ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone କ୍ଯାମେରା ବେସିକ୍

ଆପଣଙ୍କ iPhone କ୍ଯାମେରା ସହାୟତାରେ କିପରି ଫଟୋ ଉଠାଇବେ ତାହା ଶିଖନ୍ତୁ। କ୍ଯାମେରା ମୋଡ୍‌ରୁ ଫଟୋ, ଭିଡିଓ, ସିନେମାଟିକ୍, ପାନୋ ଏବଂ ପୋର୍ଟ୍ରେଟ୍ ଭଳି ବାଛନ୍ତୁ ଏବଂ ଆପଣଙ୍କ ସଟ୍ ଫ୍ରେମ୍ କରିବା ପାଇଁ ଜୂମ୍ ଇନ୍ କିମ୍ବା ଆଉଟ୍ କରନ୍ତୁ।

କ୍ୟାମେରା ଖୋଲନ୍ତୁ

ଆପଣଙ୍କ iPhone କ୍ଯାମେରା ଖୋଲିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ସୁରକ୍ଷା ପାଇଁ, କ୍ଯାମେରା ବ୍ଯବହାର ସମୟରେ ସ୍କ୍ରୀନର ଶୀର୍ଷ-ଡାହାଣ କୋଣରେ ଏକ ସବୁଜ ଡଟ୍ ଦେଖାଯିବ। ହାର୍ଡୱେୟର୍ ଫୀଚର୍‌କୁ ଆକ୍ସେସ୍ ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

ଫଟୋ ଉଠାନ୍ତୁ

  1. ଆପଣଙ୍କ iPhone ରେ କ୍ଯାମେରା ଖୋଲନ୍ତୁ।

  2. ଏକ ଫଟୋ ଉଠାଇବା ପାଇଁ ଶଟର୍ ବଟନ୍‌ରେ ଟାପ୍ କରନ୍ତୁ କିମ୍ବା ଦୁଇଟି ମଧ‍୍ୟରୁ ଗୋଟିଏ ଭଲ୍ଯୂମ୍ ବଟନ୍ ଦବାନ୍ତୁ।

    ଫଟୋ ମୋଡ୍‌ରେ କ୍ଯାମେରା ଖୋଲା ଅଛି। ଶୀର୍ଷ-ଡାହାଣ କୋଣରେ ଥିବା “କ‍୍ୟାମେରା କଣ୍ଟ୍ରୋଲ୍” ବଟନ୍। ଫଟୋ ଏବଂ ଭିଡିଓ ଭ୍ଯୁୟର୍ ବଟନ୍ ନିମ୍ନ-ବାମ କୋଣରେ ଅଛି। “ଫଟୋ ଉଠାନ୍ତୁ” ବଟନ୍ ନିମ୍ନ ଭାଗର ମଝିରେ ଅଛି ଏବଂ କ୍ଯାମେରା ଚୁଜର୍ ବ୍ଯାକ୍-ଫେସିଂ ବଟନ୍ ନିମ୍ନ ଡାହାଣ କୋଣରେ ଅଛି।

    ସମର୍ଥିତ ମଡେଲ୍ଗୁଡ଼ିକରେ କ‍୍ୟାମେରା ଖୋଲିବା ପାଇଁ କ‍୍ୟାମେରା କଣ୍ଟ୍ରୋଲ୍‌ରେ କ୍ଲିକ୍ କରନ୍ତୁ, ତା'ପରେ ଫଟୋ ଉଠାଇବା ପାଇଁ ଏହାକୁ ପୁନର୍ବାର କ୍ଲିକ୍ କରନ୍ତୁ।

    AirPods ଏବଂ AirPods Pro ର ସମର୍ଥିତ ମଡେଲଗୁଡ଼ିକ ସହିତ, ଆପଣ ଫଟୋ ଉଠାଇବା ପାଇଁ AirPod ଷ୍ଟେମ୍‌କୁ ଦବାଇ ପାରିବେ। AirPods ୟୁଜର୍ ନିର୍ଦ୍ଦେଶାବଳୀରେ “ସମର୍ଥିତ କ୍ୟାମେରା ଆପ୍ ସହିତ AirPods କିମ୍ବା AirPods Pro ବ୍ୟବହାର କରନ୍ତୁ” ଦେଖନ୍ତୁ।

    ଯଦି ଆପଣଙ୍କର ଏକ Apple Watch ଅଛି, ତେବେ ଫଟୋ ଉଠାଇବା ପାଇଁ ଆପଣ କ୍ଯାମେରା ରିମୋଟ୍ ବ୍ଯବହାର କରିପାରିବେ। Apple Watch ୟୁଜର୍ ଗାଇଡ୍‌ରେ “Apple Watch ରେ କ୍ୟାମେରା ରିମୋଟ୍ ବ‍୍ୟବହାର କରନ୍ତୁ” ଦେଖନ୍ତୁ।

