ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ iTunes Store କ୍ରୟ ଏବଂ ସେଟିଂସ୍ ପରିଚାଳନା କରନ୍ତୁ

iTunes Store ଆପ୍‌ରେ, ଆପଣ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା କ୍ରୟ କରାଯାଇଥିବା ମ୍ଯୁଜିକ୍, ମୂଭି ଏବଂ ଟିଭି ଶୋ'ର ସମୀକ୍ଷା କରି ଡାଉନ୍‌ଲୋଡ୍ କରିପାରିବେ। ଆପଣ ସେଟିଂସ୍‌ରେ iTunes Store ପାଇଁ ବିଷୟବସ୍ତୁ ପ୍ରତିବନ୍ଧକକୁ ମଧ୍ୟ କଷ୍ଟମାଇଜ୍ କରିପାରିବେ।

ଫ‍୍ୟାମିଲି ଶେୟରିଂ ସହାୟତାରେ କ୍ରୟକୁ ଅନୁମୋଦନ କରନ୍ତୁ

ଫ‍୍ୟାମିଲି ଶେୟରିଂ ସେଟ୍‌ଅପ୍ ସହାୟତାରେ, ଫ୍ଯାମିଲି ଅର୍ଗାନାଇଜର୍ ଏକ ନିର୍ଦ୍ଦିଷ୍ଟ ବୟସରୁ କମ୍ ବୟସର ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା କରାଯାଇଥିବା କ୍ରୟଗୁଡ଼ିକର ସମୀକ୍ଷା ଏବଂ ଅନୁମୋଦନ କରିପାରିବେ। ଜଣେ ପିଲାଙ୍କ ପାଇଁ “କିଣିବା ପାଇଁ ପଚାରନ୍ତୁ” ଚାଲୁ କରନ୍ତୁ ଦେଖନ୍ତୁ।

ଆପଣ କିମ୍ବା ପରିବାର ସଦସ୍ୟଙ୍କ ଦ୍ବାରା କ୍ରୟ କରାଯାଇଥିବା ମ‍୍ୟୂଜିକ୍ ଦେଖନ୍ତୁ ଏବଂ ଡାଉନ୍‌ଲୋଡ୍ କରନ୍ତୁ

  1. ଆପଣଙ୍କ iPhone ରେ iTunes Store ଆପ୍ କୁ ଯାଆନ୍ତୁ।

  2. “ଅଧିକ”ରେ ଟାପ୍ କରନ୍ତୁ, ତା’ପରେ “କ୍ରୟ କରାଯାଇଛି”ରେ ଟାପ୍ କରନ୍ତୁ।

  3. ଯଦି ଆପଣ ଫ‍୍ୟାମିଲି ଶେୟରିଂ ସେଟ୍ ଅପ୍ କରନ୍ତି, ସେମାନଙ୍କ କ୍ରୟ ଦେଖିବା ପାଇଁ ଜଣେ ପରିବାର ସଦସ୍ୟ ବାଛନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ କେବଳ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା କ୍ରୟ ଦେଖିପାରିବେ ଯଦି ସେମାନେ ନିଜ କ୍ରୟକୁ ଶେୟର୍ କରିବା ପାଇଁ ବାଛନ୍ତି।

  4. ମ‍୍ୟୂଜିକ୍‌ରେ ଟାପ୍ କରନ୍ତୁ, ଆପଣ ଡାଉନ୍‌ଲୋଡ୍ କରିବାକୁ ଚାହୁଁଥିବା ଆଇଟମ୍ ଖୋଜନ୍ତୁ, ତା’ପରେ “ଡାଉନ୍‌ଲୋଡ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଆପଣ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା କ୍ରୟ କରାଯାଇଥିବା ମ୍ଯୁଜିକ୍, ମୂଭି ଏବଂ ଟିଭି ଶୋ' ଦେଖି ଡାଉନ୍‌ଲୋଡ୍ କରିବା ପାଇଁ, Apple TV ଆପ୍‌ରେ ଆପଣଙ୍କ ଲାଇବ୍ରେରି ପରିଚାଳନା କରନ୍ତୁ ଦେଖନ୍ତୁ।

