ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଏକ କଷ୍ଟମ୍ iPhone ଲକ୍ ସ୍କ୍ରୀନ୍ ତିଆରି କରନ୍ତୁ

ଏକ କଷ୍ଟମାଇଜ୍ ହୋଇଥିବା iPhone ଲକ୍ ସ୍କ୍ରୀନ୍।

ଆପଣ ଏକ ୱାଲ୍‌ପେପର୍ ବାଛି, ଏକ ଫେଭରିଟ୍ ଫଟୋ ପ୍ରଦର୍ଶନ କରି, ସମୟର ଫଣ୍ଟ୍ ବଦଳାଇ, ୱିଜେଟ୍ ଯୋଡ଼ିକରି ଏବଂ ଆହୁରି ଅନେକ କିଛି କରି ନିଜ ଲକ୍ ସ୍କ୍ରୀନ୍‌କୁ ପର୍ସନଲାଇଜ୍ କରିପାରିବେ।

ଆପଣ ଏକରୁ ଅଧିକ ଲକ୍ ସ୍କ୍ରୀନ୍ ତଆରି କରିପାରିବେ, ଲକ୍ ସ୍କ୍ରୀନ୍‌ଗୁଡ଼ିକ ମଧ୍ୟରେ ସ୍ୱିଚ୍ କରିପାରିବେ ଏପରିକି ଗୋଟିଏ ଲକ୍ ସ୍କ୍ରୀନ୍‌କୁ ଫୋକସ୍ ସହ ଲିଙ୍କ୍ ମଧ୍ଯ କରିପାରିବେ। ତେଣୁ, ଉଦାହରଣ ସ୍ବରୂପ, ଆପଣ କାର୍ଯ‍୍ୟରେ ଧ‍୍ୟାନ ଦେବାକୁ ଚାହୁଁଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଲକ୍ ସ୍କ୍ରୀନ୍ ସେଟ୍ କରିପାରିବେ।

ଆପଣଙ୍କ ଲକ୍ ସ୍କ୍ରୀନ୍‌କୁ ଏଡିଟ୍ କରନ୍ତୁ କିମ୍ବା ଏକ ନୂଆ ସ୍କ୍ରୀନ୍ ତିଆରି କରନ୍ତୁ

  1. ଆପଣଙ୍କ iPhone ରେ ଥିବା ପାର୍ଶ୍ୱ ବଟନ୍‌କୁ ଦୁଇଥର ଦବାନ୍ତୁ।

  2. ଲକ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏକ ନୂଆ ଲକ୍ ସ୍କ୍ରୀନ୍ ତିଆରି କରିବା ପାଇଁ “ନୂଆ ଲକ୍‌ସ୍କ୍ରୀନ୍ ୱାଲ୍‌ପେପର୍ ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ। (ଯଦି ଆପଣ “NewLockScreen ୱାଲ୍‌ପେପର୍ ଯୋଡ଼ନ୍ତୁ” ବଟନ୍ ଦେଖୁନାହାନ୍ତି, ତେବେ ଆପଣଙ୍କ ଲକ୍ ସ୍କ୍ରୀନ୍‌କୁ ପୁଣି ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଆପଣଙ୍କ ପାସ୍‌କୋଡ୍‌ ଲେଖନ୍ତୁ।)

