ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ VoiceOver ଜେଶ୍ଚର୍ ଏବଂ କୀ’ବୋର୍ଡ୍ ଶର୍ଟ୍‌କଟ୍‌କୁ କଷ୍ଟମାଇଜ୍ କରନ୍ତୁ

VoiceOver କମାଣ୍ଡ୍ ସକ୍ରିୟ କରୁଥିବା ଜେଶ୍ଚର୍ ଏବଂ କୀ’ବୋର୍ଡ୍ ଶର୍ଟ୍‌କଟ୍‌କୁ ଆପଣ କଷ୍ଟମାଇଜ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆକ୍ସେସିବିଲିଟିରେ ଟାପ୍ କରନ୍ତୁ, VoiceOver ରେ ଟାପ୍ କରନ୍ତୁ, ତା’ପରେ କମାଣ୍ଡ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ‍୍ୟରୁ ଯେକୌଣସିରେ ଟାପ୍ କରନ୍ତୁ:

    • ସମସ୍ତ କମାଣ୍ଡ୍: ଆପଣ କଷ୍ଟମାଇଜ୍ କରିବାକୁ ଚାହୁଁଥିବା କମାଣ୍ଡ୍‌କୁ ନାଭିଗେଟ୍ କରନ୍ତୁ, ତା’ପରେ ଏଡିଟ୍ କରନ୍ତୁ, ଜେଶ୍ଚର୍ ଯୋଡ଼ନ୍ତୁ କିମ୍ବା କୀ’ବୋର୍ଡ୍ ଶର୍ଟ୍‌କଟ୍ ଯୋଡ଼ନ୍ତୁରେ ଟାପ୍ କରନ୍ତୁ।

    • ଟଚ୍ ଜେଶ୍ଚର୍: ଜେଶ୍ଚର୍ ଏବଂ ସମ୍ବନ୍ଧିତ କମାଣ୍ଡ୍‌ଗୁଡ଼ିକର ଲିଷ୍ଟ୍ କରନ୍ତୁ।

    • କୀ’ବୋର୍ଡ୍ ଶର୍ଟ୍‌କଟ୍: ଆପଣ କଷ୍ଟମାଇଜ୍ କରିବାକୁ ଚାହୁଁଥିବା ଶର୍ଟକଟ୍‌କୁ ନାଭିଗେଟ୍ କରନ୍ତୁ, ତାପରେ କୀ’ ମିଶ୍ରଣ ଏଣ୍ଟର୍ କରନ୍ତୁ।

    • ମ୍ଯାଜିକ୍ ଟାପ୍: ଅନ୍ୟ କୌଣସି ଆକ୍ସନ୍ ଉପଲବ୍ଧ ନଥିଲେ ମିଡିଆକୁ ପଜ୍ କରିବା କିମ୍ବା ଚଲାଇବା ପାଇଁ “ମ୍ୟାଜିକ୍ ଟାପ୍” ଚାଲୁ କରନ୍ତୁ।

    • ହାତଲେଖା: ହାତଲେଖା ଏବଂ ସମ୍ବନ୍ଧିତ କମାଣ୍ଡ୍ ପାଇଁ ଜେଶ୍ଚର୍‌କୁ ଲିଷ୍ଟ୍ କରନ୍ତୁ।

    • ବ୍ରେଲ୍ ସ୍କ୍ରୀନ୍ ଇନ୍‌ପୁଟ୍: ବ୍ରେଲ୍ ସ୍କ୍ରୀନ୍ ଇନ୍‌ପୁଟ୍ ଏବଂ ସମ୍ବନ୍ଧିତ କମାଣ୍ଡ୍ ପାଇଁ ଜେଶ୍ଚର୍‌ଗୁଡ଼ିକର ଲିଷ୍ଟ୍ କରନ୍ତୁ।

    • ବ୍ରେଲ୍ ସ୍କ୍ରୀନ୍ ଏବଂ ବ୍ରେଲ୍ କୀ’ବୋର୍ଡ୍ ଇନ୍‌ପୁଟ୍: ଆପଣ କଷ୍ଟମାଇଜ୍ କରିବାକୁ ଚାହୁଁଥିବା କମାଣ୍ଡ୍‌କୁ ନାଭିଗେଟ୍ କରନ୍ତୁ, ତା’ପରେ “ନୂଆ ବ୍ରେଲ୍ କୀ’ ଆସାଇନ୍ କରନ୍ତୁ“ରେ ଟାପ୍ କରନ୍ତୁ।

ଆପଣଙ୍କ କଷ୍ଟମ୍ ଜେଶ୍ଚର୍ ଏବଂ କୀ’ବୋର୍ଡ୍ ଶର୍ଟ୍‌କଟ୍ କ୍ଲିଅର୍ କରିବା ପାଇଁ, “VoiceOver କମାଣ୍ଡ୍ ରୀସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.