ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା App Store ରେ ଆପ୍ ପ୍ରାପ୍ତ କରନ୍ତୁ

App Store ଆପ୍‌ରେ ଆପଣ ନୂଆ ଆପ୍, ଫୀଚର୍ ହୋଇଥିବା ଷ୍ଟୋରି, ଟିପ୍ସ୍ ଏବଂ ଟ୍ରିକ୍, ଇନ-ଆପ୍ ଇଭେଣ୍ଟ୍ ଏବଂ ଅଫର୍ ଡିସ୍କଭର୍ କରିପାରିବେ।

App Store ରେ ଥିବା ଏକ ଆପ୍ ପାଇଁ ସୂଚନା ପୃଷ୍ଠା। ପୃଷ୍ଠା “ପ୍ରାପ୍ତ କରନ୍ତୁ” ବଟନ୍, ରେଟିଂ, ବୟସ ରେଟିଂ, ଡିଭେଲପର୍, ସ୍କ୍ରୀନ୍‌ଶଟ୍ ଇତ୍ଯାଦି ଦେଖାଏ। ନିମ୍ନରେ, ବାମରୁ ଡାହାଣକୁ, ନିମ୍ନଲିଖିତ ବଟନ୍ ଅଛି: ଟୁଡେ, ଗେମ୍, ଆପ୍, Arcade ଏବଂ ସର୍ଚ୍ଚ୍।

ଧ‍୍ୟାନ ଦିଅନ୍ତୁ: App Store ବ୍ଯବହାର କରିବା ପାଇଁ ଆପଣଙ୍କୁ ଏକ ଇଣ୍ଟର୍‌ନେଟ୍ ସଂଯୋଗ ଏବଂ Apple ଆକାଉଣ୍ଟ୍ ଆବଶ୍ଯକ। App Store ଏବଂ Apple Arcade ର ଉପଲବ୍ଧତା ଦେଶ କିମ୍ବା ଅଞ୍ଚଳ ଅନୁଯାୟୀ ଭିନ୍ନ ହୋଇଥାଏ। Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା ଦେଖନ୍ତୁ।

ଆପ୍ ଡିସ୍କଭର୍ କରନ୍ତୁ ଏବଂ ଖୋଜନ୍ତୁ

  1. ଆପଣଙ୍କ iPhone ରେ App Store ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ ଯେକୌଣସିରେ ଟାପ୍ କରନ୍ତୁ:

    • ଆଜି: ଫୀଚର୍ ହୋଇଥିବା ଷ୍ଟୋରି, ଆପ୍ ଏବଂ ଇନ୍-ଆପ୍ ଇଭେଣ୍ଟ୍ ବ୍ରାଉଜ୍ କରନ୍ତୁ।

    • ଗେମ୍: ଆକ୍ସନ୍, ଦୁଃସାହସିକ, ରେସିଂ, ପଜଲ୍ ଏବଂ ଅନ୍ଯାନ୍ଯ ଅନେକ ବର୍ଗରେ ଆପଣଙ୍କ ପରବର୍ତ୍ତୀ ଗେମ୍ ଖୋଜନ୍ତୁ।

    • ଆପ୍‌ଗୁଡ଼ିକ: ନୂଆ ରିଲୀଜ୍‌କୁ ଏକ୍ସପ୍ଲୋର୍ କରନ୍ତୁ, ଶୀର୍ଷ ଚାର୍ଟ୍‌କୁ ଦେଖନ୍ତୁ କିମ୍ବା ବର୍ଗ ଅନୁଯାୟୀ ବ୍ରାଉଜ୍ କରନ୍ତୁ।

    • Arcade: ବିଜ୍ଞାପନ କିମ୍ବା ଇନ୍-ଆପ୍ କ୍ରୟ ବିନା Apple Arcade (ସବ୍‌ସ୍କ୍ରିପ୍ସନ୍ ଆବଶ୍ଯକ)ରୁ ପ୍ରିମିୟମ୍ ଗେମ୍‌ଗୁଡ଼ିକର କ୍ଯୂରେଟେଡ୍ ସଂଗ୍ରହର ମଜା ନିଅନ୍ତୁ।

    • ସର୍ଚ୍ଚ୍ କରନ୍ତୁ: “ସର୍ଚ୍ଚ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣ ଯାହା ଖୋଜୁଛନ୍ତି ତାହା ଲେଖନ୍ତୁ। ଆପଣ ଆପ୍ ନାମ, ବର୍ଗ, ଡିଭେଲପର୍ ଇତ୍ଯାଦି ଅନୁଯାୟୀ ସର୍ଚ୍ଚ୍ କରିପାରିବେ। ଆପଣ ବିଭିନ୍ନ ବର୍ଗକୁ ଏକ୍ସପ୍ଲୋର୍ କରିପାରିବେ କିମ୍ବା ପ୍ରସ୍ତାବିତ ଆପ୍‌ଗୁଡ଼ିକୁ ବ୍ରାଉଜ୍ କରିପାରିବେ।

ଏକ ଆପ୍ ବିଷୟରେ ସୂଚନା ପ୍ରାପ୍ତ କରନ୍ତୁ

  1. ଆପଣଙ୍କ iPhone ରେ App Store ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ବିବରଣୀ ଦେଖିବା ପାଇଁ ଏକ ଆପ୍‌ର ନାମ କିମ୍ବା ଆଇକନ୍‌ରେ ଟାପ୍ କରନ୍ତୁ:

