ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା iTunes Store ରେ ମ୍ଯୂଜିକ୍ ପ୍ରାପ୍ତ କରନ୍ତୁ

ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରିବା ପାଇଁ ଆପଣ iTunes Store ଆପ୍ ବ୍ଯବହାର କରିପାରିବେ:

ଧ‍୍ୟାନ ଦିଅନ୍ତୁ: iTunes Store ବ୍ୟବହାର କରିବା ପାଇଁ ଆପଣଙ୍କୁ ଏକ ଇଣ୍ଟର୍‌ନେଟ୍ ସଂଯୋଗ ଆବଶ୍ୟକ। iTunes Store ଏବଂ ଏହାର ଫୀଚର୍‌ଗୁଡ଼ିକର ଉପଲବ୍ଧତା ଦେଶ କିମ୍ବା ଅଞ୍ଚଳ ଅନୁସାରେ ଭିନ୍ନ ହୋଇଥାଏ। Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା ଦେଖନ୍ତୁ।

iPhone ରେ ମୂଭି ଏବଂ TV ଶୋ’ ଯୋଡ଼ିବାକୁ, ଚ୍ଯାନେଲ୍ ଏବଂ ଆପ୍ ଡିସ୍କଭର୍ କରନ୍ତୁ ଦେଖନ୍ତୁ।

ମ୍ଯୁଜିକ୍ ଖୋଜନ୍ତୁ

  1. ଆପଣଙ୍କ iPhone ରେ iTunes Store ଆପ୍ କୁ ଯାଆନ୍ତୁ।

  2. ମ‍୍ୟୁଜିକ୍‌ରେ ଟାପ୍ କରନ୍ତୁ, ତା'ପରେ ନିମ୍ନୋକ୍ତ ମଧ‍୍ୟରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ବର୍ଗ ଅନୁଯାୟୀ ବ୍ରାଉଜ୍ କରନ୍ତୁ: ବିଭିନ୍ନ ବର୍ଗ ଦେଖିବା ପାଇଁ ସ୍କ୍ରୋଲ୍ କରନ୍ତୁ।

    • ଏକ ଭିନ୍ନ ପ୍ରକାର ଶୈଳୀ ବାଛନ୍ତୁ: ସ୍କ୍ରୀନ୍‌ର ଶୀର୍ଷ ବାମରେ ଥିବା ଶୈଳୀରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ବ୍ରାଉଜିଂକୁ ଉନ୍ନତ କରିବା ପାଇଁ ଗୋଟିଏ ଚୟନ କରନ୍ତୁ।

    • iTunes ରେ କ’ଣ ଲୋକପ୍ରିୟ ତାହା ଦେଖନ୍ତୁ: ସ୍କ୍ରୀନ୍‌ର ଶୀର୍ଷରେ ଥିବା ଚାର୍ଟ୍‌କୁ ଟାପ୍ କରନ୍ତୁ।

    • ସର୍ଚ୍ଚ୍ କରନ୍ତୁ: ସର୍ଚ୍ଚ୍‌ରେ ଟାପ୍ କରନ୍ତୁ, ଆପଣ ଯାହା ସର୍ଚ୍ଚ କରୁଛନ୍ତି ତାହା ଲେଖନ୍ତୁ, ତା’ପରେ କୀ’ବୋର୍ଡ୍‌ର ସର୍ଚ୍ଚ୍‌ରେ ଟାପ୍ କରନ୍ତୁ।

  3. ଏହା ବିଷୟରେ ଅଧିକ ସୂଚନା ଦେଖିବା ପାଇଁ ଏକ ଆଇଟମ୍ ଉପରେ ଟାପ୍ କରନ୍ତୁ।

ଏକ ଆଇଟମ୍ ଶେୟର୍ କରନ୍ତୁ କିମ୍ବା ଏହାକୁ ଆପଣଙ୍କ ୱିଶ୍ ଲିଷ୍ଟ୍‌ରେ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ iTunes Store ଆପ୍ କୁ ଯାଆନ୍ତୁ।

  2. ମ‍୍ୟୂଜିକ୍‌ରେ ଟାପ୍ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଆଇଟମ୍ ସହିତ ଲିଙ୍କ୍ ଶେୟର୍ କରନ୍ତୁ: ଶେୟର୍ କରିବା ପାଇଁ ଏକ ବିକଳ୍ପ ବାଛନ୍ତୁ।

    • ଆଇଟମ୍‌କୁ ଏକ ଗିଫ୍ଟ୍ ଭାବରେ ଦିଅନ୍ତୁ: ଗିଫ୍ଟ୍ ଉପରେ ଟାପ୍ କରନ୍ତୁ।

    • ଆପଣଙ୍କ ୱିଶ୍ ଲିଷ୍ଟ୍‌ରେ ଆଇଟମ୍ ଯୋଡ଼ନ୍ତୁ: “ୱିଶ୍ ଲିଷ୍ଟ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

