ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

HomePod ଏବଂ ଅନ୍ଯ ୱାୟରଲେସ୍ ସ୍ପୀକର୍‌ରେ iPhone ରୁ ଅଡିଓ ଚଲାନ୍ତୁ

ଆପଣ HomePod, Apple TV 4K, AirPlay 2-ସକ୍ଷମ ସ୍ମାର୍ଟ୍ TV ଏବଂ Bluetooth® ହେଡ୍‌ଫୋନ୍ ଓ ସ୍ପୀକର୍ ଭଳି ୱାୟର୍‌ଲେସ୍ ଡିଭାଇସ୍‌ରେ iPhone ରୁ ଅଡିଓ ଚାଲୁ କରିପାରିବେ।

ଏକ ୱାୟର୍‌ଲେସ୍ ଡିଭାଇସ୍‌ରେ iPhone ରୁ ଅଡିଓ ଚଲାନ୍ତୁ

  1. ଆପଣଙ୍କ iPhone ରେ ପଡ୍‌କାଷ୍ଟ୍ କିମ୍ବା ମ୍ଯୂଜିକ୍ ଭଳି ଏକ ଅଡିଓ ଆପ୍ ଖୋଲନ୍ତୁ।

  2. ଚଲାଇବା ପାଇଁ ଏକ ଆଇଟମ୍ ବାଛନ୍ତୁ।

  3. “ପ୍ଲେବ୍ଯାକ୍ ଗନ୍ତବ୍ଯ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଏକ ପ୍ଲେବ୍ଯାକ୍ ଗନ୍ତବ୍ଯ ବାଛନ୍ତୁ।

    ସ୍କ୍ରୀନ୍ ତଳେ ଥିବା ପ୍ଲେବ୍ଯାକ୍ ଗନ୍ତବ୍ଯ ବଟନ୍ ସହିତ ମ୍ଯୁଜିକ୍ ପାଇଁ ପ୍ଲେବ୍ଯାକ୍ କଣ୍ଟ୍ରୋଲ୍।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କର AirPlay 2-ସକ୍ଷମ ଡିଭାଇସ୍ ପ୍ଲେବ୍ଯାକ୍ ଗନ୍ତବ୍ଯ ଲିଷ୍ଟ୍‌ରେ ଦେଖାଯାଉ ନାହିଁ, ତେବେ ନିଶ୍ଚିତ କରନ୍ତୁ ଯେ ସେଗୁଡ଼ିକ ସମାନ Wi-Fi ନେଟ୍‌ଓ୍ବର୍କ୍‌ରେ ଅଛି। ଏକ Bluetooth ଡିଭାଇସ୍‌ରେ, ଯଦି ଆପଣ ଡିଭାଇସ୍‌କୁ Bluetooth ରେଞ୍ଜ୍‌ରୁ ବାହାରକୁ ନିଅନ୍ତି ତେବେ ପ୍ଲେବ୍ଯାକ୍ ଗନ୍ତବ୍ଯ iPhone କୁ ଫେରି ଆସେ।

ପ୍ଲେବ୍ଯାକ୍ ଗନ୍ତବ୍ଯ ଚୟନ କରିବା ପାଇଁ, ଆପଣ ଲକ୍ ସ୍କ୍ରୀନ୍‌ରେ କିମ୍ବା କଣ୍ଟ୍ରୋଲ୍ ସେଣ୍ଟର୍‌ରେ “ପ୍ଲେବ୍ଯାକ୍ ଗନ୍ତବ୍ଯ” ବଟନ୍ ରେ ମଧ‍୍ୟ ଟାପ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: Bluetooth ଅଡିଓ ଡିଭାଇସ୍ ସେଟ୍ ଅପ୍ କରିବା ସମ୍ବନ୍ଧୀୟ ସୂଚନା ପାଇଁ Bluetooth ଆକ୍ସେସରି ସହିତ ଆପଣଙ୍କ iPhone ପେୟର୍ କରନ୍ତୁଦେଖନ୍ତୁ।

ଏକାଧିକ AirPlay 2-ସକ୍ଷମ ଡିଭାଇସ୍‌ରେ ଅଡିଓ ଚଲାନ୍ତୁ

AirPlay 2 ଏବଂ iPhone ସହାୟତାରେ, ଆପଣ ସମାନ Wi-Fi ନେଟ୍‌ୱର୍କ୍ ସହିତ ସଂଯୁକ୍ତ ଏକାଧିକ AirPlay 2-ସକ୍ଷମ ଡିଭାଇସ୍‌ରେ ଅଡିଓ ଚଲାଇ ପାରିବେ। ଉଦାହରଣ ସ୍ୱରୂପ, ଆପଣ ଲିଭିଂ ରୂମ୍ ଏବଂ ରୋଷେଇ ଘରେ HomePod ସ୍ପୀକର୍‌ରେ, ଶୋଇବା ଘରେ Apple TV 4K ରେ ଏବଂ ଡେନ୍‌ରେ AirPlay 2-ସକ୍ଷମ ସ୍ମାର୍ଟ୍ TV ରେ ପାର୍ଟି ପ୍ଲେଲିଷ୍ଟ୍ ଚଲାଇ ପାରିବେ।

Siri: Siri କୁ ପଚାରନ୍ତୁ କିଛି ଏହିପରି:

  • “ସବୁ ସ୍ଥାନରେ ମ୍ଯୁଜିକ୍ ଚାଲୁ କରିବା ବନ୍ଦ କରନ୍ତୁ”

  • “ଡାଇନିଂ ରୂମ୍ ଭଲ୍ଯୁମ୍ 10 ପ୍ରତିଶତରେ ସେଟ୍ କରନ୍ତୁ”

  • “ରୋଷେଇ ଘରେ କ’ଣ ବାଜୁଛି?”

