ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ହୋମ୍ ସ୍କ୍ରୀନ୍‌ରେ ଆପ୍ ଏବଂ ୱିଜେଟ୍‌କୁ ମୂଭ୍ କରନ୍ତୁ

ଆଦର୍ଶ ଲେଆଉଟ୍ ସୃଷ୍ଟି କରିବାକୁ ଆପଣ ହୋମ୍ ସ୍କ୍ରୀନ୍‌ରେ ଯେକୌଣସି ସ୍ଥାନରେ ଆପ୍ ଏବଂ ୱିଜେଟ୍‌କୁ ମୂଭ୍ କରିପାରିବେ- ଆପଣଙ୍କ ଓ୍ବାଲ୍‌ପେପର୍ ଫଟୋକୁ ଫ୍ରେମ୍ କରିପାରିବେ, ପାର୍ଶ୍ୱ କିମ୍ବା ନିମ୍ନରେ ଆପ୍ ଏବଂ ୱିଜେଟ୍‌ଗୁଡ଼ିକୁ ବ୍ଯବସ୍ଥିତ କରିପାରିବେ କିମ୍ୱା ସେଗୁଡ଼ିକୁ ଅନ୍ୟ ହୋମ୍ ସ୍କ୍ରୀନ୍ ପୃଷ୍ଠାକୁ ଡ୍ରାଗ୍ କରିପାରିବେ। ଯଦି ଆପଣଙ୍କର ଏକାଧିକ ହୋମ୍ ସ୍କ୍ରୀନ୍ ପେଜ୍ ଅଛି, ପ୍ରତ୍ଯେକର ଏକ ସ୍ୱତନ୍ତ୍ର ଲେଆଉଟ୍ ରହିପାରିବ। ଆପଣ ମଧ୍ଯ ଅସ୍ଥାୟୀ ଭାବରେ ହୋମ୍ ସ୍କ୍ରୀନ୍‌ର ପୃଷ୍ଠାଗୁଡ଼ିକୁ ଲୁଚାଇ ପାରିବେ, ନୂତନ ଆପ୍ କେଉଁଠାରେ ଡାଉନ୍‌ଲୋଡ୍ ହେବ ତାହା ପରିବର୍ତ୍ତନ କରିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

ଟିପ୍‌: ଆପଣ ଏକ ନିର୍ଦ୍ଦିଷ୍ଟ ଫୋକସ୍ (ଉଦାହରଣ ସ୍ୱରୂପ, ଆପଣଙ୍କ କାର୍ଯ୍ୟ ଫୋକସ୍) ସହିତ ସମ୍ବନ୍ଧିତ ନିଜର ସମସ୍ତ ଆପ୍ ଏବଂ ୱିଜେଟ୍ ଗୋଟିଏ ହୋମ୍ ସ୍କ୍ରୀନ୍ ପୃଷ୍ଠାରେ ରଖିପାରିବେ ଏବଂ ସେହି ଫୋକସ୍ ସମୟରେ ସେହି ପୃଷ୍ଠାକୁ ଆକ୍ସେସ୍ କରିପାରିବେ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଆପ୍ ଏବଂ ୱିଜେଟ୍‌କୁ ମୂଭ୍ କରନ୍ତୁ

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆଇଟମ୍‌ଗୁଡ଼ିକ ଜିଗଲ୍ କରିବା ଆରମ୍ଭ ନକରିବା ପର୍ଯ୍ଯନ୍ତ ହୋମ୍ ସ୍କ୍ରୀନ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ନିମ୍ନଲିଖିତ ଲୋକେଶନ୍ ମଧ୍ୟରୁ ଗୋଟିଏକୁ ଆପ୍ କିମ୍ବା ୱିଜେଟ୍‌କୁ ଡ୍ରାଗ୍ କରନ୍ତୁ:

    • ସମାନ ପୃଷ୍ଠାରେ ଅନ୍ୟ ଏକ ଲୋକେଶନ୍‌କୁ—ଯେଉଁଥିରେ ସ୍କ୍ରୀନ୍‌ର ଶୀର୍ଷ, ନିମ୍ନ, କିମ୍ବା ପାର୍ଶ୍ୱ ଅନ୍ତର୍ଭୁକ୍ତ

    • ଅନ୍ଯ ଏକ ହୋମ୍ ସ୍କ୍ରୀନ୍ ପେଜ୍

      ଆପ୍ କିମ୍ୱା ୱିଜେଟ୍‌କୁ ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱକୁ ଡ୍ରାଗ୍ କରନ୍ତୁ। ନୂଆ ପେଜ୍ ଦେଖାଯିବା ପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। Dock ଉପରେ ଥିବା ବିନ୍ଦୁଗୁଡ଼ିକ ଦର୍ଶାଏ ଯେ ଆପଣଙ୍କ ପାଖରେ କେତେ ପୃଷ୍ଠା ଅଛି ଏବଂ ଆପଣ କେଉଁଟି ଦେଖୁଛନ୍ତି।

      ହୋମ୍ ସ୍କ୍ରୀନ୍‌ରେ ଜିଗଲ୍‌ କରୁଥିବା ଆପ୍‌ଗୁଡ଼କ ଅଛି ଏବଂ ଏକ ତୀର ଗୋଟିଏ ଆପ୍‌କୁ ପରବର୍ତ୍ତୀ ପୃଷ୍ଠାକୁ ଡ୍ରାଗ୍‌ କରାଯାଉଥିବା ଦେଖାଉଛି।
  4. ସରିବା ପରେ, ହୋମ୍ ବଟନ୍ ଦବାନ୍ତୁ (ହୋମ୍ ବଟନ୍ ଥିବା ଏକ iPhone ରେ) କିମ୍ୱା ହୋମ୍ ସ୍କ୍ରୀନ୍ ବ୍ୟାକ୍‌ଗ୍ରାଉଣ୍ଡ୍ (ଅନ୍ୟ iPhone ମଡେଲ୍‌ରେ)ରେ ଟାପ୍ କରନ୍ତୁ।

ହୋମ୍ ସ୍କ୍ରୀନ୍ ଏବଂ ଆପ୍‌ଗୁଡ଼ିକୁ ସେଗୁଡ଼ିକର ମୂଳ ଲେଆଉଟ୍ ରୀସେଟ୍ କରନ୍ତୁ

  1. ସେଟିଂସ୍‌  > ସାଧାରଣ > iPhone ଟ୍ରାନ୍ସଫର୍ କିମ୍ବା ରୀସେଟ୍‌ କରନ୍ତୁକୁ ଯାଆନ୍ତୁ

  2. “ରୀସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ, “ହୋମ୍ ସ୍କ୍ରୀନ୍ ଲେଆଉଟ୍ ରୀସେଟ୍ କରନ୍ତୁ”ରେ କରନ୍ତୁ, ତା’ପରେ “ହୋମ୍ ସ୍କ୍ରୀନ୍ ରୀସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଆପଣ ତିଆରି କରିଥିବା ସମମ୍ତ ଫୋଲ୍ଡର୍‌କୁ କଢ଼ିଦିଆଯାଇଛି ଏବଂ ଆପଣ ଡାଉନ୍‌ଲୋଡ୍ କରିଥିବା ଆପ୍‌ଗୁଡ଼ିକ ଆପଣଙ୍କ iPhone ସହିତ ଆସିଥିବା ଆପ୍‌ଗୁଡ଼ିକ ପରେ ବର୍ଣ୍ଣାନୁକ୍ରମିକ ଭାବରେ ବ୍ଯବସ୍ଥିତ କରାଯାଇଛି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.