    ପୂର୍ବରୁ ଥିବା ଲକ୍ ସ୍କ୍ରୀନ୍‌ରେ ପରିବର୍ତ୍ତନ କରିବାକୁ, ଆପଣ ପରିବର୍ତ୍ତନ କରିବାକୁ ଚାହୁଁଥିବା ସ୍କ୍ରୀନ୍‌କୁ ସ୍ୱାଇପ୍ କରନ୍ତୁ, ତା'ପରେ “କଷ୍ଟମାଇଜ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଯଦି ଆପଣ ଏକ ନୂଆ ଲକ୍ ସ୍କ୍ରୀନ୍ ତିଆରି କରୁଛନ୍ତି, ତେବେ ୱାଲ୍‌ପେପର୍ ବିକଳ୍ପ ମଧ‍୍ୟରୁ ଗୋଟିଏରେ ଟାପ୍ କରନ୍ତୁ। iPhone 12 ଓ ପରବର୍ତ୍ତୀ ମଡେଲ୍‌ରେ, ଆପଣ 3D ଇଫେକ୍ଟ୍ ପାଇଁ ଏକ ସ୍ପେଶିୟଲ୍ ଦୃଶ‍୍ୟ ବ‍୍ୟବହାର କରି ଦେଖିପାରିବେ ଏବଂ ସେହି ବିକଳ୍ପଗୁଡ଼ିକ ଚେଷ୍ଟା କରିପାରିବେ ଯେଉଁଠି ଆପଣଙ୍କ ଫଟୋ ୱାଲ୍‌ପେପର୍ ଓ ନୋଟିଫିକେଶନ୍ ସହିତ ସମୟ ଡାଇନାମିକ୍ ଭାବରେ ପରିବର୍ତ୍ତିତ ହୁଏ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ବ‍୍ୟବହାର କରିବାକୁ ଚାହୁଁଥିବା ୱାଲ୍‌ପେପର୍ ବିକଳ୍ପ ଦେଖୁନାହାନ୍ତି (ଉଦାହରଣ ସ୍ବରୂପ, ପାଣିପାଗ କିମ୍ବା ଜ୍ୟୋତିର୍ବିଜ୍ଞାନ), ତେବେ ଅଧିକ ବିକଳ୍ପ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଚାହୁଁଥିବା ବିକଳ୍ପ ତଳେ ଥିବା “ପ୍ରାପ୍ତ କରନ୍ତୁ”ରେ ଟାପ୍ କରନ୍ତୁ।

    ଏଡିଟ୍‌ ହେବା ପ୍ରକ୍ରିୟାରେ ଥିବା ଏକ କଷ୍ଟମ୍‌ ଲକ୍ ସ୍କ୍ରୀନ୍। କଷ୍ଟମାଇଜେଶନ୍ ପାଇଁ ଉପଲବ୍ଧ ଉପାଦାନଗୁଡ଼ିକ —ତାରିଖ, ସମୟ, ଏବଂ ୱିଜେଟ୍ ଯୋଡ଼ିବା ପାଇଁ ଏକ ବଟନ୍ ଚୟନ କରାଯାଇଛି।
  4. ଆପଣଙ୍କ ଲକ୍ ସ୍କ୍ରୀନ୍ କଷ୍ଟମାଇଜ୍ କରିବା ପାଇଁ କିଛି ଉପାୟ ଏଠାରେ ଦିଆଯାଇଛି (ଆପଣ ବାଛୁଥିବା ୱାଲ୍‌ପେପର୍ ଉପରେ ବିକଳ୍ପ ନିର୍ଭର କରେ):

    • ଘଣ୍ଟାର ଲୁକ୍ ପରିବର୍ତ୍ତନ କରନ୍ତୁ: ଉଚ୍ଚତା ବଢ଼ାଇବା ପାଇଁ ନିମ୍ନ ଡାହାଣ କୋଣକୁ ଡ୍ରାଗ୍ କରନ୍ତୁ, ତା’ପରେ ଫଣ୍ଟ୍ ବଦଳାଇବା, ଅଧିକ ସ୍ୱଚ୍ଛ ଲୁକ୍‌କୁ ସ୍ବିଚ୍ କରିବା ଇତ୍ଯାଦି ପାଇଁ ସମୟରେ ଟାପ୍ କରନ୍ତୁ।

