସଫ୍ଟ୍ ସାଉଣ୍ଡ୍ ପାଇଁ ଏକ ଆମ୍ପ୍ଲିଫିକେଶନ୍ ଲେଭଲ୍ ସେଟ୍ କରିବା ପାଇଁ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

  4. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଫୋନ୍ କଲ୍‌ରେ ସେଟିଂସ୍ ଲାଗୁ କରିବା ପାଇଁ ଫୋନ୍ ଚାଲୁ କରନ୍ତୁ।

    • ମ୍ୟୂଜିକ୍, ମୂଭି ଏବଂ ପଡ୍‌କାଷ୍ଟ୍ ଭଳି ମିଡିଆ ପ୍ଲେବ‍୍ୟାକ୍ ସେଟିଂସ୍ ଲାଗୁ କରିବା ପାଇଁ ମିଡିଆ ଚାଲୁ କରନ୍ତୁ।

କିଛି ସମର୍ଥିତ ହେଡ୍‌ଫୋନ୍ ସହିତ, ଆପଣଙ୍କୁ ଯେଉଁ ସାଉଣ୍ଡ୍ ଭଲ ଲାଗୁଛି ତାହା ଉପରେ ଆଧାର କରି ଆପଣ ନିଜ ହେଡ୍‌ଫୋନ୍ ଅଡିଓକୁ ପର୍ସନଲ୍ କରିବାକୁ ହେଡ୍‌ଫୋନ୍ ଆକୋମୋଡେଶନ୍ ବ୍ୟବହାର କରିପାରିବେ। “କଷ୍ଟମ୍ ଅଡିଓ ସେଟ୍ଅପ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ iPhone ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଟିପ୍‌: କଣ୍ଟ୍ରୋଲ୍ ସେଣ୍ଟର୍ରେ ହେଡ୍‌ଫୋନ୍ ଆକୋମୋଡେଶନ୍ ବଟନ୍ରେ ଟାପ୍ କରି ହେଡ୍‌ଫୋନ୍ ଆକୋମୋଡେଶନ୍ ଶୀଘ୍ର ଆକ୍ସେସ୍ କରନ୍ତୁ। (ଯଦି ଆପଣ ହେଡ୍‌ଫୋନ୍ ଆକୋମୋଡେଶନ୍ ବଟନ୍ ଦେଖୁନାହାନ୍ତି, ତେବେ “ଏହାକୁ ଯୋଡ଼ନ୍ତୁ”- “ଯୋଡ଼ନ୍ତୁ” ବଟନ୍ରେ ଟାପ୍ କରନ୍ତୁ, “କଣ୍ଟ୍ରୋଲ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, “ଶ୍ରବଣ ଆକ୍ସେସିବିଲିଟି”କୁ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ହେଡ୍‌ଫୋନ୍ ଆକୋମୋଡେଶନ୍”ରେ ଟାପ୍ କରନ୍ତୁ।)

AirPods Pro ଏବଂ iPhone ବ୍ଯବହାର କରିବା ସମୟରେ ଇଅର୍‌ବଡ୍ ଏକୋମୋଡେଶନ୍ ସେଟିଂସ୍ ଟ୍ରାନ୍ସ୍‌ପରେନ୍ସୀ ମୋଡ୍ ଏବଂ ବାର୍ତ୍ତାଳାପ ବୁଷ୍ଟ୍‌ରେ ଲାଗୁ କରିବା ବିଷୟରେ ସୂଚନା ପାଇଁ AirPods ୟୁଜର୍ ଗାଇଡ୍‌ରେ AirPods Pro ପାଇଁ କଷ୍ଟମାଇଜ୍ ଟ୍ରାନ୍ସପରେନ୍ସୀ ମୋଡ୍ ଦେଖନ୍ତୁ।

ଭିଡିଓରେ ଡାଇଲଗ୍ ସାଉଣ୍ଡ୍ ସ୍ପଷ୍ଟ କରନ୍ତୁ

ଆପଣ ସମର୍ଥିତ ଭିଡିଓ ବିଷୟବସ୍ତୁ ଦେଖିବା ସମୟରେ ଭଏସ୍ ଆଇସୋଲେଶନ୍ ଚାଲୁ କରିପାରିବେ ଯାହା ଦ୍ୱାରା ଡାଇଲଗ୍ ଶୁଣିବା ସହଜ ହେବ। ଡାଇଲଗ୍ ସମୟରେ, ଭଏସ୍ ପୃଥକ୍ ହୋଇଥାଏ ଏବଂ ଅନ୍ୟ ସମସ୍ତ ଅଡିଓ ଯଥେଷ୍ଟ ହ୍ରାସ କରାଯାଇଥାଏ।

  1. ସେଟିଂସ୍  > ଆକ୍ସେସିବିଲିଟି > ଅଡିଓ ଓ ଭିଜୁଅଲ୍‌କୁ ଯାଆନ୍ତୁ।

  2. “ଭଏସ୍ ଆଇସୋଲେଶନ୍ ଯୋଡ଼ନ୍ତୁ”କୁ ଚାଲୁ କରନ୍ତୁ।

  3. Apple TV ଆପ୍ ରେ ଏକ ସମର୍ଥିତ ଭିଡିଓ ଦେଖିବା ସମୟରେ, “ଅଧିକ କଣ୍ଟ୍ରୋଲ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଅଡିଓରେ ଟାପ୍ କରନ୍ତୁ।

  4. “ଡାଏଲଗ୍ ଉନ୍ନତ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ଉନ୍ନତ କରନ୍ତୁ” କିମ୍ବା “ଅଧିକ ଉନ୍ନତ କରନ୍ତୁ”ରେ ଟାପ୍ କରନ୍ତୁ।

iPhone ଚାଲୁ ଏବଂ ବନ୍ଦ ଥିବା ସମୟରେ ଏହାକୁ ସାଉଣ୍ଡ୍ ଇଫେକ୍ଟ୍ ଚଲାଇବା ପାଇଁ ଦିଅନ୍ତୁ

iPhone 14 କିମ୍ବା ପରବର୍ତ୍ତୀ ମଡେଲ୍‌ରେ, ଆପଣ iPhone ଚାଲୁ ଓ ବନ୍ଦ କରିବା ସମୟରେ ତାହା ଏକ ସାଉଣ୍ଡ୍ ଚଲାଇପାରିବ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ। 

  2. ଆକ୍ସେସିବିଲିଟିରେ ଟାପ୍ କରନ୍ତୁ, ତା’ପରେ “ଅଡିଓ ଓ ଭିଜୁଅଲ୍”ରେ ଟାପ୍ କରନ୍ତୁ।

  3. “ସାଉଣ୍ଡ୍‌ର ପାୱର୍ ଚାଲୁ ଓ ବନ୍ଦ କରନ୍ତୁ” ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.