ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ୱଲେଟ୍‌ରେ ପାସ୍ ବ୍ଯବହାର କରନ୍ତୁ

ସହଜରେ ଆକ୍ସେସ୍ କରିବାକୁ ଗୋଟିଏ ସୁବିଧାଜନକ ସ୍ଥାନରେ ଆପଣଙ୍କ ସମସ୍ତ ପାସ୍ ଯେପରିକି ଲୟଲ୍ଟି ଏବଂ ରିଓ୍ବାର୍ଡ୍ କାର୍ଡ୍, କୂପନ୍, ବୋର୍ଡିଂ ପାସ୍, ସିନେମା ଏବଂ ଇଭେଣ୍ଟ୍‌ର ଟିକେଟ୍ ଇତ୍ଯାଦି ରଖିବା ପାଇଁ ୱଲେଟ୍ ଆପ୍ ବ୍ଯବହାର କରନ୍ତୁ। ପାସ୍‌ଗୁଡ଼ିକରେ ଉପଯୋଗୀ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ, ଯେପରିକି ଏକ ଲୟଲ୍ଟି କାର୍ଡ୍‌ରେ ପଏଣ୍ଟ୍, ଆପଣଙ୍କ କଫି କାର୍ଡ୍‌ର ବାଲାନ୍ସ, ଏକ କୂପନ୍‌ର ସମୟସୀମା ସମାପ୍ତି ତାରିଖ କିମ୍ବା ଏକ ଫ୍ଲାଇଟ୍ ପାଇଁ ଏୟର୍‌ପୋର୍ଟ୍ ଏବଂ ବୋର୍ଡିଂ ସୂଚନା।

Apple ୱଲେଟ୍‌ରେ ଏକ ପାସ୍ ଯୋଡ଼ନ୍ତୁ

ଯେତେବେଳେ ଆପଣ ଏକ ଟିକେଟ୍ ଇତ୍ଯାରି କିଣନ୍ତି, ଆପଣଙ୍କ ପାଖରେ ଏହାକୁ Apple ୱଲେଟ୍‌ରେ ଯୋଡ଼ିବାର ବିକଳ୍ପ ରହିଥାଏ। ଆପଣ ଏକ ୱେବ୍‌ସାଇଟ୍, ଆପ୍, QR କୋଡ୍, AirDrop ଶେୟରିଂ କିମ୍ବା ଜଣେ ଅଂଶଗ୍ରହଣ କରୁଥିବା ମର୍ଚଣ୍ଟ୍‌ଙ୍କ ସହିତ Apple Pay ବ୍ଯବହାର କରିବା ପରେ ଏକ ସମର୍ଥିତ ପାସ୍ ପାଇପାରିବେ।

  1. “Apple ୱଲେଟ୍‌ରେ ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

    Apple ୱଲେଟ୍ ବଟନ୍‌ରେ ଯୋଡ଼ନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ “Apple Wallet”ରେ ଯୋଡ଼ନ୍ତୁ ଦେଖୁନାହାନ୍ତି, ତେବେ Apple ୱଲେଟ୍‌ରେ ସେମାନେ ପାସ୍‌ଗୁଡ଼ିକର ସମର୍ଥନ କରୁଛନ୍ତି ତାହା ନିଶ୍ଚିତ କରିବା ପାଇଁ ମର୍ଚଣ୍ଟ୍ କିମ୍ବା କମ୍ପାନି ସହ ଯୋଗାଯୋଗ କରନ୍ତୁ।

  2. ଉପର-ଡାହାଣ କୋଣରେ ଥିବା “ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ କିମ୍ବା ସ୍କ୍ରୀନ୍‌ରେ ଥିବା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ପାସ୍ ବିବରଣୀ ଏବଂ ସେଟିଂସ୍ ଦେଖନ୍ତୁ

ପାସ୍‌ଗୁଡ଼ିକରେ ଉପଯୋଗୀ ସୂଚନା ଅନ୍ତର୍ଭୁକ୍ତ ହୋଇପାରେ, ଯେପରିକି ଏକ ଲୟଲ୍ଟି କାର୍ଡ୍‌ରେ ପଏଣ୍ଟ୍, ଆପଣଙ୍କ କଫି କାର୍ଡ୍‌ର ବାଲାନ୍ସ, ଏକ କୂପନ୍‌ର ସମୟସୀମା ସମାପ୍ତି ତାରିଖ କିମ୍ବା ଏକ ଫ୍ଲାଇଟ୍ ପାଇଁ ଏୟର୍‌ପୋର୍ଟ୍ ଏବଂ ବୋର୍ଡିଂ ସୂଚନା।

ୱଲେଟ୍ ଆପ୍‌ରେ ଥିବା ଏକ ବୋର୍ଡିଂ ପାସ୍ ଯାହାର ନିମ୍ନରେ ଫ୍ଲାଇଟ୍ ସୂଚନା ଏବଂ QR କୋଡ୍ ଦେଖାଯାଉଛି।
  1. ଆପଣଙ୍କ iPhoneରେ ଓ୍ବଲେଟ୍ ଆପ୍‌ କୁ ଯାଆନ୍ତୁ।

  2. “ପାସ୍”ରେ ଟାପ୍ କରନ୍ତୁ।

  3. ଅଧିକ ସୂଚନା ଦେଖିବା ପାଇଁ ଅଧିକ ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ପାସ୍ ବିବରଣୀରେ ଟାପ୍ କରନ୍ତୁ।

ପାସ୍ ବ୍ଯବହାର କରନ୍ତୁ

  1. ଆପଣଙ୍କ iPhone ରେ ନିମ୍ନଲିଖିତ ଯେକୌଣସି ଉପାୟରେ ପାସ୍ ଆକ୍ସେସ୍ କରନ୍ତୁ:

    • ଲକ୍ ସ୍କ୍ରୀନ୍‌ରେ, “ପାସ୍ ନୋଟିଫିକେଶନ୍”ରେ ଟାପ୍ କରନ୍ତୁ। ଯଦି ଅନୁରୋଧ କରାଯାଏ, Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହିତ ପ୍ରମାଣୀକରଣ କରନ୍ତୁ।

    • ଯଦି ପାସ୍ ପାଇଁ ସ୍ବୟଂଚାଳିତ ଚୟନ ଚାଲୁ ଥାଏ, ତେବେ ସାଇଡ୍ ବଟନ୍‌ରେ ଡବଲ୍-କ୍ଲିକ୍ କରନ୍ତୁ (Face ID ଥିବା iPhone ରେ) କିମ୍ବା ହୋମ୍ ବଟନ୍‌ରେ ଡବଲ୍-କ୍ଲିକ୍ କରନ୍ତୁ (iPhone SE ରେ)। ଯଦି ପ୍ରମ୍ପ୍ଟ୍ କରାଯାଏ, ତେବେ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ସହାୟତାରେ ପ୍ରମାଣୀକରଣ କରନ୍ତୁ।

    • ୱଲେଟ୍ ଆପ୍ କୁ ଯାଆନ୍ତୁ, ତା’ପରେ ପାସ୍ ଉପରେ ଟାପ୍ କରନ୍ତୁ।

  2. ପାସ୍ ଉପସ୍ଥାପନ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • କଣ୍ଟାକ୍ଟ୍‌ଲେସ୍ ପାସ୍: ଆପଣଙ୍କର iPhone ର ଶୀର୍ଷ ଭାଗକୁ ପାସ୍ ରୀଡର୍ ପାଖରେ ଧରି ରଖନ୍ତୁ ଯେପର୍ଯ୍ଯନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ କିମ୍ବା ସ୍କ୍ରୀନ୍ ଉପରେ ଏକ ଚେକ୍‌ମାର୍କ୍ ଦେଖାଯାଇ ନାହିଁ।

    • ବାର୍‌କୋଡ୍ କିମ୍ବା QR କୋଡ୍ ସହାୟତାରେ ପାସ୍ କରନ୍ତୁ: ପାଠକଙ୍କୁ କୋଡ୍ ଦିଅନ୍ତୁ।

Apple Pay ସହିତ ଏକ ଲୟଲ୍ଟି କାର୍ଡ୍ ବ୍ଯବହାର କରନ୍ତୁ

ଅଂଶଗ୍ରହଣକାରୀ ଷ୍ଟୋର୍‌ରେ, ଆପଣ ଚେକ୍ଆଉଟ୍ ସମୟରେ ଲୟଲ୍ଟି କାର୍ଡ୍ ଦେଖାଇଲେ ରିୱାର୍ଡ୍ ପ୍ରାପ୍ତ କିମ୍ବା ରିଡୀମ୍ କରିପାରିବେ।

  1. ୱଲେଟ୍ ଆପ୍‌  ରେ ଆପଣଙ୍କ ଲୟଲ୍ଟି କାର୍ଡ୍ ଯୋଡ଼ନ୍ତୁ

  2. ଆପଣ ଷ୍ଟୋର୍‌ରେ ଥିବା ସମୟରେ ଆପଣଙ୍କ ଲୟଲ୍ଟି କାର୍ଡ୍‌ ସ୍ୱୟଂଚାଳିତ ଭାବରେ ଦେଖାଯିବା ପାଇଁ, କାର୍ଡ୍‌ର ଅଧିକ ବଟନ୍‌ ରେ ଟାପ୍‌ କରନ୍ତୁ, ପାସ୍ ବିବରଣୀରେ ଟାପ୍ କରନ୍ତୁ, ତା’ପରେ “ସ୍ୱୟଂଚାଳିତ ଚୟନ” ଚାଲୁ କରନ୍ତୁ।

  3. ଷ୍ଟୋର୍‌ର ପେମେଣ୍ଟ୍ ଟର୍ମିନଲ୍‌ରେ, କଣ୍ଟାକ୍ଟ୍‌ଲେସ୍ ରୀଡର୍ ପାଖରେ iPhone ହୋଲ୍ଡ୍ କରି ଆପଣଙ୍କ ଲୟଲ୍ଟି କାର୍ଡ୍ ଉପସ୍ଥାପନ କରନ୍ତୁ।

    ତା’ପରେ ୱଲେଟ୍ ଆପଣଙ୍କ ଡିଫଲ୍ଟ୍ ପେମେଣ୍ଟ୍ କାର୍ଡ୍‌କୁ ସ୍ୱିଚ୍ ହୁଏ ଯାହା ଦ୍ୱାରା ଆପଣ କ୍ରୟ ସମ୍ପୂର୍ଣ୍ଣ କରିପାରିବେ। କେତେକ ଷ୍ଟୋର୍‌ରେ ଆପଣ ନିଜର ଲୟଲ୍ଟି କାର୍ଡ୍ ଏବଂ ପେମେଣ୍ଟ୍ କାର୍ଡ୍‌କୁ ଗୋଟିଏ ପର୍ଯ‍୍ୟାୟରେ ଉପସ୍ଥାପନ କରିପାରିବେ। ଅନ୍ଯ ଷ୍ଟୋର୍‌ରେ, ଟର୍ମିନଲ୍ କିମ୍ବା କ୍ଯାସିୟର୍ ପେମେଣ୍ଟ୍ ପାଇଁ ଅନୁରୋଧ କରିବା ପର୍ଯ୍ଯନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.