    • ଏକ 3D ଇଫେକ୍ଟ୍ ଯୋଡ଼ନ୍ତୁ: ଯଦି ଆପଣ ସ୍ପେଶିୟଲ୍ ଇଫେକ୍ଟ୍ ସମର୍ଥନ କରୁଥିବା ଏକ ଫଟୋ ଯୋଡ଼ିଛନ୍ତି, ତେବେ ସ୍ପେଶିୟଲ୍ କ୍ୟାପ୍‌ଚର୍ ବଟନ୍ ରେ ଟାପ୍ କରନ୍ତୁ (iPhone 12 ଏବଂ ପରବର୍ତ୍ତୀ ଭର୍ଶନ୍)।

    • ୱିଜେଟ୍ ଯୋଡ଼ନ୍ତୁ କିମ୍ବା ପରିବର୍ତ୍ତନ କରନ୍ତୁ: ଆପଣଙ୍କ ବିଦ‍୍ୟମାନ ଓ୍ବିଜେଟ୍‌ରେ ଟାପ୍ କରନ୍ତୁ କିମ୍ବା “ୱିଜେଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    • କଣ୍ଟ୍ରୋଲ୍‌ ସ୍ୱାପ୍ କରନ୍ତୁ (ଯେପରି ଫ୍ଲାଶ୍‌ଲାଇଟ୍): କଣ୍ଟ୍ରୋଲ୍‌ ମଧ୍ଯରୁ ଗୋଟିଏରେ “କାଢ଼ି ଦିଅନ୍ତୁ” ବଟନ୍‌ ଟାପ୍ କରନ୍ତୁ, ତା’ପରେ “କ୍ୱିକ୍ ଆକ୍ସନ୍‌ ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

    • ଆପଣଙ୍କ ଫଟୋ ପୁଣି ଅବସ୍ଥାପିତ କରନ୍ତୁ: ଜୂମ୍ ଇନ୍ କରିବା ପାଇଁ ଦୁଇଟି ଆଙ୍ଗୁଠିରେ ପିଞ୍ଚ୍ କରି ଖୋଲନ୍ତୁ, ଇମେଜ୍‌କୁ ମୂଭ୍ କରିବା ପାଇଁ ଦୁଇଟି ଆଙ୍ଗୁଠିରେ ଡ୍ରାଗ୍ କରନ୍ତୁ, ତା’ପରେ ଜୂମ୍ ଆଉଟ୍ କରିବା ପାଇଁ ପିଞ୍ଚ୍ କରି ବନ୍ଦ କରନ୍ତୁ।

    • ଏକ ବହୁସ୍ତରୀୟ ଇଫେକ୍ଟ୍‌ ତିଆରି କରନ୍ତୁ: ଡେପ୍‌ଥ୍‌ ଇଫେକ୍ଟ୍‌ ବଟନ୍ ରେ ଟାପ୍‌ କରନ୍ତୁ। କିମ୍ବା ଯଦି ଆପଣଙ୍କ ପାଖରେ ଏକ ଫଟୋ ଅଛି ଯାହା ଲେୟରିଂକୁ ସମର୍ଥନ କରେ, ତେବେ “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ଡେପ୍‌ଥ୍‌ ଇଫେକ୍ଟ୍‌ ବାଛନ୍ତୁ।

    • ଷ୍ଟାଇଲ୍ ପରିବର୍ତ୍ତନ କରନ୍ତୁ: ଭିନ୍ନ ରଙ୍ଗ ଫିଲ୍ଟର୍ ଚେଷ୍ଟା କରିବା ପାଇଁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

    • Live Photo ସହିତ ମୋଶନ୍ ଇଫେକ୍ଟ୍‌ ତିଆରି କରନ୍ତୁ: ଯଦି ଆପଣ ଏକ Live Photo ଚୟନ କରନ୍ତି ଯାହାକୁ ସ୍ଲୋ ମୋଶନ୍‌ରେ ପରିଣତ କରାଯାଇପାରିବ, ଡିଭାଇସ୍ ସକ୍ରିୟ ହେବା ସମୟରେ Live Photo ଚଲାଇବାକୁ Live photo ବଟନ୍‌ରେ ଟାପ୍‌ କରନ୍ତୁ।

