ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPad ଏବଂ Mac ରେ କଲ୍ ଏବଂ ଟେକ୍ସ୍‌ଟ୍ ମେସେଜ୍‌ଗୁଡ଼ିକ ପାଇଁ ଅନୁମତି ଦେବାକୁ iPhone ବ୍ୟବହାର କରନ୍ତୁ

ଆପଣ ଆପଣଙ୍କ iPhone ମାଧ୍ୟମରେ ଫୋନ୍ କଲ୍ ଏବଂ ଟେକ୍ସ୍‌ଟ୍ ମେସେଜ୍ ଆପଣଙ୍କ iPad କିମ୍ବା Mac କୁ ରିଲେ କରିପାରିବେ, ତେଣୁ ଆପଣ ଯେକୌଣସି ଡିଭାଇସ୍‌ରେ ଥାଉ ନା କାହିଁକି ଯୋଗାଯୋଗରେ ରହିବା ସହଜ ଅଟେ।

ଧ‍୍ୟାନ ଦିଅନ୍ତୁ: ମୋବାଇଲ୍ ସେବା ଶୁଳ୍କ ଲାଗୁ ହୋଇପାରେ। ସମସ୍ତ ନେଟ୍‌ଓ୍ବର୍କ୍ ପ୍ରଦାନକାରୀ Wi-Fi କଲିଂ ପ୍ରଦାନ କରନ୍ତି ନାହିଁ।

ଆପଣ ଆରମ୍ଭ କରିବା ପୂର୍ବରୁ

ନିମ୍ନଲିଖିତ କାର୍ଯ୍ଯ କରିବା ନିଶ୍ଚିତ କରନ୍ତୁ:

ଯଦି ଆପଣ ଏକ VPN ବ୍ଯବହାର କରୁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଏହାର କନ୍‌ଫିଗରେଶନ୍ ସ୍ଥାନୀୟ ନେଟ୍‌ୱର୍କିଂକୁ ପ୍ରତିରୋଧ କରିନଥାଏ କାରଣ ଏହା କିଛି କଣ୍ଟିନ୍ଯୁଇଟି ଫୀଚର୍‌ରେ ବାଧା ସୃଷ୍ଟି କରିପାରେ।

ଆପଣଙ୍କ ଅନ୍ୟ ଡିଭାଇସ୍‌ରେ ଫୋନ୍ କଲ୍‌କୁ ଅନୁମତି ଦେବା ପାଇଁ ଆପଣଙ୍କ iPhone ସେଟ୍ ଅପ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା, ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ଫୋନ୍‌ରେ ଟାପ୍ କରନ୍ତୁ।

  3. “ଅନ୍ୟ ଡିଭାଇସ୍‌ରେ କଲ୍”ରେ ଟାପ୍ କରନ୍ତୁ, “ଅନ୍ୟ ଡିଭାଇସ୍‌ରେ କଲ୍”କୁ ଅନୁମତି ଦିଅନ୍ତୁ ଚାଲୁ କରନ୍ତୁ, ତା’ପରେ ଆପଣ ଯେଉଁ ଡିଭାଇସ୍‌ରୁ କଲ୍ କରିବା ଏବଂ ପ୍ରାପ୍ତ କରିବାକୁ ଚାହୁଁଛନ୍ତୁ ତାହା ବାଛନ୍ତୁ।

    ଆପଣ ବାଛୁଥିବା ଡିଭାଇସ୍ ଆପଣଙ୍କ iPhone ନିକଟରେ ଥିବା ବେଳେ, ସମାନ Wi-Fi ନେଟ୍‌ୱର୍କ୍ ସହ ସଂଯୁକ୍ତ ଏବଂ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିବା ବେଳେ କଲ୍ କରିପାରିବ ଏବଂ ପ୍ରାପ୍ତ କରିପାରିବ।

ଆପଣଙ୍କ iPad କିମ୍ବା Mac ରେ ଫୋନ୍ କଲ୍ କରନ୍ତୁ କିମ୍ୱା ପ୍ରାପ୍ତ କରନ୍ତୁ

ଆପଣଙ୍କ ଅନ୍ୟ ଡିଭାଇସ୍‌ଗୁଡ଼ିକରେ କଲ୍ ଅନୁମତି ଦେବାକୁ ଆପଣ ଆପଣଙ୍କ iPhone ସେଟ୍ ଅପ୍ କରିବା ପରେ, ଆପଣ ଆପଣଙ୍କ iPad ଏବଂ Mac ରେ ଫୋନ୍ କଲ୍ କରିପାରିବେ ଏବଂ ପ୍ରାପ୍ତ କରିପାରିବେ।

