ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ବ୍ୟବହାର କରି ଭାଷାଗୁଡ଼ିକ ମଧ‍୍ୟରେ ବାର୍ତ୍ତାଳାପ ପାଇଁ ଟେକ୍ସ୍‌ଟ୍ ଏବଂ ଭଏସ୍ ଅନୁବାଦ କରନ୍ତୁ

ଅନୁବାଦ ଆପ୍ ସହାୟତାରେ, ଆପଣ ସମର୍ଥିତ ଭାଷାଗୁଡ଼ିକରେ ବାର୍ତ୍ତାଳାପ କରିବା ପାଇଁ ଟେକ୍ସ୍‌ଟ୍ ଏବଂ ଭଏସ୍ ଅନୁବାଦ କରିପାରିବେ। ଏପରିକି ଇଣ୍ଟର୍‌ନେଟ୍ ସଂଯୋଗ ବିନା, ଏକ ଡିଭାଇସ୍‌ରେ ସମ୍ପୂର୍ଣ୍ଣ ଅନୁବାଦ କରିବା ପାଇଁ ଆପଣ ଭାଷାଗୁଡ଼ିକ ମଧ‍୍ୟ ଡାଉନ୍‌ଲୋଡ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ସମର୍ଥିତ ଭାଷାଗୁଡ଼ିକ ପାଇଁ ଅନୁବାଦ ଉପଲବ୍ଧ ଅଟେ। iOS ଏବଂ iPadOS ଫୀଚର୍ ଉପଲବ୍ଧତା ଓ୍ବେବ୍‌ସାଇଟ୍ ଦେଖନ୍ତୁ।

ଅନୁବାଦ ଟାବ୍, ଇଂରାଜୀରୁ ଚାଇନିଜ୍ ଭାଷାକୁ ଅନୁବାଦିତ ଏକ ବାକ୍ଯାଂଶ ଦେଖାଉଛି। “ଫେଭରିଟ୍” ବଟନ୍ ଶୀର୍ଷର ବାମ ପାର୍ଶ୍ୱରେ ଅଛି। “ଅଧିକ” ବଟନ୍ ଶୀର୍ଷର ଡାହାଣ ପାର୍ଶ୍ବରେ ଅଛି। ନିମ୍ନରେ, ବାମରୁ ଡାହାଣକୁ, ଅନୁବାଦ, କ୍ଯାମେରା ଏବଂ ବାର୍ତ୍ତାଳାପ ବଟନ୍ ଅଛି।

ଟେକ୍ସ୍‌ଟ୍ କିମ୍ବା ଆପଣଙ୍କ ଭଏସ୍‌କୁ ଅନୁବାଦ କରନ୍ତୁ

  1. ଆପଣଙ୍କ iPhone ରେ ଅନୁବାଦ ଆପ୍ କୁ ଯାଆନ୍ତୁ।

  2. ଆପଣ ନିଜ ଚୟନିତ ଟେକ୍ସ୍‌ଟ୍‌କୁ ଯେଉଁ ଭାଷାରେ ଅନୁବାଦ କରିବାକୁ ଚାହୁଁଛନ୍ତି, ସେହି ଭାଷାରେ ଟାପ୍ କରନ୍ତୁ।

    ଭାଷା ସ୍ବାପ୍ କରିବା ପାଇଁ, “ଭାଷା ସ୍ୱାପ୍” ବଟନ୍ ଉପରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ ଗୋଟିଏରେ ଟାପ୍ କରନ୍ତୁ:

    • ଟେକ୍ସ୍‌ଟ୍ ଅନୁବାଦ କରନ୍ତୁ: “ଟେକ୍ସ୍‌ଟ୍ ଲେଖନ୍ତୁ”ରେ ଟାପ୍ କରନ୍ତୁ, ଏକ ବାକ୍ୟାଂଶ ଟାଇପ୍ କରନ୍ତୁ (କିମ୍ବା ଟେକ୍ସ୍‌ଟ୍ ପେଷ୍ଟ୍ କରନ୍ତୁ), ତା’ପରେ କୀ’ବୋର୍ଡ୍‌ରେ ପରବର୍ତ୍ତୀ ବଟନ୍ କିମ୍ବା ଶୀର୍ଷ-ଡାହାଣ କୋଣରେ ସମ୍ପୂର୍ଣ୍ଣ ବଟନ୍ ଟାପ୍ କରନ୍ତୁ।

