ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଏକ ଫୋକସ୍ ପାଇଁ ନୋଟିଫିକେଶନ୍‌କୁ ଅନୁମତି ଦିଅନ୍ତୁ କିମ୍ବା ସାଇଲେଣ୍ଟ୍ କରନ୍ତୁ

ଆପଣ ଫୋକସ୍ ସେଟ୍ ଅପ୍ କରିବା ସମୟରେ, ସେହି ଲୋକ ଏବଂ ଆପ୍‌କୁ ଚୟନ କରିପାରିବେ ଯେଉଁମାନଙ୍କ ଥିରୁ ଆପଣ ନୋଟିଫିକେଶନ୍ ସାଇଲେଣ୍ଟ୍ କରାଇ କିମ୍ବା ଅନୁମତି ଦେଇ ପ୍ରାପ୍ତ କରିବାକୁ ଚାହୁଁଛନ୍ତି। ଉଦାହରଣ ସ୍ୱରୂପ, ଏକ ଓ୍ବର୍କ୍ ଫୋକସ୍ ସେଟ୍ ଅପ୍ କରନ୍ତୁ ଏବଂ କେବଳ ଆପଣଙ୍କ ସହକର୍ମୀ ଏବଂ କାର୍ଯ୍ୟ ପାଇଁ ଆପଣ ବ୍ୟବହାର କରୁଥିବା ଆପ୍‌ରୁ ନୋଟିଫିକେଶନ୍ ପାଇଁ ଅନୁମତି ଦିଅନ୍ତୁ।

ଏକ ଫୋକସ୍ ସମୟରେ ନିର୍ଦ୍ଦିଷ୍ଟ ଲୋକଙ୍କଠାରୁ ନୋଟିଫିକେଶନ୍‌କୁ ଅନୁମତି ଦିଅନ୍ତୁ କିମ୍ବା ସାଇଲେଣ୍ଟ୍ କରନ୍ତୁ

  1. ସେଟିଂସ୍‌  > ଫୋକସ୍‌କୁ ଯାଆନ୍ତୁ, ତା’ପରେ ଏକ ଫୋକସ୍‌ ବାଛନ୍ତୁ—ଉଦାହରଣ ସ୍ବରୂପ, ଡିଷ୍ଟର୍ବ୍ କରନ୍ତୁ ନାହିଁ, ପର୍ସନଲ୍, ସ୍ଲୀପ୍‌ କିମ୍ବା କାର୍ଯ୍ଯ।

  2. “ଲୋକମାନେ”ରେ ଟାପ୍ କରନ୍ତୁ (କିମ୍ବା “ଲୋକମାନଙ୍କୁ ବାଛନ୍ତୁ”ରେ ଟାପ୍ କରନ୍ତୁ), ତା’ପରେ ନିମ୍ନୋକ୍ତ ମଧ୍ୟରୁ ଗୋଟିଏ କରନ୍ତୁ:

    • ନିର୍ଦ୍ଦିଷ୍ଟ ଲୋକଙ୍କୁ ଅନୁମତି ଦିଅନ୍ତୁ: “ନୋଟିଫିକେଶନ୍‌କୁ ଅନୁମତି ଦିଅନ୍ତୁ”ରେ ଟାପ୍ କରନ୍ତୁ, “ଲୋକମାନଙ୍କୁ ଯୋଡ଼ନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ କଣ୍ଟାକ୍ଟ୍‌ମାନଙ୍କ ମଧ୍ଯରୁ ଚୟନ କରନ୍ତୁ।

      ଆପଣ କେତେକ ନିର୍ଦ୍ଦିଷ୍ଟ ଗ୍ରୂପ୍‌ରୁ କଲ୍‌କୁ ଅନୁମତି ଦେବା ପାଇଁ ମଧ୍ୟ ବିକଳ୍ପକୁ ଚାଲୁ କରିପାରିବେ ଏବଂ ବାରମ୍ବାର ଅସୁଥିବା କଲ୍‌ଗୁଡ଼ିକୁ (3 ମିନିଟ୍ ମଧ୍ୟରେ ସମାନ ବ୍ୟକ୍ତିଙ୍କଠାରୁ ଦୁଇ କିମ୍ବା ଅଧିକ କଲ୍) ମଧ୍ଯ ଅନୁମତି ଦେଇପାରିବେ ।

    • ନିର୍ଦ୍ଦିଷ୍ଟ ଲୋକଙ୍କୁ ସାଇଲେଣ୍ଟ୍‌ କରନ୍ତୁ: “ନୋଟିଫିକେଶନ୍‌ ସାଇଲେଣ୍ଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ,“ଲୋକମାନଙ୍କୁ ଯୋଡ଼ନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ କଣ୍ଟାକ୍ଟ୍‌ମାନଙ୍କ ମଧ୍ଯରୁ ଚୟନ କରନ୍ତୁ।

