ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ରିମାଇଣ୍ଡର୍‌ରେ ଏକ ଲିଷ୍ଟ୍ ଏଡିଟ୍ କରନ୍ତୁ ଏବଂ ବ୍ଯବସ୍ଥିତ କରନ୍ତୁ

ରିମାଇଣ୍ଡର୍ ଆପ୍‌ରେ, ଆପଣ ବିଭାଗ ଏବଂ ସବ୍‌ଟାସ୍କ୍ ସହିତ ଏକ ଲିଷ୍ଟ୍ ବ୍ଯବସ୍ଥିତ କରିପାରିବେ। ଆପଣ ବିଭାଗଗୁଡ଼ିକୁ କଲମ୍ ଭାବରେ ମଧ୍ଯ ଦେଖିପାରିବେ ଏବଂ ଆଇଟମ୍‌ଗୁଡ଼ିକୁ ସହଜରେ ଭିନ୍ନ ଭିନ୍ନ କଲମ୍‌କୁ ମୂଭ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ iCloud ରେ ଅପ୍‌ଡେଟ୍ ହୋଇଥିବା ରିମାଇଣ୍ଡର୍ ବ୍ୟବହାର କଲେ ଏହି ମାର୍ଗଦର୍ଶିକାରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍ ଫୀଚର୍‌ଗୁଡ଼ିକ ଉପଲବ୍ଧ ଦେବ। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

ରିମାଇଣ୍ଡର୍ ଆପ୍ ଏକ ଲିଷ୍ଟ୍ ଦେଖାଉଛି ଯେଉଁଥିରେ ଗୋଟିଏ ବିଭାଗ ପ୍ରସାରିତ ହୋଇଛି ଏବଂ ଅନ୍ୟଗୁଡ଼ିକ ସଙ୍କୁଚିତ ହୋଇଛି।

ଏକ ଲିଷ୍ଟ୍ ଏଡିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଦେଖିବା ସମୟରେ “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଲିଷ୍ଟ୍‌ର ନାମ, ପ୍ରକାର, ରଙ୍ଗ କିମ୍ବା ଆଇକନ୍ ବଦଳାନ୍ତୁ: “ଲିଷ୍ଟ୍‌ର ସୂଚନା ଦେଖାନ୍ତୁ”ରେ ଟାପ୍ କରନ୍ତୁ।

    • ଏକାଧିକ ଆଇଟମ୍ ଏଡିଟ୍ କରନ୍ତୁ: “ରିମାଇଣ୍ଡର୍ ଚୟନ କରନ୍ତୁ” କିମ୍ବା “ଆଇଟମ୍ ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଏଡିଟ୍ କରିବାକୁ ଚାହୁଁଥିବା ଆଇଟମ୍‌ଗୁଡ଼ିକ ଚୟନ କରନ୍ତୁ। ଆପଣ ଆଇଟମ୍ ଉପରେ ଦୁଇ ଆଙ୍ଗୁଠି ଦ୍ବାରା ମଧ୍ଯ ଡ୍ରାଗ୍ କରିପାରିବେ। ଏକ ତାରିଖ ଏବଂ ସମୟ ଯୋଡିବାକୁ ସ୍କ୍ରୀନ୍‌ର ସର୍ବାତଳଭାଗରେ ଥିବା ବଟନ୍‌ଗୁଡ଼ିକ ବ୍ୟବହାର କରନ୍ତୁ, ଚୟନିତ ଆଇଟମ୍‌ଗୁଡ଼ିକ ମୂଭ୍, ଡିଲିଟ୍, ଆସାଇନ୍, ସମ୍ପୂର୍ଣ୍ଣ, ଟ୍ୟାଗ୍, କିମ୍ୱା ଫ୍ଲାଗ୍ କରନ୍ତୁ।

