iPhone ରେ ପେମେଣ୍ଟ୍ ସୂଚନା ପୂରଣ କରନ୍ତୁ

Apple ୱଲେଟ୍‌ରେ ଆପଣଙ୍କ ଦ୍ବାରା ସେଭ୍ ହୋଇଥିବା ଫିଜିକଲ୍ ଏବଂ ଭର୍ଚୁଅଲ୍ କାର୍ଡ୍ ନମ୍ବର୍ ସାହାଯ‍୍ୟରେ, ଆପଣ ଆପ୍ ଏବଂ ଅନ୍‌ଲାଇନ୍‌ରେ Apple Pay ଉପଲବ୍ଧ ନଥିବା ସ୍ଥାନରେ ସ୍ବୟଂଚାଳିତ ଭାବରେ ପେମେଣ୍ଟ୍ ସୂଚନା ପୂରଣ କରିବା ପାଇଁ ଅଟୋଫିଲ୍ ବ‍୍ୟବହାର କରିପାରିବେ। ଆପଣ ସେଭ୍ କରିଥିବା ପେମେଣ୍ଟ୍ ପଦ୍ଧତି ପରିଚାଳନା କରିବା ପାଇଁ ଆପଣ ଅଟୋଫିଲ୍ କାର୍ଡ୍ ଯୋଡ଼ିପାରିବେ, ଏଡିଟ୍ କରିପାରିବେ ଏବଂ କାଢ଼ିପାରିବେ।

ଆପଣଙ୍କ ଅଟୋଫିଲ୍ କାର୍ଡ୍ iCloud କୀ'ଚେନ୍ ରେ ସେଭ୍ ହୋଇଛି ଯାହା ଦ୍ୱାରା ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଅନ‍୍ୟ ଡିଭାଇସ୍‌ରେ ସେଗୁଡ଼ିକୁ ଆକ୍ସେସ୍ କରିପାରିବେ।

Apple ୱଲେଟ୍‌ରେ ଏକ ଫିଜିକଲ୍ କାର୍ଡ୍ ନମ୍ବର୍ ସେଭ୍ କରନ୍ତୁ

ଏପରିକି ଆପଣଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍ ସମର୍ଥନ କରୁନଥିବା ସତ୍ତ୍ୱେ, ଆପଣ Apple ୱଲେଟ୍‌ରେ ନିଜ କାର୍ଡ୍ ନମ୍ବର୍ ଯୋଡ଼ିପାରିବେ।

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. ଅଧିକ ବଟନ୍‌ ରେ ଟାପ୍ କରନ୍ତୁ, ତା'ପରେ ଅଟୋଫିଲ୍‌ରେ ଟାପ୍ କରନ୍ତୁ।

  3. Face ID Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣିତ କରନ୍ତୁ, ତା’ପରେ “କାର୍ଡ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  4. ସୂଚନା ସ୍କାନ୍ କରିବା ପାଇଁ ଆପଣଙ୍କ କାର୍ଡ୍‌କୁ ଫ୍ରେମ୍‌ରେ ରଖନ୍ତୁ କିମ୍ବା କାର୍ଡ୍ ବିବରଣୀ ମାନ‍୍ୟୁଅଲ୍ ଭାବରେ ଲେଖନ୍ତୁ।

ଅଟୋଫିଲ୍ କାର୍ଡ୍‌ଗୁଡ଼ିକୁ ଅପ୍‌ଡେଟ୍ କରନ୍ତୁ କିମ୍ବା କାଢ଼ି ଦିଅନ୍ତୁ

ଆପଣ ପେମେଣ୍ଟ୍ ସୂଚନା ଏଡିଟ୍ କିମ୍ବା ଡିଲିଟ୍ କରିପାରିବେ ଏବଂ ଆପଣଙ୍କ ଅଟୋଫିଲ୍ କାର୍ଡ୍ ପରିଚାଳନା କରିପାରିବେ।

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. ଅଧିକ ବଟନ୍‌ ରେ ଟାପ୍ କରନ୍ତୁ, ତା'ପରେ ଅଟୋଫିଲ୍‌ରେ ଟାପ୍ କରନ୍ତୁ।

  3. Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣୀକରଣ କରନ୍ତୁ, ତା’ପରେ ବିବରଣୀ ଦେଖିବା ପାଇଁ ଏକ କାର୍ଡ୍‌ରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • କାର୍ଡ୍ ସୂଚନା ଅପ୍‌ଡେଟ୍ କରନ୍ତୁ: ଏଡିଟ୍ କରିବା ପାଇଁ ଟାପ୍ କରନ୍ତୁ।

