ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ପାଇଁ Qi-ପ୍ରମାଣୀକୃତ ୱାୟର୍‌ଲେସ୍ ଚାର୍ଜର୍

ଆପଣ ଏକ Qi-ପ୍ରମାଣୀକୃତ ଚାର୍ଜର୍ (ଅଲଗା ବିକ୍ରି ହୁଏ) ବ୍ଯବହାର କରି iPhone କୁ ୱାୟର୍‌ଲେସ୍ ଭାବରେ ଚାର୍ଜ୍ କରିପାରିବେ। AirPods ଚାର୍ଜ୍ କରିବା ପାଇଁ ଆପଣ ଏକ Qi-ପ୍ରମାଣୀକୃତ ଚାର୍ଜର୍ ମଧ୍ଯ ବ୍ଯବହାର କରିପାରିବେ।

Qi-ପ୍ରମାଣୀକୃତ ଚାର୍ଜର୍ ଦ୍ବାରା iPhone କିମ୍ବା AirPods ଚାର୍ଜ୍ କରନ୍ତୁ

  1. ଚାର୍ଜର୍‌କୁ ପାୱର୍ ସହିତ ସଂଯୋଗ କରନ୍ତୁ। ଆପଣଙ୍କ ଚାର୍ଜର୍ ସହିତ ଆସିଥିବା ପାୱର୍ ଆଡାପ୍ଟର୍ କିମ୍ବା ନିର୍ମାତାଙ୍କ ଦ୍ବାରା ସୁପାରିଶ କରାଯାଇଥିବା ଏକ ପାୱର୍ ଆଡାପ୍ଟର୍ ବ୍ଯବହାର କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • iPhone: ଚାର୍ଜର୍‌ର ମଝିରେ iPhone କୁ ଏହାର ସ୍କ୍ରୀନ୍ ଉପରକୁ କରି ରଖନ୍ତୁ। iPhone ଚାର୍ଜର୍ ସହିତ ସଠିକ୍ ଭାବରେ ଆଲାଇନ୍ ହୋଇଥିଲେ, ଷ୍ଟାଟସ୍ ବାର୍‌ରେ ବ୍ଯାଟରି ଚାର୍ଜିଂ ଆଇକନ୍ ଦେଖାଯାଇଥାଏ।

    • AirPods 2 (ୱାୟର୍‌ଲେସ୍ ଚାର୍ଜିଂ କେସ୍ ସହିତ), AirPods 3, AirPods 4 (ସକ୍ରିୟ ନଏଜ୍ କ‍୍ୟାନ୍ସଲେଶନ୍ ସହିତ) ଏବଂ AirPods Pro: ଆପଣଙ୍କ AirPods ଚାର୍ଜିଂ କେସ୍‌ରେ ରଖନ୍ତୁ, ଲିଡ୍ ବନ୍ଦ କରନ୍ତୁ, ତା’ପରେ କେସ୍‌କୁ ଚାର୍ଜର୍‌ର ମଝିରେ ଷ୍ଟାଟସ୍ ଲାଇଟ୍ ଉପର ପଟକୁ କରି ରଖନ୍ତୁ। ଚାର୍ଜର୍ ସହିତ ଖୋଳ ସଠିକ୍ ଭାବରେ ଆଲାଇନ୍ ହେଲେ, ଷ୍ଟାଟସ୍ ଲାଇଟ୍ କିଛି ସେକେଣ୍ଡ୍ ପାଇଁ ଚାଲୁ ହୁଏ ଏବଂ ତ’ପରେ ବନ୍ଦ ହୋଇଯାଏ କିନ୍ତୁ ଚାର୍ଜ କରିବା ଜାରି ଥାଏ।

Apple ସହାୟତା ଆର୍ଟିକଲ୍ ଆପଣଙ୍କ iPhone କୁ ଓ୍ବାୟର୍‌ଲେସ୍ ଭାବରେ କିପରି ଚାର୍ଜ୍ କରିବେ ଏବଂ ଆପଣଙ୍କ AirPods ଚାର୍ଜ୍ କରନ୍ତୁ ଏବଂ ବ୍ଯାଟରି ଲାଇଫ୍ ବିଷୟରେ ଜାଣନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.