ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସହିତ ଶ୍ରବଣ ଡିଭାଇସ୍ ବ୍ଯବହାର କରନ୍ତୁ

ଆପଣ iPhone ସହିତ MFi ଶ୍ରବଣ ଯନ୍ତ୍ର କିମ୍ବା ସାଉଣ୍ଡ୍ ପ୍ରୋସେସ୍‌ର ବ୍ୟବହାର କରିପାରିବେ ଏବଂ ସେଗୁଡ଼ିକର ସେଟିଂସ୍ ଆଡ୍‌ଜଷ୍ଟ୍ କରିପାରିବେ। iPhone ସହିତ ଭଲ ଭାବେ କାମ କରୁଥିବା ମଡେଲ୍‌ଗୁଡ଼ିକର ଏକ ଲିଷ୍ଟ୍ ପାଇଁ, Apple ସହାୟତା ଆର୍ଟିକଲ୍ Made for iPhone ସୁସଙ୍ଗତ ଶ୍ରବଣ ଡିଭାଇସ୍ ଦେଖନ୍ତୁ।

ଯଦି ଆପଣଙ୍କ ପାଖରେ AirPods Pro 2 ଅଛି, ତେବେ ଆପଣ ନିଜ iPhone ବ୍ଯବହାର କରି ଶ୍ରବଣ ପରୀକ୍ଷା କରିପାରିବେ। ଯଦି ଆପଣ ସାମାନ୍ଯରୁ ମଧ୍ଯମ ଧରଣର ଶ୍ରବଣଶକ୍ତି ହ୍ରାସ ଅନୁଭବ କରନ୍ତି, ତେବେ ଆପଣ “ଶ୍ରବଣ ସହାୟକ” ଫୀଚର୍ ଦ୍ବାରା ଶ୍ରବଣଶକ୍ତି ସହାୟତା ପାଇପାରିବେ। AirPods Pro 2 ସହିତ ଶ୍ରବଣ ସ୍ୱାସ୍ଥ୍ଯ ଫୀଚର୍ ବ୍ଯବହାର କରନ୍ତୁ ଦେଖନ୍ତୁ।

iPhone ସହିତ ଶ୍ରବଣ ଡିଭାଇସ୍ ପେୟର୍ କରନ୍ତୁ

ଯଦି ଆପଣଙ୍କ ଶ୍ରବଣ ଡିଭାଇସ୍ ସେଟିଂସ୍  > ଆକ୍ସେସିବିଲିଟି > ଶ୍ରବଣ ଡିଭାଇସ୍‌ରେ ଲିଷ୍ଟ୍ ହୋଇନଥାଏ, ତେବେ ଆପଣଙ୍କୁ ସେଗୁଡ଼ିକୁ iPhone ସହିତ ପେୟର୍ କରିବାକୁ ହେବ।

ଯଦି ଆପଣଙ୍କ ଶ୍ରବଣ ଡିଭାଇସ୍‌କୁ ପୂର୍ବରୁ ଅନ୍ୟ ଆଖପାଖ ଡିଭାଇସ୍ ଯେପରିକି Mac କିମ୍ବା iPad ସହିତ ପେୟର୍ କରାଯାଇଛି, ତେବେ ସୁନିଶ୍ଚିତ କରନ୍ତୁ ଯେ ସେହି ଡିଭାଇସ୍‌ରେ Bluetooth® ବନ୍ଦ ଅଛି। (ଆପଣ ନିଜ ଶ୍ରବଣ ଡିଭାଇସ୍‌କୁ ନିଜ iPhone ସହିତ ପେୟର୍ କରିବା ସମାପ୍ତ କଲାପରେ, ଆପଣ ସେହି ଡିଭାଇସ୍‌ରେ Bluetooth ପୁଣି ଚାଲୁ କରିପାରିବେ।)

  1. ଆପଣଙ୍କ iPhone ରେ, ସେଟିଂସ୍  > Bluetooth କୁ ଯାଆନ୍ତୁ, ତା’ପରେ Bluetooth ଚାଲୁ ଅଛି ବୋଲି ନିଶ୍ଚିତ କରନ୍ତୁ।

  2. ସେଟିଂସ୍ > ଆକ୍ସେସିବିଲିଟି > ଶ୍ରବଣ ଡିଭାଇସ୍‌କୁ ଯାଆନ୍ତୁ।

  3. ନିଜ ଶ୍ରବଣ ଡିଭାଇସ୍‌କୁ ବନ୍ଦ କରି ପୁଣି ଚାଲୁ କରନ୍ତୁ।

    ଯଦି ଆପଣ ନିଶ୍ଚିତ ନୁହନ୍ତି ଯେ ତାକୁ କିପରି ବନ୍ଦ କରିବେ, ତେବେ ସେଗୁଡ଼ିକ ସହିତ ଆସିଥିବା ନିର୍ଦ୍ଦେଶାବଳୀ ଦେଖନ୍ତୁ କିମ୍ବା ସେଗୁଡ଼ିକୁ ସେଟ୍ ଅପ୍ କରିବାରେ ଆପଣଙ୍କୁ ସାହାଯୟତା କରିଥିବା ଅଡିଓଲୋଜିଷ୍ଟ୍‌ଙ୍କ ସହ ଯାଞ୍ଚ କରନ୍ତୁ।