କ୍ଯାମେରା ମୋଡ୍ ମଧ୍ଯରେ ସ୍ୱିଚ୍ କରନ୍ତୁ

ଯେତେବେଳେ ଆପଣ ପ୍ରଥମେ କ୍ଯାମେରା ଖୋଲନ୍ତି, ଫଟୋ ମୋଡ୍ ଚୟନ କରାଯାଏ ଏବଂ ଫଟୋ ଓ ଭିଡିଓ ମୋଡ୍ ଅନ୍‌ସ୍କ୍ରୀନ୍‌ରେ ଦେଖାଯିବ। ଦୁଇଟି ମଧ‍୍ୟରେ ସ୍ୱିଚ୍ କରିବାକୁ ଫଟୋ କିମ୍ବା ଭିଡିଓରେ ଟାପ୍ କରନ୍ତୁ କିମ୍ବା ଅନ୍ଯ ମୋଡ୍ ବାଛିବା ପାଇଁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

ଆପଣଙ୍କ iPhone ମଡେଲ୍ ଉପରେ ନିର୍ଭର କରି, ଆପଣ ନିମ୍ନଲିଖିତ ମୋଡ୍‌ଗୁଡ଼ିକ ମଧ୍ଯରୁ ଚୟନ କରିପାରିବେ:

କ୍ଯାମେରା ଖୋଲିବା ସମୟରେ ଫଟୋ ବ୍ୟତୀତ ଏକ ମୋଡ୍‌କୁ ଡିଫଲ୍ଟ୍ ମୋଡ୍ ଭାବରେ ସେଟ୍ କରିବାକୁ, iPhone ରେ କ୍ୟାମେରା ସେଟିଂସ୍ ସେଭ୍ କରନ୍ତୁ ଦେଖନ୍ତୁ।

ଜୂମ୍ ଇନ୍ କିମ୍ବା ଆଉଟ୍ କରନ୍ତୁ

  1. ଆପଣଙ୍କ iPhone ରେ କ୍ଯାମେରା ଖୋଲନ୍ତୁ।

  2. ନିମ୍ନୋକ୍ତ ମଧ୍ୟରୁ ଗୋଟିଏ କାର୍ଯ୍ଯ କରନ୍ତୁ:

    • ଜୂମ୍ ଇନ୍ କିମ୍ବା ଆଉଟ୍ କରିବା ପାଇଁ ସ୍କ୍ରୀନ୍‌କୁ ପିଞ୍ଚ୍ କରନ୍ତୁ।

    • ଫ୍ରେମ୍‌ର ନିମ୍ନରେ ଥିବା ଜୂମ୍ କଣ୍ଟ୍ରୋଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ସ୍ଲାଇଡର୍‌କୁ ବାମ କିମ୍ବା ଡାହାଣକୁ ଡ୍ରାଗ୍ କରନ୍ତୁ।

    • ସମର୍ଥିତ ମଡେଲ୍ ରେ, ଶୀଘ୍ର ଜୂମ୍ ଇନ୍ କିମ୍ବା ଆଉଟ୍ କରିବା ପାଇଁ (ଆପଣଙ୍କ ମଡେଲ୍ ଉପରେ ନିର୍ଭର କରି) 0.5x, 1x, 2.5x, 3x, 4x, 5x କିମ୍ବା 8x ରେ ଟାପ୍ କରନ୍ତୁ।

    • ସମର୍ଥିତ ମଡେଲ୍ ରେ, ଉପଲବ୍ଧ କ‍୍ୟାମେରା ସେଟିଂସ୍ ଦେଖାଉଥିବା ଏକ ଓଭର୍‌ଲେ ଖୋଲିବା ପାଇଁ କ‍୍ୟାମେରା କଣ୍ଟ୍ରୋଲ୍ କୁ ହାଲୁକା ଡବଲ୍-ପ୍ରେସ୍ କରନ୍ତୁ। ଜୂମ୍ ସେଟିଂସ୍ ଚୟନ କରିବା ପାଇଁ ଆପଣଙ୍କ ଆଙ୍ଗୁଠିକୁ ସ୍ଲାଇଡ୍ କରନ୍ତୁ, ତା’ପରେ ଏହାକୁ ହାଲୁକା ଭାବରେ ଦବାନ୍ତୁ। ଜୂମ୍ ଇନ୍ ଏବଂ ଆଉଟ୍ କରିବାକୁ ଆପଣଙ୍କ ଆଙ୍ଗୁଠିକୁ ସ୍ଲାଇଡ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.