ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPhone କ୍ଯାମେରା ସହାୟତାରେ ଫଟୋଗ୍ରାଫିକ୍ ଷ୍ଟାଇଲ୍ ବ୍ଯବହାର କରନ୍ତୁ

ସମର୍ଥିତ ମଡେଲ୍ ରେ, ଫଟୋଗ୍ରାଫିକ୍ ଷ୍ଟାଇଲ୍ ଏକ କଷ୍ଟମାଇଜ୍ ଲୁକ୍ ତିଆରି କରିବା ପାଇଁ ଆପଣଙ୍କ ଫଟୋର ବିଭିନ୍ନ ଅଂଶରେ ନିର୍ଦ୍ଦିଷ୍ଟ ରଙ୍ଗଗୁଡ଼ିକୁ ବୁଦ୍ଧିମତ୍ତାର ସହିତ ଆଡ୍‌ଜଷ୍ଟ୍ କରେ। ଆପଣ ଚୟନ କରୁଥିବା ଷ୍ଟାଇଲ୍ ଆପଣ ଉଠାଉଥିବା ସମସ୍ତ ଫଟୋରେ ସ୍ୱୟଂଚାଳିତ ଭାବରେ ଲାଗୁ ହୋଇଥାଏ, କିନ୍ତୁ ଆପଣ କ‍୍ୟାମେରାରେ ଆଡ୍‌ଜଷ୍ଟ୍‌ମେଣ୍ଟ୍ କରିପାରିବେ କିମ୍ବା ପରେ ଫଟୋ ଆପ୍‌ରେ ଏଡିଟ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ନବୀମତମ ଜେନେରେଶନ୍ ଫଟୋଗ୍ରାଫିକ୍ ଷ୍ଟାଇଲ୍ ସମର୍ଥନ କରୁଥିବା ମଡେଲ୍‌ରେ, ଫଟୋଗ୍ରାଫିକ୍ ଷ୍ଟାଇଲ୍‌କୁ ପରେ ଫଟୋରେ ଏଡିଟ୍ କରିବା ପାଇଁ କ୍ୟାମେରାକୁ ଉଚ୍ଚ ଦକ୍ଷତା ଇମେଜ୍ କ୍ୟାପ୍‌ଚର୍ ସହିତ ଫଟୋ କ୍ୟାପ୍‌ଚର୍ କରିବା ଆବଶ‍୍ୟକ। ଉଚ୍ଚ ଦକ୍ଷତା ଚାଲୁ କରିବା ପାଇଁ, ସେଟିଂସ୍ > କ୍ଯାମେରା > ଫର୍ମାଟ୍‌କୁ ଯାଆନ୍ତୁ, ତା’ପରେ ଉଚ୍ଚ ଦକ୍ଷତା ଉପରେ ଟାପ୍ କରନ୍ତୁ।

ଏକ ଫଟୋଗ୍ରାଫିକ୍ ଷ୍ଟାଇଲ୍ ଚୟନ କରନ୍ତୁ

ଆପଣ ଏକ ଫଟୋ ଉଠାଇବା ପୂର୍ବରୁ ସାମଗ୍ରିକ ମୂଡ୍ ପରିବର୍ତ୍ତନ କରିବା ପାଇଁ ଏକ ଫଟୋଗ୍ରାଫିକ୍ ଷ୍ଟାଇଲ୍ ଚୟନ କରନ୍ତୁ। ଆପଣ ଏହାର ଟୋନ୍, ରଙ୍ଗ ଏବଂ ତୀବ୍ରତାକୁ ମଧ‍୍ୟ ଫାଇନ୍-ଟ୍ଯୂନ୍ କରିପାରିବେ।

  1. ଆପଣଙ୍କ iPhone ରେ କ୍ଯାମେରା ଖୋଲନ୍ତୁ।

  2. କ‍୍ୟାମେରା କଣ୍ଟ୍ରୋଲ୍ ବଟନ୍ ରେ ଟାପ୍ କରନ୍ତୁ କିମ୍ବା ସ୍କ୍ରୀନ୍‌ର ନିମ୍ନରେ ଥିବା କ‍୍ୟାମେରା ମୋଡ୍‌ରୁ ଉପରକୁ ସ୍ୱାଇପ୍ କରନ୍ତୁ।

