ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ମେସେଜ୍‌ରେ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କିମ୍ବା ବନ୍ଦ କରନ୍ତୁ

ଆପଣ ତାଙ୍କ ଟେକ୍ସ୍‌ଟ୍ ମେସେଜ୍ ଦେଖିଥିବା ବେଳେ କୌଣସି ବ୍ଯକ୍ତିଙ୍କୁ ସ୍ୱୟଂଚାଳିତ ଭାବରେ ଜଣାଇବା ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ବ୍ୟବହାର କରିପାରିବେ।

ଯେତେବେଳେ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ ହୁଏ, ପ୍ରେରକ ଆପଣଙ୍କୁ ପଠାଇଥିବା ମେସେଜ୍ ତଳେ “ପଢ଼ାଯାଇଛି” ଶବ୍ଦ ଦେଖନ୍ତି, ଯାହା ସୂଚିତ କରେ ଯେ ଆପଣ ତାଙ୍କର ମେସେଜ୍ ପଢ଼ିଛନ୍ତି। ଯଦି ଆପଣ ସେମାନଙ୍କ ମେସେଜ୍ ପଢ଼ିନାହାନ୍ତି, ପ୍ରେରକ “ଡିଲିଭର୍ ହୋଇଛି” ବୋଲି ଦେଖନ୍ତି।

ଆପଣ ସମସ୍ତଙ୍କ ପାଇଁ କିମ୍ବା ବ୍ଯକ୍ତିଗତ କଣ୍ଟା୍‌କ୍ଟ୍ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରିପାରିବେ।

ଧ‍୍ୟାନ ଦିଅନ୍ତୁ: “ପଢ଼ାଯାଇଛି ବୋଲି ରିସୀଟ୍” ବ୍ଯବହାର କରିବା ପାଇଁ, ଆପଣ ଏବଂ ଆପଣଙ୍କ ପ୍ରାପ୍ତକର୍ତ୍ତା iMessage ଚାଲୁ କରିଥିବା ଆବଶ୍ଯକ।

“ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରନ୍ତୁ

ଆପଣ ମେସେଜ୍ ଖୋଲିବା ପରେ ସେମାନଙ୍କୁ ଜଣାଇବା ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ମେସେଜ୍‌ରେ ଟାପ୍ କରନ୍ତୁ।

  3. “ପଢ଼ାଯାଇଛି ବୋଲି ରିସୀଟ୍ ପଠାନ୍ତୁ” ଚାଲୁ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ ନିର୍ଦ୍ଦିଷ୍ଟ କଣ୍ଟାକ୍ଟ୍ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ବନ୍ଦ କରିଦିଅନ୍ତି, ତେବେ ଆପଣଙ୍କୁ ଏକାକୀ ସେହି ଏକ କଣ୍ଟାକ୍ଟ୍ ପାଇଁ ସେଟିଂକୁ ପୁନର୍ବାର ଅନ୍ କରିବାକୁ ପଡ଼ିବ। (ତଳେ ଜଣେ ବ୍ଯକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରନ୍ତୁ ଦେଖନ୍ତୁ।)

“ପଢ଼ାଯାଇଛି ବୋଲି ରିସୀଟ୍” ବନ୍ଦ କରନ୍ତୁ

ଯଦି ଆପଣ ଚାହାଁନ୍ତି ନାହିଁ ଯେ ଅନ୍ଯମାନେ ଜାଣନ୍ତୁ ଯେ ଆପଣ ସେମାନଙ୍କ ମେସେଜ୍ ଖୋଲିଛନ୍ତି, ତେବେ ଆପଣ “ପଢ଼ାଯାଇଛି ବୋଲି ରିସୀଟ୍” ବନ୍ଦ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ମେସେଜ୍‌ରେ ଟାପ୍ କରନ୍ତୁ।

