iPhone ରେ ଥିବା ରିମାଇଣ୍ଡର୍ ଆପ୍‌ରେ ଆଇଟମ୍ ଡିଲୀଟ୍ କରନ୍ତୁ କିମ୍ବା ରିକଭର୍ କରନ୍ତୁ

ଆପଣ ନିଜ ରିମାଇଣ୍ଡର୍ ଲିଷ୍ଟ୍‌ରୁ ଆଇଟମ୍‌ଗୁଡ଼ିକୁ ସ୍ଥାୟୀ ଭାବରେ ଡିଲୀଟ୍ କରିପାରିବେ। ଯଦି ଆପଣ ଭୁଲ୍‌ରେ ଏକ ଆଇଟମ୍ ଡିଲୀଟ୍ କରନ୍ତି, ତେବେ ଆପଣ ଏହାକୁ “ସମ୍ପ୍ରତି ଡିଲୀଟ୍ କରାଯାଇଛି” ଲିଷ୍ଟ୍‌ରୁ 30 ଦିନ ମଧ‍୍ୟରେ ରିକଭର୍ କରିପାରିବେ।

ଆଇଟମ୍ ଡିଲୀଟ୍ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଏକ ଲିଷ୍ଟ୍ ଦେଖିବା ସମୟରେ, ଏକ ଆଇଟମ୍ ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍” ଉପରେ ଟାପ୍ କରନ୍ତୁ।

ତୁରନ୍ତ ପୂର୍ବ ଭଳି କରିବା ପାଇଁ, ତିନୋଟି ଆଙ୍ଗୁଠିରେ ଟାପ୍ କରନ୍ତୁ କିମ୍ବା ଆପଣଙ୍କ iPhone କୁ ହଲାନ୍ତୁ।

ସମ୍ପ୍ରତି ଡିଲିଟ୍ ହୋଇଥିବା ଆଇଟମ୍ ରିକଭର୍ କରନ୍ତୁ କିମ୍ବା ସ୍ଥାୟୀ ଭାବରେ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଲିଷ୍ଟ୍ ଭ୍ଯୂରେ, “ସମ୍ପ୍ରତି ଡିଲୀଟ୍ କରାଯାଇଛି”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆଇଟମ୍ ରିକଭର୍ କରନ୍ତୁ: ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ “ରିକଭର୍ କରନ୍ତୁ”ରେ ଟାପ୍ କରନ୍ତୁ। ଆଇଟମ୍‌ଟି ଡିଫଲ୍ଟ୍ ଲିଷ୍ଟ୍‌କୁ ମୂଭ୍ ହୁଏ।

    • ଏକ ଆଇଟମ୍‌କୁ ସ୍ଥାୟୀ ଭାବରେ ଡିଲୀଟ୍ କରନ୍ତୁ: ଆଇଟମ୍‌ରେ ବାମକୁ ସ୍ବାଇପ୍ କରନ୍ତୁ, “ଡିଲୀଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ପୁନଃ “ଡିଲୀଟ୍ କରନ୍ତୁ”ରେ ଟାପ୍ କରନ୍ତୁ। ଆଇଟମ୍ ତୁରନ୍ତ ଆପଣଙ୍କ ସମସ୍ତ ଡିଭାଇସ୍‌ରୁ କାଢ଼ି ଦିଆଯାଏ।

“ସମ୍ପ୍ରତି ଡିଲୀଟ୍ କରାଯାଇଛି”ରେ ଥିବା ଆଇଟମ୍‌ଗୁଡ଼ିକ 30 ଦିନ ପରେ ସ୍ବୟଂଚାଳିତ ଓ ସ୍ଥାୟୀ ଭାବରେ କାଢ଼ି ଦିଆଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.