ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ବହି ଆପ୍‌ରେ ଅନ୍ଯ Apple ଡିଭାଇସ୍‌ରେ ଥିବା ବହିଗୁଡ଼ିକୁ ଆକ୍ସେସ୍ କରନ୍ତୁ

ଆପଣ ନିଜ ଅନ୍ଯ Apple ଡିଭାଇସ୍ ଯେପରିକି iPad, Mac ଏବଂ Apple Vition Pro ର ବହି ଆପ୍ ରେ ନିଜ ବହି ଏବଂ ଅଡିଓବୁକ୍‌ଗୁଡ଼ିକୁ ଆକ୍ସେସ୍ କରିପାରିବେ। ଆପଣ ନିଜର ରୀଡିଂ ସ୍ଥିତି, ହାଇଲାଇଟ୍, ନୋଟ୍, ଲାଇବ୍ରେରି ସଂଗ୍ରହ ଏବଂ ଇତ୍ଯାଦି ସିଙ୍କ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: Apple Books ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। “Apple ସହାୟତା ଆର୍ଟିକଲ୍ Apple ମିଡିଆ ସେବାର ଉପଲବ୍ଧତା” ଦେଖନ୍ତୁ।

ଆପଣଙ୍କ ଅନ୍ଯ ଡିଭାଇସ୍‌ରେ ଆପଣଙ୍କ ବହିଗୁଡ଼ିକୁ ଆକ୍ସେସ୍ କରନ୍ତୁ

ଆପଣଙ୍କ ଅନ୍ଯ Apple ଡିଭାଇସ୍‌ରେ ଆପଣଙ୍କ ବହିର ବିଷୟବସ୍ତୁ ଏବଂ ସୂଚନା ଅପ୍‌ଡେଟ୍ ରଖିବା ପାଇଁ, ପ୍ରତ୍ଯେକ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍ ବ୍ଯବହର କରି ସାଇନ୍ ଇନ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି କାର୍ଯ୍ୟ କରନ୍ତୁ:

  • ଅନ୍ଯ ଡିଭାଇସ୍‌ରେ କରାଯାଇଥିବା କ୍ରୟ ସ୍ବୟଂଚାଳିତ ଭାବରେ ଡାଉନ୍‌ଲୋଡ୍ କରନ୍ତୁ: ସେଟିଂସ୍  > ଆପ୍ > ବହିକୁ ଯାଆନ୍ତୁ, ତା’ପରେ “ଅନ୍ଯ ଡିଭାଇସ୍‌ରୁ କରାଯାଇଥିବା କ୍ରୟ” ଚାଲୁ କରନ୍ତୁ।

  • ରୀଡିଂ ସ୍ଥିତି, ବୁକ୍‌ମାର୍କ୍, ନୋଟ୍ ଏବଂ ହାଇଲାଇଟ୍ ସିଙ୍କ୍ କରନ୍ତୁ: ସେଟିଂସ୍ > [ଆପଣଙ୍କ ନାମ] > iCloud କୁ ଯାଆନ୍ତୁ, “iCloud ରେ ସେଭ୍ ହୋଇଥିବା” ପାଖରେ ଥିବା “ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ବହି” ଚାଲୁ କରନ୍ତୁ।

  • ହୋମ୍, ଲାଇବ୍ରେରି ଏବଂ ସଂଗ୍ରହକୁ ସିଙ୍କ୍ କରନ୍ତୁ: ସେଟିଂସ୍ > ଆପ୍ > ବହିକୁ ଯାଆନ୍ତୁ, ତା’ପରେ “ସିଙ୍କ୍ କରାଯାଉଛି” ତଳେ ଥିବା, ହୋମ୍ ଏବଂ iCloud Drive ଚାଲୁ କରନ୍ତୁ।

ଆପଣଙ୍କ Mac ରେ ଆପଣଙ୍କ ବହିଗୁଡ଼ିକ ଆକ୍ସେସ୍ କରନ୍ତୁ

ଆପଣଙ୍କ Mac ରେ ଆପଣଙ୍କ ବହି, ଅଡିଓବୁକ୍ ଏବଂ PDF ଦେଖିବା ପାଇଁ ନିମ୍ନଲିଖିତ ମଧ‍୍ୟରୁ ଗୋଟିଏ କରନ୍ତୁ:

