ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ କ୍ୱିକ୍ ନୋଟ୍ ବ୍ଯବହାର କରନ୍ତୁ

iPhone ରେ ଯେକୌଣସି ଆପ୍ କିମ୍ବା ସ୍କ୍ରୀନ୍‌ରେ ସୂଚନା ଲେଖିବାକୁ ଆପଣ କ୍ୱିକ୍ ନୋଟ୍ ବ୍ଯବହାର କରିପାରିବେ। ଏକ କ୍ୱିକ୍ ନୋଟ୍‌ରେ ଲିଙ୍କ୍, ଇମେଜ୍, ଟାଗ୍ ଏବଂ ଉଲ୍ଲେଖ ଯୋଡ଼ନ୍ତୁ ଯାହା ଦ୍ୱାରା ଆପଣ ଗୁରୁତ୍ୱପୂର୍ଣ୍ଣ ନାମ, ସଂଖ୍ଯା ଏବଂ ଧାରଣାଗୁଡ଼ିକୁ ସହଜରେ ପାଇପାରିବେ। ଆପଣ Safari ରେ ଟେକ୍ସଟ୍ ହାଇଲାଇଟ୍ କଲେ କିମ୍ବା ଏକ ଆପ୍‌ରୁ ଏକ ଲିଙ୍କ୍ ଯୋଡ଼ିଲେ, ପରବର୍ତ୍ତୀ ଥର ସାଇଟ୍ ପରିଦର୍ଶନ କରିବା ସମୟରେ ଆପଣ ଏକ କ୍ୱିକ୍ ନୋଟ୍ ଥମ୍ବ୍‌ନେଲ୍ ଦେଖିବେ, ଯାହା ଆପଣଙ୍କୁ ଆପଣ ପୂର୍ବରୁ ଯାହା ଦେଖୁଥିଲେ ସେଠାକୁ ନେଇଯିବ।

ମ୍ୟାପ୍‌ରେ ଥିବା ଲୋକେଶନ୍ ଏବଂ ତଳେ ଥିବା ଟେକ୍ସ୍‌ଟ୍‌ର ଲିଙ୍କ୍ ଦେଖାଉଥିବା ଏକ କ୍ବିକ୍ ନୋଟ୍। ଶୀର୍ଷର ବାମ ପାର୍ଶ୍ବରେ ସେଭ୍ ବଟନ୍ ଅଛି।

ଆପଣ ନୋଟ୍ ଆପ୍‌ରେ ଆପଣଙ୍କ ସମସ୍ତ କ୍ୱିକ୍ ନୋଟ୍ ଆକ୍ସେସ୍ କରିପାରିବେ। ଏବଂ ଯେତେବେଳେ ଆପଣ ନିଜ iPhone ରେ ଏକ କ୍ୱିକ୍ ନୋଟ୍ ତିଆରି କରନ୍ତି, ଆପଣ ନିଜ iPad ଏବଂ Mac ରେ ମଧ୍ଯ ନୋଟ୍ ଦେଖିପାରିବେ।

ଏକ କ୍ୱିକ୍ ନୋଟ୍ ଲେଖନ୍ତୁ

ଏକ କ୍ୱିକ୍ ନୋଟ୍ ତିଆରି କରିବା ପାଇଁ, ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

  • ଯେକୌଣସି ଆପ୍ କିମ୍ବା ସ୍କ୍ରୀନ୍‌ରୁ: “କ୍ୱିକ୍ ନୋଟ୍” ବଟନ୍ କୁ କଣ୍ଟ୍ରୋଲ୍ ସେଣ୍ଟର୍ ରେ ଯୋଡ଼ନ୍ତୁ, ତା’ପରେ କଣ୍ଟ୍ରୋଲ୍ ସେଣ୍ଟର୍‌ରେ “କ୍ୱିକ୍ ନୋଟ୍” ବଟନ୍ ରେ ଟାପ୍ କରନ୍ତୁ। ଆପଣ ସମ୍ପୂର୍ଣ୍ଣ କରିବା ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

  • ସମର୍ଥିତ ଆପ୍‌ରୁ: “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ “କ୍ବିକ୍ ନୋଟ୍‌ରେ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ। ଆପଣ ସମ୍ପୂର୍ଣ୍ଣ କରିବା ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

କ୍ୱିକ୍ ନୋଟ୍ ଦେଖନ୍ତୁ ଓ ସଂଗଠିତ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ନୋଟ୍ ଆପ୍ କୁ ଯାଆନ୍ତୁ।

  2. ଫୋଲ୍ଡର୍ ଲିଷ୍ଟ୍‌ରେ “କ୍ୱିକ୍ ନୋଟ୍” ଉପରେ ଟାପ୍ କରନ୍ତୁ। ଆପଣଙ୍କ ଫୋଲ୍ଡର୍ ଦେଖିବା ପାଇଁ ଆପଣଙ୍କୁ “ପଛକୁ ଯାଆନ୍ତୁ” ବଟନ୍ ରେ ଟାପ୍ କରିବାକୁ ପଡ଼ିପାରେ।

ଧ‍୍ୟାନ ଦିଅନ୍ତୁ: ଆପଣ ଏକ କ୍ୱିକ୍ ନୋଟ୍‌କୁ ଏକ ଭିନ୍ନ ଫୋଲ୍ଡର୍‌କୁ ମୁଭ୍ ନ କଲା ପର୍ଯ୍ଯନ୍ତ ଲକ୍ କରିପାରିବେ ନାହିଁ।

ଯଦି ଆପଣ ଏକ ବ୍ଯକ୍ତିଗତ କ୍ୱିକ୍ ନୋଟ୍‌କୁ ଏକ ଭିନ୍ନ ଫୋଲ୍ଡର୍‌କୁ ମୁଭ୍ କରନ୍ତି, ଏହା ଏକ ମାନକ ନୋଟ୍ ହୋଇଯାଏ ଏବଂ ଅନ୍ଯ ଆପ୍‌ରେ ଏକ କ୍ୱିକ୍ ନୋଟ୍ ଭାବରେ ଦେଖାଯାଏ ନାହିଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.