    • ଆପଣଙ୍କ ଭଏସ୍‌କୁ ଅନୁବାଦ କରନ୍ତୁ: “ଶୁଣନ୍ତୁ” ବଟନ୍ ଟାପ୍ କରନ୍ତୁ, ତା’ପରେ ଏକ ବାକ୍ଯାଂଶ କୁହନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ ଟାଇପ୍ କରିବା କିମ୍ବା କହିବା ସମୟରେ ୱର୍ଡ୍‌ଗୁଡ଼ିକୁ ଅନୁବାଦ କରାଯାଏ।

  4. ଅନୁବାଦ ଦେଖାଯିବା ସମୟରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଅଡିଓ ଅନୁବାଦ ପ୍ଲେ କରନ୍ତୁ: “ଚଲାନ୍ତୁ” ବଟନ୍ ଟାପ୍ କରନ୍ତୁ।

    • ପ୍ଲେବ୍ଯାକ୍ ସ୍ପୀଡ୍ ଆଡ୍‌ଜଷ୍ଟ୍ କରନ୍ତୁ: “ଚଲାନ୍ତୁ” ବଟନ୍ କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏକ ସ୍ପୀଡ୍ ବାଛନ୍ତୁ।

    • ଅନ୍ଯ କାହାକୁ ଅନୁବାଦ ଦେଖାନ୍ତୁ: “ଫୁଲ୍ ସ୍କ୍ରୀନ୍ ଏଣ୍ଟର୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    • ଅନୁବାଦକୁ ଫେଭରିଟ୍ ଭାବରେ ସେଭ୍ କରନ୍ତୁ: “ଫେଭରିଟ୍” ବଟନ୍ ରେ ଟାପ୍ କରନ୍ତୁ।

    • ଅନୁବାଦ କପି କରନ୍ତୁ: “କପି କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    • ଅନୁବାଦ ଡିଲିଟ୍ କରନ୍ତୁ: ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଆପଣଙ୍କ ଫେଭରିଟ୍ ଅନୁବାଦ ଦେଖନ୍ତୁ

ଫେଭରିଟ୍ ଟାବ୍, ଇଂରାଜୀରୁ ଚାଇନିଜ୍ ଏବଂ ଫ୍ରେଞ୍ଚ୍‌ରୁ ଜାପାନୀ ଭାଷାକୁ ଅନୁବାଦ ହୋଇ ସେଭ୍ ହୋଇଥିବା ବାକ୍ଯାଂଶ ଦେଖାଉଛି।
  1. ଆପଣଙ୍କ iPhone ରେ ଅନୁବାଦ ଆପ୍ କୁ ଯାଆନ୍ତୁ।

  2. “ଫେଭରିଟ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣ ଫେଭରିଟ୍ ଭାବରେ ଚିହ୍ନିତ କରିଥିବା ଅନୁବାଦ ଦେଖିବା ପାଇଁ ସ୍କ୍ରୋଲ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ଡିଭାଇସ୍‌ର ଅନୁବାଦ ଆପ୍‌ରେ ଆପଣଙ୍କ ଫେଭରିଟ୍ ଅନୁବାଦ ଅପ୍ ଟୁ ଡେଟ୍ ରଖାଯାଏ ଯେଉଁଠାରେ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି

ଏକ ବାର୍ତ୍ତାଳାପ ଅନୁବାଦ କରନ୍ତୁ

iPhone ବାର୍ତ୍ତାଳାପର ଉଭୟ ପାର୍ଶ୍ୱରୁ ଅନୁବାଦିତ ଟେକ୍ସ୍‌ଟ୍ ବୁଦ୍‌ବୁଦ ହୋଇ ବାହାରେ। ଆପଣଙ୍କ ପାଖରେ ଇଣ୍ଟରନେଟ୍ ସଂଯୋଗ ନଥିବା ସମୟରେ କିମ୍ବା ଅନ୍-ଡିଭାଇସ୍ ମୋଡ୍ ଚାଲୁ ଥିବା ସମୟରେ ଡାଉନ୍‌ଲୋଡ୍ ହୋଇଥିବା ଭାଷା ପାଇଁ ବାର୍ତ୍ତାଳାପ କାମ କରେ।

ଚାଟ୍ ବବଲ୍ ଏବଂ ସେଗୁଡ଼ିକର ଅନୁବାଦ ଦେଖାଉଥିବା ବାର୍ତ୍ତାଳାପ ଟ୍ଯାବ୍।
  1. ଆପଣଙ୍କ iPhone ରେ ଅନୁବାଦ ଆପ୍ କୁ ଯାଆନ୍ତୁ।

