ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା କ୍ଯାଲେଣ୍ଡର୍‌ରେ ଆମନ୍ତ୍ରଣ ପଠାନ୍ତୁ

କ୍ଯାଲେଣ୍ଡର୍ ଆପ୍‌ରେ ଆପଣ ମିଟିଂ ଏବଂ ଇଭେଣ୍ଟ୍‌ର ଆମନ୍ତ୍ରଣ ପଠାଇ ପାରିବେ। iCloud, Microsoft Exchange ଏବଂ କେତେକ CalDAV ସର୍ଭର୍ ମଧ୍ଯ ମିଟିଂ ପାଇଁ ଆମନ୍ତ୍ରଣ ପଠାଇବାକୁ ଆପଣଙ୍କୁ ଅନୁମତି ଦେଇଥାଏ। (ସମସ୍ତ କ୍ଯାଲେଣ୍ଡର୍ ସର୍ଭର୍ ପ୍ରତ୍ଯେକ ଫିଚର୍ ସମର୍ଥନ କରେ ନାହିଁ।)

ଆପଣ ଆରମ୍ଭ କରିବା ପୂର୍ବରୁ

ଆପଣ ନିର୍ଦ୍ଧାରିତ କରିଥିବା ଏକ ଇଭେଣ୍ଟ୍‌କୁ ଲୋକମାନଙ୍କୁ ଆମନ୍ତ୍ରଣ କରିବା ପୂର୍ବରୁ, ନିଜ କ୍ଯାଲେଣ୍ଡର୍ ଆକାଉଣ୍ଟ୍ ଅନ୍ ଥିବା ଆପଣଙ୍କୁ ନିଶ୍ଚିତ କରିବାକୁ ହେବ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଟାପ୍ କରନ୍ତୁ।

  3. “କ୍ଯାଲେଣ୍ଡର୍ ଆକାଉଣ୍ଟ୍”ରେ ଟାପ୍ କରନ୍ତୁ, ଏକ ଆକାଉଣ୍ଟ୍ ଚୟନ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍ ଚାଲୁ ଅଛି କି ନାହିଁ ଯାଞ୍ଚ କରନ୍ତୁ।

    କ୍ୟାଲେଣ୍ଡର୍‌ଗୁଡିକ କିପରି ଯୋଡ଼ିବେ ସେ ବିଷୟରେ ଅଧିକ ସୂଚନା ପାଇଁ, ଏକାଧିକ କ୍ୟାଲେଣ୍ଡର୍ ସେଟ୍ ଅପ୍ କରନ୍ତୁଦେଖନ୍ତୁ।

ଏକ ଇଭେଣ୍ଟ୍ ପାଇଁ ଅନ୍ଯମାନଙ୍କୁ ଆମନ୍ତ୍ରଣ କରନ୍ତୁ

ଆପଣ ନିର୍ଦ୍ଧାରିତ କରିଥିବା ଏକ ଇଭେଣ୍ଟ୍‌କୁ ଲୋକମାନଙ୍କୁ ଆମନ୍ତ୍ରଣ କରିପାରିବେ।

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଇଭେଣ୍ଟ୍”ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ଉପରେ ଥିବା ”ଏଡିଟ୍”ରେ ଟାପ୍ କରନ୍ତୁ।

  3. “ଆମନ୍ତ୍ରିତ ବ୍ଯକ୍ତି”ରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣଙ୍କ କଣ୍ଟାକ୍ଟ୍‌ରୁ ଏକ ନାମ ଯୋଡ଼ନ୍ତୁ: ଏକ କଣ୍ଟାକ୍ଟ୍‌ର ନାମ ଲେଖନ୍ତୁ, ନାମରେ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

      କଣ୍ଟାକ୍ଟ୍ ଚୟନ କରିବାକୁ ଆପଣ “ଯୋଡ଼ନ୍ତୁ” ବଟନ୍ ରେ ମଧ୍ୟ ଟାପ୍ କରିପାରିବେ।

      ଧ‍୍ୟାନ ଦିଅନ୍ତୁ: କଣ୍ଟାକ୍ଟ୍‌ରେ ଏକ ଇମେଲ୍ ଠିକଣା କିମ୍ବା ଫୋନ୍ ନମ୍ବର୍ (ଚୀନ୍ ଓ ଭାରତରେ ସମର୍ଥିତ) ଥିବା ଆବଶ୍ୟକ। କଣ୍ଟାକ୍ଟ୍ ସୂଚନା ଯୋଡ଼ନ୍ତୁ ଏବଂ ବ୍ଯବହାର କରନ୍ତୁ ଦେଖନ୍ତୁ।

