iPhone ରେ ପ୍ରୀଭ୍ଯୂ ସହିତ ଆରମ୍ଭ କରନ୍ତୁ

PDF ଫର୍ମ୍ ପୂରଣ କରି ସ୍ବାକ୍ଷର କରିବା, ଡକ୍ୟୁମେଣ୍ଟ୍ ସ୍କାନ୍ କରିବା ଏବଂ PDF ଡକ୍ଯୁମେଣ୍ଟ୍ ଏବଂ ଇମେଜ୍‌ରେ ପରିବର୍ତ୍ତନ କରିବା ପାଇଁ ପ୍ରୀଭ୍ୟୂ ଆପ୍ କିପରି ବ୍ଯବହାର କରିବେ ଜାଣନ୍ତୁ।

ପୂରଣଯୋଗ୍ୟ ଫିଲ୍ଡ୍‌କୁ ହାଇଲାଇଟ୍ କରାଯାଇଥିବା PDF ଫର୍ମ୍ ଦେଖାଉଥିବା ଏକ ସ୍କ୍ରୀନ୍। ସ୍କ୍ରୀନ୍‌ର ନିମ୍ନରେ “ଆନୋଟେଶନ୍ ଯୋଡ଼ନ୍ତୁ”, “ମାର୍କ୍‌ଅପ୍”, “ଅଟୋଫିଲ୍”, “କ୍ରପ୍ କରନ୍ତୁ”, “ସୂଚନା”, “ଶେୟର୍ କରନ୍ତୁ” ଏବଂ “ସର୍ଚ୍ଚ୍” ବଟନ୍ ଅଛି। ଅଟୋଫିଲ୍ ବଟନ୍ ଚୟନ କରାଯାଇଛି।

PDF ଫର୍ମ ପୂରଣ କରନ୍ତୁ

ପ୍ରୀଭ୍ଯୂରେ ଏକ PDF ଫର୍ମ୍ ପୂରଣ କରିବା ପାଇଁ “ଫର୍ମ ପୂରଣ କରିବା” ବଟନ୍ ରେ ଟାପ୍ କରନ୍ତୁ ଏବଂ ଏକ ଫିଲ୍ଡ୍ ଚୟନ କରନ୍ତୁ। ଟେକ୍ସ୍‌ଟ୍ ଲେଖନ୍ତୁ କିମ୍ବା ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଉପରେ ଦେଖାଯାଉଥିବା ଏକ ପରାମର୍ଶରେ ଟାପ୍ କରନ୍ତୁ। ଯଦି ଫିଲ୍ଡ୍‌ଟି ଏକ ସ୍ବାକ୍ଷର ଫିଲ୍ଡ୍ ହୁଏ, ତେବେ ଆପଣ ଏକ ସ୍ବାକ୍ଷର ଯୋଡ଼ିବାକୁ ନିଜ ଆଙ୍ଗୁଠିକୁ ବ୍ଯବହାର କରିପାରିବେ।

ପ୍ରୀଭ୍ଯୂ ଆପ୍‌ର ମୁଖ୍ଯ ସ୍କ୍ରୀନ୍। ନୂଆ ଡକ୍ୟୁମେଣ୍ଟ୍ ଏବଂ “ଡକ୍ୟୁମେଣ୍ଟ୍ ସ୍କାନ୍ କରନ୍ତୁ” ବଟନ୍ ସ୍କ୍ରୀନ୍‌ର ମଝିରେ ଅଛି। ସ୍କ୍ରୀନ୍‌ର ନିମ୍ନରେ ସାମ୍ପ୍ରତିକ, “ଶେୟର୍ କରାଯାଇଛି” ଏବଂ “ବ୍ରାଉଜ୍ କରନ୍ତୁ” ଟାବ୍ ଅଛି।

ଏକ PDF ଫାଇଲ୍ ତିଆରି କରିବା ପାଇଁ ସ୍କାନ୍ କରି ସେଭ୍ କରନ୍ତୁ

ଏକ PDF ତିଆରି କରିବା ପାଇଁ ଆପଣ ଟେକ୍ସ୍‌ଟ୍ କିମ୍ବା ଏକ ଡକ୍ଯୁମେଣ୍ଟ୍ ସ୍କାନ୍ କରିପାରିବେ। ସ୍କ୍ରୀନ୍‌ର ମଝିରେ ଥିବା “ଡକ୍ୟୁମେଣ୍ଟ୍ ସ୍କାନ୍ କରନ୍ତୁ”ରେ ଟାପ୍ କରନ୍ତୁ, ଏହାକୁ କ୍ୟାପ୍‌ଚର୍ କରିବା ପାଇଁ ପ୍ରତି ପୃଷ୍ଠାକୁ କ୍ୟାମେରାରେ ପୋଜିଶନ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ପ୍ରୀଭ୍ଯୂ ଆପ୍‌ରେ ଏକ ଲକ୍ ହୋଇଥିବା PDF ଫର୍ମ୍ ଏକ ପାସ୍‌ୱର୍ଡ୍ ଫିଲ୍ଡ୍ ଦେଖାଉଛି। ସ୍କ୍ରୀନ୍‌ର ନିମ୍ନରେ ମାର୍କ୍‌ଅପ୍, ସୂଚନା ଏବଂ ଶେୟର୍ ବଟନ୍ ଅଛି।