    • “ଫ୍ରୀକ୍ୱେନ୍ସି ଶଫଲ୍‌ କରନ୍ତୁ” ସେଟ୍ କରନ୍ତୁ: ଯଦି ଆପଣ “ଫଟୋ ଶଫଲ୍‌ କରନ୍ତୁ” ବାଛନ୍ତି, ଫଟୋ ଚୟନ ପରିବର୍ତ୍ତନ କରିବା ପାଇଁ ଫଟୋ ଥମ୍ବ୍‌ନେଲ୍‌ରେ ଟାପ୍ କରନ୍ତୁ କିମ୍ବା “ଅଧିକ” ବଟନ୍‌ ଟାପ୍ କରି ଶଫଲ୍‌ ଫ୍ରୀକ୍ୱେନ୍ସି ପରିବର୍ତ୍ତନ କରନ୍ତୁ।

    • ଲାଇଟ୍‌ ଏବଂ ଡାର୍କ୍‌ ଆପିଅରନ୍ସ୍‌ ମଧ୍ଯରେ ସ୍ବିଚ୍‌ କରନ୍ତୁ ଯଦି ଆପଣ ବାଛିଥିବା ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଲାଇଟ୍‌ ମୋଡ୍‌ ଏବଂ ଡାର୍କ୍‌ ମୋଡ୍ ବିକଳ୍ପ ଥାଏ, ତେବେ ଆପିଅରନ୍ସ୍ ବଟନ୍‌ ରେ ଟାପ୍ କରନ୍ତୁ।

  5. “ଯୋଡ଼ନ୍ତୁ” କିମ୍ବା “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ, ତା’ପରେ ୱାଲ୍‌ପେପର୍ ପେୟର୍ ଭାବରେ ସେଟ୍ କରିବାକୁ କିମ୍ବା ହୋମ୍ ସ୍କ୍ରୀନ୍ କଷ୍ଟମାଇଜ୍ କରିବାକୁ ବାଛନ୍ତୁ।

ଆପଣଙ୍କ ଲକ୍ ସ୍କ୍ରୀନ୍ ସହିତ ଏକ ଫୋକସ୍ ଲିଙ୍କ୍ କରନ୍ତୁ

ଫୋକସ୍ ଆପଣଙ୍କ ଅନ୍ୟମନସ୍କତାକୁ ହ୍ରାସ କରି ଏକ ଟାସ୍କ୍ ଉପରେ ଧ୍ୟାନ ରଖିବାରେ ସହାୟତା କରେ। ଆପଣ ଫୋକସ୍ ସେଟ୍ ଅପ୍ କରିବା ପରେ, ଆପଣ ଏହାକୁ ନିଜର ଲକ୍ ସ୍କ୍ରୀନ୍ ସହିତ ଲିଙ୍କ୍ କରିପାରିବେ — ତେଣୁ ଆପଣ ସେହି ନିର୍ଦ୍ଦିଷ୍ଟ ଲକ୍ ସ୍କ୍ରୀନ୍ ବ୍ୟବହାର କରିବା ସମୟରେ ଆପଣଙ୍କ ଫୋକସ୍ ସେଟିଂସ୍ ଲାଗୁ ହୁଏ ଏବଂ ସେହି ଫୋକସ୍ ଅନ୍ ଥିବା ସମୟରେ ସେହି ଲକ୍ ସ୍କ୍ରୀନ୍ ଦେଖାଯାଏ।