      ଆପଣ ସାଇଲେଣ୍ଟ୍ କରାଯାଇଥିବା ଲୋକମାନଙ୍କଠାରୁ “କଲ୍‌କୁ ଅନୁମତି ଦିଅନ୍ତୁ” ମଧ୍ୟ ଚାଲୁ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ଫୋକସ୍ ସେଟିଂସ୍ ନିର୍ବିଶେଷରେ, ଆପଣ ନିଜ ଜରୁରୀକାଳୀନ କଣ୍ଟାକ୍ଟ୍‌ମାନଙ୍କଠାରୁ କଲ୍ ଆସିବା ପାଇଁ ଅନୁମତି ଦେଇପାରିବେ। ତଳେ ନୋଟିଫିକେଶନ୍ ସାଇଲେଣ୍ଟ୍ ଥିବା ସମୟରେ ଜରୁରୀକାଳୀନ କଣ୍ଟାକ୍ଟ୍‌ରୁ କଲ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ ଦେଖନ୍ତୁ।

ଇଣ୍ଟେଲିଜେଣ୍ଟ୍ ବ୍ରେକ୍‌ଥ୍ରୁ ଏବଂ ସାଇଲେନ୍ସ୍ ଚାଲୁ ଥିବା ସମୟରେ, Apple Intelligence* ଆପଣଙ୍କୁ ବାଧା ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନୋଟିଫିକେଶନ୍ ଅନୁମତି ଦେଇଥାଏ ଏବଂ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ନିର୍ଣ୍ଣୟ କରାଯାଉଥିବା ନୋଟିଫିକେଶନ୍‌କୁ ସାଇଲେନ୍ସ୍ କରିଥାଏ। “Apple Intelligence ସହିତ ନୋଟିଫିକେଶନ୍ ସଂକ୍ଷିପ୍ତ କରନ୍ତୁ ଏବଂ ବାଧା ହ୍ରାସ କରନ୍ତୁ” ଦେଖନ୍ତୁ।

ଏକ ଫୋକସ୍ ଚାଲୁଥିବା ସମୟରେ ନିର୍ଦ୍ଦିଷ୍ଟ ଆପ୍‌ଗୁଡ଼ିକରୁ ନୋଟିଫିକେଶନ୍ ପାଇଁ ଅନୁମତି ଦିଅନ୍ତୁ କିମ୍ବା ସାଇଲେଣ୍ଟ୍ କରନ୍ତୁ

  1. ସେଟିଂସ୍‌  > ଫୋକସ୍‌କୁ ଯାଆନ୍ତୁ, ତା’ପରେ ଏକ ଫୋକସ୍‌ ବାଛନ୍ତୁ—ଉଦାହରଣ ସ୍ବରୂପ, ଡିଷ୍ଟର୍ବ୍ କରନ୍ତୁ ନାହିଁ, ପର୍ସନଲ୍, ସ୍ଲୀପ୍‌ କିମ୍ବା କାର୍ଯ୍ଯ।

  2. ଆପ୍‌ରେ ଟାପ୍ କରନ୍ତୁ (କିମ୍ବା “ଆପ୍ ବାଛନ୍ତୁ”ରେ ଟାପ୍ କରନ୍ତୁ), ତା’ପରେ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ନିର୍ଦ୍ଦିଷ୍ଟ ଆପ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ: “ନୋଟିଫିକେଶନ୍‌ ପାଇଁ ଦିଅନ୍ତୁ”ରେ ଟାପ୍‌ କରନ୍ତୁ, “ଆପ୍ ଯୋଡ଼ନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଆପ୍ ଚୟନ କରନ୍ତୁ।

    • ନିର୍ଦ୍ଦିଷ୍ଟ ଆପ୍‌ଗୁଡ଼ିକୁ ସାଇଲେଣ୍ଟ୍‌ କରନ୍ତୁ: “ନୋଟିଫିକେଶନ୍‌ ସାଇଲେଣ୍ଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, “ଆପ୍ ଯୋଡ଼ନ୍ତୁ” ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଆପ୍ ଚୟନ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ ନିଜର ହୋମ୍ ସ୍କ୍ରୀନ୍‌ରେ ଯୋଡ଼ିଥିବା ନିର୍ଦ୍ଦିଷ୍ଟ ୱେବ୍ ଆପ୍‌ରୁ ନୋଟିଫିକେଶନ୍‌କୁ ଅନୁମତି ଦେଇପାରିବେ କିମ୍ବା ସାଇଲେଣ୍ଟ୍ କରିପାରିବେ। (ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଏକ ଓ୍ବେବ୍‌ସାଇଟ୍ ଆଇକନ୍ ଯୋଡ଼ନ୍ତୁ ଦେଖନ୍ତୁ।)

ଆପଣ ଟାଇମ୍ ସେନ୍ସିଟିଭ୍ ନୋଟିଫିକେଶନ୍ ମଧ୍ଯ ଚାଲୁ କରିପାରିବେ, ଯାହା ସମସ୍ତ ଆପ୍‌କୁ ତୁରନ୍ତ ଟାଇମ୍ ସେନ୍ସିଟିଭ୍ ନୋଟିଫିକେଶନ୍ ପଠାଇବା ପାଇଁ ଅନୁମତି ଦେଇଥାଏ।