  3. ଷ୍ଟାଇଲ୍‌ରେ ଟାପ୍ କରନ୍ତୁ, ତା’ପରେ ଉପଲବ୍ଧ ଷ୍ଟାଇଲ୍ ପ୍ରୀଭ୍ଯୂ କରିବା ପାଇଁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

  4. ଷ୍ଟାଇଲ୍ କଷ୍ଟମାଇଜ୍ କରିବା ପାଇଁ, ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ (ଆପଣଙ୍କ iPhone ମଡେଲ୍ ଉପରେ ନିର୍ଭର କରେ):

    • ଏକକାଳୀନ ଟୋନ୍ ଏବଂ ରଙ୍ଗ ଆଡ୍‌ଜଷ୍ଟ୍ କରିବା ପାଇଁ ନିଜ ଆଙ୍ଗୁଠିକୁ କ‍୍ୟାମେରା କଣ୍ଟ୍ରୋଲ୍ ସ୍ଥିତିରେ ଡ୍ରାଗ୍ କରନ୍ତୁ।

    • ଆପଣଙ୍କ ଫଟୋ ଉପରେ ଷ୍ଟାଇଲ୍ କେତେ ପ୍ରଭାବ ପକାଏ ତାହା କଣ୍ଟ୍ରୋଲ୍ କରିବା ପାଇଁ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

    • ଆପଣଙ୍କ ଫଟୋ ଉପରେ ଷ୍ଟାଇଲ୍ କେତେ ପ୍ରଭାବ ପକାଏ ତାହା କଣ୍ଟ୍ରୋଲ୍ କରିବା ପାଇଁ ଟୋନ୍ ଏବଂ ୱାର୍ମ୍‌ଥ ସ୍ଲାଇଡର୍ ଡ୍ରାଗ୍ କରନ୍ତୁ।

    • ଡିଫଲ୍ଟ୍ ମୂଲ‍୍ୟକୁ ଫେରିବା ପାଇଁ ରୀସେଟ୍ ବଟନ୍ ରେ ଟାପ୍ କରନ୍ତୁ।

  5. ଷ୍ଟାଇଲ୍ ମେନ‍୍ୟୂ ବନ୍ଦ କରିବା ପାଇଁ “ଷ୍ଟାଇଲ୍ କଣ୍ଟ୍ରୋଲ୍ ଖାରଜ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଆପଣ ଚୟନ କରିଥିବା ଷ୍ଟାଇଲ୍ ରୀସେଟ୍ କିମ୍ବା ପରିବର୍ତ୍ତନ କରିବାକୁ, ଉପରୋକ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ, ତା’ପରେ ଷ୍ଟାଣ୍ଡାର୍ଡ୍ ଚୟନ କରନ୍ତୁ କିମ୍ବା ଏକ ଭିନ୍ନ ଷ୍ଟାଇଲ୍ ବାଛନ୍ତୁ।

ଆପଣ ଏକ ଫଟୋ ଉଠାଇବା ପରେ, ଆପଣ ଫଟୋ ଆପ୍‌ରେ ଫଟୋଗ୍ରାଫିକ୍ ଷ୍ଟାଇଲ୍ ମୂଲ୍ଯକୁ ଆହୁରି ମାର୍ଜିତ କରିପାରିବେ। “ଏକ ଫଟୋର ଫଟୋଗ୍ରାଫିକ୍ ଷ୍ଟାଇଲ୍ ଏଡିଟ୍ କରନ୍ତୁ” ଦେଖନ୍ତୁ।

ଫଟୋଗ୍ରାଫିକ୍ ଷ୍ଟାଇଲ୍ କାଢ଼ନ୍ତୁ କିମ୍ବା ସେଟ୍ କରନ୍ତୁ

ଆପଣ ନିଜ ଫଟୋଗ୍ରାଫିକ୍ ଷ୍ଟାଇଲ୍ କାଢ଼ି ପାରିବେ କିମ୍ବା ଏକ ନୂଆ ସେଟ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. କ୍ୟାମେରାରେ ଟାପ୍ କରନ୍ତୁ, ଫଟୋଗ୍ରାଫିକ୍ ଷ୍ଟାଇଲ୍‌ରେ ଟାପ୍ କରନ୍ତୁ, ତା’ପରେ “ଷ୍ଟାଣ୍ଡାର୍ଡ ବ୍ୟବହାର କରନ୍ତୁ” ଚୟନ କରନ୍ତୁ କିମ୍ବା ଏକ ଭିନ୍ନ ଷ୍ଟାଇଲ୍ ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.