ପାସ୍‌ୱର୍ଡ୍ ସହିତ PDF ଡକ୍ଯୁମେଣ୍ଟ୍ ସୁରକ୍ଷିତ ରଖନ୍ତୁ

ଆପଣ ଏକ ପାସ୍‌ୱର୍ଡ୍ ସାହାଯ୍ଯରେ PDF ଲକ୍ କରିପାରିବେ। ଏକ PDF ଖୋଲନ୍ତୁ, ଫାଇଲ୍ ନାମ ପାଖରେ “ଆକ୍ସନ୍ ମେନ୍ଯୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଲକ୍ କରନ୍ତୁ”ରେ ଟାପ୍ କରନ୍ତୁ। “ପାସ୍‌ୱର୍ଡ୍ ଆବଶ୍ଯକ”କୁ ଚାଲୁ କରନ୍ତୁ, ତା’ପରେ ପାସ୍‌ୱର୍ଡ୍‌ରେ ପାସ୍‌ୱର୍ଡ୍‌କୁ ଲେଖନ୍ତୁ ଏବଂ ଫିଲ୍ଡ୍ ଯାଞ୍ଚ କରନ୍ତୁ।

ଫୋର୍‌ଗ୍ରାଉଣ୍ଡ୍‌ରେ ଅଙ୍ଗୁର ବଗିଚାର ଇମେଜ୍ ଦେଖାଉଥିବା ଏକ ସ୍କ୍ରୀନ୍। ଏକ ମେନ୍ଯୂ “ବ‍୍ୟାକ୍‌ଗ୍ରାଉଣ୍ଡ୍ କାଢ଼ି ଦିଅନ୍ତୁ” ବିକଳ୍ପ ଦେଖାଏ। ସ୍କ୍ରୀନ୍‌ର ନିମ୍ନରେ ମାର୍କ୍‌ଅପ୍, କ୍ରପ୍, ସୂଚନା ଏବଂ ଶେୟର୍ କରନ୍ତୁ ବଟନ୍ ଅଛି।

ଇମେଜ୍‌ରୁ ବ‍୍ୟାକ୍‌ଗ୍ରାଉଣ୍ଡ୍ କାଢ଼ି ଦିଅନ୍ତୁ

ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଫୋକସ୍ କରିବା ପାଇଁ ଆପଣ ଇମେଜ୍‌ର ବ‍୍ୟାକ୍‌ଗ୍ରାଉଣ୍ଡ୍‌କୁ କାଢ଼ି ପାରିବେ। ସ୍କ୍ରୀନ୍ ଶୀର୍ଷରେ ଥିବା “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ବ‍୍ୟାକ୍‌ଗ୍ରାଉଣ୍ଡ୍ କାଢ଼ି ଦିଅନ୍ତୁ” ବାଛନ୍ତୁ।

ପ୍ରୀଭ୍ଯୂ ଆପ୍‌ରେ ହାଇଲାଇଟ୍ ହୋଇଥିବା ଏବଂ ଷ୍ଟ୍ରକ୍ ଥ୍ରୂ ଟେକ୍ସ୍‌ଟ୍ ସହିତ ଏକ ସେବା ଚୁକ୍ତିନାମା PDF। ଟେକ୍ସ୍‌ଟ୍ ତଳେ ହାଇଲାଇଟ୍, ଅଣ୍ଡର୍‌ଲାଇନ୍ କିମ୍ବା ଷ୍ଟ୍ରାଇକ୍ ଥ୍ରୂ ବଟନ୍ ଦେଖାଯାଇଥାଏ।

ଟେକ୍ସଟ୍‌କୁ ହାଇଲାଇଟ୍, ଅଣ୍ଡର୍‌ଲାଇନ୍ କିମ୍ବା ଷ୍ଟ୍ରାଇକ୍ ଥ୍ରୂ କରନ୍ତୁ

ଆପଣ PDF ରେ ଟେକ୍ସ୍‌ଟ୍ ହାଇଲାଇଟ୍, ଅଣ୍ଡର୍‌ଲାଇନ୍ କିମ୍ବା ଷ୍ଟ୍ରାଇକ୍ ଥ୍ରୂ କରିପାରିବେ। ଏକ PDF ଖୋଲନ୍ତୁ, ତା’ପରେ ଟେକ୍ସ୍‌ଟ୍ ଚୟନ କରନ୍ତୁ। ହାଇଲାଇଟ୍ କରନ୍ତୁରେ ଟାପ୍ କରନ୍ତୁ, ତା’ପରେ ରଙ୍ଗ ହାଇଲାଇଟ୍ କରନ୍ତୁ, “ଅଣ୍ଡର୍‌ଲାଇନ୍” ବଟନ୍ କିମ୍ବା “ଷ୍ଟ୍ରାଇକ୍ ଥ୍ରୂ” ବଟନ୍‌ରେ ଟାପ୍ କରନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.