iPhone ରେ ଥିବା Safari ରେ ଏକ ୱେବ୍‌ସାଇଟ୍‌କୁ ଏକ ଆପ୍‌ରେ ପରିଣତ କରନ୍ତୁ

ଆପଣ ଏକ ୱେବ୍‌ସାଇଟ୍‌କୁ ଖୋଲିବା ସହିତ ଏହାକୁ ଏକ ଆପ୍ ଭାବରେ ବ‍୍ୟବହାର କରିପାରିବେ।

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ।

  3. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଟାବ୍ ଲେଆଉଟ୍ ନିମ୍ନ କିମ୍ବା ଶୀର୍ଷକୁ ଅଛି, ତେବେ “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ। “Safari ରେ ଲେଆଉଟ୍ ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

  4. ବିକଳ୍ପଗୁଡ଼ିକର ଲିଷ୍ଟ୍‌ରେ ତଳକୁ ସ୍କ୍ରୋଲ୍ କରନ୍ତୁ, ତା'ପରେ “ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣ “ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ” ଦେଖିପାରୁନାହାନ୍ତି, ତେବେ ଆପଣ ଏହାକୁ ଯୋଡ଼ିପାରିବେ। ଲିଷ୍ଟି୍‌ର ତଳ ପର୍ଯ୍ଯନ୍ତ ସ୍କ୍ରୋଲ୍ କରନ୍ତୁ, “କାର୍ଯ୍ଯ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ “ ହୋମ୍ ସ୍କ୍ରୀନ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  5. “ୱେବ୍ ଆପ୍ ଭାବରେ ଖୋଲନ୍ତୁ” ଚାଲୁ କରନ୍ତୁ।

  6. “ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

ୱେବ୍ ଆପ୍ ପାଇଁ ଏକ ଆଇକନ୍ ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଯୋଡ଼ାଯାଇଛି। ଆପଣ ଆଇକନ୍‌ରେ ଟାପ୍ କଲେ, ୱେବ୍‌ସାଇଟ୍ ଏକ ଆପ୍ ଭଳି ଖୋଲେ। ଆପଣ ୱେବ୍ ଆପ୍‌ରୁ ନୋଟିଫିକେଶନ୍ ପ୍ରାପ୍ତ କରିପାରିବେ ଏବଂ ଯେକୌଣସି ଆପ୍ ଭଳି ୱେବ୍ ଆପ୍‌ରୁ କ୍ୱିଟ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.