  • “ରୋଷେଇ ଘରେ ମୋ ପସନ୍ଦର ଏକ ଗୀତ ଚଲାନ୍ତୁ”

  • “ଲିଭିଂ ରୂମ୍ ସ୍ପୀକର୍ ଯୋଡ଼ନ୍ତୁ”

  • “ରୋଷେଇ ଘରୁ ମ୍ଯୁଜିକ୍ କାଢ଼ନ୍ତୁ”

  • “ମ୍ଯୁଜିକ୍ ଡେନ୍‌କୁ ମୂଭ୍ କରନ୍ତୁ”

ଆପଣ iPhone ସ୍କ୍ରୀନ୍‌ରୁ ପ୍ଲେବ୍ଯାକ୍ ପାଇଁ ଗନ୍ତବ୍ଯସ୍ଥଳ ମଧ୍ଯ ବାଛିପାରିବେ।

  1. ଆପଣ ଶୁଣୁଥିବା ଆପ୍ ପାଇଁ କଣ୍ଟ୍ରୋଲ୍ ସେଣ୍ଟର୍‌ରେ, ଲକ୍ ସ୍କ୍ରୀନ୍‌ରେ କିମ୍ବା “ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ “ପ୍ଲେବ୍ଯାକ୍ ଗନ୍ତବ୍ଯ” ବଟନ୍ ରେ ଟାପ୍ କରନ୍ତୁ।

  2. ଆପଣ ବ୍ଯବହାର କରିବାକୁ ଚାହୁଁଥିବା ପ୍ରତ୍ଯେକ ଡିଭାଇସ୍ ଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଗୋଟିଏ ଷ୍ଟେରିଓ ପେୟର୍‌ରେ ବ୍ଯବସ୍ଥିତ ଡିଭାଇସ୍‌ଗୁଡି଼କୁ ଗୋଟିଏ ଏକକ ଅଡିଓ ଡିଭାଇସ୍ ଭାବେ ବିବେଚନା କରାଯାଏ।

iPhone ରୁ HomePod କୁ ଅଡିଓ ନିଅନ୍ତୁ

ମ୍ଯୁଜିକ୍, ପଡ୍‌କାଷ୍ଟ୍ କିମ୍ବା ଅନ୍ଯ କୌଣସି ଅଡିଓ ଆପ୍‌ରୁ ଅଡିଓ ଚାଲାଉଥିବା ସମୟରେ, iPhone କୁ HomePod ର ଶୀର୍ଷର ନିକଟକୁ ଆଣନ୍ତୁ।

ଅଡିଓ ହ୍ଯାଣ୍ଡ୍‌ଅଫ୍ ପାଇଁ ନିମ୍ନଲିଖିତ ଆବଶ୍ଯକ:

  • ଆପଣ ଉଭୟ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଥିବା ଆବଶ୍ଯକ।

  • ଆପଣଙ୍କ iPhone ରେ, ଆପଣ Wi-Fi ଏବଂ Handoffଚାଲୁ କରିଛନ୍ତି।

  • iPhone ଓ HomePod ସମାନ Apple ଘରେ ଏବଂ ସମାନ Wi-Fi ନେଟ୍‌ୱର୍କ୍‌ରେ ରହିବା ଆବଶ୍ଯକ।

  • ଆପଣଙ୍କ ଡିଭାଇସ୍‌ରେ ସେଟିଂସ୍ ରେ Bluetooth ଚାଲୁ ହେବା ସହ ପରସ୍ପର ମଧ୍ଯରେ Bluetooth ରେଞ୍ଜ୍ (ପାଖାପାଖି 33 ଫୁଟ କିମ୍ବା 10 ମିଟର) ମଧ୍ଯରେ ଥିବା ଆବଶ୍ଯକ।

iPhone ଏବଂ HomePod ଏବଂ ଅନ୍ଯ ଡିଭାଇସ୍ ମଧ୍ଯରେ Handoff ଅକ୍ଷମ କରିବାକୁ, ସେଟିଂସ୍ > ସାଧାରଣ > AirPlay ଓ କଣ୍ଟିନ୍ଯୁଇଟୀକୁ ଯାଆନ୍ତୁ।

ଧ‍୍ୟାନ ଦିଅନ୍ତୁ: HomePod ସ୍ପୀକର୍ ଓ Apple TV 4K ବ୍ଯବହାର କରିବା ବିଷୟରେ ଅଧିକ ଜାଣିବା ପାଇଁ HomePod ୟୁଜର୍ ଗାଇଡ୍ ଏବଂ Apple TV 4K ୟୁଜର୍ ଗାଇଡ୍ଦେଖନ୍ତୁ।

AirPlay 2-ସକ୍ଷମ ସ୍ମାର୍ଟ୍ TV ର ଏକ ଲିଷ୍ଟ୍ ପାଇଁ, ହୋମ୍ ଆକ୍ସେସରି ୱେବ୍‌ସାଇଟ୍ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.