ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ବେସିକ୍ କାଲ୍‌କୁଲେଟର୍ ବ୍ଯବହାର କରନ୍ତୁ

ଆପଣ ଏକ ବେସିକ୍ କାଲ୍‌କୁଲେଟର୍‌ ସହାୟତାରେ ଗାଣିତିକ ଗଣନା କରିପାରିବେ।

iPhone ରେ ବେସିକ କାଲ୍‌କୁଲେଟର୍।

ବେସିକ୍ କାଲ୍‌କୁଲେଟର୍‌କୁ ସ୍ୱିଚ୍ କରନ୍ତୁ

  1. ଆପଣଙ୍କ iPhone ରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. ମୋଡ୍ ପରିବର୍ତ୍ତନ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ବେସିକ୍‌ରେ ଟାପ୍ କରନ୍ତୁ।

ଅଙ୍କ, ନମ୍ବର୍ କିମ୍ବା ଡିସ୍‌ପ୍ଲେ କ୍ଲିଅର୍ କରନ୍ତୁ

  1. ଆପଣଙ୍କ iPhone ରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. ଏକ ଡିଜିଟ୍ କିମ୍ୱା ଗଣନା ଲେଖନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଶେଷ ସଂଖ୍ଯା ଡିଲିଟ୍ କରନ୍ତୁ: ଆପଣ ଏକ ନମ୍ବର ଲେଖିଲା ବେଳେ କୌଣସି ତ୍ରୁଟି କଲେ, ଡିଲିଟ୍ କୀ’କୁ ଟାପ୍ କରନ୍ତୁ।

    • ଆପଣ ଶେଷ ଥର ଲେଖିଥିବା ସମ୍ପୂର୍ଣ୍ଣ ନମ୍ବର୍ ଡିଲିଟ୍ କରନ୍ତୁ: କ୍ଲିଅର୍ (C) କୀ’ରେ ଟାପ୍ କରନ୍ତୁ।

    • ଅଭିବ୍ଯକ୍ତିକୁ ଡିଲିଟ୍ କରନ୍ତୁ: “ଅଲ୍ କ୍ଲିଅର୍” (AC) କୀ’ରେ ଟାପ୍ କରନ୍ତୁ କିମ୍ବା ଡିଲିଟ୍ କୀ’ କିମ୍ବା “କ୍ଲିଅର୍” (C) କୀ’କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

ଅନ୍ଯ ମୋଡ୍‌କୁ ସ୍ୱିଚ୍ କରନ୍ତୁ

  1. ଆପଣଙ୍କ iPhone ରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. ମୋଡ୍ ପରିବର୍ତ୍ତନ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ କରନ୍ତୁ:

ଧ‍୍ୟାନ ଦିଅନ୍ତୁ: କାଲ୍‌କୁଲେଟର୍ ଲିଖିତ ଗଣିତ ଏବଂ ଭେରିଏବଲ୍ ନାମ ପାଇଁ ଚୟନିତ ନ‍୍ୟୂମେରିକ୍ ସିଷ୍ଟମ୍ ବ୍ୟବହାର କରେ। “iOS ଏବଂ iPadOS ଫୀଚର୍ ଉପଲବ୍ଧତା ୱେବ୍‌ସାଇଟ୍” ଦେଖନ୍ତୁ।

ଏକ ଗଣନା ଫଳାଫଳ କପି କରନ୍ତୁ

  1. ଆପଣଙ୍କ iPhone ରେ କାଲ୍‌କୁଲେଟର୍ ଆପ୍ କୁ ଯାଆନ୍ତୁ।

  2. “ଏକ ଗଣନା ଲେଖନ୍ତୁ”, ଡିସ୍‌ପ୍ଲେରେ ଗଣନା ଫଳାଫଳକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ କପି ଉପରେ ଟାପ୍ କରନ୍ତୁ।

  3. ଏକ ନୋଟ୍ କିମ୍ବା ମେସେଜ୍ ପରି ଫଳାଫଳକୁ ଅନ୍ଯ କୌଣସି ସ୍ଥାନରେ ପେଷ୍ଟ୍ କରନ୍ତୁ।

ଆପଣ ପୂର୍ବବର୍ତ୍ତୀ ଗଣନାକୁ ମଧ୍ଯ କପି କରିପାରିବେ।

ଗତ କାର୍ଯ୍ଯର ପୁନରାବୃତ୍ତି କରନ୍ତୁ

ଏକ ଅପରେଶନ୍ ସମ୍ପୂର୍ଣ୍ଣ କରିବା ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

  • ସାମ୍ପ୍ରତିକ ଫଳାଫଳରେ ଗତ ଅପରେଶନ୍ ପ୍ରୟୋଗ କରନ୍ତୁ: ସମାନ ଚିହ୍ନରେ ଟାପ୍ କରନ୍ତୁ।

    ଉଦାହରଣ ସ୍ୱରୂପ, ଯଦି ଆପଣ “1 × 2 =” ଲେଖନ୍ତି, ତେବେ ଆପଣଙ୍କ ଫଳାଫଳ 2 ହେବ। ପ୍ରତ୍ଯେକ ଥର ଆପଣ “ସମାନ ଚିହ୍ନ”ରେ ଟାପ୍ କଲେ, ସମ୍ପ୍ରତି ଡିସ୍‌ପ୍ଲେ କରାଯାଇଥିବା ଉତ୍ତରକୁ 2 ଦ୍ୱାରା ଗୁଣନ କରିଥାଏ, ଯାହା ଏହି ଫଳାଫଳ ସୃଷ୍ଟି କରେ: 4, 8, 16, 32 ଇତ୍ଯାଦି।

  • ଏକ ନୂଆ ନମ୍ବର୍‌ରେ ଗତ ଅପରେଶନ୍ ଲାଗୁ କରନ୍ତୁ: ଏକ ନୂଆ ନମ୍ବର୍ ଲେଖନ୍ତୁ, ତା’ପରେ ସମାନ ଚିହ୍ନରେ ଟାପ୍ କରନ୍ତୁ।

    ଉଦାହରଣ ସ୍ୱରୂପ, ଯଦି ଆପଣ “100 + 15% =” ଲେଖନ୍ତି, ତେବେ ଫଳାଫଳ 115 ହେବ। ତା’ପରେ, ଯଦି ଆପଣ “150 =” ଲେଖନ୍ତି, ତେବେ ଫଳାଫଳ 150 + 15% କିମ୍ବା 172.5 ହେବ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.