  4. MFi ଶ୍ରବଣ ଡିଭାଇସ୍ ତଳେ ସେମାନଙ୍କ ନାମ ଦେଖାଗଲେ (ଏଥିପାଇଁ ଏକ ମିନିଟ୍ ସମୟ ଲାଗିପାରେ), ନାମ ଉପରେରେ ଟାପ୍ କରନ୍ତୁ ଏବଂ ପେୟରିଂ ଅନୁରୋଧର ଉତ୍ତର ଦିଅନ୍ତୁ।

    ପେୟର୍ କରିବା ପାଇଁ 60 ସେକେଣ୍ଡ୍ ପର୍ଯ୍ୟନ୍ତ ସମୟ ଲାଗିପାରେ-ପେୟର୍ କରିବା ସମାପ୍ତ ନହେବା ପର୍ଯ୍ୟନ୍ତ ଅଡିଓ ଷ୍ଟ୍ରୀମ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଶ୍ରବଣ ଡିଭାଇସ୍ ବ୍ୟବହାର କରନ୍ତୁ ନାହିଁ। ପେୟର୍ କରିବା ସମାପ୍ତ ହେବା ପରେ, ଆପଣ ବୀପ୍‌ର ଏକ ସିରୀଜ୍ ଏବଂ ଏକ ଟୋନ୍ ଶୁଣିବେ ଏବଂ ଡିଭାଇସ୍ ଲିଷ୍ଟ୍‌ରେ ଶ୍ରବଣ ଡିଭାଇସ୍ ପାଖରେ ଏକ ଚେକ୍‌ମାର୍କ୍ ଦେଖାଯିବ।

ଆପଣଙ୍କୁ ନିଜ ଡିଭାଇସ୍‌କୁ କେବଳ ଥରେ ପେୟର୍ କରିବାକୁ ହେବ (ଏବଂ ଆପଣଙ୍କ ଅଡିଓଲୋଜିଷ୍ଟ୍ ଆପଣଙ୍କ ପାଇଁ ଏହା କରିପାରନ୍ତି)। ଏହା ପରେ, ଯେତେବେଳେ ଆପଣଙ୍କ ଶ୍ରବଣ ଡିଭାଇସ୍ ଚାଲୁ ହେବ ସ୍ୱୟଂଚାଳିତ ଭାବରେ iPhone ସହିତ ପୁଣି ସଂଯୋଗ ହେବ।

ସେଟିଂସ୍ ଆଡ୍‌ଜଷ୍ଟ୍ କରନ୍ତୁ ଏବଂ ଆପଣଙ୍କ ଶ୍ରବଣ ଡିଭାଇସ୍‌ଗୁଡ଼ିକର ସ୍ଥିତି ଦେଖନ୍ତୁ

  • ସେଟିଂସ୍‌ରେ: ସେଟିଂସ୍  > ଆକ୍ସେସିବିଲିଟି > ଶ୍ରବଣ ଡିଭାଇସ୍ >MFi ଶ୍ରବଣ ଡିଭାଇସ୍‌କୁ ଯାଆନ୍ତୁ।

  • ସାଇଡ୍ କିମ୍ବା ହୋମ୍ ବଟନ୍‌କୁ ଟ୍ରିପଲ୍ କ୍ଲିକ୍ କରନ୍ତୁ: ଯଦି ଆପଣ ଏହାକୁ ସେଟ୍ ଅପ୍ କରିଛନ୍ତି ତେବେ ଆକ୍ସେସିବିଲିଟି ଶର୍ଟ୍‌କଟ୍ ବ୍ୟବହାର କରନ୍ତୁ।

  • କଣ୍ଟ୍ରୋଲ୍ ସେଣ୍ଟର୍‌ରେ: “ଶ୍ରବଣ ଡିଭାଇସ୍” ବଟନ୍ରେ ଟାପ୍ କରନ୍ତୁ। (ଯଦି ଆପଣ “ଶ୍ରବଣ ଡିଭାଇସ୍” ବଟନ୍ ଦେଖୁନାହାନ୍ତି, ଏହାକୁ କଣ୍ଟ୍ରୋଲ୍ ସେଣ୍ଟର୍ରେ ଯୋଡ଼ନ୍ତୁ।)