    • ଧାର୍ଯ୍ଯ ତାରିଖ, ତିଆରି ତାରିଖ, ପ୍ରାଥମିକତା କିମ୍ବା ଶୀର୍ଷକ ଅନୁଯାୟୀ ଆଇଟମ୍‌ଗୁଡ଼ିକୁ କ୍ରମବଦ୍ଧ କରନ୍ତୁ: (ସମସ୍ତ ସ୍ମାର୍ଟ୍ ଲିଷ୍ଟ୍‌ରେ ଉପଲବ୍ଧ ନାହିଁ)। “କ୍ରମବଦ୍ଧ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

      ଯେତେବେଳେ ଆପଣ ଏକ ଲିଷ୍ଟ୍ କ୍ରମବଦ୍ଧ କିମ୍ବା ରୀଅର୍ଡର କରନ୍ତି, ନୂଆ ଅର୍ଡର୍ ଆପଣଙ୍କ ଅନ୍ୟ ଡିଭାଇସ୍‌ଗୁଡିକରେ ଥିବା ଲିଷ୍ଟ୍‌ରେ ପ୍ରୟୋଗ କରାଯାଏ ଯେଉଁଠାରେ ଆପଣ ଅପ୍‌ଡେଟ୍ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ ବ୍ୟବହାର କରୁଛନ୍ତି। ଯଦି ଆପଣ ଏକ ଶେୟର୍ ଲିଷ୍ଟ୍‌କୁ କ୍ରମବଦ୍ଧ କରନ୍ତି କିମ୍ୱା ରୀଅର୍ଡର୍ କରନ୍ତି, ଅନ୍ୟ ଅଂଶଗ୍ରହଣକାରୀମାନେ ମଧ୍ୟ ନୂଆ ଅର୍ଡର ଦେଖନ୍ତି (ଯଦି ସେମାନେ ଅପ୍‌ଡେଟ୍ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ ବ୍ୟବହାର କରନ୍ତି)।

    • ଲିଷ୍ଟ୍‌କୁ କାଢ଼ନ୍ତୁ: “ଲିଷ୍ଟ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଏକ ଲିଷ୍ଟ୍‌ରେ ଆଇଟମ୍‌ଗୁଡ଼ିକୁ ମାନ‍୍ୟୁଅଲ୍ ଭାବରେ ପୁଣି ଅର୍ଡର୍ କିମ୍ବା ପୁନଃ ବର୍ଗୀକରଣ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଦେଖିବା ସମୟରେ, ଆପଣ ମୂଭ୍ କରିବାକୁ ଚାହୁଁଥିବା ଆଇଟମ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ପରେ ଏହାକୁ ଏକ ନୂଆ ଲୋକେଶନ୍‌କୁ ଡ୍ରାଗ୍ କରନ୍ତୁ।

ବିଭାଗଗୁଡ଼ିକ ସହ ବ୍ଯବସ୍ଥିତ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଦେଖିବା ସମୟରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଏକ ନୂଆ ବିଭାଗ ତିଆରି କରନ୍ତୁ: “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, "ନୂଆ ବିଭାଗ"ରେ ଟାପ୍ କରନ୍ତୁ, ତା’ପରେ ଏକ ନାମ ଲେଖନ୍ତୁ।

    • ଏକ ବିଭାଗ ସଂକୁଚିତ କରନ୍ତୁ: “ସଂକୁଚିତ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    • ଏକ ବିଭାଗ ବିସ୍ତାର କରନ୍ତୁ: “ବିସ୍ତାର କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    • ବିଭାଗକୁ ରୀନେମ୍ କରନ୍ତୁ: “ବିଭାଗର ନାମ” ଉପରେ ଟାପ୍ କରନ୍ତୁ, ତା’ପରେ ଏକ ନୂଆ ନାମ ଲେଖନ୍ତୁ।

    • ଏକ ବିଭାଗକୁ ମୂଭ୍ କରନ୍ତୁ: ବିଭାଗଟିକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ପରେ ଏହାକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଆପଣ ଅନ୍ଯ ଜଣଙ୍କ ବିଭାଗକୁ ମୂଭ୍ କରିପାରିବେ ନାହିଁ।