    • ଏକ ଇମେଲ୍ ଠିକଣା ଯୋଡ଼ନ୍ତୁ: ଏକ ଇମେଲ୍ ଠିକଣା ଲେଖନ୍ତୁ, “ଫେରନ୍ତୁ”ରେ ଟାପ୍ କରନ୍ତୁ, ତାପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

    • ଏକ ଫୋନ୍ ନମ୍ବର୍ ଯୋଡ଼ନ୍ତୁ: ଏକ ଫୋନ୍ ନମ୍ବର୍ ଲେଖନ୍ତୁ, “ଫେରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଏକ ଫୋନ୍ ନମ୍ବର୍‌କୁ ଏକ କ୍ଯାଲେଣ୍ଡର୍ ଆମନ୍ତ୍ରଣ ପଠାଇବା କେବଳ ଚୀନ ଏବଂ ଭାରତରେ ସମର୍ଥିତ।

  5. ଏକ ଆମନ୍ତ୍ରଣକୁ ଇଚ୍ଛାଧୀନ କରିବା ପାଇଁ, “ଆମନ୍ତ୍ରିତ ବ୍ଯକ୍ତି”ରେ ଟାପ୍ କରନ୍ତୁ, ଜଣେ ଆମନ୍ତ୍ରିତ ବ୍ଯକ୍ତିଙ୍କ ଉପରେ ବାମକୁ ସ୍ବାଇପ୍ କରନ୍ତୁ, ତା’ପରେ “ଇଚ୍ଛାଧୀନ କରନ୍ତୁ”ରେ ଟାପ୍ କରନ୍ତୁ।

  6. ଆପଣ ସମାପ୍ତ କରିବା ପରେ, ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଯଦି କେହି ମିଟିଂ ପ୍ରତ୍ୟାଖ୍ୟାନ କଲେ ଆପଣ ସୂଚିତ ହେବାକୁ ଚାହୁଁନାହାନ୍ତି ତେବେ ସେଟିଂସ୍ > ଆପ୍ > କ୍ୟାଲେଣ୍ଡର୍‌କୁ ଯାଆନ୍ତୁ, ତା'ପରେ,"ଆମନ୍ତ୍ରିତ ଅତିଥୀଙ୍କ ପ୍ରତ୍ଯାଖାନ ଦେଖାନ୍ତୁ"କୁ ବନ୍ଦ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ ଇଭେଣ୍ଟ୍ ଶେଡ୍ୟୂଲ୍ କରିନଥିଲେ ମଧ୍ଯ Microsoft Exchange ଏବଂ ଅନ୍ଯ କେତେକ ଏକ୍ସଚେଞ୍ଜ୍ ସର୍ଭର୍‌ରେ ଆପଣ ଲୋକମାନଙ୍କୁ ଆମନ୍ତ୍ରଣ କରିପାରିବେ।

ଉପସ୍ଥିତ ବ୍ଯକ୍ତିମାନଙ୍କୁ ଶୀଘ୍ର ଇମେଲ୍ କରନ୍ତୁ

ଆପଣ ଏକ ଇଭେଣ୍ଟ୍‌ର ସମସ୍ତ ଉପସ୍ଥିତ ବ୍ଯକ୍ତିଙ୍କୁ ଇମେଲ୍ କରିପାରିବେ-ଉଦାହରଣ ସ୍ୱରୂପ, ଇଭେଣ୍ଟ୍ ବିବରଣୀ ଶେୟର୍ କରିବା ପାଇଁ।

  1. ଆପଣଙ୍କ iPhone ରେ କ୍ଯାଲେଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଏକ ଇଭେଣ୍ଟ୍” ଉପରେ ଟାପ୍ କରନ୍ତୁ ଯେଉଁଥିରେ ଉପସ୍ଥିତ ବ୍ଯକ୍ତିମାନେ ଅଛନ୍ତି।

  3. “ଆମନ୍ତ୍ରିତ ବ୍ଯକ୍ତି”ରେ ଟାପ୍ କରନ୍ତୁ, ତା’ପରେ “ଆମନ୍ତ୍ରିତ ବ୍ଯକ୍ତିଙ୍କୁ ମେଲ୍ ପଠାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.