    • ସ୍କ୍ରୀନ୍‌ଶଟ୍ କିମ୍ବା ପ୍ରୀଭ୍ଯୂ

    • ରେଟିଂ ଏବଂ ସମୀକ୍ଷା

    • ଇନ୍-ଆପ୍ ଇଭେଣ୍ଟ୍ ଏବଂ ଅଫର୍

    • ଡିଭେଲପର୍

    • ଫାଇଲ୍ ସାଇଜ୍

    • ଅନ୍ଯ Apple ଡିଭାଇସ ସହିତ ସୁସଙ୍ଗତ

    • ସମର୍ଥିତ ଭାଷା

    • ବୟସ ରେଟିଂ

    • Game Center ଏବଂ ଫ୍ୟାମିଲି ଶେୟରିଂ ସହାୟତା

    • ସମର୍ଥିତ ଆକ୍ସେସିବିଲିଟି ଫୀଚର୍

    • ଗୋପନୀୟତା ସୂଚନା

ଏକ ଆପ୍ କିଣି ଡାଉନ୍‌ଲୋଡ୍ କରନ୍ତୁ

  1. ଆପଣଙ୍କ iPhone ରେ App Store ଆପ୍ କୁ ଯାଆନ୍ତୁ।

  2. ଆପଣ ଚାହୁଁଥିବା ଆପ୍‌କୁ ନାଭିଗେଟ୍ କରନ୍ତୁ, ତା’ପରେ “ପ୍ରାପ୍ତ କରନ୍ତୁ” (ଯଦି ଆପ୍ ଦେୟମୁକ୍ତ ଥାଏ) କିମ୍ବା “ମୂଲ୍ଯ”ରେ ଟାପ୍ କରନ୍ତୁ।

    ଯଦି ଆପଣ “ପ୍ରାପ୍ତ କରନ୍ତୁ” କିମ୍ବା ମୂଲ୍ଯ ବଦଳରେ “ପୁଣି ଡାଉନ୍‌ଲୋଡ୍ କରନ୍ତୁ” ବଟନ୍ ଦେଖନ୍ତି, ତେବେ ଆପଣ ଏହି ଆପ୍‌କୁ ପୂର୍ବରୁ କ୍ରୟ କରିସାରିଛନ୍ତି। ଏହାକୁ ପୁଣି ମାଗଣାରେ ଡାଉନ୍‌ଲୋଡ୍ କରିବା ପାଇଁ “ପୁଣି ଡାଉନ୍‌ଲୋଡ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

  3. ଯଦି ଆବଶ୍ଯକ ହୁଏ, ତେବେ ଆପଣଙ୍କର କ୍ରୟ ସମ୍ପୂର୍ଣ୍ଣ କରିବା ପାଇଁ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣୀକରଣ କରନ୍ତୁ।

    ସମସ୍ତ କ୍ରୟ ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ଦେୟ ପଦ୍ଧତି ଦ୍ୱାରା କରାଯାଇଥାଏ।

ଆପ୍ ଲାଇବ୍ରେରିରେ ନିକଟରେ ଯୋଡ଼ାଯାଇଥିବା ବର୍ଗରେ ଆପଣ ଆପ୍ ଖୋଜିପାରିବେ। ଆପ୍ ଡାଉନ୍‌ଲୋଡ୍ ହେଉଥିବା ସମୟରେ, ଆପ୍ ଆଇକନ୍ ଉପରେ ଏକ ପ୍ରଗତି ସୂଚକ ଦେଖାଯାଏ। ଆପ୍ ଲାଇବ୍ରେରିରେ ଆପଣଙ୍କ ଆପ୍ ଖୋଜି ବ୍ୟବହାର କରନ୍ତୁ ଏବଂ ନୂତନ ଆପ୍‌ଗୁଡ଼ିକ କେଉଁଠି ଡାଉନ୍‌ଲୋଡ୍ ହେବ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

ଫ୍ୟାମିଲି ଶେୟରିଂ କରିବା ସହିତ କ୍ରୟଗୁଡ଼ିକୁ ଶେୟର୍ ଏବଂ ଅନୁମୋଦନ କରନ୍ତୁ

ଯଦି ଆପଣ ଫ୍ଯାମିଲି ଶେୟରିଂ ଗ୍ରୂପ୍ରେ ଅଛନ୍ତି, ତେବେ ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା କ୍ରୟ କରାଯାଇଥିବା ଯୋଗ୍ୟ ଆପ୍‌ଗୁଡ଼ିକ ଦେଖିପାରିବେ ଏବଂ ଡାଉନ୍‌ଲୋଡ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ କେବଳ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା କ୍ରୟ ଦେଖିପାରିବେ ଯଦି ସେମାନେ ନିଜ କ୍ରୟକୁ ଶେୟର୍ କରିବା ପାଇଁ ବାଛନ୍ତି। ପରିବାର ସଦସ୍ଯ ପରିବାର ଗୋଷ୍ଠୀ ଛାଡ଼ିବା ପରେ ଫ୍ଯାମିଲି ଶେୟରିଂ ମାଧ୍ଯମରେ କରାଯାଇଥିବା କ୍ରୟଗୁଡ଼ିକୁ ଆକ୍ସେସ୍ କରାଯାଇପାରିବ ନାହିଁ।

ଫ‍୍ୟାମିଲି ଅର୍ଗାନାଇଜର୍ ଏକ ନିର୍ଦ୍ଦିଷ୍ଟ ବୟସରୁ କମ୍ ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଯୋଗ୍ୟ କ୍ରୟଗୁଡ଼ିକର ସମୀକ୍ଷା ଏବଂ ଅନୁମୋଦନ କରିପାରିବେ। ଜଣେ ପିଲାଙ୍କ ପାଇଁ “କିଣିବା ପାଇଁ ପଚାରନ୍ତୁ” ଚାଲୁ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.