ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ Safari ବ୍ଯବହାର କରି ୱେବ୍ ବ୍ରାଉଜ୍ କରନ୍ତୁ

ଆପଣ ୱେବ୍ ବ୍ରାଉଜ୍ କରିପାରିବେ, ଓ୍ବେବ୍‌ସାଇଟ୍ ଦେଖିପାରିବେ, ଓ୍ବେବ୍‌ସାଇଟ୍ ଲିଙ୍କ୍ ପ୍ରିଭ୍ଯୁ କରିପାରିବେ, ୱେବ୍ ପେଜ୍ ଅନୁବାଦ କରିପାରିବେ ଏବଂ ଯଦି Safari ଆପ୍‌କୁ କାଢ଼ି ଦିଆଯାଏ ତେବେ ଏହାକୁ ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ପୁଣି ଯୋଡ଼ିପାରିବେ। ଆପଣଙ୍କର ସମସ୍ତ ଡିଭାଇସ୍‌ରେ ଆପଣଙ୍କ ଖୋଲା ଥିବା ଟାବ୍, ବୁକ୍‌ମାର୍କ୍, ହିଷ୍ଟ୍ରି ଏବଂ ରୀଡିଂ ଲିଷ୍ଟ୍ ଅପ୍ ଟୁ ଡେଟ୍ ରଖିବା ପାଇଁ ସମାନ Apple ଆକାଉଣ୍ଟ୍ ସାହାଯ‍୍ୟରେ iCloud ରେ ସାଇନ୍ ଇନ୍ କରନ୍ତୁ।

କମ୍ପାକ୍ଟ୍ ଟାବ୍ ଲେଆଉଟ୍ ସହିତ Safari ରେ ଖୋଲାଥିବା ଏକ ୱେବ୍‌ସାଇଟ୍। ନିମ୍ନରେ, ବାମରୁ ଡାହାଣକୁ, “ପଛକୁ ଯାଆନ୍ତୁ” ବଟନ୍, “ପୃଷ୍ଠା ମେନ‍୍ୟୂ” ବଟନ୍, ସର୍ଚ୍ଚ୍ ଫିଲ୍ଡ୍, “ରୀଲୋଡ୍” ଇତ‍୍ୟାଦି ବଟନ୍ ଅଛି।

ଏକ ୱେବ୍‌ପେଜ୍‌କୁ ଯାଆନ୍ତୁ

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍ ଫିଲ୍ଡ୍‌ରେ ୱେବ୍‌ପେଜ୍‌‌ର ନାମ କିମ୍ବା ୱେବ୍ ଠିକଣା (URL) ଲେଖନ୍ତୁ।

Safari ରେ ଓ୍ବେବ୍‌ସାଇଟ୍ ଦେଖନ୍ତୁ

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଶୀର୍ଷକୁ ଫେରନ୍ତୁ: ଏକ ଲମ୍ବା ପୃଷ୍ଠାର ଶୀର୍ଷକୁ ଶୀଘ୍ର ଫେରିବାକୁ ସ୍କ୍ରୀନ୍‌ର ଉପର ଧାରରେ ଡବଲ୍-ଟାପ୍ କରନ୍ତୁ।

    • ପୃଷ୍ଠା ବିଷୟରେ ଅଧିକ ଜାଣନ୍ତୁ: iPhone କୁ ଲ୍ୟାଣ୍ଡ୍‌ସ୍କେପ୍ ଓରିଏଣ୍ଟେଶନ୍‌କୁ ଘୂରାନ୍ତୁ।

    • ପୃଷ୍ଠା ରିଫ୍ରେଶ୍ କରନ୍ତୁ: ପୃଷ୍ଠାର ଶୀର୍ଷରୁ ତଳକୁ ଟାଣନ୍ତୁ।

    • ଲିଙ୍କ୍ ଶେୟର୍ କରନ୍ତୁ: ପୃଷ୍ଠାର ନିମ୍ନରେ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

      ଯଦି ଆପଣଙ୍କ ଟାବ୍ ଲେଆଉଟ୍ ନିମ୍ନ କିମ୍ବା ଶୀର୍ଷରେ ଅଛି, ତେବେ ଟାବ୍ ବଟନ୍ ରେ ଟାପ୍ କରନ୍ତୁ। “Safari ରେ ଲେଆଉଟ୍ ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

