ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ର ଭଏସ୍ ମେମୋରେ ରେକର୍ଡିଂ ସଂଗଠିତ କରନ୍ତୁ

ଆପଣ ଅଡିଓ ରେକର୍ଡିଂକୁ ଫେଭରିଟ୍ ଭାବରେ ଚିହ୍ନଟ କରିପାରିବେ ଏବଂ ଆପଣଙ୍କ ରେକର୍ଡିଂକୁ ଫୋଲ୍ଡର୍‌ରେ ସଂଗଠିତ କରିପାରିବେ।

ଧ‍୍ୟାନ ଦିଅନ୍ତୁ: Apple Watch ରେକର୍ଡିଂ, ନିକଟରେ ଡିଲିଟ୍ ହୋଇଥିବା ରେକର୍ଡିଂ ଏବଂ ଫେଭରିଟ୍ ସ୍ମାର୍ଟ୍ ଫୋଲ୍ଡର୍‌ରେ ଗ୍ରୂପ୍ କରାଯାଇଛି, ଯାହା ସ୍ୱୟଂଚାଳିତ ଭାବରେ ଟାଇପ୍ ଏବଂ ବିଷୟବସ୍ତୁ ଅନୁଯାୟୀ ଫାଇଲ୍ ସଂଗ୍ରହ କରେ।

ରେକର୍ଡିଂକୁ ଫେଭରିଟ୍ ଭାବରେ ଚିହ୍ନଟ କରନ୍ତୁ

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂ ଲିଷ୍ଟ୍‌ରେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଆପଣ ଫେଭରିଟ୍ ଭାବରେ ଚିହ୍ନିତ କରିବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍ କରନ୍ତୁ, “ଅଧିକ ଆକ୍ସନ୍” ବଟନ୍ରେ ଟାପ୍ କରନ୍ତୁ, ଫେଭରିଟ୍ ବଟନ୍ରେ ଟାପ୍ କରନ୍ତୁ।

    • ରେକର୍ଡ୍‌ିଂ ଲିଷ୍ଟ୍‌ର ଉପରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ଏକ କିମ୍ୱା ଅଧିକ ରେକର୍ଡିଂ ଚୟନ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, “ଫୋଲ୍ଡର୍‌କୁ ମୂଭ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଫେଭରିଟ୍‌ରେ ଟାପ୍ କରନ୍ତୁ। (ଯଦି ଫେଭରିଟ୍ ଫୋଲ୍ଡର୍ ନାହିଁ, ତେବେ ଫିଲ୍ଡ୍‌ରେ ଫେଭରିଟ୍ ଲେଖି ଗୋଟିଏ ତିଆରି କରନ୍ତୁ।)

ଫେଭରିଟ୍ ଭାବରେ ଚିହ୍ନଟ ରେକର୍ଡିଂ ସ୍ୱୟଂଚାଳିତ ଭାବରେ ଫେଭରିଟ୍ ଫୋଲ୍ଡର୍‌ରେ ଦେଖାଯିବ।

ରେକର୍ଡିଂକୁ ଫୋଲ୍ଡର୍‌ରେ ସଂଗଠିତ କରନ୍ତୁ

ଆପଣ ସମ୍ବନ୍ଧିତ ରେକର୍ଡିଂଗୁଡ଼ିକୁ ଏକାଠି ଫୋଲ୍ଡର୍‌ରେ ଗ୍ରୂପ୍ କରିପାରିବେ ଯାହାଦ୍ୱାରା ଆପଣ ସେଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ।

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂ ଲିଷ୍ଟ୍‌ରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଗୋଟିଏ କିମ୍ବା ଅଧିକ ରେକର୍ଡିଂ ଚୟନ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ଫୋଲ୍ଡର୍‌କୁ ମୂଭ୍ କରନ୍ତୁ, ତା’ପରେ ଏକ ଫୋଲ୍ଡର୍ ବାଛନ୍ତୁ।

    ଏକ ନୂଆ ଫୋଲ୍ଡର୍ ତିଆରି କରିବାକୁ, ନୂଆ ଫୋଲ୍ଡର୍ ବଟନ୍ରେ ଟାପ୍ କରନ୍ତୁ, ଫୋଲ୍ଡର୍ ପାଇଁ ଏକ ନାମ ଟାଇପ୍ କରନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ ଫୋଲ୍ଡର୍ ଦେଖିବା ପାଇଁ “ପଛକୁ ଯାଆନ୍ତୁ” ବଟନ୍ରେ ଟାପ୍ କରନ୍ତୁ; ଏହାର ବିଷୟବସ୍ତୁ ଯାଞ୍ଚ କରିବା ପାଇଁ ଗୋଟିଏ ଫୋଲ୍ଡର୍‌ରେ ଟାପ୍ କରନ୍ତୁ।

ରେକର୍ଡିଂ ଲିଷ୍ଟ୍‌କୁ ଫେରିବାକୁ, ସମସ୍ତ ରେକର୍ଡିଂରେ ଟାପ୍ କରନ୍ତୁ।

ଫୋଲ୍ଡର୍ ଡିଲିଟ୍ କିମ୍ବା ପୁଣି କ୍ରମରେ ସଜାନ୍ତୁ

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ଫୋଲ୍ଡର୍ ଲିଷ୍ଟ୍‌କୁ ଯିବାକୁ “ପଛକୁ ଯାଆନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

  3. ଫୋଲ୍ଡର୍ ଉପରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଗୋଟିଏ ଫୋଲ୍ଡର୍ ଡିଲିଟ୍ କରନ୍ତୁ: ଫୋଲ୍ଡର୍ ପାଖରେ ଥିବା “ଡିଲିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଟ୍ରାଶ୍ ବଟନ୍ରେ ଟାପ୍ କରନ୍ତୁ।

    • ଫୋଲ୍ଡର୍‌ଗୁଡ଼ିକର କ୍ରମ ବଦଳାନ୍ତୁ: ଯେକୌଣସି ଫୋଲ୍ଡର୍ ପାଖରେ ଥିବା “ରିଅର୍ଡର୍ କରନ୍ତୁ” ବଟନ୍କୁ ଡ୍ରାଗ୍ କରନ୍ତୁ।

  4. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.