ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା Mail ଆପ୍‌ରେ ଇମେଲ୍ ସର୍ଚ୍ଚ୍ କରନ୍ତୁ

ଆପଣ ବିଭିନ୍ନ ମାନଦଣ୍ଡ ବ୍ୟବହାର କରି ମେସେଜ୍ ସର୍ଚ୍ଚ୍ କରିପାରିବେ।

ଇମେଲ୍‌ରେ ଥିବା ଟେକ୍ସଟ୍‌ଗୁଡ଼ିକୁ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ ଏବଂ ଆପଣ ଖୋଜୁଥିବା ଟେକ୍ସଟ୍ ଟାଇପ୍ କରନ୍ତୁ।

  3. “ସମସ୍ତ ମେଲ୍‌ବକ୍ସ୍ ଖୋଜାଯାଉଛି” କିମ୍ବା “ଫଳାଫଳ ଲିଷ୍ଟ୍” ଉପରେ ଥିବା “ସାମ୍ପ୍ରତିକ ମେଲ୍‌ବକ୍ସ୍” ମଧ୍ୟରୁ ବାଛନ୍ତୁ।

  4. ଫଳାଫଳ ଲିଷ୍ଟ୍‌ରେ ଥିବା ଏକ ମେସେଜ୍‌କୁ ପଢ଼ିବା ପାଇଁ ସେଥିରେ ଟାପ୍ କରନ୍ତୁ।

Mail ଆପ୍ ଠିକଣା ଫିଲ୍ଡ୍, ବିଷୟ, ଇମେଲ୍ ବଡି, ଡକ୍ୟୁମେଣ୍ଟ୍ ଏବଂ ଲିଙ୍କ୍‌ଗୁଡ଼ିକ ସର୍ଚ୍ଚ୍ କରେ। ଆପଣ ଟାଇପ୍ କରିବା ସମୟରେ ସର୍ଚ୍ଚ୍ ପରାମର୍ଶ ଉପରେ ସବୁଠାରୁ ପ୍ରାସଙ୍ଗିକ ମେସେଜ୍‌ଗୁଡ଼ିକ “ମୂଖ୍ଯ ହିଟ୍‌ଗୁଡ଼ିକ”ରେ ଦେଖାଯିବ।

ଟିପ୍‌: ଫ୍ଲାଇଟ୍ ଏବଂ ହୋଟେଲ୍ ପାଇଁ ଟ୍ରାଭେଲ୍ ବୁକିଂ ନିଶ୍ଚିତକରଣ ଶୀଘ୍ର ଖୋଜିବା ପାଇଁ, ତିନି ଅକ୍ଷରର ଏୟର୍‌ପୋର୍ଟ୍ କୋଡ୍ କିମ୍ବା ସହରର ନାମ ଲେଖନ୍ତୁ।

ଟାଇମ୍‌ଫ୍ରେମ୍ ଅନୁସାରେ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ମେଲ୍‌ବକ୍ସ୍ ଲିଷ୍ଟ୍‌ରେ ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  3. “ସେପ୍ଟେମ୍ବର” ଭଳି ଏକ ଟାଇମ୍‌ଫ୍ରେମ୍ ଲେଖନ୍ତୁ, ତା’ପରେ ସେହି ଟାଇମ୍‌ଫ୍ରେମ୍‌ରୁ ସମସ୍ତ ଇମେଲ୍ ଦେଖିବା ପାଇଁ “କ୍ୟାଲେଣ୍ଡର୍ ପରାମର୍ଶ” ବଟନ୍ ରେ ଟାପ୍ କରନ୍ତୁ।

    ସର୍ଚ୍ଚ୍‌କୁ ସଂକୁଚିତ କରିବା ପାଇଁ, ସର୍ଚ୍ଚ୍ ଫିଲ୍ଡ୍‌ରେ ପୁଣିଥରେ ଟାପ୍ କରନ୍ତୁ, ତା’ପରେ “ମିଟିଂ” ପରି ଏକ କୀ’ୱର୍ଡ୍ ଲେଖନ୍ତୁ।

ଟିପ୍‌: ମେସେଜ୍ ଲିଷ୍ଟ୍ ଉପରେ ଥିବା ତାରିଖ, ପୂର୍ବରୁ କିମ୍ବା ପରେ ବିକଳ୍ପ ବ‍୍ୟବହାର କରି ଟାଇମ୍‌ଫ୍ରେମ୍ ଅନୁଯାୟୀ ଆପଣଙ୍କ ସର୍ଚ୍ଚ୍‌କୁ ରିଫାଇନ୍ କରନ୍ତୁ।

ଇମେଲ୍ ବୈଶିଷ୍ଟ୍ୟ ଅନୁସାରେ ଖୋଜନ୍ତୁ

  1. ଆପଣଙ୍କ iPhone ରେ Mail ଆପ୍ କୁ ଯାଆନ୍ତୁ।

  2. ଏକ ଇନ୍‌ବକ୍ସ୍‌ରେ, ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

    ଟାଇପ୍ କରିବା ଆରମ୍ଭ କରିବା ପୂର୍ବରୁ, ଆପଣ ପରାମର୍ଶ କରାଯାଇଥିବା ସାମ୍ପ୍ରତିକ ସର୍ଚ୍ଚ୍, ସାମ୍ପ୍ରତିକ ଡକ୍ଯୁମେଣ୍ଟ୍ ଏବଂ ଲିଷ୍ଟ୍ ହୋଇଥିବା ଲିଙ୍କ୍ ଦେଖିପାରିବେ।

  3. ଆପଣଙ୍କ ସର୍ଚ୍ଚ୍ କ୍ରାଇଟେରିଆ ଲେଖନ୍ତୁ, ତା’ପରେ ଲିଷ୍ଚ୍ ହୋଇଥିବା ଆଇଟମ୍‌ଗୁଡ଼ିକ ମଧ୍ଯରୁ ଗୋଟିଏରେ ଟାପ୍ କରନ୍ତୁ କିମ୍ବା ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଫ୍ଲାଗ୍ କରାଯାଇଥିବା ସମସ୍ତ ମେସେଜ୍ ଖୋଜନ୍ତୁ: ସର୍ଚ୍ଚ୍ ଫିଲ୍ଡ୍‌ରେ “ଫ୍ଲାଗ୍” ଲେଖନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ପରାମର୍ଶ ତଳେ ଥିବା “ମେସେଜ୍ ଫ୍ଲାଗ୍ ହୋଇଛି”ରେ ଟାପ୍ କରନ୍ତୁ।

    • ସମସ୍ତ ଅପଠିତ ମେସେଜ୍ ଖୋଜନ୍ତୁ: ସର୍ଚ୍ଚ୍ ଫିଲ୍ଡ୍‌ରେ “ଅପଠିତ” ଲେଖନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ପରାମର୍ଶ” ତଳେ ଥିବା “ମେସେଜ୍ ପଢ଼ାଯାଇନାହିଁ” ଉପରେ ଟାପ୍ କରନ୍ତୁ।

    • ଆଟାଚ୍‌ମେଣ୍ଟ୍ ଥିବା ସମସ୍ତ ମେସେଜ୍ ଖୋଜନ୍ତୁ: ସର୍ଚ୍ଚ୍ ଫିଲ୍ଡ୍‌ରେ “ଆଟାଚ୍‌ମେଣ୍ଟ୍” ଲେଖନ୍ତୁ, ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ “ଅନ‍୍ୟ” ତଳେ ଥିବା “ଆଟାଚ୍‌ମେଣ୍ଟ୍ ଥିବା ମେସେଜ୍” ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.