  • ଲକ୍ ସ୍କ୍ରୀନ୍‌ରେ: ସେଟିଂସ୍ > ଆକ୍ସେସିବିଲିଟି > ଶ୍ରବଣ ଡିଭାଇସ୍ > MFi ଶ୍ରବଣ ଡିଭାଇସ୍‌କୁ ଯାଆନ୍ତୁ, ତା’ପରେ ଲକ୍ ସ୍କ୍ରୀନ୍ ଉପରେ କଣ୍ଟ୍ରୋଲ୍ ଚାଲୁ କରନ୍ତୁ। ଲକ୍ ସ୍କ୍ରୀନ୍‌ରୁ, ଆପଣ ନିମ୍ନଲିଖିତ କାର୍ଯ୍ୟ କରିପାରିବେ:

    • ବ୍ଯାଟରି ସ୍ଥିତି ଯାଞ୍ଚ କରନ୍ତୁ।

    • ପରିବେଷ୍ଟିତ ମାଇକ୍ରୋଫୋନ୍ ଭଲ୍ଯୂମ୍ ଏବଂ ଇକ୍ବାଲାଇଜେଶନ୍ ଆଡ୍‌ଜଷ୍ଟ୍ କରନ୍ତୁ।

    • କେଉଁ ଶ୍ରବଣ ଡିଭାଇସ୍ (ବାମ, ଡାହାଣ କିମ୍ବା ଉଭୟ) ଷ୍ଟ୍ରିମିଂ ଅଡିଓ ଗ୍ରହଣ କରୁଛି ତାହା ବାଛନ୍ତୁ।

    • “ଲାଇଭ୍ ଶୁଣନ୍ତୁ”କୁ ନିୟନ୍ତ୍ରଣ କରନ୍ତୁ।

    • ଶ୍ରବଣ ଡିଭାଇସ୍‌କୁ ଫୋନ୍ ଏବଂ ମିଡିଆ ଅଡିଓ ରୂଟ୍ ହୋଇଛି କି ନାହିଁ ବାଛନ୍ତୁ।

    • ଶ୍ରବଣ ଡିଭାଇସ୍ ଜରିଆରେ ରିଂଗ୍‌ଟୋନ୍ ଚଲାଇବା ପାଇଁ ବାଛନ୍ତୁ।

ଗୋଟିଏରୁ ଅଧିକ ଡିଭାଇସ୍ ସହିତ ଆପଣଙ୍କ ଶ୍ରବଣ ଡିଭାଇସ୍ ବ୍ୟବହାର କରନ୍ତୁ

ଯଦି ଆପଣ ନିଜ ଶ୍ରବଣ ଡିଭାଇସ୍‌କୁ ଗୋଟିଏରୁ ଅଧିକ ଡିଭାଇସ୍ ସହିତ ପେୟର୍ କରନ୍ତି (ଉଦାହରଣ ସ୍ୱରୂପ ଉଭୟ iPhone ଏବଂ iPad), ତେବେ ଆପଣ ଅନ୍ୟ ଡିଭାଇସ୍‌ରେ ଅଡିଓ ଉତ୍ପନ୍ନ କରୁଥିବା କୌଣସି କାର୍ଯ୍ଯ କଲେ କିମ୍ବା iPhone ରେ ଏକ ଫୋନ୍ କଲ୍ ପ୍ରାପ୍ତ କଲେ ଆପଣଙ୍କ ଶ୍ରବଣ ଡିଭାଇସ୍ ପାଇଁ ସଂଯୋଗ ସ୍ୱୟଂଚାଳିତ ଭାବରେ ଗୋଟିଏରୁ ଅନ୍ୟକୁ ବଦଳିଯାଏ।

ଗୋଟିଏ ଡିଭାଇସ୍‌ରେ ଶ୍ରବଣ ଡିଭାଇସ୍ ସେଟିଂସ୍‌ରେ ଆପଣ କରିଥିବା ପରିବର୍ତ୍ତନ ସ୍ୱୟଂଚାଳିତ ଭାବରେ ଆପଣଙ୍କ ଅନ୍ୟ ଡିଭାଇସ୍ ସହିତ ସିଙ୍କ୍ ହୋଇଥାଏ।

  1. ସମସ୍ତ ଡିଭାଇସ୍‌ରେ ଆପଣଙ୍କ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରନ୍ତୁ।

  2. ସମସ୍ତ ଡିଭାଇସ୍‌କୁ ସମାନ Wi-Fi ନେଟ୍‌ୱର୍କ୍ ସହ ସଂଯୋଗ କରନ୍ତୁ।

“ଶ୍ରବଣ ଯନ୍ତ୍ର ସୁସଙ୍ଗତା” ଚାଲୁ କରନ୍ତୁ

ଶ୍ରବଣ ଯନ୍ତ୍ର ସୁସଙ୍ଗତତା କେତେକ ଶ୍ରବଣ ଯନ୍ତ୍ର ମଡେଲ୍ ସହିତ ହସ୍ତକ୍ଷେପ ହ୍ରାସ କରିପାରେ ଏବଂ ଅଡିଓ ଗୁଣବତ୍ତାରେ ଉନ୍ନତି ଆଣିପାରେ।

