ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ୱଲେଟ୍‌ରେ ବ୍ଯବସ୍ଥିତ କରନ୍ତୁ ଏବଂ ସର୍ଚ୍ଚ୍ କରନ୍ତୁ

ୱଲେଟ୍ ଆପ୍‌ରେ ଆପଣ ସହଜରେ ନିଜ କାର୍ଡ୍, କୀ’ଏବଂ ପାସ୍‌ଗୁଡ଼ିକ ବ୍ଯବସ୍ଥିତ ଏବଂ ରୀଅର୍ଡର୍ କରିପାରିବେ। ଆପଣ କାର୍ଡ୍, ପାସ୍, ନେଣଦେଣ, ମର୍ଚଣ୍ଟ୍ ଇତ୍ଯାଦି ସର୍ଚ୍ଚ୍ ମଧ‍୍ୟ କରିପାରିବେ।

ଆପଣଙ୍କ କାର୍ଡ୍, କୀ’ ଏବଂ ପାସ୍ ପୁନଃ ବ୍ଯବସ୍ଥିତ କରନ୍ତୁ

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. ଆପଣ ମୂଭ୍ କରିବାକୁ ଚାହୁଁଥିବା ଏକ କାର୍ଡ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. କାର୍ଡ୍‌କୁ ଷ୍ଟାକ୍ ମଧ୍ଯରେ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

    ଟିପ୍‌: ଏକ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ୍‌କୁ ଆପଣଙ୍କ ଡିଫଲ୍ଟ୍ ପେମେଣ୍ଟ୍ କାର୍ଡ୍‌ରେ ପରିଣତ କରିବା ପାଇଁ ଏହାକୁ କାର୍ଡ୍ ଷ୍ଟାକ୍‌ର ସମ୍ମୁଖଭାଗକୁ ଡ୍ରାଗ୍ କରନ୍ତୁ।

କାର୍ଡ୍, ପାସ୍ ଏବଂ ନେଣଦେଣ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଆପଣ ଯାହା ଖୋଜୁଛନ୍ତି ତାହା ଲେଖନ୍ତୁ। ଆପଣ ମର୍ଚଣ୍ଟ୍, ତାରିଖ, ନେଣଦେଣ ରାଶି, ଲୋକେଶନ୍ ଇତ୍ଯାଦି ଅନୁଯାୟୀ ସର୍ଚ୍ଚ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.