ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ପଡ୍‌କାଷ୍ଟ୍‌ରେ ଏକ ଶୋ’ କିମ୍ବା ଚ୍ଯାନେଲ୍ ସବ୍‌ସ୍କ୍ରାଇବ୍ କରନ୍ତୁ

ପଡ୍‌କାଷ୍ଟ୍ ଆପ୍‌ରେ ଆପଣଙ୍କ ପଡ୍‌କାଷ୍ଟ୍‌କୁ ସବ୍‌ସ୍କ୍ରାଇବ୍ କରନ୍ତୁ, ପରିବର୍ତ୍ତନ କରନ୍ତୁ, ବାତିଲ୍ କରନ୍ତୁ ଏବଂ ଏହାର ସବ୍‌ସ୍କ୍ରିପ୍ସନ୍ ଶେୟର୍ କରନ୍ତୁ। ଆପଣ ପସନ୍ଦ କରୁଥିବା ଶୋ’କୁ ସମର୍ଥନ କରିବା ପାଇଁ ଦେୟଯୁକ୍ତ ସବ୍‌ସ୍କ୍ରିପ୍ସନ୍ ଆପଣଙ୍କୁ ଅନୁମତି ଦେଇଥାଏ ଏବଂ ସେଥିରେ ସାଧାରଣତଃ ପ୍ରୀମିଅମ୍ ଏକ୍‌ଷ୍ଟ୍ରା, ନୂଆ ଏପିସୋଡ୍‌ଗୁଡ଼ିକର ଆଗୁଆ ଆକ୍ସେସ୍ କିମ୍ବା ବିଜ୍ଞାପନ-ମୁକ୍ତ ଶୁଣିବା ଅନ୍ତର୍ଭୁକ୍ତ ଥାଏ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ସବ୍‌ସ୍କ୍ରିପ୍ସନ୍ ଏବଂ ଚ୍ଯାନେଲ୍ ସମସ୍ତ ଦେଶ, ଅଞ୍ଚଳ କିମ୍ବା ଭାଷାରେ ଉପଲବ୍ଧ ନାହିଁ। Apple Media ସେବାର ଉପଲବ୍ଧତାApple ସହାୟତା ଆର୍ଟିକଲ୍ ଦେଖନ୍ତୁ।

ଏକ ଶୋ’ କିମ୍ବା ଚ୍ଯାନେଲ୍ ସବ୍‌ସ୍କ୍ରାଇବ୍ କରନ୍ତୁ

  1. ଆପଣଙ୍କ iPhone ରେ ପଡ୍‌କାଷ୍ଟ୍ ଆପ୍ କୁ ଯାଆନ୍ତୁ।

  2. ଆପଣ ସବ୍‌ସ୍କ୍ରାଇବ୍ କରିବାକୁ ଚାହୁଁଥିବା ଶୋ’ କିମ୍ବା ଚ୍ଯାନେଲ୍ ଚୟନ କରନ୍ତୁ।

  3. ସବ୍‌ସ୍କ୍ରିପ୍ସନ୍ ବଟନ୍‌ରେ ଟାପ୍ କରନ୍ତୁ (ଯଦି ଉପଲବ୍ଧ ଥାଏ)।

ଆପଣ ଏକ ଶୋ’କୁ ସବ୍‌ସ୍କ୍ରାଇବ୍ କଲେ, ଆପଣ ସ୍ବୟଂଚାଳିତ ଭାବରେ ଏହାକୁ ଅନୁସରଣ କରନ୍ତି। ଆପଣ ନିଜର ଅନ୍ଯ Apple ଡିଭାଇସ୍ କିମ୍ବା Apple Podcasts ଆପ୍ରେ ସବ୍‌ସ୍କ୍ରାଇବ୍ କିମ୍ବା ଅନୁସରଣ କରୁଥିବା ଶୋ’କୁ ଆକ୍ସେସ୍ କରିପାରିବେ। ଆପଣଙ୍କ ଫେଭରିଟ୍ ପଡ୍‌କାଷ୍ଟ୍ ଅନୁସରଣ କରନ୍ତୁ ଦେଖନ୍ତୁ। ଆପଣ ଏକ ଚ୍ଯାନେଲ୍ ସବ୍‌ସ୍କ୍ରାଇବ୍ କଲେ କିମ୍ବା ଏହାର କୌଣସି ଶୋ’କୁ ଅନୁସରଣ କଲେ, ଚ୍ଯାନେଲ୍‌ଟି ଆପଣଙ୍କ ଲାଇବ୍ରେରୀର ଚ୍ଯାନେଲ୍ ବିଭାଗରେ ଦେଖାଯାଇଥାଏ।

ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ପରିବର୍ତ୍ତନ କିମ୍ୱା ବାତିଲ୍ କରନ୍ତୁ

  1. ଆପଣଙ୍କ iPhone ରେ ପଡ୍‌କାଷ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ହୋମ୍‌ରେ ଟାପ୍ କରନ୍ତୁ।

  3. “ମୋ ଆକାଉଣ୍ଟ୍” ବଟନ୍ କିମ୍ବା ଆପଣଙ୍କ ପ୍ରୋଫାଇଲ୍ ପିକ୍ଚର୍‌ରେ ଟାପ୍ କରନ୍ତୁ, ତା’ପରେ “ସବ୍‌ସ୍କ୍ରିପ୍ସନ୍ ପରିଚାଳନା କରନ୍ତୁ”ରେ ଟାପ୍ କରନ୍ତୁ।

  4. ସବ୍‌ସ୍କ୍ରିପ୍ସନ୍‌କୁ ପରିବର୍ତ୍ତନ କିମ୍ବା ବାତିଲ୍ କରିବା ପାଇଁ ଏଥିରେ ଟାପ୍ କରନ୍ତୁ।

Apple ପଡ୍‌କାଷ୍ଟ୍ ସବ୍‌ସ୍କ୍ରିପ୍ସନ୍ ଶେୟର୍ କରନ୍ତୁ

ଯେତେବେଳେ ଆପଣ ପଡ୍‌କାଷ୍ଟ୍ ଚ୍ଯାନେଲ୍ ସବ୍‌ସ୍କ୍ରାଇବ୍ କରନ୍ତି, ଆପଣ ପରିବାର ଶେୟରିଂ ବ୍ଯବହାର କରି ପରିବାରର ଅନ୍ଯ ପାଞ୍ଚ ଜଣ ସଦସ୍ଯଙ୍କ ସହ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ଶେୟର୍ କରିପାରିବେ। ଆପଣଙ୍କ ପରିବାର ଗ୍ରୂପ୍‌ର ସଦସ୍ଯମାନେ ସ୍ବୟଂଚାଳିତ ଭାବରେ ଆପଣ ସବ୍‌ସ୍କ୍ରାଇବ୍ କରିଥିବା ଚ୍ଯାନେଲ୍‌କୁ ଆକ୍ସେସ୍ କରିପାରିବେ।

ଯଦି ଆପଣ ଏକ ପରିବାର ଗ୍ରୂପ୍‌ରେ ଯୋଗ ଦିଅନ୍ତି ଏବଂ ପରିବାର ଗ୍ରୂପ୍‌ର ଜଣେ ସଦସ୍ଯ ଆପଣ ପୂର୍ବରୁ ସବ୍‌ସ୍କ୍ରାଇବ୍ କରିଥିବା ଶୋ’କୁ ସବ୍‌ସ୍କ୍ରାଇବ୍ କରନ୍ତି, ତେବେ ଆପଣଙ୍କ ପରବର୍ତ୍ତୀ ବିଲିଂ ତାରିଖରେ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ନବୀକରଣ ହେବ ନାହିଁ; ଏହା ପରିବର୍ତ୍ତେ ଆପଣ ଗ୍ରୂପ୍‌ର ସବ୍‌ସ୍କ୍ରିପ୍ସନ୍ ବ୍ଯବହାର କରିବେ। ଯଦି ଆପଣ ଏକ ପରିବାର ଗ୍ରୂପ୍‌ରେ ଯୋଗ ଦିଅନ୍ତି ଯାହା ସବ୍‌ସ୍କ୍ରାଇବ୍ କରିନାହିଁ, ତେବେ ସେହି ଗ୍ରୂପ୍ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ବ୍ଯବହାର କରେ।

ଧ‍୍ୟାନ ଦିଅନ୍ତୁ: ଏକ ପରିବାର ଗ୍ରୁପ୍ ସହିତ ଏକ ଶୋ’ ସବ୍‌ସ୍କ୍ରିପ୍ସନ୍ ଶେୟର୍ କରିବା ବନ୍ଦ କରିବାକୁ, ଆପଣ ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରିପାରିବେ କିମ୍ବା ଫ୍ଯାମିଲି ଶେୟରିଂ ଗ୍ରୂପ୍ ଛାଡ଼ିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.