  • କଲ୍ କରନ୍ତୁ: ଆପଣଙ୍କ iPad କିମ୍ୱା Mac ରେ, କଣ୍ଟାକ୍ଟ୍, କ୍ୟାଲେଣ୍ଡର୍, FaceTime, ମେସେଜ୍, Spotlight କିମ୍ୱା Safari ରେ ଏକ ଫୋନ୍ ନମ୍ୱର୍‌ରେ ଟାପ୍ କିମ୍ୱା କ୍ଲିକ୍ କରନ୍ତୁ। କିମ୍ବା ଫୋନ୍ ଆପ୍ ଖୋଲନ୍ତୁ, କୀ’ପ୍ଯାଡ୍ ବଟନ୍ ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ ଏବଂ ଏକ ନମ୍ବର୍ ଟାଇପ୍ କରନ୍ତୁ କିମ୍ବା ଏକ କଣ୍ଟାକ୍ଟ୍ ସର୍ଚ୍ଚ୍ କରନ୍ତୁ।

    ଯଦି ଆପଣ ଡୁଆଲ୍ SIM ସହିତ ଆପଣଙ୍କ iPhone ମାଧ୍ୟମରେ ଅନ୍ୟ ଡିଭାଇସ୍‌ରୁ କଲ୍ କରନ୍ତି, ତେବେ କଲ୍ ଆପଣଙ୍କ ଡିଫଲ୍ଟ୍ ଭଏସ୍ ଲାଇନ୍ ବ୍ୟବହାର କରି କରାଯାଇଥାଏ।

  • ଏକ କଲ୍ ପ୍ରାପ୍ତ କରନ୍ତୁ: ଆପଣଙ୍କ iPad କିମ୍ୱା Mac ରେ, କଲ୍‌ର ଉତ୍ତର ଦେବାକୁ କିମ୍ବା ଅଣଦେଖା କରିବାକୁ ନୋଟିଫିକେଶନ୍‌କୁ ସ୍ୱାଇପ୍, ଟାପ୍ କିମ୍ବା କ୍ଲିକ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କ iPad ରେ ଫୋନ୍ ଆପ୍ ନାହିଁ, ତେବେ ଆପଣ ଏହାକୁ App Store ରୁ ଡାଉନ୍‌ଲୋଡ୍ କରିପାରିବେ

ଆପଣଙ୍କ Mac କିମ୍ବା iPad ରେ ଫୋନ୍ ଆପ୍ କିପରି ବ୍ଯବହାର କରିବେ ସେ ବିଷୟରେ ଅଧିକ ସୂଚନା ପାଇଁ, “ଫୋନ୍ ଆପ୍‌ରେ କଲ୍ କରନ୍ତୁ କିମ୍ବା ପ୍ରାପ୍ତ କରନ୍ତୁ” କିମ୍ବା ”ଆପଣଙ୍କ iPad ରେ କଲ୍ ଓ ଟେକ୍ସ୍‌ଟ୍ ମେସେଜ୍‌କୁ ଅନୁମତି ଦେବା ପାଇଁ iPhone ବ୍ଯବହାର କରନ୍ତୁ” ଦେଖନ୍ତୁ।

ନିଜ iPad କିମ୍ବା Mac ରେ ମେସେଜ୍ ପଠାନ୍ତୁ ଏବଂ ପ୍ରାପ୍ତ କରନ୍ତୁ

ଆପଣ ଆପଣଙ୍କ iPad କିମ୍ୱା Mac ରେ ଉଭୟ iMessage ଏବଂ SMS/RCS/MMS ମେସେଜ୍ ପଠାଇ ପାରିବେ ଏବଂ ପ୍ରାପ୍ତ କରିପାରିବେ। iMessage ଏବଂ SMS/RCS/MMS ମେସେଜ୍ ବିଷୟରେ ଅଧିକ ସୂଚନା ପାଇଁ, iMessage, RCS ଏବଂ SMS/MMS ମଧ୍ୟରେ ପାର୍ଥକ୍ୟ କ'ଣ? ଦେଖନ୍ତୁ