ଆପଣଙ୍କ ଫୋକସ୍ ସ୍ଥିତି ଶେୟର୍ କରିବେ କି ନାହିଁ ତାହା ବାଛନ୍ତୁ

ଆପଣ ଏକ ଫୋକସ୍ ବ‍୍ୟବହାର କରିବା ସମୟରେ ଏବଂ ଆପଣଙ୍କ ଫୋକସ୍ ସ୍ଥିତି ଚାଲୁ ଥିବା ବେଳେ ଆପଣଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ଲୋକମାନେ (ଉଦାହରଣ ସ୍ୱରୂପ, ମେସେଜ୍ ବ୍ୟବହାର କରି) ଦେଖିପାରନ୍ତି ଯେ ଆପଣ “ନୋଟିଫିକେଶନ୍ ସାଇଲେନ୍ସ୍ କରିଛନ୍ତି।” ଆପଣ ଏହାକୁ ଚାଲୁ କିମ୍ବା ବନ୍ଦ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. “ଫୋକସ୍”ରେ ଟାପ୍ କରନ୍ତୁ, ତା’ପରେ “ଫୋକସ୍ ସ୍ଥିତି”ରେ ଟାପ୍ କରନ୍ତୁ।

  3. ଫୋକସ୍ ସ୍ଥିତି ଶେୟର୍ କରିବାକୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

  4. ଯଦି ଆପଣ ଏହାକୁ ଚାଲୁ କରନ୍ତି, କେଉଁ ଫୋକସ୍ ପ୍ରୋଫାଇଲ୍ ଆପଣଙ୍କ ନୋଟିଫିକେଶନ୍ ସାଇଲେଣ୍ଟ୍ ହୋଇଥିବା ବିଷୟରେ ଶେୟର୍ କରିପାରିବେ ତାହା ବାଛନ୍ତୁ।

ନୋଟିଫିକେଶନ୍ ସାଇଲେଣ୍ଟ୍ ଥିବା ସମୟରେ ଜରୁରୀକାଳୀନ କଣ୍ଟାକ୍ଟ୍‌ରୁ କଲ୍‌ଗୁଡ଼ିକୁ ଅନୁମତି ଦିଅନ୍ତୁ

ଆପଣଙ୍କ iPhone କିମ୍ବା ନୋଟିଫିକେଶନ୍ ସାଇଲେଣ୍ଟ୍ ଥିଲେ ମଧ୍ୟ ଆପଣ ଜରୁରୀକାଳୀନ କଣ୍ଟାକ୍ଟ୍ ପାଇଁ ସାଉଣ୍ଡ୍ ଏବଂ ଭାଇବ୍ରେଶନ୍‌କୁ ଅନୁମତି ଦେଇପାରିବେ।

  1. କଣ୍ଟାକ୍ଟ୍‌ ଖୋଲନ୍ତୁ।

  2. ଏକ କଣ୍ଟାକ୍ଟ୍ ଚୟନ କରନ୍ତୁ, ତା’ପରେ “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ରିଂଟୋନ୍ କିମ୍ବା ଟେକ୍ସଟ୍ ଟୋନ୍‌ରେ ଟାପ୍ କରନ୍ତୁ, ତା’ପରେ ଜରୁରୀକାଳୀନ ବାଇପାସ୍ ଚାଲୁ କରନ୍ତୁ।

    କିମ୍ବା ଆପଣଙ୍କ ମେଡିକଲ୍ ID ସେଟ୍ ଅପ୍ କରନ୍ତୁ ଏବଂ ଏକ ଜରୁରୀକାଳୀନ କଣ୍ଟାକ୍ଟ୍ ଚିହ୍ନଟ କରନ୍ତୁ।

*Apple Intelligence ନିମ୍ନଲିଖିତ ଭାଷାଗୁଡ଼ିକ ପାଇଁ ସମର୍ଥନ ସହିତ ବୀଟାରେ ଉପଲବ୍ଧ: ଇଂରାଜୀ, ଡାନିଶ୍, ଡଚ୍, ଫରାସୀ, ଜର୍ମାନ୍, ଇଟାଲୀୟ, ନର୍‌ୱେଜିଅନ୍‌, ପର୍ତ୍ତୁଗୀଜ୍, ସ୍ପାନିଶ୍, ସ୍ୱିଡିଶ୍, ତୁର୍କୀ, ଚାଇନିଜ୍ (ସରଳୀକୃତ), ଚାଇନିଜ୍ (ପାରମ୍ପରିକ), ଜାପାନୀ, କୋରିଆନ୍ ଓ ଭିଏତ୍‌ନାମୀ। କେତେକ ଫୀଚର୍ ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ହୋଇନପାରେ। ଭାଷା ଓ ଫୀଚର୍ ଉପଲବ୍ଧତା ଏବଂ ସିଷ୍ଟମ୍ ଆବଶ‍୍ୟକତା ବିଷୟରେ ଅଧିକ ସୂଚନା ପାଇଁ Apple ସହାୟତା ଆର୍ଟିକଲ୍ Apple Intelligence କିପରି ପ୍ରାପ୍ତ କରିବେ ଦେଖନ୍ତୁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.