  • macOS 15 କିମ୍ବା ପରବର୍ତ୍ତୀ ଭର୍ଶନ୍: Apple ମେନ୍ଯୁ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍‌ବାର୍‌ର ଶୀର୍ଷରେ ଆପଣଙ୍କ ନାମ ଉପରେ କ୍ଲିକ୍ କରନ୍ତୁ, ତା’ପରେ iCloud ରେ କ୍ଲିକ୍ କରନ୍ତୁ। iCloud Drive ରେ କ୍ଲିକ୍ କରନ୍ତୁ, iCloud Drive ରେ ସିଙ୍କ୍ ହେଉଥିବା ଆପ୍‌ରେ କ୍ଲିକ୍ କରନ୍ତୁ, ତା’ପରେ “ବହି”କୁ ଚାଲୁ କରନ୍ତୁ।

  • macOS 13-14.5: Apple ମେନ୍ଯୁ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍‌ବାର୍‌ର ଶୀର୍ଷରେ ଆପଣଙ୍କ ନାମ ଉପରେ କ୍ଲିକ୍ କରନ୍ତୁ, ତା’ପରେ iCloud ରେ କ୍ଲିକ୍ କରନ୍ତୁ। iCloud Drive ରେ କ୍ଲିକ୍ କରନ୍ତୁ, iCloud Drive ରେ ସିଙ୍କ୍ ହେଉଥିବା “ଆପ୍‌ଗୁଡ଼ିକ”ରେ କ୍ଲିକ୍ କରନ୍ତୁ, ତା’ପରେ ବହି ଚୟନ କରନ୍ତୁ। “ପଛକୁ ଯାଆନ୍ତୁ”ରେ କ୍ଲିକ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ କ୍ଲିକ୍ କରନ୍ତୁ।

  • macOS 10.15-12.5: Apple ମେନ୍ଯୁ > ସିଷ୍ଟମ୍ ପ୍ରାଥମିକତା, ତା’ପରେ Apple ID ରେ କ୍ଲିକ୍ କରନ୍ତୁ। ସାଇଡ୍‌ବାର୍‌ରେ iCloud କ୍ଲିକ୍ କରନ୍ତୁ, ତା’ପରେ iCloud Drive ଚୟନ କରନ୍ତୁ। ବିକଳ୍ପରେ କ୍ଲିକ୍ କରନ୍ତୁ, ତା’ପରେ ବହି ଚୟନ କରନ୍ତୁ।

  • macOS 10.14 କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍: Apple ମେନ୍ଯୁ > ସିଷ୍ଟମ୍ ପ୍ରାଥମିକତା ବାଛନ୍ତୁ, ତା’ପରେ iCloud ରେ କ୍ଲିକ୍ କରନ୍ତୁ। iCloud Drive ଚୟନ କରନ୍ତୁ, “ବିକଳ୍ପ”ରେ କ୍ଲିକ୍ କରନ୍ତୁ, ତା’ପରେ ବହି ଚୟନ କରନ୍ତୁ।

ଆପଣଙ୍କ Mac ରେ ଆପଣଙ୍କ ସଂଗ୍ରହ, ବୁକ୍‌ମାର୍କ୍, ନୋଟ୍ ଏବଂ ହାଇଲାଇଟ୍ ଦେଖିବା ପାଇଁ, ବହି ଆପ୍ ଖୋଲନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଗୋଟିଏ କରନ୍ତୁ:

  • macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍: ବହି > ସେଟିଂସ୍ ବାଛନ୍ତୁ, “ସାଧାରଣ”ରେ କ୍ଲିକ୍ କରନ୍ତୁ, ତା’ପରେ “ସଂଗ୍ରହ, ବୁକ୍‌ମାର୍କ୍ ଏବଂ ହାଇଲାଇଟ୍” ଚୟନ କରନ୍ତୁ।

  • macOS 12.5 କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍: ବହି > ପ୍ରାଥମିକତା ବାଛନ୍ତୁ, “ସାଧାରଣ”ରେ କ୍ଲିକ୍ କରନ୍ତୁ, ତା’ପରେ “ସଂଗ୍ରହ, ବୁକ୍‌ମାର୍କ୍ ଏବଂ ହାଇଲାଇଟ୍” ଚୟନ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.