ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ନୋଟ୍‌ରେ ଫଟୋ, ଭିଡିଓ ଏବଂ ଅନେକ କିଛି ଯୋଡ଼ନ୍ତୁ

ନୋଟ୍ ଆପ୍‌ରେ, ଆପଣ ଫଟୋ, ଭିଡିଓ ଏବଂ ମ୍ଯାପ୍, ଲିଙ୍କ୍ ଏବଂ ଡକ୍ଯୁମେଣ୍ଟ୍ ଭଳି ଅନ୍ଯ ଆପ୍‌ର ସୂଚନା ଯୋଡ଼ିପାରିବେ।

ଫଟୋ କିମ୍ବା ଭିଡିଓ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଥିବା ନୋଟ୍ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍‌ରେ “ଆଟାଚ୍‌ମେଣ୍ଟ୍” ବଟନ୍ରେ ଟାପ୍ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

    ଆପଣ ନିଜ ଫଟୋ ଲାଇବ୍ରେରୀରୁ ଏକ ଫଟୋ କିମ୍ବା ଭିଡିଓ ବାଛିପାରିବେ କିମ୍ବା ଏକ ନୂଆ ଫଟୋ କିମ୍ବା ଭିଡିଓ ଉଠାଇପାରିବେ।

ଟିପ୍‌: ଫଟୋ ଉପରେ ଡ୍ର କରିବାକୁ, ଫଟୋରେ ଟାପ୍ କରନ୍ତୁ, ତା’ପରେ “ହସ୍ତାକ୍ଷର ଟୂଲ୍” ବଟନ୍ ରେ ଟାପ୍ କରନ୍ତୁ।

ନୋଟ୍ ଆପ୍‌ରେ ନିଆଯାଇଥିବା ଫଟୋ ଏବଂ ଭିଡିଓକୁ ଫଟୋ ଆପ୍‌ରେ ସେଭ୍ କରିବା ପାଇଁ, ସେଟିଂସ୍ > ଆପ୍ > ନୋଟକୁ ଯାଆନ୍ତୁ ଏବଂ “ଫଟୋରେ ସେଭ୍ କରନ୍ତୁ”କୁ ଚାଲୁ କରନ୍ତୁ।

ଏକ ନୋଟ୍‌ରେ ଅନ୍ଯ ଏକ ଆପ୍‌ରୁ ସୂଚନା ଯୋଡ଼ନ୍ତୁ

ଆପଣ ଏକ ନୋଟ୍‌ରେ ଅନ୍ଯ ଏକ ଆପ୍‌ରୁ ସୂଚନାକୁ ଏକ ଆଟାଚ୍‌ମେଣ୍ଟ୍ ଭାବରେ ଯୋଡ଼ିପାରିବେ-ଉଦାହରଣ ସ୍ୱରୂପ, ମ୍ଯାପ୍‌ରେ ଏକ ଲୋକେଶନ୍, Safari ରେ ଏକ ୱେବ୍‌ପେଜ୍, ଫାଇଲ୍‌ରେ ଏକ PDF କିମ୍ବା ଏକ ସ୍କ୍ରୀନ୍‌ଶଟ୍।

  1. ଆପଣ ବ୍ଯବହାର କରୁଥିବା ଆପ୍‌ରେ, ଆପଣ ଶେୟର୍ କରିବାକୁ ଚାହୁଁଥିବା ଆଇଟମ୍ ଖୋଲନ୍ତୁ (ଉଦାହରଣ ସ୍ୱରୂପ, ଏକ ମ୍ଯାପ୍ କିମ୍ବା ୱେବ୍‌ପେଜ୍)।

  2. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ

  3. ଶେୟର୍ କରନ୍ତୁ କିମ୍ବା “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ ନୋଟ୍ କିମ୍ବା ନୂଆ କ୍ୱିକ୍ ନୋଟ୍‌ରେ ଟାପ୍ କରନ୍ତୁ।

ଆଟାଚ୍‌ମେଣ୍ଟ୍‌ଗୁଡ଼ିକର ପ୍ରିଭ୍ଯୁ ସାଇଜ୍ ବଦଳାନ୍ତୁ

  1. ଆପଣଙ୍କ iPhone ରେ ଥିବା ନୋଟ୍ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍‌ରେ, ଆପଣ ନିମ୍ନୋକ୍ତର ପ୍ରିଭ୍ଯୁ ସାଇଜ୍ ବଦଳାଇ ପାରିବେ:

    • ଗୋଟିଏ ଆଟାଚ୍‌ମେଣ୍ଟ୍: ଆଟାଚ୍‌ମେଣ୍ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, “ଏହିପରି ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଛୋଟ, ବଡ଼ କିମ୍ବା ପ୍ଲେନ୍ ଲିଙ୍କ୍ ବାଛନ୍ତୁ।

    • ଏକ ନୋଟ୍‌ରେ ଥିବା ସମସ୍ତ ଆଟାଚ୍‌ମେଣ୍ଟ୍: “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, “ଆଟାଚ୍‌ମେଣ୍ଟ୍ ଭ‍୍ୟୂ”ରେ ଟାପ୍ କରନ୍ତୁ, ତା’ପରେ “ସବୁ ଛୋଟରେ ସେଟ୍ କରନ୍ତୁ” କିମ୍ବା “ସବୁ ବଡ଼ରେ ସେଟ୍ କରନ୍ତୁ”କୁ ବାଛନ୍ତୁ।

ନୋଟ୍‌ରେ ସମସ୍ତ ଆଟାଚ୍‌ମେଣ୍ଟ୍ ଦେଖନ୍ତୁ

  1. ଆପଣଙ୍କ iPhone ରେ ଥିବା ନୋଟ୍ ଆପ୍ କୁ ଯାଆନ୍ତୁ।

  2. ନୋଟ୍ ଲିଷ୍ଟ୍ ଉପରେ ଥିବା "ଫୋଲ୍ଡର୍ ଆକ୍ସନ୍" ବଟନ୍ ରେ ଟାପ୍ କରନ୍ତୁ, ତା'ପରେ ଫଟୋ, ଲିଙ୍କ୍, ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ଆଟାଚ୍‌ମେଣ୍ଟ୍‌ର ଥମ୍ବ୍‌ନେଲ୍ ଦେଖିବା ପାଇଁ “ଆଟାଚ୍‌ମେଣ୍ଟ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ। (ଲକ୍ ହୋଇଥିବା ନୋଟ୍‌ରେ ଥିବା ଆଟାଚ୍‌ମେଣ୍ଟ୍ ଦେଖାଯାଏନାହିଁ।)

  3. ଏକ ନିର୍ଦ୍ଦିଷ୍ଟ ଆଟାଚ୍‌ମେଣ୍ଟ୍ ଥିବା ଏକ ନୋଟ୍‌କୁ ଯିବା ପାଇଁ, ଆଟାଚ୍‌ମେଣ୍ଟ୍ ଥମ୍ବ୍‌ନେଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ନୋଟ୍‌ରେ ଦେଖାନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.