  2. ବାର୍ତ୍ତାଳାପ ଉପରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଟେକ୍ସ୍‌ଟ୍ ଟାଇପ୍ କରନ୍ତୁ: “ଟେକ୍ସ୍‌ଟ୍ ଲେଖନ୍ତୁ”ରେ ଟାପ୍ କରନ୍ତୁ, ଏକ ବାକ୍ଯାଂଶ ଟାଇପ୍ କରନ୍ତୁ (କିମ୍ବା ଟେକ୍ସ୍‌ଟ୍ ପେଷ୍ଟ୍ କରନ୍ତୁ), ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

    • ଆପଣଙ୍କ ଭଏସ୍ ବ୍ଯବହାର କରନ୍ତୁ: “ଶୁଣନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଏକ ବାକ୍ଯାଂଶ କୁହନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ ଟାଇପ୍ କରିବା କିମ୍ବା କହିବା ସମୟରେ ୱର୍ଡ୍‌ଗୁଡ଼ିକୁ ଅନୁବାଦ କରାଯାଏ।

  4. ଅଡିଓ ଅନୁବାଦ ଶୁଣିବା ପାଇଁ “ଚଲାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    ଅଡିଓ ଅନୁବାଦକୁ ସ୍ୱୟଂଚାଳିତ ଭାବରେ ଶୁଣିବା ପାଇଁ, ଅଧିକ ବିକଳ୍ପ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଅନୁବାଦ ଚଲାନ୍ତୁ”ରେ ଟାପ୍ କରନ୍ତୁ।

ଟିପ୍‌: ପ୍ରତ୍ଯେକ ବ୍ଯକ୍ତି କହିବା ପୂର୍ବରୁ ଆପଣ ମାଇକ୍ରୋଫୋନ୍ ବଟନ୍‌ରେ ଟାପ୍ ନକରି ଏକ ବାର୍ତ୍ତାଳାପକୁ ଅନୁବାଦ କରିପାରିବେ। ଅଧିକ ବିକଳ୍ପ ବଟନ୍ ରେ ଟାପ୍ କରନ୍ତୁ, ଅଟୋ ଅନୁବାଦରେ ଟାପ୍ କରନ୍ତୁ, ତା'ପରେ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ “ଶୁଣନ୍ତୁ” ବଟନ୍ ରେ ଟାପ୍ କରନ୍ତୁ। iPhone ଆପଣ କେତେବେଳେ କହିବା ଆରମ୍ଭ କରନ୍ତି ଏବଂ କେତେବେଳେ ବନ୍ଦ କରନ୍ତି ତାହା ସ୍ୱୟଂଚାଳିତ ଭାବରେ ଚିହ୍ନଟ କରିଥାଏ।

ସାମ୍ନାସାମ୍ନି କଥାବାର୍ତ୍ତା କରିବା ସମୟରେ, “ଶୀର୍ଷ ବାମରେ ଦେଖନ୍ତୁ”ଉପରେ ଟାପ୍ କରନ୍ତୁ, ତା’ପରେ “ସାମ୍ନାସାମ୍ନି” ଉପରେ ଟାପ୍ କରନ୍ତୁ ଯାହା ଦ୍ୱାରା ପ୍ରତ୍ଯେକ ବ୍ଯକ୍ତି ନିଜ ନିଜ ପକ୍ଷରୁ ବାର୍ତ୍ତାଳାପ ଦେଖିପାରିବେ।

ଏକାଧିକ ଅର୍ଥ ଥିବା ଶବ୍ଦର ସମୀକ୍ଷା କରନ୍ତୁ

ଏକାଧିକ ଅର୍ଥ ଥିବା ଏକ ୱର୍ଡ୍‌ର ଅନୁବାଦ କରିବା ସମୟରେ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ଚୟନ କରିପାରିବେ। ଲିଙ୍ଗଗତ ଭିନ୍ନତା ଥିବା ୱର୍ଡ୍‌ଗୁଡ଼ିକ ପାଇଁ ଆପଣ ସ୍ତ୍ରୀଲିଙ୍ଗୀ କିମ୍ବା ପୁରୁଷଲିଙ୍ଗୀ ଅନୁବାଦ ମଧ୍ଯ ଚୟନ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଲିଙ୍ଗ ନିର୍ଦ୍ଦିଷ୍ଟ କରାଯାଇ ନଥିବା ସମୟରେ, ଡିଫଲ୍ଟ୍ ଭାବରେ ଏକ ୱର୍ଡ୍‌ର ଅନୁବାଦ ସ୍ୱୟଂଚାଳିତ ଭାବରେ ଲିଙ୍ଗ-ନିରପେକ୍ଷ ରୂପରେ ହୋଇଥାଏ।

