ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଏକ FaceTime କଲ୍‌ରେ ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ

FaceTime ଆପ୍‌ରେ (ଏକ ଡିଭାଇସ୍‌ରେ ଯାହା ସର୍ବନିମ୍ନ ସିଷ୍ଟମ୍ ଆବଶ୍ୟକତା ପୂରଣ କରେ), ଆପଣ ଆପ୍, ୱେବ୍‌ପେଜ୍ ଏବଂ ଅଧିକ କିଛି ବାର୍ତ୍ତାଳାପରେ ଆଣିବା ପାଇଁ ଆପଣଙ୍କ ସ୍କ୍ରୀନ୍ ଶେୟର୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: FaceTime, FaceTime ଅଡିଓ, ଗ୍ରୂପ୍ FaceTime, କିଛି FaceTime ଫୀଚର୍ ଏବଂ ଅନ୍ଯ Apple ଫୀଚର୍ କିମ୍ୱା ସେବା ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ।

ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ

  1. ଆପଣଙ୍କ iPhone ରେ FaceTime ଆପ୍ ରେ ଏକ କଲ୍ ସମୟରେ, FaceTime କଣ୍ଟ୍ରୋଲ୍‌ଗୁଡ଼ିକ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ (ଯଦି ସେଗୁଡ଼ିକ ଦେଖା ନଯାଏ), ତା'ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  2. ସ୍କ୍ରୀନ୍ ଶେୟରିଂରେ ଟାପ୍ କରନ୍ତୁ, ତା’ପରେ “ମୋ ସ୍କ୍ରୀନ୍ ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

    ସ୍କ୍ରୀନ୍ ଶେୟର୍ କରିବା ଆରମ୍ଭ ହେବା ପୂର୍ବରୁ ସ୍କ୍ରୀନ୍‌ର ତଳେ 3 ରୁ 1 ପର୍ଯ୍ଯନ୍ତ ଏକ କାଉଣ୍ଟ୍ ଡାଉନ୍ ଦେଖାଯାଏ।

ଟିପ୍‌: ୱାନ୍-ଟୁ-ୱାନ୍ FaceTime କଲ୍ ସମୟରେ, ଜଣେ ଅଂଶଗ୍ରହଣକାରୀ ଯିଏ iPhone କିମ୍ୱା iPad ବ୍ୟବହାର କରୁଛନ୍ତି, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଆପଣଙ୍କ ସ୍କ୍ରୀନ୍‌ରେ ଟାପ୍ କରିପାରିବେ, ଆଙ୍କିପାରିବେ କିମ୍ବା ଲେଖିପାରିବେ। ବୃତ୍ତ, ଡ୍ରଇଂ କିମ୍ବା ଲେଖିବା କିଛି ସେକେଣ୍ଡ୍ ପରେ ଅଦୃଶ୍ଯ ହୋଇଯାଏ। ଯଦି ଆପଣଙ୍କୁ ଅଧିକ ସାହାଯ୍ୟ ଆବଶ୍ୟକ ହୁଏ, ତେବେ ଆପଣ ଅନ୍ୟ ଅଂଶଗ୍ରହଣକାରୀଙ୍କୁ ଆପଣଙ୍କ ସ୍କ୍ରୀନ୍ କଣ୍ଟ୍ରୋଲ୍ କରିବା ପାଇଁ ମଧ୍ଯ ଅନୁମତି ଦେଇପାରିବେ।

ଆପଣଙ୍କ ସ୍କ୍ରୀନ୍ ଶେୟର୍ କରିବା ବନ୍ଦ କରିବା ପାଇଁ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ଶେୟରିଂ ପାଖରେ ଥିବା “ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ। FaceTime କଲ୍ ଶେଷ କରିବା ଦ୍ୱାରା ସ୍କ୍ରୀନ୍ ଶେୟରିଂ ମଧ୍ଯ ଶେଷ ହୋଇଥାଏ।

ଅନ୍ଯ ଜଣଙ୍କୁ ତାଙ୍କ ସ୍କ୍ରୀନ୍ ଶେୟର୍ କରିବାକୁ କୁହନ୍ତୁ

  1. ଆପଣଙ୍କ iPhone ରେ FaceTime ଆପ୍ ରେ ଏକ କଲ୍ ସମୟରେ, FaceTime କଣ୍ଟ୍ରୋଲ୍‌ଗୁଡ଼ିକ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ (ଯଦି ସେଗୁଡ଼ିକ ଦେଖା ନଯାଏ), ତା'ପରେ “ଅଧିକ” ବଟନ୍ ରେ ଟାପ୍ କରନ୍ତୁ।

  2. ସ୍କ୍ରୀନ୍ ଶେୟରିଂରେ ଟାପ୍ କରନ୍ତୁ, ତା’ପରେ “ସ୍କ୍ରୀନ୍ ଶେୟର୍ କରିବା ପାଇଁ ପଚାରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.