ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ Safari ରେ ଟ୍ଯାବ୍ ଖୋଲିବା ଏବଂ ବନ୍ଦ କରିବା

ଏକାଧିକ ଖୋଲା ଥିବା ୱେବ୍‌ପେଜ୍‌ ମଧ‍୍ୟରେ ନାଭିଗେଟ୍ କରିବାରେ ଆପଣଙ୍କୁ ସହାୟତା କରିବାକୁ ଟାବ୍ ବ୍ଯବହାର କରନ୍ତୁ।

ଏକ ନୂଆ ଟ୍ଯାବ୍‌‌ରେ ଏକ ଲିଙ୍କ୍ ଖୋଲନ୍ତୁ

  1. ଆପଣଙ୍କ iPhone ରେ ଥିବା Safari ଆପ୍‌କୁ ଯାଆନ୍ତୁ।

  2. ଲିଙ୍କ୍ ସ୍ସର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ନୂଆ ଟାବ୍‌ରେ ଖୋଲନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ଏକ ପୃଥକ ଟ୍ଯାବ୍‌‌ରେ ନୂଆ ଲିଙ୍କ୍ ଖୋଲିବା ସମୟରେ ସାମ୍ପ୍ରତିକ ଓ୍ବେବ୍‌ପେଜ୍‌ରେ ରହିବା ପାଇଁ, ସେଟିଂସ୍  > ଆପ୍ > Safari > “ଲିଙ୍କ୍ ଖୋଲନ୍ତୁ”କୁ ଯାଆନ୍ତୁ, ତା’ପରେ ବ୍ଯାକ୍‌ଗ୍ରାଉଣ୍ଡ୍‌ରେ ଟାପ୍ କରନ୍ତୁ।

ଏକ ଟାବ୍‌ର ହିଷ୍ଟ୍ରି ଦେଖନ୍ତୁ

ଆପଣ ପୂର୍ବରୁ ଏହି ଟାବ୍‌ରେ କେଉଁ ୱେବ୍‌ପେଜ୍ ଦେଖିଛନ୍ତି ତାହା ଆପଣ ଦେଖିପାରିବେ।

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. “ପଛକୁ ଯାଆନ୍ତୁ” ବଟନ୍ କିମ୍ବା “ଫର୍‌ଓ୍ବର୍ଡ୍” ବଟନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

ଟାବ୍ ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ଟାବ୍”ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଟାବ୍ ଲେଆଉଟ୍ ନିମ୍ନ କିମ୍ବା ଶୀର୍ଷରେ ଅଛି, ତେବେ ଟାବ୍ ବଟନ୍ ରେ ଟାପ୍ କରନ୍ତୁ। “Safari ରେ ଲେଆଉଟ୍ ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

  3. ଏହାକୁ ବନ୍ଦ କରିବା ପାଇଁ ଟାବ୍‌ର ଉପର-ଡାହାଣ କୋଣରେ ଥିବା “ବନ୍ଦ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଟିପ୍‌: ଏହି ଟାବ୍ ଗ୍ରୂପ୍‌ରେ ଥିବା ସମସ୍ତ ଟାବ୍‌କୁ ଏକା ସମୟରେ ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ବଟନ୍ କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ “ସମସ୍ତ [ସଂଖ୍ଯକ] ଟାବ୍ ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

ନିକଟରେ ବନ୍ଦ ହୋଇଥିବା ଏକ ଟାବ୍ ଖୋଲନ୍ତୁ

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ଟାବ୍”ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଟାବ୍ ଲେଆଉଟ୍ ନିମ୍ନ କିମ୍ବା ଶୀର୍ଷକୁ ଅଛି, ତେବେ ଟାବ୍ ବଟନ୍ ରେ ଟାପ୍ କରନ୍ତୁ।

  3. ନୂଆ ଟାବ୍ ବଟନ୍ କୁ ସ୍ସର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ “ସମ୍ପ୍ରତି ବନ୍ଦ ହୋଇଥିବା ଲିଷ୍ଟ୍"ରୁ ବାଛନ୍ତୁ।

ଖୋଲା ଥିବା ଟାବ୍ର ପ୍ରିଭ୍ଯୂ ସ୍କ୍ରୀନ୍‌ରେ ଦେଖାଯିବ। ସ୍କ୍ରୀନ୍‌ର ନିମ୍ନ ବାମ ପାର୍ଶ୍ୱରେ, ନୂଆ ଟାବ୍ ବଟନ୍ ଚୟନ କରାଯାଇଛି, ଯାହା ନିକଟରେ ବନ୍ଦ ହୋଇଥିବା ଟାବ୍‌ଗୁଡ଼ିକର ଏକ ଲିଷ୍ଟ୍ ଦର୍ଶାଉଛି।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.