ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ର App Store ରେ ଆପଣଙ୍କ କ୍ରୟ ଏବଂ ସବ୍‌ସ୍କ୍ରିପ୍ସନ୍ ଦେଖନ୍ତୁ

ଆପଣ Apple ରେ ଆପଣଙ୍କର ସବ୍‌ସ୍କ୍ରିପ୍ସନ୍ ଦେଖିବା, ପରିବର୍ତ୍ତନ କରିବା ଏବଂ ବାତିଲ୍ କରିବା ସହିତ App Store ରୁ ଆପ୍‌ରେ କ୍ରୟ କରାଯାଇଥିବା ସବ୍‌ସ୍କ୍ରିପ୍ସନ୍ ମଧ୍ୟ ଦେଖିପାରିବେ।

ଆପଣଙ୍କ କ୍ରୟ ହିଷ୍ଟ୍ରି ଦେଖନ୍ତୁ

ଆପଣଙ୍କ କ୍ରୟ ହିଷ୍ଟ୍ରି App Store ରୁ ଦେୟମୁକ୍ତ ଏବଂ ଦେୟଯୁକ୍ତ ଆପ୍ ସହିତ ଇନ୍-ଆପ୍ କ୍ରୟ, ସବ୍‌ସ୍କ୍ରିପ୍ସନ୍, ମ‍୍ୟୂଜିକ୍, ଭିଡିଓ, ବହି, AppleCare+ ଇତ୍ଯାଦି ଅନ୍ତର୍ଭୁକ୍ତ।

  1. ଆପଣଙ୍କ iPhone ରେ App Store ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ ଡାହାଣ ପାର୍ଶ୍ବରେ ଥିବା ମୋ ଆକାଉଣ୍ଟ୍ ବଟନ୍ କିମ୍ବା ଆପଣଙ୍କ ଛବିରେ ଟାପ୍ କରନ୍ତୁ, ଆପ୍ ଓ କ୍ରୟ ହିଷ୍ଟ୍ରିରେ ଟାପ୍ କରନ୍ତୁ, ତା’ପରେ କ୍ରୟ ହିଷ୍ଟ୍ରିରେ ଟାପ୍ କରନ୍ତୁ।

    ଆପଣଙ୍କୁ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣୀକରଣ କରିବାକୁ କୁହାଯାଇପାରେ।

  3. ଫଳାଫଳକୁ ସଂକୁଚିତ କରିବାକୁ, ସର୍ଚ୍ଚ୍ ଫିଲ୍ଡ୍‌ରେ ନାମ, ମୂଲ୍ଯ କିମ୍ବା ଅର୍ଡର୍ ID ଲେଖନ୍ତୁ।

  4. ସର୍ଚ୍ଚ୍ ମାନଦଣ୍ଡକୁ ପରିବର୍ତ୍ତନ କରିବା ପାଇଁ, “ଗତ 90 ଦିନର, ଦେୟ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ ସେଟ୍ କରନ୍ତୁ:

ଆପ୍ ଦେଖନ୍ତୁ ଏବଂ ପୁନର୍ବାର ଡାଉନ୍‌ଲୋଡ୍ କରନ୍ତୁ

  1. ଆପଣଙ୍କ iPhone ରେ App Store ଆପ୍ କୁ ଯାଆନ୍ତୁ।

  2. ମୋ ଆକାଉଣ୍ଟ୍ ବଟନ୍ କିମ୍ବା ଶୀର୍ଷ ଡାହାଣ ପାର୍ଶ୍ୱରେ ଥିବା ଆପଣଙ୍କ ଛବିରେ ଟାପ୍ କରନ୍ତୁ, “ଆପ୍ ଓ କ୍ରୟ ହିଷ୍ଟ୍ରି”ରେ ଟାପ୍ କରନ୍ତୁ, ତା’ପରେ “ଆପଣଙ୍କ ଆପ୍”ରେ ଟାପ୍ କରନ୍ତୁ।

  3. ଯଦି ଆପଣ ଏକ ଫ୍ଯାମିଲି ଶେୟରିଂ ଗ୍ରୂପ୍ ର ଅଂଶ ଅଟନ୍ତି, ତେବେ “ମୋ ଆପ୍”ରେ ଟାପ୍ କରନ୍ତୁ କିମ୍ବା ପରିବାରର ଜଣେ ସଦସ୍ଯଙ୍କୁ ବାଛନ୍ତୁ।

  4. ଆପଣ ଡାଉନ୍‌ଲୋଡ୍ କରିବାକୁ ଚାହୁଁଥିବା ଆପ୍ ଖୋଜନ୍ତୁ (ଯଦି ଏହା ଏବେ ବି App Store ରେ ଉପଲବ୍ଧ ଅଛି), ତେବେ “ପୁଣି ଡାଉନ୍‌ଲୋଡ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଏକ ସବ୍‌ସ୍କ୍ରିପ୍ସନ୍ ପରିବର୍ତ୍ତନ କିମ୍ୱା ବାତିଲ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରନ୍ତୁ: ଏକ ସକ୍ରିୟ ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ “ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରନ୍ତୁ” କିମ୍ବା “ସବୁ ସେବା ବାତିଲ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ସବ୍‌ସ୍କ୍ରିପ୍ସନ୍ ପରିବର୍ତ୍ତନ କରନ୍ତୁ: ଏକ ସକ୍ରିୟ ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଭିନ୍ନ ବିକଳ୍ପ ବାଛନ୍ତୁ।

    • ଏକ ସବ୍‌ସ୍କ୍ରିପ୍ସନ୍ ନବୀକରଣ କରନ୍ତୁ: ଏକ ସମୟସୀମା ସମାପ୍ତ ହୋଇଥିବା ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ “ନବୀକରଣ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ସବ୍‌ସ୍କ୍ରିପ୍ସନ୍ ଶେୟର୍ କରନ୍ତୁ: ଆପଣଙ୍କ ଫ୍ୟାମିଲି ଶେୟରିଂ ଗ୍ରୂପ୍‌ର ଅନ୍ୟ ସଦସ୍ୟମାନଙ୍କ ସହିତ ସ୍ୱୟଂଚାଳିତ ଭାବରେ ଯୋଗ୍ୟ ସବ୍‌ସ୍କ୍ରିପ୍ସନ୍ ଶେୟର୍ କରିବା ପାଇଁ “ପରିବାର ସହିତ ଶେୟର୍ କରନ୍ତୁ” ଚାଲୁ କରନ୍ତୁ।

    • ନବୀକରଣ ରିସୀଟ୍ ପ୍ରାପ୍ତ କରନ୍ତୁ: ଆପଣଙ୍କର ଯେକୌଣସି ଗୋଟିଏ ସବ୍‌ସ୍କ୍ରିପ୍ସନ୍ ନବୀକରଣ ହେଲେ ପ୍ରତ‍୍ୟେକ ଥର ଏକ ରିସୀଟ୍ ପାଇବା ପାଇଁ ନବୀକରଣ ରିସୀଟ୍ ଇମେଲ୍ ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.