ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

Phone ରେ ଥିବା Safari ରେ “ମୋର ଇମେଲ୍ ଲୁଚାନ୍ତୁ” ବ୍ଯବହାର କରନ୍ତୁ

ଆପଣ iCloud +କୁ ସବ୍‌ସ୍କ୍ରାଇବ୍ କଲେ, ଆପଣ ନିଜ ପର୍ସନଲ୍ ଇମେଲ୍ ଠିକଣା ଗୋପନୀୟ ରଖିବା ପାଇଁ “ମୋ ଇମେଲ୍ ଲୁଚାନ୍ତୁ” ବ୍ଯବହାର କରିପାରିବେ। “ମୋ ଇମେଲ୍ ଲୁଚାନ୍ତୁ” ସହାୟତାରେ ଆପଣ ଅନନ୍ଯ, ରାଣ୍ଡମ୍ ଇମେଲ୍ ଠିକଣା ଜେନରେଟ୍ କରିପାରିବେ ଯାହା ଆପଣଙ୍କ ପର୍ସନଲ୍ ଇମେଲ୍ ଆକାଉଣ୍ଟ୍‌କୁ ଫର୍‌ଓ୍ବର୍ଡ୍ କରିଥାଏ, ତେଣୁ ଓ୍ବେବ୍‌ରେ ଫର୍ମ୍ ପୂରଣ କରିବା କିମ୍ବା ନ୍ଯୁଜ୍‌ଲେଟର୍ ପାଇଁ ସାଇନ୍ ଅପ୍ କରିବା ସମୟରେ ଆପଣଙ୍କୁ ଆପଣଙ୍କ ପ୍ରକୃତ ଇମେଲ୍ ଠିକଣା ଶେୟର୍ କରିବାକୁ ପଡ଼ିବ ନାହିଁ।

  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କୁ ଏକ ଓ୍ବେବ୍‌ସାଇଟ୍‌ରେ ଆପଣଙ୍କ ଇମେଲ୍ ଠିକଣା ପାଇଁ ପଚରାଗଲେ, ଇମେଲ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  3. କୀ'ବୋର୍ଡ୍ ଉପରେ “ମୋ ଇମେଲ୍ ଲୁଚାନ୍ତୁ”ରେ ଟାପ୍ କରନ୍ତୁ।

    “ମୋ ଇମେଲ୍ ଲୁଚାନ୍ତୁ” ସ୍କ୍ରୀନ୍ ଏକ ନୂଆ, ରାଣ୍ଡମ୍ ଭାବରେ ଜେନେରେଟ୍ ହୋଇଥିବା “ମୋ ଇମେଲ୍ ଠିକଣା ଲୁଚାନ୍ତୁ”ର ପରାମର୍ଶ ଦିଏ।

  4. ଯଦି ଆପଣ ପ୍ରସ୍ତାବିତ ଠିକଣା ବ୍ଯବହାର କରିବାକୁ ଚାହୁଁନାହାଁନ୍ତି, ତେବେ ଏକ ନୂଆ ରାଣ୍ଡମ୍ ଭାବରେ ଜେନେରେଟ୍ ହୋଇଥିବା ଇମେଲ୍ ଠିକଣା ପାଇବା ପାଇଁ “ରିଫ୍ରେଶ୍” ବଟନ୍ରେ ଟାପ୍ କରନ୍ତୁ।

  5. “ଜାରି ରଖିନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ଯେକୌଣସି ସମୟରେ “ମୋ ଇମେଲ୍ ଠିକଣା ଲୁଚାନ୍ତୁ” ଡିଲିଟ୍ କରିପାରିବେ। ସେଟିଂସ୍‌ରେ “ମୋ ଇମେଲ୍ ଲୁଚାନ୍ତୁ” ତିଆରି କରନ୍ତୁ ଓ ପରିଚାଳନା କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.