      ଆପଣଙ୍କ ୱିଶ୍ ଲିଷ୍ଟ୍ ଦେଖିବା ପାଇଁ, ଶୀର୍ଷ ଡାହାଣ ପାର୍ଶ୍ବରେ ଆଇଟମ୍ ଲିଷ୍ଟ୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ୱିଶ୍ ଲିଷ୍ଟ୍‌ରେ ଟାପ୍ କରନ୍ତୁ।

ବିଷୟବସ୍ତୁ କିଣନ୍ତୁ ଓ ଡାଉନ୍‌ଲୋଡ୍ କରନ୍ତୁ

  1. ଆପଣଙ୍କ iPhone ରେ iTunes Store ଆପ୍ କୁ ଯାଆନ୍ତୁ।

  2. ଏକ ଆଇଟମ୍ କିଣିବା ପାଇଁ, ମୂଲ୍ୟରେ ଟାପ୍ କରନ୍ତୁ। ଯଦି ଆଇଟମ୍ ଫ୍ରୀ ଅଟେ, ତେବେ “ପ୍ରାପ୍ତ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣ ଏକ ମୂଲ୍ୟ ପରିବର୍ତ୍ତେ “ଡାଉନ୍‌ଲୋଡ୍ କରନ୍ତୁ” ବଟନ୍ ଦେଖନ୍ତି, ଆପଣ ପୂର୍ବରୁ ଆଇଟମ୍‌ଟି କିଣିଛନ୍ତି ଏବଂ ଆପଣ ବିନା କୌଣସି ଚାର୍ଜ୍‌ରେ ଏହାକୁ ପୁନର୍ବାର ଡାଉନ୍‌ଲୋଡ୍ କରିପାରିବେ।

  3. ଯଦି ଆବଶ୍ୟକ ହୁଏ, ତେବେ କ୍ରୟ ସମ୍ପୂର୍ଣ୍ଣ କରିବାକୁ ଆପଣଙ୍କ Apple ଆକାଉଣ୍ଟ୍ କୁ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣୀକରଣ କରନ୍ତୁ।

  4. ଡାଉନ୍‌ଲୋଡ୍‌ର ଅଗ୍ରଗତି ଦେଖିବା ପାଇଁ, “ଅଧିକ”ରେ ଟାପ୍ କରନ୍ତୁ, ତା’ପରେ ଡାଉନ୍‌ଲୋଡ୍‌ରେ ଟାପ୍ କରନ୍ତୁ।

App Store ଓ iTunes ଗିଫ୍ଟ୍ କାର୍ଡ୍‌କୁ ରିଡୀମ୍ କରନ୍ତୁ କିମ୍ବା ପଠାନ୍ତୁ

  1. ଆପଣଙ୍କ iPhone ରେ iTunes Store ଆପ୍ କୁ ଯାଆନ୍ତୁ।

  2. ମ୍ୟୂଜିକ୍‌ରେ ଟାପ୍ କରନ୍ତୁ, ଫ଼ୀଚର୍ ହୋଇଛିରେ ଟାପ୍ କରନ୍ତୁ (ଯଦି ଆବଶ୍ୟକ ହୁଏ), ତା’ପରେ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. “ରିଡୀମ୍ କରନ୍ତୁ”ରେ ଟାପ୍ କରନ୍ତୁ କିମ୍ବା ଗିଫ୍ଟ୍ ପଠାନ୍ତୁ।

ଆପଣ Apple ରୁ TV ଶୋ’, ମ୍ଯୂଜିକ୍, ମ୍ଯୂଜିକ୍ ଭିଡିଓ, ଇବୁକ୍, ଅଡିଓବୁକ୍ କିମ୍ବା ରିଂଟୋନ୍‌ରୁ ଆକ୍ସେସ୍ କ୍ରୟ କଲେ ଆପଣଙ୍କ ପାଖରେ ଏହି ଆଇଟମ୍‌ଗୁଡ଼ିକୁ ଏକ ସୁସଂଗତ iPhone, iPad, Mac କିମ୍ବା PC ରେ ସ୍ଥାୟୀ ଭାବରେ ଡାଉନ୍‌ଲୋଡ୍ କରିବାର ବିକଳ୍ପ ମଧ୍ୟ ଥାଏ। Apple ଆପଣଙ୍କ ଡାଉନ୍‌ଲୋଡ୍ ହୋଇଥିବା ବିଷୟବସ୍ତୁକୁ ପ୍ରତ୍ଯାହାର କରିପାରିବ ନାହିଁ ଏବଂ ଇଣ୍ଟର୍‌ନେଟ୍ ସଂଯୋଗ ବିନା ଆପଣ ସର୍ବଦା ଆପଣଙ୍କ ଡାଉନ୍‌ଲୋଡ୍ ହୋଇଥିବା ବିଷୟବସ୍ତୁକୁ ଆକ୍ସେସ୍ କରିପାରିବେ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.