ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPhone କ୍ଯାମେରା ସହାୟତାରେ ProRes ଭିଡିଓ ରେକର୍ଡ୍ କରନ୍ତୁ

ସମର୍ଥିତ ମଡେଲ୍‌ଗୁଡ଼ିକରେ, ଆପଣ ନିଜ iPhone କ୍ୟାମେରା ବ୍ୟବହାର କରି ProRes ରେ ଭିଡିଓ ରେକର୍ଡ୍ ଏବଂ ଏଡିଟ୍ କରିପାରିବେ, ଯାହା ଉଚ୍ଚ କଲର୍ ଫିଡେଲିଟି ଏବଂ କମ୍ କମ୍ପ୍ରେସନ୍ ପ୍ରଦାନ କରେ।

ସାମ୍ନା କ‍୍ୟାମେରା ସମେତ ସମସ୍ତ କ୍ୟାମେରାରେ ProRes ଉପଲବ୍ଧ। ସିନେମାଟିକ୍, ଟାଇମ୍-ଲାପ୍ସ୍ କିମ୍ବା ସ୍ଲୋ-ମୋଡ୍‌ରେ ProRes ସମର୍ଥିତ ନୁହେଁ।

ଧ‍୍ୟାନ ଦିଅନ୍ତୁ: ProRes ଭିଡିଓ ବଡ଼ ଫାଇଲ୍ ଆକାରରେ ପରିଣତ ହୁଏ।

ProRes ଭିଡିଓ ରେକର୍ଡିଂ ଚାଲୁ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍‌ କୁ ଯାଆନ୍ତୁ।

  2. କ୍ୟାମେରାରେ ଟାପ୍ କରନ୍ତୁ, ଫର୍ମାଟ୍‌ରେ ଟାପ୍ କରନ୍ତୁ, ତା'ପରେ Apple ProRes ଚାଲୁ କରନ୍ତୁ।

ଆପଣ ProRes ଭିଡିଓ ରେକର୍ଡିଂ ବନ୍ଦ କରିବାକୁ ଚାହୁଁଥିଲେ ଏହି ପଦକ୍ଷେପଗୁଡ଼ିକୁ ପୁନରାବୃତ୍ତି କରନ୍ତୁ।

ProRes ସହାୟତାରେ ଏକ ଭିଡିଓ ରେକର୍ଡ୍ କରନ୍ତୁ

  1. ଆପଣଙ୍କ iPhoneରେ କ୍ଯାମେରା ଖୋଲନ୍ତୁ।

  2. ଭିଡିଓ ମୋଡ୍ ଚୟନ କରନ୍ତୁ, ସ୍କ୍ରୀନ୍ କୋଣରେ ଥିବା ରିଜୋଲ‍୍ୟୁଶନ୍ ଏବଂ fps ମୂଲ‍୍ୟରେ ଟାପ୍ କରନ୍ତୁ, ତା’ପରେ ଏକ ProRes ବିକଳ୍ପରେ ଟାପ୍ କରନ୍ତୁ।

  3. ରେକର୍ଡିଂ ଆରମ୍ଭ କରିବା ପାଇଁ “ରେକର୍ଡ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ଯେକୌଣସି ଭଲ୍ୟୂମ୍ ବଟନ୍ ଦବାନ୍ତୁ କିମ୍ବା (ସମର୍ଥିତ ମଡେଲ୍)ରେ କ‍୍ୟାମେରା କଣ୍ଟ୍ରୋଲ୍‌ରେ କ୍ଲିକ୍ କରନ୍ତୁ।

