ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା Mail ଆପ୍‌ରେ ଇମେଲ୍‌ଗୁଡ଼ିକର ଉତ୍ତର ଦିଅନ୍ତୁ ଏବଂ ଫର୍‌ୱର୍ଡ୍ କରନ୍ତୁ

ଆପଣ Mail ଆପ୍‌ରେ ଇମେଲ୍‌ଗୁଡ଼ିକର ଉତ୍ତର ଦେଇପାରିବେ କିମ୍ବା ସେଗୁଡ଼ିକୁ ଫର୍‌ୱର୍ଡ୍ କରିପାରିବେ।

“ଉତ୍ତର ଦିଅନ୍ତୁ” ବିକଳ୍ପ ଦେଖାଉଥିବା ଏକ ଇମେଲ୍। ସ୍କ୍ରୀନ୍ ମଝିରେ, ବାମରୁ ଡାହାଣକୁ, “ଉତ୍ତର ଦିଅନ୍ତୁ”, “ସମସ୍ତଙ୍କୁ ଉତ୍ତର ଦିଅନ୍ତୁ”, “ଫର୍‌ୱର୍ଡ୍ କରନ୍ତୁ” ଏବଂ “ଟ୍ରାଶ୍” ଅଛି।

ଗୋଟିଏ ଇମେଲ୍‌ର ଉତ୍ତର ଦିଅନ୍ତୁ

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ମେସେଜ୍‌ରେ ଟାପ୍ କରନ୍ତୁ, “ଉତ୍ତର ଦିଅନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • କେବଳ ପ୍ରେରକଙ୍କୁ ଉତ୍ତର ଦିଅନ୍ତୁ: ଉତ୍ତର ଦେବା ପାଇଁ ଟାପ୍ କରନ୍ତୁ।

    • ପ୍ରେରକ ଏବଂ ଅନ୍ୟ ପ୍ରାପ୍ତକର୍ତ୍ତାଙ୍କୁ ଉତ୍ତର ଦିଅନ୍ତୁ: ସମସ୍ତଙ୍କୁ ଉତ୍ତର ଦେବା ପାଇଁ ଟାପ୍ କରନ୍ତୁ।

  3. ଆପଣଙ୍କ ଉତ୍ତର ଟାଇପ୍ କରନ୍ତୁ, ତା’ପରେ ଏହାକୁ ପଠାଇବା ପାଇଁ “ପଠାନ୍ତୁ” ବଟନ୍ ଉପରେ ଟାପ୍ କରନ୍ତୁ।

ଆପଣ ଏକ ଇମେଲ୍‌କୁ ଉତ୍ତର ଦେବା ସମୟରେ କିଛି ଟେକ୍ସଟ୍‌କୁ ଉଦ୍ଧୃତ କରନ୍ତୁ

ଯେତେବେଳେ ଆପଣ ଏକ ଇମେଲ୍ ମେସେଜ୍‌ର ଉତ୍ତର ଦିଅନ୍ତି, ଆପଣ କ’ଣ ଉତ୍ତର ଦେଉଛନ୍ତି ତାହା ସ୍ପଷ୍ଟ କରିବାକୁ ଆପଣ ପ୍ରେରକଙ୍କଠାରୁ ଟେକ୍ସ୍‌ଟ୍ ଅନ୍ତର୍ଭୁକ୍ତ କରିପାରିବେ।

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ପ୍ରେରକଙ୍କ ମେସେଜ୍‌ରେ, ଟେକ୍ସଟ୍‌ର ପ୍ରଥମ ଶବ୍ଦକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଶେଷ ଶବ୍ଦ ପର୍ଯ୍ଯନ୍ତ ଡ୍ରାଗ୍ କରନ୍ତୁ। ( ଟେକ୍ସଟ୍ ଚୟନ କରନ୍ତୁ, କଟ୍ କରନ୍ତୁ, କପି କରନ୍ତୁ ଏବଂ ପେଷ୍ଟ୍ କରନ୍ତୁଦେଖନ୍ତୁ।)

  3. “ଉତ୍ତର ଦିଅନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, “ଉତ୍ତର ଦିଅନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ମେସେଜ୍ ଟାଇପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଉଦ୍ଧୃତ ଟେକ୍ସ୍‌ଟ୍‌ରେ ଇଣ୍ଡେଣ୍ଟେସନ୍ ବନ୍ଦ କରିବା ପାଇଁ, ସେଟିଂସ୍  > ଆପ୍ > Mail > କୋଟ୍ ସ୍ତର ବଢ଼ାନ୍ତୁ (କମ୍ପୋଜିଂ ତଳେ)କୁ ଯାଆନ୍ତୁ, ତା’ପରେ “କୋଟ୍ ସ୍ତର ବଢ଼ାନ୍ତୁ” ବନ୍ଦ କରନ୍ତୁ।