    • କାର୍ଡ୍ ସୂଚନା ଡିଲିଟ୍ କରନ୍ତୁ: ଅଟୋଫିଲ୍‌ରୁ “କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଅଟୋଫିଲ୍‌ରୁ ଏକ କାର୍ଡ୍ କାଢ଼ିବା ଦ୍ୱାରା Apple Pay ରୁ ଏହାକୁ କଢ଼ାଯାଏ ନାହିଁ।

ଭର୍ଚୁଅଲ୍ କାର୍ଡ୍ ନମ୍ବର୍ ଦେଖନ୍ତୁ

Apple Pay ଉପଲବ୍ଧ ନଥିବା ଆପ୍ କିମ୍ବା ୱେବ୍‌ସାଇଟ୍‌ରେ ଶପିଂ କରିବା ସମୟରେ ଆପଣଙ୍କ ପ୍ରକୃତ କାର୍ଡ୍ ନମ୍ବର୍ ଲୁଚାଇବା ଏବଂ ଠକେଇକୁ ପ୍ରତିରୋଧ କରିବା ପାଇଁ ଏକ ଭର୍ଚୁଅଲ୍ କାର୍ଡ୍ ନମ୍ବର୍ (ସମର୍ଥିତ କାର୍ଡ୍ ପାଇଁ ଉପଲବ୍ଧ) ବ୍ଯବହାର କରନ୍ତୁ।

  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. ଏକ ସମର୍ଥିତ କାର୍ଡ୍‌ରେ ଟାପ୍ କରନ୍ତୁ (ଯେପରିକି Apple Cash କିମ୍ବା Apple Card) ରେ ଟାପ୍ କରନ୍ତୁ।

  3. କାର୍ଡ୍‌ ନମ୍ବର୍ ବଟନ୍ ରେ ଟାପ୍ କରନ୍ତୁ, ତା'ପରେ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସାହାଯ‍୍ୟରେ ପ୍ରମାଣିତ କରନ୍ତୁ।

  4. ଏହାକୁ କପି କରିବା ପାଇଁ ଭର୍ଚୁଅଲ୍ କାର୍ଡ୍ ନମ୍ବର୍‌ରେ ଟାପ୍ କରନ୍ତୁ।

ଚେକ୍‌ଆଉଟ୍ ସମୟରେ ଆପଣଙ୍କ ପେମେଣ୍ଟ୍ ସୂଚନା ପୂରଣ କରନ୍ତୁ

Apple Pay ଉପଲବ୍ଧ ନଥିବା ସମୟରେ, ଆପଣ Apple ୱଲେଟ୍‌ରେ ସେଭ୍ ହୋଇଥିବା ଏକ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ୍‌ର କାର୍ଡ୍ ନମ୍ବର୍, ବୈଧତା ସମାପ୍ତି ତାରିଖ ଏବଂ ସୁରକ୍ଷା କୋଡ୍ ଲେଖିବାକୁ ଅଟୋଫିଲ୍ ବ୍ଯବହାର କରିପାରିବେ। ଆପଣ ଏକ ନୂଆ କାର୍ଡ୍‌ରେ ଥିବା ସୂଚନା ସ୍କାନ୍ କରିବା ପାଇଁ iPhone କ୍ଯାମେରା ମଧ‍୍ୟ ବ‍୍ୟବହାର କରିପାରିବେ।

  1. ଚେକ୍ଆଉଟ୍ ସମୟରେ, ଏକ ପେମେଣ୍ଟ୍ ସୂଚନା ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କାର୍ଯ୍ଯ କରନ୍ତୁ:

    • Apple ୱଲେଟ୍‌ରେ ସେଭ୍ ହୋଇଥିବା ଏକ କାର୍ଡ୍ ବାଛନ୍ତୁ: ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଉପରେ ଥିବା ଏକ ପେମେଣ୍ଟ୍ କାର୍ଡ୍‌ରେ ଟାପ୍ କରନ୍ତୁ।

    • ଏକ ନୂଆ କାର୍ଡ୍ ବ୍ଯବହାର କରନ୍ତୁ: “କାର୍ଡ୍ ସ୍କାନ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ କାର୍ଡ୍‌କୁ ଫ୍ରେମ୍‌ରେ ରଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.