  1. ସେଟିଂସ୍  > ଆକ୍ସେସିବିଲିଟି > ଶ୍ରବଣ ଡିଭାଇସ୍‌କୁ ଯାଆନ୍ତୁ।

  2. “ଶ୍ରବଣ ଯନ୍ତ୍ର ସୁସଙ୍ଗତା” ଚାଲୁ କରନ୍ତୁ।

iPhone ଶ୍ରବଣ ଯନ୍ତ୍ର ସୁସଙ୍ଗତତା ରେଟିଂ ପାଇଁ, Apple ସହାୟତା ଆର୍ଟିକଲ୍ iPhone ପାଇଁ ହିୟରିଂ ଏଡ୍ କମ୍ପେଟିବିଲିଟି (HAC) ଆବଶ୍ୟକତା ଦେଖନ୍ତୁ।

ଶ୍ରବଣ ଯନ୍ତ୍ର ସୁସଙ୍ଗତତା ରେଟିଂ ଏକ ଗ୍ୟାରେଣ୍ଟି ନୁହେଁ ଯେ ଏକ ନିର୍ଦ୍ଦିଷ୍ଟ ଶ୍ରବଣ ଯନ୍ତ୍ର ଏକ ନିର୍ଦ୍ଦିଷ୍ଟ ଫୋନ୍ ସହିତ ଭଲ ଭାବରେ କାର୍ଯ୍ୟ କରିବ। କିଛି ଶ୍ରବଣ ଯନ୍ତ୍ର ସେହି ଫୋନ୍‌ରେ ଭଲ କାମ କରିପାରେ ଯାହା ଶ୍ରବଣ ଯନ୍ତ୍ର ସୁସଙ୍ଗତତା ପାଇଁ FCC ଆବଶ୍ୟକତାକୁ ପୂରଣ କରିନଥାଏ। ଏକ ନିର୍ଦ୍ଦିଷ୍ଟ ଶ୍ରବଣ ଯନ୍ତ୍ର ଏକ ନିର୍ଦ୍ଦିଷ୍ଟ ଫୋନ୍‌ରେ ଭଲ କାମ କରୁଛି ବୋଲି ସୁନିଶ୍ଚିତ କରିବା ପାଇଁ, କିଣିବା ପୂର୍ବରୁ ସେଗୁଡ଼ିକୁ ଏକାଠି ବ୍ୟବହାର କରନ୍ତୁ।

ଆପଣଙ୍କ ଶ୍ରବଣ ଡିଭାଇସ୍‌ରେ ଅଡିଓ ଷ୍ଟ୍ରୀମ୍ କରନ୍ତୁ

ଆପଣ ଫୋନ୍ କଲ୍, ମ୍ଯୂଜିକ୍, ମୂଭି, ପଡ୍‌କାଷ୍ଟ୍, Siri ଇତ୍ଯାଦିରୁ ଅଡିଓ ଷ୍ଟ୍ରୀମ୍ କରିପାରିବେ।

  1. ଆପଣ ଶୁଣୁଥିବା ଆପ୍ ପାଇଁ କଣ୍ଟ୍ରୋଲ୍ ସେଣ୍ଟର୍‌ରେ, ଲକ୍ ସ୍କ୍ରୀନ୍‌ରେ କିମ୍ବା “ବର୍ତ୍ତମାନ ଚାଲୁଛି” କଣ୍ଟ୍ରୋଲ୍‌ରେ “ପ୍ଲେବ୍ଯାକ୍ ଗନ୍ତବ୍ଯସ୍ଥଳ” ବଟନ୍ ରେ ଟାପ୍ କରନ୍ତୁ।

  2. ଆପଣଙ୍କ ଶ୍ରବଣ ଡିଭାଇସ୍ ବାଛନ୍ତୁ।

ଆପଣ ସ୍ୱୟଂଚାଳିତ ଭାବରେ ଏକ ଶ୍ରବଣ ଡିଭାଇସ୍‌କୁ ଅଡିଓ କଲ୍ ରୂଟ୍ ମଧ‍୍ୟ କରିପାରିବେ।

ଆପଣ iPhone ସହିତ ନିଜର ଶ୍ରବଣ ଡିଭାଇସ୍ ବ୍ଯବହାର ସମୟରେ ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ, Apple ସହାୟତା ଆର୍ଟିକଲ୍ Made for iPhone ଶ୍ରବଣ ଡିଭାଇସ୍ ବ୍ଯବହାର କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.