ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ର ଭଏସ୍ ମେମୋରେ ଏକ ରେକର୍ଡିଂ ଶେୟର୍ କରନ୍ତୁ

AirDrop, Mail, ମେସେଜ୍ ଇତ୍ଯାଦି ବ୍ୟବହାର କରି ଆପଣ ଗୋଟିଏ କିମ୍ବା ଅଧିକ ଅଡିଓ ରେକର୍ଡିଂକୁ ଅନ୍ୟମାନଙ୍କ ସହିତ ଶେୟର୍ କରିପାରିବେ (କିମ୍ୱା ଏହାକୁ ଆପଣଙ୍କ Mac କିମ୍ୱା ଅନ୍ୟ ଡିଭାଇସ୍‌କୁ ପଠାନ୍ତୁ)।

ଏକ ରେକର୍ଡିଂ ଶେୟର୍ କରନ୍ତୁ

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂ ଲିଷ୍ଟ୍‌ରେ, ଆପଣ ଶେୟର୍ କରିବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ “ଅଧିକ ଆକ୍ସନ୍” ବଟନ୍ରେ ଟାପ୍ କରନ୍ତୁ।

  3. “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ବିକଳ୍ପ”ରେ ଟାପ୍ କରନ୍ତୁ ଏବଂ ନିମ୍ନଲିଖିତ ମଧ୍ଯରୁ ଗୋଟିଏ ବାଛନ୍ତୁ:

    • ରେଣ୍ଡର୍ କରାଯାଇଛି: ସମସ୍ତ ଅଡିଓ ଇଫେକ୍ଟ ଏବଂ ଲେୟର୍ ମିଶ୍ରିତ ହୋଇଥିବା ସିଙ୍ଗଲ୍ .m4a ଫାଇଲ୍ କ୍ରିଏଟ୍ କରନ୍ତୁ।

    • ଏଡିଟ୍ ଯୋଗ୍ୟ: ଏକ ଫାଇଲ୍ ଶେୟର୍ କରନ୍ତୁ ଯାହା ସୁସଙ୍ଗତ ଡିଭାଇସ୍ ଏବଂ ସଫ୍ଟୱେର୍ ଅପ୍‌ଡେଟ୍ ଥିବା ପ୍ରାପ୍ତକର୍ତ୍ତାଙ୍କୁ ଇଫେକ୍ଟ୍ ଏବଂ ଲେୟର୍ କନ୍‌ଫିଗର୍ କରିବାକୁ ଦିଏ।

  4. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ

  5. ଏକ ଶେୟରିଂ ବିକଳ୍ପ ବାଛନ୍ତୁ, ଜଣେ ପ୍ରାପ୍ତକର୍ତ୍ତାଙ୍କୁ ଚୟନ କରନ୍ତୁ କିମ୍ବା ଲେଖନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ କିମ୍ବା “ପଠାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଗୋଟିଏରୁ ଅଧିକ ରେକର୍ଡିଂ ଶେୟର୍ କରନ୍ତୁ

  1. ଆପଣଙ୍କ iPhone ରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ରେକର୍ଡିଂ ଲିଷ୍ଟ୍ ଉପରେ ଥିବା “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ରେକର୍ଡିଂକୁ ଚୟନ କରନ୍ତୁ।

  3. “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ବିକଳ୍ପରେ ଟାପ୍ କରନ୍ତୁ, ତା’ପରେ ଏକ ଫାଇଲ୍ ବିକଳ୍ପ (ରେଣ୍ଡର୍ କରାଯାଇଥିବା କିମ୍ବା ଏଡିଟ୍‌ଯୋଗ‍୍ୟ)କୁ ବାଛନ୍ତୁ।

  4. ଏକ ଶେୟରିଂ ବିକଳ୍ପ ବାଛନ୍ତୁ, ଜଣେ ପ୍ରାପ୍ତକର୍ତ୍ତାଙ୍କୁ ଚୟନ କରନ୍ତୁ କିମ୍ବା ଲେଖନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ କିମ୍ବା “ପଠାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.