iPad ରେ iMessages ପଠାଇବା ଏବଂ ପ୍ରାପ୍ତ କରିବାକୁ, iPad ରେ iMessage ସେଟ୍ ଅପ୍ କରନ୍ତୁ ଦେଖନ୍ତୁ। Mac ରେ iMessages ପଠାଇବା ଏବଂ ପ୍ରାପ୍ତ କରିବାକୁ, Mac ରେ iMessage ସେଟ୍ ଅପ୍ କରନ୍ତୁ ଦେଖନ୍ତୁ।

ଆପଣଙ୍କ iPad and Mac ରେ SMS/RCS/MMS ମେସେଜ୍ ପଠାଇବା ଏବଂ ପ୍ରାପ୍ତ କରିବାକୁ, ଆପଣଙ୍କ ସମସ୍ତ Apple ଡିଭାଇସ୍‌ରେ ଆପଣଙ୍କ ମେସେଜ୍‌କୁ ଆକ୍ସେସ୍ କରନ୍ତୁ ଦେଖନ୍ତୁ।

ଯଦି ଆପଣଙ୍କ iPad ଏବଂ Mac ରେ ଫୋନ୍ କଲ୍ ଏବଂ ଟେକ୍ସ୍‌ଟ୍ ମେସେଜ୍ କାମ କରୁନାହିଁ

  • ସୁନିଶ୍ଚିତ କରନ୍ତୁ ଯେ ଆପଣ ଉଭୟ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିଛନ୍ତି।

  • ନିଶ୍ଚିତ କରନ୍ତୁ ଯେ ଆପଣଙ୍କ iPhone ଏବଂ Mac ରେ Wi-Fi ଚାଲୁ ଅଛି।

  • ଆପଣଙ୍କ ଡିଭାଇସ୍‌ଗୁଡ଼ିକ ପରସ୍ପତ ଠାରୁ 30 ଫୁଟ୍ (10 ମିଟର୍) ମଧ୍ୟରେ ରହିବା ଆବଶ୍ୟକ।

  • ଯଦି ଆପଣଙ୍କୁ କାର୍ଯ୍ଯସ୍ଥଳୀରେ ଟେକ୍ସ୍‌ଟ୍ ମେସେଜ୍ ପାଇବାରେ ଅସୁବିଧା ହେଉଛି, ତେବେ Apple ସହାୟତା ଆର୍ଟିକଲ୍ ଆପଣଙ୍କର iPhone ରୁ ଅନ୍ଯ ଡିଭାଇସ୍କୁ ଟେକ୍ସ୍‌ଟ୍ ମେସେଜ୍ ଫର୍‌ଓ୍ବର୍ଡ୍ କରନ୍ତୁ।

ଆପଣଙ୍କ iPad କିମ୍ୱା Mac ରେ ଫୋନ୍ କଲ୍ କରିବା ଏବଂ ପ୍ରାପ୍ତ କରିବା ବ୍ୟତୀତ, ଆପଣ ଗୋଟିଏ ଡିଭାଇସ୍‌ରୁ ଅନ୍ୟ ଡିଭାଇସ୍‌କୁ FaceTime କଲ୍ ଟ୍ରାନ୍ସ୍‌ଫର୍ କରିବାକୁ Handoff ମଧ୍ୟ ବ୍ୟବହାର କରିପାରିବେ। iPad ପାଇଁ ଆପଣଙ୍କ iPad ରୁ ଆପଣଙ୍କ ଅନ୍ୟ Apple ଡିଭାଇସ୍‌କୁ ଏକ FaceTime କଲ୍ ଟ୍ରାନ୍ସଫର୍ କରନ୍ତୁ ଏବଂ Mac ପାଇଁ ଅନ୍ୟ ଡିଭାଇସ୍‌କୁ ଏକ FaceTime କଲ୍ ମୂଭ୍ କରନ୍ତୁ ଦେଖନ୍ତୁ।

Wi-Fi କଲ୍ ବିଷୟରେ ଅଧିକ ସୂଚନା ପାଇଁ, Apple ସହାୟତା ଆର୍ଟିକଲ୍ Wi-Fi କଲିଂ ମାଧ୍ଯମରେ କଲ୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.