  1. ଆପଣଙ୍କ iPhone ରେ ପାର୍ଶ୍ୱ ବଟନ୍ ଦବାନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ କଷ୍ଟମାଇଜ୍ ବଟନ୍ ନ ଦେଖାଯିବା ପର୍ଯ୍ଯନ୍ତ ଲକ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ଫୋକସ୍ ବିକଳ୍ପ ଦେଖିବା ପାଇଁ ୱାଲ୍‌ପେପର୍‌ର ନିମ୍ନରେ ଥିବା ଫୋକସ୍—ଉଦାହରଣ ସ୍ୱରୂପ, ଡିଷ୍ଟର୍ବ୍ କରନ୍ତୁ ନାହିଁ, ପର୍ସନଲ୍, ସ୍ଲୀପ୍ ଏବଂ କାର୍ଯ୍ଯରେ ଟାପ୍ କରନ୍ତୁ।

  4. ଏକ ଫୋକସ୍ ଚୟନ କରନ୍ତୁ, ତା’ପରେ “ବନ୍ଦ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଲକ୍ ସ୍କ୍ରୀନ୍ ମଧ୍ଯରେ ସ୍ୱିଚ୍ କରନ୍ତୁ

ଆପଣ ଏକାଧିକ କଷ୍ଟମ୍ ଲକ୍ ସ୍କ୍ରୀନ୍ ତିଆରି କରିପାରିବେ ଏବଂ ଦିନସାରା ସେଗୁଡ଼ିକ ମଧ୍ଯରେ ସ୍ୱିଚ୍ କରିପାରିବେ।

  1. ଆପଣଙ୍କ iPhone ରେ ପାର୍ଶ୍ୱ ବଟନ୍ ଦବାନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ କଷ୍ଟମାଇଜ୍ ବଟନ୍ ନ ଦେଖାଯିବା ପର୍ଯ୍ଯନ୍ତ ଲକ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ଆପଣ ବ୍ୟବହାର କରିବାକୁ ଚାହୁଁଥିବା ଲକ୍ ସ୍କ୍ରୀନ୍‌ରେ ସ୍ୱାଇପ୍ କରନ୍ତୁ, ତା’ପରେ ଏହାକୁ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଏକ ଲକ୍ ସ୍କ୍ରୀନ୍ ଏକ ନିର୍ଦ୍ଦିଷ୍ଟ ଫୋକସ୍ ସହିତ ଲିଙ୍କ୍ ହୁଏ, ତେବେ ସେହି ଲକ୍ ସ୍କ୍ରୀନ୍‌ରୁ ଅନ୍ଯକୁ ସ୍ୱିଚ୍ କରିବା ଦ୍ୱାରା ଆପଣଙ୍କ ଫୋକସ୍ ମଧ୍ଯ ସ୍ୱିଚ୍ ହୋଇଥାଏ।

ଏକ ଲକ୍ ସ୍କ୍ରୀନ୍ ଡିଲିଟ୍ କରନ୍ତୁ

ଆପଣଙ୍କୁ ଆଉ ଆବଶ୍ଯକ ନଥିବା “ଲକ୍ ସ୍କ୍ରୀନ୍”କୁ ଡିଲିଟ୍ କରିପାରିବେ।

  1. ଆପଣଙ୍କ iPhone ରେ ପାର୍ଶ୍ୱ ବଟନ୍ ଦବାନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ କଷ୍ଟମାଇଜ୍ ବଟନ୍ ନ ଦେଖାଯିବା ପର୍ଯ୍ଯନ୍ତ ଲକ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ଆପଣ ଡିଲିଟ୍‌ କରିବାକୁ ଚାହୁଁଥିବା ଲକ୍ ସ୍କ୍ରୀନ୍‌କୁ ଯିବା ପାଇଁ ସ୍ୱାଇପ୍ କରନ୍ତୁ, ସ୍କ୍ରୀନ୍‌ରେ ସ୍ୱାଇପ୍ କରନ୍ତୁ, ଟ୍ରାଶ୍ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଏହି ଓ୍ବାଲ୍‌ପେପର୍‌”କୁ ଡିଲିଟ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.