ଇଂରାଜୀରୁ ସ୍ପାନିଶ୍ ଭାଷାକୁ ଅନୁବାଦ ହୋଇଥିବା ଏକ ବାକ୍ଯାଂଶ ଏବଂ ନିମ୍ନରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ଲିଙ୍ଗ ଭିନ୍ନତା ସହିତ ଧୂସର ରଙ୍ଗରେ ହାଇଲାଇଟ୍ ହୋଇଥିବା ଏକ ୱର୍ଡ୍ ଦେଖାଉଥିବା ଅନୁବାଦ ଟ୍ଯାବ୍।
  1. ଆପଣଙ୍କ iPhone ରେ ଅନୁବାଦ ଆପ୍ କୁ ଯାଆନ୍ତୁ।

  2. ଗୋଟିଏ ଶବ୍ଦ କିମ୍ବା ବାକ୍ଯାଂଶ ଅନୁବାଦ କରନ୍ତୁ, ତା’ପରେ କୀ’ବୋର୍ଡ୍‌ରେ “ପରବର୍ତ୍ତୀ”ରେ ଟାପ୍ କରନ୍ତୁ।

  3. ଉପଲବ୍ଧ ଥିବା ସମୟରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଏକ ଭିନ୍ନ ଅର୍ଥ ବାଛନ୍ତୁ: ଉପଲବ୍ଧ ଥିବା ସମୟରେ, ଉଦ୍ଦିଷ୍ଟ ଅର୍ଥ ଚୟନ କରିବାକୁ ହାଲୁକା ରଙ୍ଗର ୱର୍ଡ୍ ଉପରେ ଟାପ୍ କରନ୍ତୁ।

    • ବ୍ଯାକରଣଗତ ଲିଙ୍ଗଗତ ଅନୁବାଦ ବାଛନ୍ତୁ: ଉପଲବ୍ଧ ଥିବା ସମୟରେ, ସ୍ତ୍ରୀଲିଙ୍ଗୀ କିମ୍ବା ପୁରୁଷଲିଙ୍ଗୀ ଅନୁବାଦ ଚୟନ କରିବା ପାଇଁ ହାଲୁକା ରଙ୍ଗର ୱର୍ଡ୍ ଉପରେ ଟାପ୍ କରନ୍ତୁ।

ବ୍ଯାକରଣଗତ ଲିଙ୍ଗ ଅନୁବାଦ ବନ୍ଦ କରିବା ପାଇଁ ଅଧିକ ବିକଳ୍ପ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ବ୍ଯାକରଣଗତ ଲିଙ୍ଗ ଦେଖାନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ AirPods ମାଧ‍୍ୟମରେ ଅନୁବାଦ ଶୁଣନ୍ତୁ

ଯଦି ଆପଣଙ୍କ ପାଖରେ AirPods ସହିତ ପେୟର୍ ହୋଇଥିବା Apple Intelligence-ସକ୍ଷମ ହୋଇଥିବା iPhone ଅଛି, ତେବେ ଆପଣ AirPods ସହିତ ଲାଇଭ୍ ଅନୁବାଦ ମଧ‍୍ୟ ବ‍୍ୟବହାର କରିପାରିବେ। ଲାଇଭ୍ ଅନୁବାଦ ସମାନ ଭାଷା କହୁନଥିବା ଜଣେ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ। ଆପଣ ନିଜର ପସନ୍ଦର ଭାଷାରେ ଅନୁବାଦିତ ଏକ ବାର୍ତ୍ତାଳାପ ଶୁଣିପାରିବେ ଏବଂ ନିଜର ଭଏସ୍‌କୁ ସେମାନଙ୍କ ଭାଷାରେ ଅନୁବାଦିତ କରିପାରିବେ। “AirPods ବ୍ୟବହାର କରି ଆଖପାଖ ବାର୍ତ୍ତାଳାପର ଅନୁବାଦ ଶୁଣନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.