ଗୋଟିଏ ଇମେଲ୍ ଫର୍‌ୱର୍ଡ୍ କରନ୍ତୁ

ଆପଣ ନୂଆ ପ୍ରାପ୍ତକର୍ତ୍ତାଙ୍କୁ ଏକ ଇମେଲ୍ ମେସେଜ୍ ପଠାଇପାରିବେ।

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ମେସେଜ୍‌ରେ ଟାପ୍ କରନ୍ତୁ, “ଉତ୍ତର ଦିଅନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଫର୍‌ୱର୍ଡ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ମୂଳ ମେସେଜ୍‌ରେ ଫଟୋ କିମ୍ବା ଡକ୍ଯୁମେଣ୍ଟ୍ ଭଳି ଆଟାଚ୍‌ମେଣ୍ଟ୍ ଅଛି, ତେବେ ଆପଣ ସେଗୁଡ଼ିକୁ ଫର୍‌ୱର୍ଡ୍ କରାଯାଉଥିବା ମେସେଜ୍‌ରେ ଅନ୍ତର୍ଭୁକ୍ତ କରିବେ କି ନାହିଁ ତାହା ସ୍ଥିର କରିପାରିବେ। “ଅନ୍ତର୍ଭୁକ୍ତ କରନ୍ତୁ” କିମ୍ବା “ଅନ୍ତର୍ଭୁକ୍ତ କରନ୍ତୁ ନାହିଁ” ବାଛନ୍ତୁ।

  3. ନୂଆ ପ୍ରାପ୍ତକର୍ତ୍ତାଙ୍କ ଇମେଲ୍ ଠିକଣା ଲେଖନ୍ତୁ।

  4. ମେସେଜ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ଉତ୍ତର ଟାଇପ୍ କରନ୍ତୁ। ଫର୍‌ୱର୍ଡ୍ ହୋଇଥିବା ମେସେଜ୍, ତଳେ ଦେଖାଯିବ।

ଇମେଲ୍‌ରେ ଅନୁସରଣ କରନ୍ତୁ

ଯଦି ଆପଣ ଏକ ଇମେଲ୍ ମେସେଜ୍ ପଠାନ୍ତି ଏବଂ ଅନେକ ଦିନ ପର୍ଯ୍ୟନ୍ତ କୌଣସି ଉତ୍ତର ପ୍ରାପ୍ତ କରନ୍ତି ନାହିଁ, ତେବେ ଆପଣଙ୍କୁ ଅନୁସରଣ କରିବାକୁ ମନେ ପକାଇବାରେ ସହାୟତା କରିବା ପାଇଁ ମେସେଜ୍ ସ୍ବୟଂଚାଳିତ ଭାବରେ ଆପଣଙ୍କ ଇନ୍‌ବକ୍ସ୍‌ର ଶୀର୍ଷକୁ ଫେରିଯିବ।

ଫଲୋ ଅପ୍ ପରାମର୍ଶ ବନ୍ଦ କରିବାକୁ, ସେଟିଂସ୍  > ଆପ୍ > Mail କୁ ଯାଆନ୍ତୁ, ତା’ପରେ ଫଲୋ ଅପ୍ ପରାମର୍ଶ ବନ୍ଦ କରନ୍ତୁ।

Mail ରେ ଏକ ସ୍ୱୟଂଚାଳିତ ଉତ୍ତର ସେଟ୍ ଅପ୍ କରନ୍ତୁ

iCloud.com ରେ, ଆପଣ ଇନ୍‌କମିଂ ଇମେଲ୍ ମେସେଜ୍‌ଗୁଡ଼ିକର ଉତ୍ତର ଦେବା ପାଇଁ ଏକ ସ୍ବୟଂଚାଳିତ ଉତ୍ତର ସେଟ୍ ଅପ୍ କରିପାରିବେ କିମ୍ବା ଅନ୍ୟ ଇନ୍‌ବକ୍ସ୍ ମେସେଜ୍‌ଗୁଡ଼ିକୁ ସ୍ବୟଂଚାଳିତ ଭାବରେ ଫର୍‌ୱର୍ଡ୍ କରିପାରିବେ। iCloud.com ରେ Mail ପାଇଁ ଏକ ସ୍ବୟଂଚାଳିତ ଉତ୍ତର ସେଟ୍ ଅପ୍ କରନ୍ତୁ। ଦେଖନ୍ତୁ।

ସ୍ମାର୍ଟ୍ ଉତ୍ତର ବ୍ଯବହାର କରନ୍ତୁ

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ ପ୍ରାପ୍ତ କରିଥିବା ଇମେଲ୍‌ର ଉତ୍ତର ପରାମର୍ଶ ଦେବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ। “Mail ରେ Apple Intelligence ବ୍ଯବହାର କରନ୍ତୁ” ଦେଖନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.