ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ସାଇନ୍ ଇନ୍ କରନ୍ତୁ ଏବଂ iPhone ରେ ଆପଣଙ୍କ Apple ଆକାଉଣ୍ଟ୍ ପରିଚାଳନା କରନ୍ତୁ

ଆପଣଙ୍କ Apple ଆକାଉଣ୍ଟ୍ App Store, Apple Games ଆପ୍, iTunes Store, Apple Books, Apple Music, FaceTime, iCloud, iMessage ଇତ୍ୟାଦି ଭଳି Apple ସେବା ପାଇଁ ଆପଣଙ୍କୁ ଆକ୍ସେସ୍ ଦେଇଥାଏ।

ଆପଣ ଚାଇନା ମେନ୍‌ଲେଣ୍ଡ୍ କିମ୍ବା ଭାରତରେ ଏକ ନୂଆ Apple ଆକାଉଣ୍ଟ୍ ତିଆରି କଲେ, ଆପଣ ନିଜ ମୋବାଇଲ୍ ଫୋନ୍ ନମ୍ବର୍‌କୁ ନିଜ Apple ଆକାଉଣ୍ଟ୍ ୟୁଜର୍ ନେମ୍ ଭାବରେ ବ୍ଯବହାର କରିପାରିବେ। Apple ସହାୟତା ଆର୍ଟିକଲ୍ ଇମେଲ୍ ଠିକଣା ପରିବର୍ତ୍ତେ ଏକ ଫୋନ୍ ନମ୍ବର୍ ବ୍ଯବହାର କରି ଏକ Apple ଆକାଉଣ୍ଟ୍ ତିଆରି ଏବଂ ପରିଚାଳନା କରନ୍ତୁ

ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ

ଯଦି ଆପଣ ସେଟ୍ଅପ୍ ସମୟରେ ସାଇନ୍ ଇନ୍ କରିନଥାନ୍ତି, ନିମ୍ନଲିଖିତ କାର୍ଯ୍ଯ କରନ୍ତୁ:

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. “Apple ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ ଗୋଟିଏ ଟାପ୍ କରନ୍ତୁ:

    • ଅନ୍ଯ ଏକ Apple ଡିଭାଇସ୍ ବ୍ଯବହାର କରନ୍ତୁ: ଆପଣଙ୍କ ଅନ୍ଯ iPhone କିମ୍ବା iPad (iOS 17, iPadOS 17 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା) ଆଣନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

    • ମାନ‍୍ୟୁଅଲି ସାଇନ୍ ଇନ୍ କରନ୍ତୁ: ଆପଣଙ୍କ ଇମେଲ୍ ଠିକଣା କିମ୍ବା ଫୋନ୍ ନମ୍ବର୍ ଲେଖନ୍ତୁ, ତା’ପରେ ଆପଣଙ୍କ ପାସ୍‌ୱର୍ଡ୍ ଲେଖନ୍ତୁ। ଯଦି ଆପଣଙ୍କର Apple ଆକାଉଣ୍ଟ୍ ନାହିଁ, ତେବେ ଆପଣ ଗୋଟିଏ ଆକାଉଣ୍ଟ୍ ତିଆରି କରିପାରିବେ।

  4. ଯଦି ଆପଣ ଦ୍ୱି ସ୍ତରୀୟ-ପ୍ରମାଣୀକରଣ ସହିତ ଆପଣଙ୍କ ଆକାଉଣ୍ଟ୍‌କୁ ସୁରକ୍ଷିତ ରଖନ୍ତି, ତେବେ ଛଅ-ଅଙ୍କ ବିଶିଷ୍ଟ ଯାଞ୍ଚକରଣ କୋଡ୍ ଲେଖନ୍ତୁ।

ଯଦି ଆପଣ ନିଜର Apple ଆକାଉଣ୍ଟ୍ ପାସ୍‌ୱର୍ଡ୍ ଭୁଲି ଯାଇଛନ୍ତି, ତେବେ ଆପଣଙ୍କ ପାସ୍‌ୱର୍ଡ୍ ୱେବ୍‌ସାଇଟ୍ ରୀସେଟ୍ କରନ୍ତୁ

ଆପଣଙ୍କ Apple ଆକାଉଣ୍ଟ୍ ସେଟିଂସ୍ ବଦଳାନ୍ତୁ

ବ୍ୟକ୍ତିଗତ ସୂଚନା, ସବ୍‌ସ୍କ୍ରିପ୍ସନ୍, ଖୋଜାଖୋଜି ଇତ‍୍ୟାଦି ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍ ସହିତ ଦେଖାଯାଇଥିବା Apple ଆକାଉଣ୍ଟ୍ ସେଟିଂସ୍।
  1. ଆପଣଙ୍କ iPhone ରେ ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ଦେୟ ପଦ୍ଧତି ଯୋଡ଼ନ୍ତୁ କିମ୍ବା ଅପ୍‌ଡେଟ୍ କରନ୍ତୁ

Apple ମିଡିଆ ଏବଂ ସେବା କ୍ରୟ କରିବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ଦେୟ ସୂଚନା ବ୍ଯବହୃତ ହୁଏ।

  1. ଆପଣଙ୍କ iPhone ରେ ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମ ରେ ଟାପ୍ କରନ୍ତୁ, ତା’ପରେ ପେମେଣ୍ଟ୍ ଏବଂ ଶିପିଂରେ ଟାପ୍ କରନ୍ତୁ। ଆପଣଙ୍କୁ Face ID କିମ୍ବା Touch ID ସାହାଯ‍୍ୟରେ ପ୍ରମାଣୀକରଣ କରିବାକୁ ପଡ଼ିପାରେ।

  3. “ଦେୟ ପଦ୍ଧତି ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ କିମ୍ବା “ଏକ ବିଦ୍ଯମାନ ଦେୟ ପଦ୍ଧତି”ରେ ଟାପ୍ କରନ୍ତୁ।

Apple ସହାୟତା ଆର୍ଟିକଲ୍ ଯଦି ଆପଣଙ୍କୁ ନିଜର Apple ଆକାଉଣ୍ଟ୍ ଦେୟ ପଦ୍ଧତି ବଦଳାଇବାକୁ କିମ୍ବା ଅପ୍‌ଡେଟ୍ କରିବାକୁ ପଡ଼େଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.