    ରେକର୍ଡିଂ କରିବା ସମୟରେ, ଆପଣ ଜୂମ୍ ଇନ୍ କିମ୍ବା ଆଉଟ୍ କରିବାକୁ ପିଞ୍ଚ୍ କରିପାରିବେ, ଲେନ୍ସ୍ ମଧ‍୍ୟରେ ସ୍ୱିଚ୍ କରିବାକୁ .5x, 1x, 2x, 3x, 4x, 5x ଏବଂ 8x ରେ (ଆପଣଙ୍କ ମଡେଲ୍ ଉପରେ ନିର୍ଭର କରି) ଟାପ୍ କରିପାରିବେ କିମ୍ୱା ଲେନ୍ସ୍ ଚୁଜର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ ଅଧିକ ସଠିକ ଜୂମ୍ କଣ୍ଟ୍ରୋଲ୍ ପାଇଁ ଡାଏଲ୍‌କୁ ସ୍ଲାଇଡ୍ କରନ୍ତୁ।

  4. ରେକର୍ଡିଂ ବନ୍ଦ କରିବା ପାଇଁ “ରେକର୍ଡ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ଯେକୌଣସି ଭଲ୍ୟୂମ୍ ବଟନ୍ ଦବାନ୍ତୁ କିମ୍ବା (ସମର୍ଥିତ ମଡେଲ୍)ରେ କ‍୍ୟାମେରା କଣ୍ଟ୍ରୋଲ୍‌ରେ କ୍ଲିକ୍ କରନ୍ତୁ।

30 fps ରେ 4K ପର୍ଯ୍ୟନ୍ତ ରେକର୍ଡିଂ ପାଇଁ ProRes ଉପଲବ୍ଧ। iPhone 15 Pro ଏବଂ iPhone 15 Pro Max ଏକ ସୁସଙ୍ଗତ ଏକ୍ସ୍‌ଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍ ସହିତ ସଂଯୋଗ ହେଲେ 60 fps ରେ 4K ରେକର୍ଡ୍ କରିପାରିବ। ଏକ ସୁସଙ୍ଗତ ଏକ୍ସ୍‌ଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍ ସହିତ ସଂଯୁକ୍ତ ହେଲେ iPhone 16 Pro, iPhone 16 Pro Max, iPhone 17 Pro ଏବଂ iPhone 17 Pro Max 120 fps ରେ 4K ରେକର୍ଡ୍ କରିପାରିବ।

128 GB ଥିବା iPhone 15 Pro ଏବଂ iPhone 16 Pro ମଡେଲ୍‌ରେ, ଇଣ୍ଟର୍ନଲ୍ ଷ୍ଟୋରେଜ୍‌ରେ ରେକର୍ଡିଂ କେବଳ 30 fps ରେ 1080p ରେ ଉପଲବ୍ଧ। ଏକ ସୁସଙ୍ଗତ ଏକ୍ସ୍‌ଟର୍ନଲ୍‌ ଷ୍ଟୋରେଜ୍ ଡିଭାଇସ୍‌ ସହିତ ସଂଯୁକ୍ତ ଥିବା ସମୟରେ ଆପଣ iPhone 15 Pro ମଡେଲ୍‌ରେ 60 fps ପର୍ଯ୍ଯନ୍ତ ଏବଂ iPhone 16 Pro ଏବଂ iPhone 17 Pro ମଡେଲ୍‌ରେ 120 fps ପର୍ଯ୍ଯନ୍ତ 4K ରେକର୍ଡ୍ କରିପାରିବେ । Apple ସହୟାତ ଆର୍ଟିକଲ୍ iPhoneରେ Apple ProRes ବିଷୟରେ ଦେଖନ୍ତୁ।

iPhone 17 Pro ଏବଂ iPhone 17 Pro Max ରେ, କ୍ୟାମେରା ସିଷ୍ଟମ୍ ଦ୍ବାରା କ‍୍ୟାପ୍‌ଚର୍ କରାଯାଇଥିବା ବିବରଣୀ ଓ ସୂଚନା ପରିମାଣକୁ ସର୍ବାଧିକ କରିବା ପାଇଁ ଆପଣ Final Cut Camera ଭଳି ଆପ୍ଲିକେଶନ୍ ବ୍ଯବହାର କରି ProRes RAW ରେ ଭିଡିଓ ରେକର୍ଡ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.