  3. “ପଢ଼ାଯାଇଛି ବୋଲି ରିସୀଟ୍ ପଠାନ୍ତୁ” ବନ୍ଦ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଏହି କାର୍ଯ୍ଯ କେବଳ ସେହି କଣ୍ଟାକ୍ଟ୍ ମାନଙ୍କ ସହିତ ବାର୍ତ୍ତାଳାପକୁ ପ୍ରଭାବିତ କରେ ଯାହାର “ପଢ଼ାଯାଇଛି ବୋଲି ରିସୀଟ୍” ଆପଣ ବ୍ୟକ୍ତିଗତ ଭାବରେ ଚାଲୁ କରିନାହାଁନ୍ତି। (ତଳେ ଜଣେ ବ୍ଯକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ବନ୍ଦ କରନ୍ତୁ ଦେଖନ୍ତୁ।)

ଜଣେ ବ୍ଯକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରନ୍ତୁ

ଆପଣ ଏକ ବାର୍ତ୍ତାଳାପରେ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରିପାରିବେ ଯାହା ଦ୍ୱାରା ଜଣେ ପ୍ରାପ୍ତକର୍ତ୍ତା ଜାଣିପାରିବେ ଯେ ଆପଣ ସେମାନଙ୍କର ଇନ୍‌କମିଂ ମେସେଜ୍‌କୁ କେତେବେଳେ ଦେଖିଛନ୍ତି, ଯଦି ମଧ୍ଯ ଆପଣ ସାଧାରଣତଃ “ପଢ଼ାଯାଇଛି ବୋଲି ରିସୀଟ୍” ବନ୍ଦ କରିଛନ୍ତି।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ ଟାପ୍ କରନ୍ତୁ, ତା’ପରେ ବାର୍ତ୍ତାଳାପର ଶୀର୍ଷରେ ଥିବା କଣ୍ଟାକ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

  3. “ପଢ଼ାଯାଇଛି ବୋଲି ରିସୀଟ୍ ପଠାନ୍ତୁ” ଚାଲୁ କରନ୍ତୁ।

ଜଣେ ବ୍ଯକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ବନ୍ଦ କରନ୍ତୁ

ଯଦି ଆପଣ କୌଣସି ବ୍ୟକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରିଛନ୍ତି କିନ୍ତୁ ଆପଣ ଚାହୁଁଛନ୍ତି ଯେ ସେମାନେ “ପଢ଼ାଯାଇଛି ବୋଲି ରିସୀଟ୍” ପାଇବା ବନ୍ଦ କରନ୍ତୁ, ତେବେ ଆପଣ ସେହି ଗୋଟିଏ କଣ୍ଟାକ୍ଟ୍ ପାଇଁ ସେଟିଂ ବନ୍ଦ କରିପାରିବେ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ ଟାପ୍ କରନ୍ତୁ, ତା’ପରେ ବାର୍ତ୍ତାଳାପର ଶୀର୍ଷରେ ଥିବା କଣ୍ଟାକ୍ଟ୍ ଆଇକନ୍‌ରେ ଟାପ୍ କରନ୍ତୁ।

  3. “ପଢ଼ାଯାଇଛି ବୋଲି ରିସୀଟ୍ ପଠାନ୍ତୁ” ବନ୍ଦ କରନ୍ତୁ।

ଅନ୍ଯ କୌଣସି ବ୍ଯକ୍ତି ଆପଣଙ୍କ ମେସେଜ୍ ଦେଖିଲେ, “ପଢ଼ାଯାଇଛି ବୋଲି ରିସୀଟ୍” ପାଆନ୍ତୁ

ଆପଣ ନିଜ ବ୍ଯତୀତ ଅନ୍ଯ କୌଣସି ବ୍ଯକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରିପାରିବେ ନାହିଁ। ଆପଣ ପଠାଇଥିବା ମେସେଜ୍ ଖୋଲାଗଲେ “ପଢ଼ାଯାଇଛି ବୋଲି ରିସୀଟ୍” ପାଇବା ପାଇଁ, ପ୍ରାପ୍ତକର୍ତ୍ତାଙ୍କୁ ତାହା ଚାଲୁ କରିବାକୁ କୁହନ୍ତୁ। ଉପରେ ଜଣେ ବ୍ଯକ୍ତିଙ୍କ ପାଇଁ “ପଢ଼ାଯାଇଛି ବୋଲି ରିସୀଟ୍” ଚାଲୁ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.