ଆପଣଙ୍କ ସମ୍ପୂର୍ଣ୍ଣ iTunes Store କ୍ରୟ ହିଷ୍ଟ୍ରି ଦେଖନ୍ତୁ

ଆପଣଙ୍କ Apple ଆକାଉଣ୍ଟ୍ ସହିତ କ୍ରୟ କରାଯାଇଥିବା ଆପ୍, ଗୀତ, ମୂଭି, ଟିଭି ଶୋ, ପୁସ୍ତକ ଏବଂ ଅନ୍ୟ ଆଇଟମ୍‌ଗୁଡ଼ିକର ଏକ କ୍ରମାନୁକ୍ରମିକ ଲିଷ୍ଟ୍ ଦେଖିବାକୁ, ଆପଣଙ୍କ iTuns Store ର କ୍ରୟ ହିଷ୍ଟ୍ରି ଦେଖନ୍ତୁ

ଆପଣଙ୍କ କ୍ରୟ ହିଷ୍ଟ୍ରିରେ, ଆପଣ ନିମ୍ନୋକ୍ତ ଯେକୌଣସି କାର୍ଯ୍ୟ କରିପାରିବେ:

  • ଆପଣଙ୍କ ଆକାଉଣ୍ଟ୍‌ରେ ଏକ ଅର୍ଡର୍ କେବେ ବିଲ୍ ହୋଇଛି ଦେଖନ୍ତୁ।

  • କ୍ରୟ ତାରିଖ ଦେଖନ୍ତୁ।

  • ଇମେଲ୍ ରସିଦ୍ ପୁନଃ ପଠାନ୍ତୁ।

  • କ୍ରୟ କରାଯାଇଥିବା ବିଷୟବସ୍ତୁ ସହିତ ଏକ ସମସ୍ୟା ରିପୋର୍ଟ୍ କରନ୍ତୁ।

ବିଷୟବସ୍ତୁ ପ୍ରତିବନ୍ଧକ ସେଟ୍ କରନ୍ତୁ

ଆପଣ ବିଷୟବସ୍ତୁ ଏବଂ ଗୋପନୀୟତା ପ୍ରତିବନ୍ଧକ ଚାଲୁ କରିବା ପରେ, ସେଟିଂସ୍  > ସ୍କ୍ରୀନ୍ ଟାଇମ୍ > ବିଷୟବସ୍ତୁ ଓ ଗୋପନୀୟତା ପ୍ରତିବନ୍ଧକ > App Store, ମିଡିଆ ଓ୍ବେବ୍ ଓ ଗେମ୍‌କୁ ଯାଆନ୍ତୁ, ତା’ପରେ ଯେକୌଣସି ଉପଲବ୍ଧ ପ୍ରତିବନ୍ଧକ ସେଟ୍ କରନ୍ତୁ। ଆପଣ ସ୍ପଷ୍ଟ ବିଷୟବସ୍ତୁ ବ୍ଲକ୍ କରିପାରିବେ, ମ୍ୟୂଜିକ୍ ଭିଡିଓ ବନ୍ଦ କରିପାରିବେ, ବୟସ ଅନୁସାରେ ରେଟିଂ ବିଷୟବସ୍ତୁ ଉପରେ ପ୍ରତିବନ୍ଧକ ଲଗାଇପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ।

ଆପଣ Apple ରୁ TV ଶୋ’, ମ୍ଯୂଜିକ୍, ମ୍ଯୂଜିକ୍ ଭିଡିଓ, ଇବୁକ୍, ଅଡିଓବୁକ୍ କିମ୍ବା ରିଂଟୋନ୍‌ରୁ ଆକ୍ସେସ୍ କ୍ରୟ କଲେ ଆପଣଙ୍କ ପାଖରେ ଏହି ଆଇଟମ୍‌ଗୁଡ଼ିକୁ ଏକ ସୁସଂଗତ iPhone, iPad, Mac କିମ୍ବା PC ରେ ସ୍ଥାୟୀ ଭାବରେ ଡାଉନ୍‌ଲୋଡ୍ କରିବାର ବିକଳ୍ପ ମଧ୍ୟ ଥାଏ। Apple ଆପଣଙ୍କ ଡାଉନ୍‌ଲୋଡ୍ ହୋଇଥିବା ବିଷୟବସ୍ତୁକୁ ପ୍ରତ୍ଯାହାର କରିପାରିବ ନାହିଁ ଏବଂ ଇଣ୍ଟର୍‌ନେଟ୍ ସଂଯୋଗ ବିନା ଆପଣ ସର୍ବଦା ଆପଣଙ୍କ ଡାଉନ୍‌ଲୋଡ୍ ହୋଇଥିବା ବିଷୟବସ୍ତୁକୁ ଆକ୍ସେସ୍ କରିପାରିବେ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.