    • ଏକ ବିଭାଗକୁ କାଢ଼ନ୍ତୁ: ବିଭାଗରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଏକ ବିଭାଗକୁ କାଢ଼ିବା ଦ୍ୱାରା ସେହି ବିଭାଗର ରିମାଇଣ୍ଡର୍ ମଧ‍୍ୟ ଡିଲିଟ୍ ହୋଇଯିବ।

ଯଦି Apple Intelligence* ଚାଲୁ ଅଛି, ତେବେ ଆପଣ ସମ୍ବନ୍ଧିତ ରିମାଇଣ୍ଡର୍‌କୁ ଏକ ଲିଷ୍ଟ୍ ମଧ‍୍ୟରେ ବିଭାଗଗୁଡ଼ିକରେ ସ୍ୱୟଂଚାଳିତ ଭାବରେ ବର୍ଗୀକୃତ କରିପାରିବେ। “ରିମାଇଣ୍ଡର୍‌ରେ Apple Intelligence ବ୍ଯବହାର କରନ୍ତୁ” ଦେଖନ୍ତୁ।

ବିଭାଗଗୁଡ଼ିକୁ କଲମ୍ ଭାବରେ ଦେଖନ୍ତୁ

ଆପଣ ଲିଷ୍ଟ୍‌କୁ କଲମ୍‌ରେ ଦେଖିପାରିବେ, ଯାହାଦ୍ୱାରା ଆଇଟମ୍‌ଗୁଡ଼ିକୁ ଭିଜୁଆଲାଇଜ୍ କରିବା ଏବଂ ପୁଣି ବର୍ଗୀକରଣ କରିବା ସହଜ ହୁଏ।

ରିମାଇଣ୍ଡର୍ ଆପ୍ କଲମ୍ ଭାବରେ ବ୍ଯବସ୍ଥିତ ହୋଇଥିବା କ‍୍ୟାମ୍ପିଂ ଲିଷ୍ଟ୍ ଦେଖାଉଛି।
  1. ଆପଣଙ୍କ iPhoneରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଦେଖିବା ସମୟରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ "ସ୍ତମ୍ଭ ଭାବରେ ଦେଖନ୍ତୁ"ରେ ଟାପ୍ କରନ୍ତୁ।

  3. ଏକ ଆଇଟମ୍ ପୁଣି ବର୍ଗୀକରଣ କରିବାକୁ, ଏହାକୁ ଭିନ୍ନ ଏକ କଲମ୍‌କୁ ଡ୍ରାଗ୍ କରନ୍ତୁ।

ସବ୍‌ଟାସ୍କ୍ ତିଆରି କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଦେଖିବା ସମୟରେ, ଏକ ଆଇଟମ୍ ଉପରେ ଡାହାଣକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଇଣ୍ଡେଣ୍ଟ୍”ରେ ଟାପ୍ କରନ୍ତୁ। କିମ୍ବା ଏକ ଆଇଟମ୍‌କୁ ଅନ୍ଯ ଆଇଟମ୍ ଉପରକୁ ଡ୍ରାଗ୍ କରନ୍ତୁ।

ଆପଣ ମୁଖ୍ଯ କାର୍ଯ୍ଯକୁ ସମ୍ପୂର୍ଣ୍ଣ କଲେ, ସବ୍‌ଟାସ୍କ୍ ମଧ୍ଯ ସମ୍ପୂର୍ଣ୍ଣ ହୋଇଥାଏ। ଆପଣ ଏକ ମୁଖ୍ଯ ଟାସ୍କ୍‌କୁ ଡିଲିଟ୍ କିମ୍ବା ମୂଭ୍ କଲେ, ସବ୍‌ଟାସ୍କ୍ ମଧ୍ଯ ଡିଲିଟ୍ କିମ୍ବା ମୂଭ୍ ହୁଏ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.