ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ସାଉଣ୍ଡ୍ ରେକର୍ଡିଂ ବିକଳ୍ପକୁ ବଦଳାନ୍ତୁ

iPhone 16 କିମ୍ବା ପରବର୍ତ୍ତୀ ମଡେଲ୍‌ରେ ଭିଡିଓ ରେକର୍ଡ୍ କରିବା ପାଇଁ ସ୍ପେଶିୟଲ୍ ଅଡିଓ ବ୍ଯବହାର କରାଯାଏ, ଯାହା ଅଧିକ ବାସ୍ତବିକ ଏବଂ ଇମର୍ସିଭ୍ ଅଡିଓ ରେକର୍ଡିଂ କ‍୍ୟାପ୍‌ଚର୍‌ କରେ ଯାହାକୁ ଆପଣ ପରେ ଫଟୋ ଆପ୍‌ରେ ଏଡିଟ୍ କରିପାରିବେ; ଅଡିଓ ମିକ୍ସ୍ ସହିତ ସାଉଣ୍ଡ୍ ଏଡିଟ୍ କରନ୍ତୁ ଦେଖନ୍ତୁ। ଆପଣ ଷ୍ଟେରିଓ କିମ୍ବା ମନୋରେ ରେକର୍ଡ୍ କରିବାକୁ ମଧ‍୍ୟ ବାଛିପାରିବେ। ପୂର୍ବରୁ iPhone ମଡେଲ୍ ଷ୍ଟେରିଓରେ ରେକର୍ଡ୍ କରୁଥିଲା।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. କ୍ଯାମେରା ଆପ୍‌ରେ ଟାପ୍ କରନ୍ତୁ, “ସାଉଣ୍ଡ୍ ରେକର୍ଡ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଗୋଟିଏ ବାଛନ୍ତୁ:

    • ସ୍ପେଶିୟଲ୍ ଅଡିଓ: ସମର୍ଥିତ ପ୍ଲେବ୍ୟାକ୍ ଡିଭାଇସଗୁଡ଼ିକରେ ଅଡିଓ ପ୍ଲେବ୍ୟାକ୍ ସମସ୍ତ ଦିଗରୁ ଇମର୍ସିଭ୍ ଅଟେ।

    • ଷ୍ଟେରିଓ: ଅଡିଓ ପ୍ଲେବ‍୍ୟାକ୍ ବାମ ଏବଂ ଡାହାଣ କାନ ମଧ‍୍ୟରେ ଅଲଗା କରାଯାଇଛି।

    • ମୋନୋ: ଉଭୟ କାନରେ ଅଡିଓ ପ୍ଲେବ୍ଯାକ୍ ସମାନ ଅଟେ।

    ଧ‍୍ୟାନ ଦିଅନ୍ତୁ: iPhone 16 କିମ୍ବା ପରବର୍ତ୍ତୀ ମଡେଲ୍‌ରେ, ଆପଣ ସ୍ପେଶିୟଲ୍ ଅଡିଓ କିମ୍ବା ଷ୍ଟେରିଓ ସହିତ ଭିଡିଓ ରେକର୍ଡ୍ କରିବା ସମୟରେ, ପବନର ନଏଜ୍ ସ୍ବୟଂଚାଳିତ ଭାବରେ ହ୍ରାସ ପାଇଥାଏ। ଏହି ସେଟିଂସ୍ ବଦଳାଇବା ପାଇଁ, “ପବନ ନଏଜ୍ ହ୍ରାସ” ବନ୍ଦ କରନ୍ତୁ।

    AirPods ଏବଂ AirPods Pro ର ସମର୍ଥିତ ମଡେଲ୍‌ ସହିତ, ଆପଣ ଭିଡିଓ ରେକର୍ଡ୍‌ କରିବା ସମୟରେ ଆପଣଙ୍କ AirPods କୁ ଏକ ମାଇକ୍ରୋଫୋନ୍ ଭାବରେ ବ୍ୟବହାର କରିପାରିବେ। AirPods ୟୁଜର୍ ନିର୍ଦ୍ଦେଶାବଳୀରେ “ସମର୍ଥିତ କ୍ୟାମେରା ଆପ୍ ସହିତ AirPods କିମ୍ବା AirPods Pro ବ୍ୟବହାର କରନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.