ଓ୍ବେବ୍‌ସାଇଟ୍ ଲିଙ୍କ୍ ପ୍ରିଭ୍ଯୁ କରନ୍ତୁ

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ନଖୋଲି ଲିଙ୍କ୍‌ର ପ୍ରିଭ୍ଯୁ ଦେଖିବା ପାଇଁ Safari ରେ ଏକ ଲିଙ୍କ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    ଲିଙ୍କ୍ ଖୋଲିବା ପାଇଁ ପ୍ରିଭ୍ଯୁରେ ଟାପ୍ କରନ୍ତୁ କିମ୍ବା “ଖୋଲନ୍ତୁ” ବାଛନ୍ତୁ।

ପ୍ରିଭ୍ଯୁ ବନ୍ଦ କରିବା ଏବଂ ସାମ୍ପ୍ରତିକ ପୃଷ୍ଠାରେ ରହିବା ପାଇଁ ପ୍ରିଭ୍ଯୁ ବାହାରେ ଯେକୌଣସି ସ୍ଥାନରେ ଟାପ୍ କରନ୍ତୁ।

ଏକ ଓ୍ବେବ୍‌ସାଇଟ୍‌ର ପ୍ରିଭ୍ଯୂ ସହିତ ସମ୍ଭାବ୍ଯ କାର୍ଯ୍ଯଗୁଡ଼ିକର ଏକ ଲିଷ୍ଟ୍: ଖୋଲନ୍ତୁ, ନୂଆ ଟାବ୍‌ରେ ଖୋଲନ୍ତୁ, ଟାବ୍ ଗ୍ରୂପ୍‌ରେ ଖୋଲନ୍ତୁ, ଲିଙ୍କ୍ ହୋଇଥିବା ଫାଇଲ୍ ଡାଉନ୍‌ଲୋଡ୍ କରନ୍ତୁ ଏବଂ ରୀଡିଂ ଲିଷ୍ଟ୍‌ରେ ଯୋଡ଼ନ୍ତୁ।

ୱେବ୍‌ପେଜ୍‌ କିମ୍ବା ଇମେଜ୍ ଅନୁବାଦ କରନ୍ତୁ

ଆପଣ ଏକ ୱେବ୍‌ପୃଷ୍ଠା କିମ୍ବା ଇମେଜ୍‌କୁ ଅନ୍ଯ ଭାଷାରେ ଦେଖିଲେ, ଟେକ୍ସଟ୍‌ର ଅନୁବାଦ କରିବା ପାଇଁ ଆପଣ Safari ବ୍ଯବହାର କରିପାରିବେ (ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନୁହେଁ)।

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ପୃଷ୍ଠା ମେନ‍୍ୟୂ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “[ଭାଷା] କୁ ଅନୁବାଦ କରନ୍ତୁ”ରେ ଟାପ୍ କରନ୍ତୁ (ଯଦି ଅନୁବାଦ ଉପଲବ୍ଧ ଅଛି)।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ Safari ପୁଣି ଯୋଡ଼ନ୍ତୁ

ଯଦି ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ Safari ଦେଖୁନାହାନ୍ତି, ତେବେ ଆପଣ ଏହାକୁ ଆପ୍ ଲାଇବ୍ରେରୀରେ ପାଇପାରିବେ ଏବଂ ଏହାକୁ ପୁଣି ଯୋଡ଼ିପାରିବେ।

  1. ହୋମ୍ ସ୍କ୍ରୀନ୍‌ରେ, ଆପ୍ ଲାଇବ୍ରେରି ନ ଦେଖାଯିବା ପର୍ଯ୍ଯନ୍ତ ବାମକୁ ସ୍ୱାଇପ୍ କରନ୍ତୁ।

  2. ସର୍ଚ୍ଚ୍ ଫିଲ୍ଡରେ "Safari" ଲେଖନ୍ତୁ।

  3. Safari ଆପ୍ ଆଇକନ୍ କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ “ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.